ପ୍ରବାସୀ ସଙ୍କଟ: ‘‘ସରକାର ଅହମିକା ଛାଡ଼ନ୍ତୁ; ସତ୍ୟକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ’’

ଏବେ ଅନେକ ଓଡ଼ିଆ ‘‘ଅନ୍ୟ ରାଜ୍ୟରେ ଦୁର୍ଦ୍ଦଶାରେ ଥିବା ବେଳେ ଆମ ରାଜ୍ୟ ସରକାର କ୍ବାରେଣ୍ଟାଇନ କେନ୍ଦ୍ରରେ କ’ଣ ଦରକାର ତାହା ଯୋଗାଇବାରେ ବ୍ୟସ୍ତ ଅଛନ୍ତି’’ ବୋଲି କଟାକ୍ଷ କରିଛନ୍ତି ବିଜୟ ମହାପାତ୍ର ।

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ (ଡାହାଣ) ବିଜେପି ନେତା ବିଜୟ ମହାପାତ୍ର

ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ (ଡାହାଣ) ବିଜେପି ନେତା ବିଜୟ ମହାପାତ୍ର

  • Share this:
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀଙ୍କ ସହିତ ମୁଖ୍ୟ ମନ୍ତ୍ରୀମାନଙ୍କ ଆଲୋଚନାରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ନିକଟରେ ରଖିଥିବା ପାଞ୍ଚ-ସୂତ୍ରୀ ପ୍ରସ୍ତାବ ଉପରେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟନାୟକ କହିଛନ୍ତି ଯେ ସେହି ଆଲୋଚନାରେ ଅନେକ ଗୁଡିଏ ଉପାଦେୟ କଥା ରହିଛି । ‘‘ସେଥି ପାଇଁ ଧନ୍ୟବାଦ । ତେବେ ସଂକ୍ରମିତ ଅଞ୍ଚଳକୁ ରେଡ୍‌, ଅରେଞ୍ଜ ଓ ଗ୍ରୀନ୍ ଜୋନରେ ବିଭକ୍ତ କରି କାର୍ଯ୍ୟ କରାଯିବା ନିହାତି ଆବଶ୍ୟକ । କିନ୍ତୁ ଏସ୍‌ଓପି କ୍ଷେତରେ ଓହିଶାର ସ୍ଥିତି ଭିନ୍ନ । ଓଡିଶାରେ ଅର୍ଥନୈତିକ ପୁନରୁଦ୍ଧାର ପାଇଁ ଓଡିଶା ପାଇଁ ବିସ୍ତୃତ ଭାବରେ ଗୋଟିଏ ବ୍ଲୁ ପ୍ରିଂଟ ମୁଖ୍ୟ ମନ୍ତ୍ରୀ ପ୍ରସ୍ତୁତ କରନ୍ତୁ । ଯଦି ତାହା ନ କରାଯିବ ଭବିଷ୍ୟତରେ ଏଥିପାଇଁ ଆମକୁ ବହୁତ ମୂଲ୍ୟ ଦେବାକୁ ପଡିବ ଏବଂ ଅବସ୍ଥା ଅସମ୍ଭାଳ ହୋଇଯିବ,’’ ସେ କହିଛନ୍ତି ।

ଓଡିଶା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବା ପୂର୍ବ ଅବସ୍ଥାକୁ ଫେରି ଆସିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଖସଡା ପ୍ରସ୍ତୁତ କରିବାକୁ ମୁଖ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ।

ପ୍ରଧାନ ମନ୍ତ୍ରୀଙ୍କ ସହ ବୈଠକରେ ନିଜ ପାଞ୍ଚଟି ପ୍ରସ୍ତାବ ମୋଦିଙ୍କୁ ପଢ଼ି ଶୁଣାଉଛନ୍ତି ନବୀନ ।


ପ୍ରବାସୀଙ୍କୁ ଫେରଇ ଆଣିବା ପ୍ରସଙ୍ଗରେ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ‘‘ସରକାର ଅହମିକା ଛାଡ଼ନ୍ତୁ । ସତ୍ୟକୁ ଲୁଚେଇବାକୁ ଚେଷ୍ଟା କରନ୍ତୁ ନାହିଁ । ପ୍ରବାସୀ ଓଡ଼ିଆଙ୍କ ତାଲିକା ରାଜ୍ୟ ସରକାରଙ୍କ ପାଖରେ ନାହିଁ । ସେମାନେ ଆସିଲେ ସରକାର ଜାଣୁଛନ୍ତି । ଏକ ମାସରୁ ଅଧିକ ସମୟ ବିତିଗଲାଣି, କିନ୍ତୁ କେତେ ଓଡ଼ିଆ ବାହାରେ ଅଛନ୍ତି ସରକାର ତଥ୍ୟ ପାଇଲେ ନାହିଁ । ଏବେ ଅନେକ ଓଡ଼ିଆ ଅନ୍ୟ ରାଜ୍ୟରେ ଦୁଃଖ ଦୁର୍ଦ୍ଦଶାରେ ଅଛନ୍ତି । କିନ୍ତୁ ସରକାର ଏଠି କ୍ବାରାଣ୍ଟାଇନ କେନ୍ଦ୍ରରେ କଣ ଦରକାର ତାହା ଯୋଗାଇବାରେ ବ୍ୟସ୍ତ ଅଛନ୍ତି,’’ କହିଛନ୍ତି ମହାପାତ୍ର ।

ମୁଖ୍ୟ ମନ୍ତ୍ରୀ ପ୍ରଧାନ ମନ୍ତ୍ରୀଙ୍କୁ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ସ୍ବାଗତଯୋଗ୍ୟ ବୋଲି କହି କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣା ଲାଗୁ କରିବାକୁ ମହାପାତ୍ର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ‘‘କିଛି ଲୋକଙ୍କ ପାଇଁ ଅନ୍ୟମାନେ କାହିଁକି ଅସୁବିଧା ଭୋଗିବେ? ବର୍ତ୍ତମାନ ସରକାରଙ୍କୁ ସମସ୍ତ ବର୍ଗରୁ ଅକୁଣ୍ଠ ସହଯୋଗ ମିଳୁଛି । ଯଦି ସରକାର ଏହାର ସଦୁପଯୋଗ ନ କରିବେ ଏହା ଠାରୁ ବିଡ଼ମ୍ବନାର ବିଷୟ କିଛି ନାହିଁ,’’ ସେ କହିଛନ୍ତି ।

ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ରାଜ୍ୟର ହିତ ଦୃଷ୍ଟିରୁ ମୁଖ୍ୟ ମନ୍ତ୍ରୀ ଙ୍କ ପ୍ରସ୍ତାବ ଗୁରୁତ୍ୱପୂର୍ଣ୍ଣ । ‘‘ତେବେ ପ୍ରଧାନ ମନ୍ତ୍ରୀ କେମିତି କାର୍ଯ୍ୟକରି କରୁଛନ୍ତି ଦେଖିବା କଥା,’’ ସେ କହିଛନ୍ତି ।

ବରିଷ୍ଠ ସାମ୍ୱାଦିକ ଦିଲ୍ଲୀପ ବିଷୋୟୀ କହିଛନ୍ତି: ‘‘ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ବରାନ୍ବିତ କରିବାକୁ ହେଲେ  କେନ୍ଦ୍ର ସରକାର ଏସ୍‌.ଓ.ପି. ଜାରି କରିବାକୁ ହେବ । ତାହା ପାଇଁ ମୁଖ୍ୟ ମନ୍ତ୍ରୀ ଦେଇଥିବା ପ୍ରସ୍ତାବ ଦ୍ଵାରା ସବୁ ରାଜ୍ୟ ଲାଭ ପାଇପାରିବେ ଏବଂ ଅର୍ଥନୈତିକ କାରବାର ଅଧିକ ହୋଇ ପରିବ ।’’

ଜୋନ ନିର୍ଦ୍ଧାରଣରେ ପରିବର୍ତ୍ତନ କରି ସ୍ଥାନୀୟ ପ୍ରଶାସନକୁ ଦାୟିତ୍ଵ ଦେବା, ଟ୍ରେନ ଯାତ୍ରୀଙ୍କ ପରିବହନ ବିଷୟରେ ରାଜ୍ୟ ସହ ଆଲୋଚନା କଟିବା, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମିଲ କରି ଆର୍ଥିକ ପ୍ରୋତ୍ସାହନ ଦେବା ଭଳି ପାଞ୍ଚଟି ପ୍ରସ୍ତାବ ପ୍ରଧାନ ମନ୍ତ୍ରୀଙ୍କ ପାଖରେ ମୁଖ୍ୟ ମନ୍ତ୍ରୀ ରଖିଥିଲେ ।

ଏହା ବି ପଢ଼ନ୍ତୁ: ଚାକିରୀ କରୁଥିବା ଲୋକଙ୍କ PF ଓ Tax ବିଷୟରେ ଅର୍ଥ ମନ୍ତ୍ରୀ ଏହି ୫ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ୩ଟି ଟ୍ରେନରେ ଭଦ୍ରକ ଫେରିଲେ ୧,୦୦୦ରୁ ଅଧିକ ପ୍ରବାସୀ; ଏବେ ଅଧିକାଂଶଙ୍କ ପକେଟ୍ ଖାଲି

ଏହା ବି ପଢ଼ନ୍ତୁ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ ପାର୍ କଲା; ଆଜି ଗୋଟେ ଦିନରେ ନୂଆ ୧୦୦ ଆକ୍ରାନ୍ତ ଟିହ୍ନଟ

ଏହା ବି ପଢ଼ନ୍ତୁ: ବଡ ନିଷ୍ପତ୍ତି: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସର କ୍ୟାଣ୍ଟିନ ଓ ଷ୍ଟୋରରେ ସ୍ୱଦେଶୀ ବସ୍ତୁ ବିକ୍ରି ହେବ

ଏହା ବି ପଢ଼ନ୍ତୁ: ‘ଆତ୍ମନିର୍ଭର ଭାରତ’ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ PM ମୋଦି
First published: