ଫେସବୁକ୍ ଓ ଜିଓର ସହଭାଗିତାକୁ ଡିଜିଟାଲ୍ କ୍ଷେତ୍ରରେ ବହୁତ ବଡ଼ ଘଟଣା ବୋଲି କହିଲା ବିଆଇଏଫ୍

ହ୍ୱାଟସ୍ ଆପ୍, ଜିଓ ପ୍ଲାଟଫର୍ମ ଓ ରିଲାଏନ୍ସ ରିଟେଲ ମଧ୍ୟରେ ଏହି ୫.୭ ବିଲିୟନ ଡ଼ଲାର (୪୩,୫୭୪ କୋଟି ଟଙ୍କା)ର ସହଭାଗିତା ଭାରତରେ କୋଟି କୋଟି ନୂଆ ବ୍ୟବସାୟ ସୁଯୋଗକୁ ସୁଗମ କରିବ ।

ଏହି ସହଭାଗିତା ଭାରତରେ କୋଟି କୋଟି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ବଳିଷ୍ଠ କରିବ ।

ଏହି ସହଭାଗିତା ଭାରତରେ କୋଟି କୋଟି କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟକୁ ବଳିଷ୍ଠ କରିବ ।

  • Share this:
News18 Odia Digital

ନୂଆ ଦିଲ୍ଲୀ: ଫେସବୁକ୍‌ ନିକଟରେ ଜିଓ ପ୍ଲାଟଫର୍ମର ୯.୯୯ ପ୍ରତିଶତ ଅଂଶଧନ ୫.୭ ବିଲିୟନ ଡ଼ଲାର (୪୩,୫୭୪ କୋଟି ଟଙ୍କା)ରେ କିଣିବା ଘଟଣାକୁ ଭାରତର ଡିଜିଟାଲ କ୍ଷେତ୍ର ପାଇଁ ଏକ ’’ବଡ଼ ଓ ସକାରାତ୍ମକ ପଦକ୍ଷେପ’’ ବୋଲି କହିଛି ଡିଜିଟାଲ କମ୍ୟୁନିକେସନ୍‌ ପାଇଁ ଥିବା ସ୍ୱାଧୀନ ଥିଙ୍କଟ୍ୟାଙ୍କ ଓ ପଲିସି ସଂସ୍ଥା ବ୍ରୋଡବ୍ୟାଣ୍ଡ ଇଣ୍ଡିଆ ଫୋରମ୍ (ବିଆଇଏଫ୍) ।

ଏହି ଥିଙ୍କଟ୍ୟାଙ୍କ କହିଛି ଯେ ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ସମୟରେ ଏତେ ବଡ଼ ପୁଞ୍ଜି ବିନିଯୋଗ ଓ ଏହାର ଆର୍ଥନୈତିକ ଫଳାଫଳ ଡିଜିଟାଲ୍‌ କ୍ଷେତ୍ରର ଭବିଷ୍ୟତରେ ସ୍ଥିରତା ଓ ଜୀବନ୍ତତାକୁ ଦର୍ଶାଉଛି ।

ବିଆଇଏଫ୍ ଅନୁଯାୟୀ ଫେସବୁକ୍ ଓ ଜିଓ ମଧ୍ୟରେ ଏହି ସହଭାଗିତା ୫୦ ମିଲିୟନ (ପାଞ୍ଚ କୋଟି)ରୁ ଅଧିକ ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ, ପ୍ରାୟ ୩୦ ନିୟୁତ (ତିନି କୋଟି) କ୍ଷୁଦ୍ର ବ୍ୟବସାୟୀ ଓ ଅନୌପଚାରିକ କ୍ଷେତ୍ରରେ ଲକ୍ଷ ଲକ୍ଷ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ସମଗ୍ର ଭାରତରେ ୧୦୦ ନିୟୁତ (ଦଶ କୋଟି) କୃଷକଙ୍କ ପାଇଁ ଲାଭଦାୟକ ହୋଇପାରେ ।

ହ୍ୱାଟସ୍ ଆପ୍, ଜିଓ ପ୍ଲାଟଫର୍ମ ଓ ରିଲାଏନ୍ସ ରିଟେଲ ମଧ୍ୟରେ ସ୍ୱାକ୍ଷରିତ ଏହି ଚୁକ୍ତିନାମା ଦ୍ୱାରା ଜିଓ ମାର୍ଟ ଓ ହ୍ୱାଟସ୍ ଆପ୍ ମଧ୍ୟରେ କ୍ରସ-ଲିଭରେଜ୍ କରାଇ ନୂତନ ବ୍ୟବସାୟ ସୁଯୋଗକୁ ସୁଗମ କରିବା ଏବଂ ଗ୍ରାହକ ଓ ସ୍ଥାନୀୟ ବ୍ୟବସାୟ, ଦୋକାନ ଏବଂ କିରାନା ଷ୍ଟୋରଗୁଡିକ ମଧ୍ୟରେ ଡିଜିଟାଲ ସଂଯୋଗକୁ ସକ୍ଷମ କରିବାକୁ ଲକ୍ଷ୍ୟ ରଖିଛି ।

ବର୍ତ୍ତମାନର କରୋନା ଭାଇରସ୍‌ ସଙ୍କଟ ସମୟରେ ଏହା ବିଶେଷ ଭାବେ ପ୍ରାସଙ୍ଗିକ, କାରଣ ଏହି ମହାମାରୀ ଗ୍ରାହକଙ୍କ ବିକଳ୍ପକୁ ବାଧା ଦେଇଛି, ଯୋଗାଣ ଶୃଙ୍ଖଳା ଓ ମାନକ ବ୍ୟବସାୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି ଓ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଛୋଟ ବ୍ୟବସାୟଗୁଡ଼ିକୁ ଅଭିନବ ପଦକ୍ଷେପ ନେବାକୁ ବାଧ୍ୟ କରିଛି ।

“ଫେସବୁକ୍ ଓ ଜିଓ, ​​ଉଭୟ ବିଆଇଏଫର ସମ୍ମାନିତ ସଦସ୍ୟ ଓ ନିଜ ନିଜ ବ୍ୟବସାୟିକ କ୍ଷେତ୍ରରେ ନେତୃତ୍ୱ କରୁଥିବା ସଂସ୍ଥା, ଏହି ପଦକ୍ଷେପ ମାଧ୍ୟମରେ ଏକାଠି ହୋଇଛନ୍ତି ଓ ଦେଶରେ ଡିଜିଟାଲ୍ ସେବା କ୍ଷେତ୍ର ପାଇଁ ଭବିଷ୍ୟତ ଧାରଣ କରିଥିବା ପ୍ରତିଶୃତି ଓ ସମ୍ଭାବନାକୁ ସୁନିଶ୍ଚିତ କରିଛନ୍ତି,’’ ବ୍ରୋଡବ୍ୟାଣ୍ଡ ଇଣ୍ଡିଆ ଫୋରମର ସଭାପତି ଶ୍ରୀ ଟି.ଭି. ରାମଚନ୍ଦ୍ରନ ଏହି ନିବେଶ ଉପରେ ମନ୍ତବ୍ୟ ଦେଇ କହିଛନ୍ତି ।
Published by:Anand Shankar Thankur Das
First published: