ଧରା ପଡ଼ିଲେ ନକଲୀ IPS ଅଫିସର୍ ଶର୍ମିଷ୍ଠା ବେହେରା; ନିଜ ପାଇଁ ଗାଡ଼ି, ଘର ଓ ଚାକର ମାଗୁଥିଲେ

ଏହି ଯୁବତୀ ଭୁବନେଶ୍ଵରରେ ରହି ସଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ l ତାଙ୍କ ଠାରୁ ଖାକି ୟୁନିଫର୍ମ, ନକଲୀ IPS ବ୍ୟାଜ, ନକଲି ବନ୍ଧୁକ, ଓ ନକଲି ପରିଚୟ ପତ୍ର ଜବତ ହୋଇଛି l ତାଙ୍କର ଜଣେ ଭାଇ ପୋଲିସରେ ଅଛନ୍ତି l ନୋଟିସ ଦେଇ ତାଙ୍କୁ ଥାନାରୁ ଛାଡଯାଇଛି l

ଧରା ପଡ଼ିଲେ ନକଲୀ IPS ଅଫିସର୍ ଶର୍ମିଷ୍ଠା ବେହେରା; ନିଜ ପାଇଁ ଗାଡ଼ି, ଘର ଓ ଚାକର ମାଗୁଥିଲେ
ନକଲୀ IPS ଅଧିକାରୀ ଶର୍ମିଷ୍ଠା ବେହେରା ଓ ତାଙ୍କ ଠାରୁ ଜବତ ନକଲୀ IPS ୟୁନିଫର୍ମ
  • News18 Odia
  • Last Updated: April 24, 2020, 6:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ‘‘ହlଲେl... ମୁଁ IPS ଶର୍ମିଷ୍ଠା କହୁଛି l RI (ରିଜର୍ଭ ଇନ୍ସପେକ୍ଟର) କହୁଥିଲେ ତ? ମୁଁ ସେଣ୍ଟ୍ରାଲ ଡେପୁଟେସନରେ ଭୁବନେଶ୍ଵରକୁ ଆସିଛି କୋଭିଡ-୧୯ ଡ୍ୟୁଟି ପାଇଁ l ମୋ’ ପାଇଁ ଗାଡ଼ି, ଘର ଓ ଚାକର ଦରକାର l’’ ଏହି ଫୋନ୍‌ କଲ୍‌ କରି ହରଡ଼ଘଣାରେ ପଡିଛନ୍ତି ଶର୍ମିଷ୍ଠା ବେହେରା ନାମକ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ l

ପୋଲିସ ସ୍କାନରକୁ ଆସିଥିବା ଏହି ଯୁବତୀ ଭୁବନେଶ୍ଵରର ଫରେଷ୍ଟ ପାର୍କ ଅଞ୍ଚଳରେ ରହି ସଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ l ସେ ଏମିତି ଏକ ଫୋନ୍‌ କଲ୍‌ କରି ମିଛରେ ନିଜକୁ ଆଇ.ପି.ଏସ୍‌. ବୋଲି ଜଣେଇବା ପରେ ପୋଲିସ ଅନୁସନ୍ଧାନ ଆରମ୍ଭ କରି ତାଙ୍କ ନିକଟରୁ ଖାକି ବର୍ଦି, ନକଲୀ IPS ବ୍ୟାଜ, ନକଲି ବନ୍ଧୁକ ଓ ପରିଚୟ ପତ୍ର ଜବତ କରିଛି l

ସବୁ ଠାରୁ କୌତୁହଳପ୍ରଦ କଥା ହେଉଛି ଯେତେବେଳେ ଶର୍ମିଷ୍ଠା ଆର୍‌.ଆଇ. ବିଜୟଙ୍କୁ ଫୋନ କଲେ ସେତେବେଳେ ବିଜୟ ତାଙ୍କୁ ଆଇ.ପି.ଏସ. ଭାବି ସମ୍ମାନର ସହ ଫୋନରେ କଥା ହେଉଥିଲେ l  ଏପରିକି କିଛି ପୋଲିସ କର୍ମଚlରୀଙ୍କୁ ଖରାରେ ଡ୍ୟୁଟି ନ ଦେଇ ଅଫିସରେ ଡ୍ୟୁଟି ଦେବାକୁ ଶର୍ମିଷ୍ଠା ଆର୍‌.ଆଇ.ଙ୍କୁ ‘‘ନିର୍ଦ୍ଦେଶ’’ ଦେଇଥିଲେ l

ଶର୍ମିଷ୍ଠା ବେହେରାଙ୍କ ଠାରୁ ଜବତ ନକଲୀ ବନ୍ଧୁକ


ଥରେ ନୁହେଁ କି ଦୁଇ ଥର ନୁହଁ, ସାତ ଥର ଫୋନ ପରେ ଫୋନ କରିଥିଲେ ଶର୍ମିଷ୍ଠା l ଏପରିକି ଭୁବନେଶ୍ଵର ପୋଲିସ୍‌ କମିଶନରେଟର ବରିଷ୍ଠ ଅଧିକାରୀଙ୍କୁ ମଧ୍ଯ ଫୋନ କରି ଅସ୍ତବ୍ୟସ୍ତ କରିଦେଇଥିଲେ ସେ l ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀକୁ ସେ ପ୍ରବେସନରେ ଆସିଛନ୍ତି ଓ କୋଭିଡ-୧୯ର ଡ୍ୟୁଟି କରୁଛନ୍ତି ବୋଲି କହି ବରିଷ୍ଠ ଅଧିକାରୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ୟମ କରିଥିଲେ l ଶେଷରେ ଫୋନ ଟ୍ରାପ କରି ଶର୍ମିଷ୍ଠାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ l ନୋଟିସ ଦେଇ ତାଙ୍କୁ ଥାନାରୁ ଛାଡଯାଇଛି l

ଶର୍ମିଷ୍ଠାଙ୍କୁ ପୋଲିସ ଗିରଫ କରିବା ବେଳେ ତାଙ୍କ ନିକଟରୁ ପୋଲିସର ଖାକି ୟୁନିଫର୍ମ, ନକଲୀ ଆଇପିଏସ ବ୍ୟାଜ, ନେମପ୍ଳେଟ, ଗୋଟେ ନକଲି ବନ୍ଧୁକ, ମୋବାଇଲ ଫୋନ ଓ ନକଲି ପରିଚୟ ପତ୍ର ଜବତ କରାଯାଇଛି l ସବୁଠାରୁ ବଡ଼ କଥା ହେଲା ଶମିଷ୍ଠାଙ୍କର ଜଣେ ଭାଇ ପୋଲିସରେ ଅଛନ୍ତି l କୋରାପୁଟରେ ପୋଷ୍ଟିଂ ପାଇଥିବା ତାଙ୍କ ଭାଇଙ୍କ ବୁଦ୍ଧିରେ ଆସି ଶମିଷ୍ଠା ଏ ଭଳି କାରସାଦି କରିଥିବା ପୋଲିସ କହିଛି l

ନିଜ ଫେସବୁକ ଆକାଉଣ୍ଟରେ ମଧ୍ୟ ଓଡ଼ିଆ ପ୍ରଶାସନିକ ସେବାରେ ସେ ଚାକିରି କରିଥିବା ପୋଷ୍ଟ କରିଛନ୍ତି ଶର୍ମିଷ୍ଠା l ତେବେ ଏ ସବୁ ଫେକ ପୋଷ୍ଟ ବୋଲି କହିଛି ପୋଲିସ l

ଲକଡାଉନ ବେଳେ ଏ ଭଳି ଫୋନ କଲ ଓ ଫେକ ଆଇପିଏସ ଅଫିସରକୁ ନେଇ ଦୁଇ ଦିନ ହେଲା ଘାଣ୍ଟି ଚକଟି ହୋଇଥିଲା କମିଶନରେଟ ପୋଲିସ l ଶେଷରେ ଜଣା ପଡ଼ିଥିଲା ଯେ ଶର୍ମିଷ୍ଠା ମିଛ କହି ନିଜ ପାଇଁ ଘର ଓ ଗାଡ଼ି ପାଇବାକୁ କାରସାଦି କରୁଛନ୍ତି ।
First published: April 24, 2020, 6:21 PM IST
corona virus btn
corona virus btn
Loading