ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବ

ସ୍ଥିର ଅବଧି (ଫିକ୍ସଡ ଟର୍ମ)ରେ କାମ କରୁଥିବା ବ୍ୟକ୍ତି ବି ଗ୍ରାଚ୍ୟୁଇଟିର ଲାଭ ପାଇବେ । ଅର୍ଥ ମନ୍ତ୍ରୀ କହିଛନ୍ତି ମହିଳାମାନଙ୍କ ପାଇଁ ସବୁ ବ୍ୟବସାୟର ଦ୍ୱାର ଖୋଲାଯିବ ଓ ସେମାନଙ୍କୁ ସୁରକ୍ଷା ସହିତ ରାତିରେ କାମ କରିବାକୁ ବି ଅନୁମତି ମିଳିବ ।

ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବ
ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କ ପ୍ରୟାସ ଜାରି ଅଛି । (ରୟଟର୍ସ୍‌)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗ୍ରାଚ୍ୟୁଇଟି ପାଇଁ ପାଞ୍ଚ ବର୍ଷର ଅପେକ୍ଷା ଶୀଘ୍ର ଶେଷ ହୋଇପାରେ । ଏହା ବ୍ୟତୀତ ଯେଉଁମାନେ ନିର୍ଦ୍ଦିଷ୍ଟ ଅବଧି ପାଇଁ କଣ୍ଟ୍ରାକଚୁଆଲ୍‌ କାମ କରୁଛନ୍ତି, ସେମାନେ ମଧ୍ୟ ଗ୍ରାଚ୍ୟୁଇଟି ପାଇବେ । ଏହା ସହ ଜଡିତ ଶ୍ରମ ସଂସ୍କାରକୁ କେନ୍ଦ୍ର ସରକାର ଶୀଘ୍ର ଅନୁମୋଦନ ଦେଇପାରନ୍ତି ।

ଗ୍ରାଚ୍ୟୁଇଟି ନିୟମକୁ ନରମ କରିବା ପାଇଁ ଏବେ ପାଞ୍ଚ ବର୍ଷ କାମ କରିବାର ବ୍ୟବସ୍ଥା ହଟାଯିବ । ଏଣିକି ଗ୍ରାଚ୍ୟୁଇଟି ପାଇବା ପାଇଁ କୌଣସି କମ୍ପାନୀରେ ପାଞ୍ଚ ବର୍ଷ କାମ କରିବା ଆବଶ୍ୟକ ହେବ ନାହିଁ । ବର୍ଷେ କାମ କରିବା ପରେ ମଧ୍ୟ ଗ୍ରାଚ୍ୟୁଇଟି ଉପଲବ୍ଧ ହେବ । ଗ୍ରାଚ୍ୟୁଇଟି ପାଇଁ ସମୟ ସୀମାର ସର୍ତ୍ତକୁ ହଟାଯାଇପାରେ । ଏଣିକି ଆପଣ ଯେତେ ଦିନ କାର୍ଯ୍ୟ କରିଛନ୍ତି ସେତେ ଦିନ ପାଇଁ ଗ୍ରାଚ୍ୟୁଇଟି ପାଇବେ ।

ସ୍ଥିର ଅବଧି (ଫିକ୍ସଡ ଟର୍ମ)ରେ କାମ କରୁଥିବା ବ୍ୟକ୍ତିମାନେ ମଧ୍ୟ ଗ୍ରାଚ୍ୟୁଇଟିର ଲାଭ ପାଇବେ । ଯଦିଓ ସାମାଜିକ ସୁରକ୍ଷା କୋଡରେ ସମୟ ସୀମାର ଉଲ୍ଲେଖ କରାଯାଇ ନାହିଁ, ସଂସଦର ସ୍ଥାୟୀ କମିଟି ଚଳିତ ମାସ ଏହା ଉପରେ ରିପୋର୍ଟ ଦାଖଲ କରିପାରେ । ଶ୍ରମ ସଂହିତା (Labour Code) ଉପରେ ସରକାର ସଂସଦର ଅନୁମୋଦନ ଗ୍ରହଣ କରିବେ । ଏକ ବର୍ଷର ସୀମା ସ୍ଥିର ହେବା ପରେ କୋଟି କୋଟି କର୍ମଚାରୀଙ୍କୁ ଆରାମ ମିଳିବ ।

ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ପାଞ୍ଚ ବର୍ଷର ସେବା (ଚାକିରି) ସମାପ୍ତ ହେବା ପରେ ଜଣେ କର୍ମଚାରୀ ଗ୍ରାଚ୍ୟୁଇଟି ପାଇବାକୁ ହକଦାର ହୁଅନ୍ତି । ଯଦି ସେ କୌଣସି ସଂସ୍ଥାରେ ପାଞ୍ଚ ବର୍ଷ ପୂର୍ବରୁ ଚାକିରି ଛାଡିଦିଅନ୍ତି ତେବେ ସେ ଏହି ରାଶି ପାଇବେ ନାହିଁ । ଗ୍ରାଚ୍ୟୁଇଟି ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ ହେଉଛି ଯଦି କର୍ମଚାରୀ ପାଞ୍ଚ ବର୍ଷ ସେବା ପୂର୍ବରୁ ମରିଯାଆନ୍ତି, ତେବେ କମ୍ପାନୀକୁ ତାଙ୍କ ପରିବାରକୁ ଗ୍ରାଚ୍ୟୁଇଟି ରାଶି ଦେବାକୁ ପଡ଼ିବ । ସେହି ଭଳି ଯଦି ଜଣେ କର୍ମଚାରୀ ଚାକିରି ସମୟରେ ଅକ୍ଷମ ହୁଅନ୍ତି, ତେବେ କମ୍ପାନୀକୁ ତାଙ୍କୁ ଗ୍ରାଚ୍ୟୁଇଟି ଦେବାକୁ ପଡ଼ିବ ।

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଶ୍ରମ ସଂହିତାର ଅନ୍ୟାନ୍ୟ ବ୍ୟବସ୍ଥା ବିଷୟରେ ମଧ୍ୟ କହିଛନ୍ତି ।


କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଶ୍ରମ ସଂହିତାର ଅନ୍ୟାନ୍ୟ କେତେକ ବ୍ୟବସ୍ଥା ବିଷୟରେ ମଧ୍ୟ କହିଛନ୍ତି । ସେଥିରେ ପ୍ଲାଟଫର୍ମ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଆରମ୍ଭ ହେବ । ଚାକିରିରୁ ବାହାର କରାଯାଇଥିବା କର୍ମଚାରୀଙ୍କ ପାଇଁ ଅଣାଯିବ ରି-ସ୍କିଲିଂ ଫଣ୍ଡ୍‌ (reskilling fund) ସୃଷ୍ଟି କରାଯିବ ।

ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ସବୁ ପ୍ରକାର ବ୍ୟବସାୟ ଉନ୍ମୁକ୍ତ କରାଯିବ ଓ ସେମାନଙ୍କୁ ସୁରକ୍ଷା ବ୍ୟବସ୍ଥା ସହିତ ରାତିରେ କାମ କରିବାକୁ ମଧ୍ୟ ଅନୁମତି ଦିଆଯିବ । ଏହା ବ୍ୟତୀତ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠିର ବ୍ୟବସ୍ଥା ହେବ । ସର୍ବନିମ୍ନ ମଜୁରୀର ଅଧିକାର ଓ ବେତନର ଠିକ୍ ସମୟରେ ପ୍ରଦାନ ଅସଙ୍ଗଠିତ କ୍ଷେତ୍ରର କର୍ମଚାରୀଙ୍କ ସମେତ ସମସ୍ତ କର୍ମଚାରୀଙ୍କ ପାଇଁ ସୁନିଶ୍ଚିତ କରାଯିବ । ବର୍ତ୍ତମାନ ସର୍ବନିମ୍ନ ମଜୁରୀ ନିୟମ ଦେଶର କେବଳ ୩୦ ପ୍ରତିଶତ କର୍ମଚାରୀଙ୍କ ପାଇଁ ଲାଗୁ ହେଉଛି ।

ଜାତୀୟ ଫ୍ଲୋର୍‌ ୱେଜ୍‌ (national floor wage) ପାଇଁ ଆଇନଗତ ବ୍ୟବସ୍ଥା ଅଣାଯିବ । ଏହା ଦ୍ୱାରା ସର୍ବନିମ୍ନ ଦରମାରେ ଆଞ୍ଚଳିକ ବୈଷମ୍ୟ ହ୍ରାସ ହେବ । ସର୍ବନିମ୍ନ ଦରମା ନିର୍ଣ୍ଣୟ କରିବା ସହଜ କରାଯିବ । ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । କର୍ମଚାରୀଙ୍କ ପାଇଁ ବାର୍ଷିକ ସ୍ୱାସ୍ଥ୍ୟ ଯାଞ୍ଚ ବି ହେବ ।

ନିଯୁକ୍ତିଦାତାଙ୍କ ଦ୍ୱାରା ସିଧାସଳଖ ନିୟୋଜିତ ପ୍ରବାସୀ ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଆନ୍ତଃରାଜ୍ୟ କର୍ମଚାରୀର ସଂଜ୍ଞା ପରିବର୍ତ୍ତନ କରାଯିବ । ଏହା ବ୍ୟତୀତ ପ୍ରବାସୀ ଶ୍ରମିକମାନଙ୍କ ପାଇଁ କଲ୍ୟାଣକାରୀ ସୁବିଧାଗୁଡ଼ିକର ପୋର୍ଟେବିଲିଟି ରହିବ । ଇ.ଏସ୍‌.ଆଇ. (ESI) କଭରେଜକୁ ସମଗ୍ର ଭାରତରେ ବିସ୍ତାର କରାଯିବ, ଯେଉଁଥିରେ ୧୦ କିମ୍ବା ଅଧିକ କର୍ମଚାରୀ ନିଯୁକ୍ତ କରିଥିବା ସହିତ ସମସ୍ତ ଜିଲ୍ଲା ଓ ସଂସ୍ଥା ଅନ୍ତର୍ଭୁକ୍ତ ହେବେ ।

ଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: ମୁଣ୍ଡରେ ବସ୍ତା, ହାତରେ ବାଲଟି, କଟକରୁ ମଧ୍ୟ ପ୍ରଦେଶ ବାହାରିଲେ ୪୭ ଲୋକ; ସାହାଯ୍ୟ ପାଇଲେ

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 16, 2020, 7:24 PM IST
corona virus btn
corona virus btn
Loading