ଭୁବନେଶ୍ୱରରେ ଜେରେକ୍ସ ଦୋକାନରେ ମିଳୁଥିଲା ନାମୀ କମ୍ପାନୀର ନକଲି ଆଇଡି କାର୍ଡ; ଦୋକାନୀ ଗିରଫ

ଜବତ ହୋଇଥିବା ଆଇଡି କାର୍ଡ଼ଗୁଡି଼କରେ ନାମ ଲେଖା ଥିବା ସଂସ୍ଥାଗୁଡି଼କ ଅସଲି, ହେଲେ ଯେଉଁମାନଙ୍କ ପାଇଁ ସେଗୁଡ଼ିକ ତିଆରି ହୋଇଛି ସେମାନେ ସମ୍ପୃକ୍ତ କମ୍ପାନୀର କର୍ମଚାରୀ ନୁହଁନ୍ତି । ଲୋକେ ଏଭଳି କାର୍ଡ଼ ଧରି ବୁଲୁଥିବାରୁ ପୋଲିସ ବି ସନ୍ଦେହ କରୁ ନ ଥିଲା ।

ଭୁବନେଶ୍ୱରରେ ଜେରେକ୍ସ ଦୋକାନରେ ମିଳୁଥିଲା ନାମୀ କମ୍ପାନୀର ନକଲି ଆଇଡି କାର୍ଡ; ଦୋକାନୀ ଗିରଫ
ଜବତ ହୋଇଥିବା ନକଲି ଆଇଡି କାର୍ଡ଼ରୁ କିଛି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ସମୟରେ ନକଲି ପରିଚୟ ପତ୍ର ପ୍ରସ୍ତୁତ କରି ବିକ୍ରି କରିବା ଅଭିଯୋଗରେ ଏକ ଜେରକ୍ସ ଓ ପ୍ରିଣ୍ଟିଂ ଦୋକାନକୁ ସିଲ୍‌ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ନକଲି ପାସ୍‌ ବିକୁଥିବା ଦୋକାନ ମାଲିକ ଡମଣା ଅଞ୍ଚଳର ସୁବାଷ ବେହେରାଙ୍କୁ ବି ଗିରଫ କରାଯାଇଛି । ଦୋକାନ ଭିତରୁ ଗଦା ଗଦା ନକଲି ପାସ୍‌ ଜବତ ହୋଇଛି ।

କୋଭିଡ଼ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଲକଡାଉନ୍ ଓ ସଟଡାଉନ୍ ଘୋଷଣା କରିଛନ୍ତି । ଏହ ସମୟରେ କେବଳ ଜରୁରୀ ସେବା ଯୋଗାଉଥିବା ଘରୋଇ ସଂସ୍ଥାର କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ । କିନ୍ତୁ ଏହାର ଫାଇଦା ଅମାନିଆମାନେ ନେଉଥିବା ଦେଖାଯାଉଛି । ସେମାନେ ନକଲି ଆଇ କାର୍ଡ଼ ପ୍ରସ୍ତୁତ କରାଇ ପୋଲିସକୁ ଚକମା ଦେଇ ସହର ସାରା ବୁଲୁଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

‘‘ଆମକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା ଯେ ଡମଣା ଛକ ନିକଟରେ ଏକ ଜେରକ୍ସ ଓ  ପ୍ରିଣ୍ଟିଂ ଦୋକାନରେ ଲକଡାଉନ୍‌ ପାସ୍‌ ମିଳୁଛି । କମିଶନରେଟ ପୋଲିସର ନିୟମ ଅନୁସାରେ ଯେଉଁମାନେ ଲକଡାଉନ ସମୟରେ ଅଫିସ ଯିବେ ସେମାନଙ୍କ ଅଫିସକୁ କମିଶନରେଟ ପୋଲିସର ୱେବସାଇଟରେ ନାମ ପଞ୍ଜିକରଣ କରିବା ସହ ସମସ୍ତ ତଥ୍ୟ ଦାଖଲ କରିବାକୁ ପଡିବ ।  ଏହି ଜେରେକ୍ସ ଦୋକାନ ଭିତରେ ଯାହା ଦେଖିଲୁ ଆମେ ବି ତାଜୁବ ହୋଇଗଲୁ । ଗଦା ଗଦା ଆଇଡି କାର୍ଡ଼ ଦୋକାନ ଭିତରେ ମିଳିଲା । ପରେ ପଚରା ଉଚରା ପରେ ସତ ମାନିଥିଲା ସୁବାଷ,’’ କହିଛନ୍ତି ଜୋନ୍‌ ୬ ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ ।

ଏହା ବି ପଢ଼ନ୍ତୁ | ସ୍ତ୍ରୀ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ

ଗିରଫ ହୋଇଥିବା ଦୋକାନ ମାଲିକ ସୁବାଷ ବେହେରା


ଜବତ ହୋଇଥିବା ଆଇଡି କାର୍ଡ଼ଗୁଡି଼କରେ ନାମ ଲେଖା ଥିବା ସଂସ୍ଥାଗୁଡି଼କ ଅସଲି । ବିଶେଷ କରି ଆଇଟି ସଂସ୍ଥା ଭଳି ଜରୁରୀକାଳୀନ ସେବାରେ ମୁତୟନ ଥିବା କମ୍ପାନୀଗୁଡି଼କର ଆଇଡି କାର୍ଡ଼ ବନାହୋଇ ଦୋକାନ ଭିତରେ ରଖା ହୋଇଥିଲା । ହେଲେ ଯେଉଁମାନଙ୍କ ପାଇଁ  ତିଆରି ହୋଇଛି ସେମାନେ ସମ୍ପୃକ୍ତ କମ୍ପାନୀର କର୍ମଚାରୀ ନ ଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

‘‘ଲୋକେ ଏଭଳି କାର୍ଡ଼ ତିଆରି କରାଇ ବେକରେ ପକେଇ ବୁଲୁଛନ୍ତି । ଫଳରେ ପୋଲିସ ବି ଚେକିଂ ପୋଷ୍ଟରେ ସନ୍ଦେହ କରୁ ନାହିଁ । ଗୋଟେ ଆଇଡି କାର୍ଡ଼ ପିଛା ୩୦୦ ଟଙ୍କା ନେଉଥିଲା ସୁବାଷ । ତା’ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଛି । ଯେଉଁ ଲୋକେ ହ୍ଵାଟ୍ସଆପରେ ସୁବାଷ କୁ ଫଟୋ ପଠେଇଛନ୍ତି ସେମାନଙ୍କୁ ଖୋଜା ଚାଲିଛି,’’ କହିଛନ୍ତି ପାଲ୍‌ ।

ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ଆଉଟଗୋଇଂ କଲ୍ ମାଗଣା ରିଚାର୍ଜ୍

କେବଳ ଘରୋଇ ସଂସ୍ଥାର ଆଇଡି କାର୍ଡ଼ ନୁହେଁ, ନକଲି ସାମ୍ବାଦିକ ଆଇ କାର୍ଡ଼ ମଧ୍ୟ ତିଆରି କରୁଥିଲା ସୁବାଷ । ସାମ୍ବାଦିକ କାର୍ଡ଼କୁ ୫୦୦ ଟଙ୍କାରେ ବିକ୍ରି କରୁଥିଲା ସେ । ଗିରଫ ହେବା ପରେ ସୁବାସ କହିଛି, ‘‘ଲକଡାଉନ ପାଇଁ ବ୍ୟବସାୟ ନାହିଁ। ତେଣୁ ଏଭଳି କାମ ଆରମ୍ଭ କରିଥିଲି । ପ୍ରତିଦିନ ୧୫ରୁ ୨୦ଟି ଆଇଡି କାର୍ଡ଼ ବିକ୍ରି କରେ । ପୂର୍ବ ଲକଡାଉନ ବେଳେ ଏଭଳି କାର୍ଡ଼ ତିଆରି କରିଥିଲି । ସେଥିରୁ କିଛି ବଳକା ରହିଯାଇଥିଲା ।’’



ଲକଡାଉନ୍‌ ଓ ଶଟଡାଉନ୍‌ କଟକଣା ମଧ୍ୟରେ ନକଲି କାର୍ଡ଼ ଧରି ଅମାନିଆମାନେ ବୁଲୁଥିବାରୁ ପୋଲିସ ପାଇଁ ଚିନ୍ତା ବଢି଼ ଯାଇଛି । କେବେଠାରୁ କେତେ ଆଇଡି କାର୍ଡ଼ ଅମାନିଆ ଧରି ବୁଲୁଛନ୍ତି ସେମାନଙ୍କ ଟେର୍‌ ପାଇବା ପୋଲିସ ପାଇଁ ଚାଲେଞ୍ଜ ହେବ । ଏଥି ପାଇଁ ପୋଲିସ ପକ୍ଷରୁ ଏକ ସ୍ପେଶାଲ୍‌ ଡ୍ରାଇଭ୍‌ ଆରମ୍ଭ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ।
Published by: Anand ST Das
First published: May 18, 2021, 11:17 PM IST