ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ(ପ୍ରତୀକାତ୍ମକ ଛବି)
News 18 Odia Digital
Corona positive report: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ସେ ଗତ ତିନି-ଚାରି ଦିନ ଧରି ଜ୍ୱରରେ ପୀଡିତ ଥିଲେ। ଜ୍ୱରରେ ପୀଡିତ ହେବା ପରେ କରୋନା ପରୀକ୍ଷା କରିଥିଲେ। ରିପୋର୍ଟ ପଜିଟିଭ ଆସିଛି।
କରୋନା ମହାମାରୀର କାୟା ବିସ୍ତାର ଏପର୍ଯ୍ୟନ୍ତ ଜାରି ରହିଛି। ସିଏମ ନୀତିଶ କୁମାର କରୋନା ପଜିଟିଭ ହେବା ପରେ ବର୍ତ୍ତମାନ ଆଇସୋଲେସନରେ ଅଛନ୍ତି। ତେବେ ସେ ଏ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି। ସୂଚନାଯୋଗ୍ୟ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି।
ତାଙ୍କୁ ଦୁଇ ଚାରି ଦିନ ହେବ କୌଣସି ସାର୍ବଜନୀନ କାର୍ଯ୍ୟକର୍ମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା। ଏମିତି ଗତକାଲି ବି ରାଷ୍ଟ୍ରପତି ଶପଥ ଗ୍ରହଣ ଉତ୍ସବରେ ମଧ୍ୟ ଯୋଗ ଦେଇ ନଥିଲେ । ନୀତିଶ କରୋନା ପଜିଟିଭ ହେବା ପରେ ତାଙ୍କ ଦଳର ନେତାମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି।
Published by:Sujit Swain
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।