କରୋନା କଟକଣା: ବଦଳିଲା ଭୁବନେଶ୍ୱରରେ ହାଟର ନିୟମ; ଏଣିକି ଜିଗ୍‌ଜାଗ୍ ପଦ୍ଧତିରେ ବସିବ ହାଟ

ୟୁନିଟ୍ ୧ରେ ଥିବା ହୋଲସେଲ୍ ମାର୍କେଟର ନିୟମରେ ବି ପରିବର୍ତ୍ତନ କରାଯାଇଛି । ଭୁବନେଶ୍ୱରରେ ଗତ କିଛି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ଦୈନିକ ୧,୦୦୦ ଉପରେ ରହୁଥିବାରୁ ଗହଳି କମ୍ କରିବାକୁ ଚେଷ୍ଟା କରୁଛି ପ୍ରଶାସନ ।

କରୋନା କଟକଣା: ବଦଳିଲା ଭୁବନେଶ୍ୱରରେ ହାଟର ନିୟମ; ଏଣିକି ଜିଗ୍‌ଜାଗ୍ ପଦ୍ଧତିରେ ବସିବ ହାଟ
ଭୁବନେଶ୍ୱରରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଏହି ନୂଆ ନିୟମ ଜାରି କରାଯାଇଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା ସଂକ୍ରମଣ କମିବାର ନାଁ ଧରୁ ନ ଥିବା ବେଳେ ଏହାକୁ ରୋକିବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ । ବି.ଏମ୍‌.ସି. ଓ କମିଶନରେଟ ପୋଲିସ ମିଳିତ ରଣନୀତି କରି ସହରରେ ହାଟ ନିୟମରେ ପରିବର୍ତ୍ତନ କରିଛନ୍ତି ଓ ହାଟ ଭିତରେ ପୋଲିସ ଚେକିଂ କଡ଼ାକଡି଼ କରିଛି ।

ଏଣିକି ଭୁବନେଶ୍ୱର ହାଟଗୁଡ଼ିକରେ ଜିଗ୍‌-ଜାଗ୍‌‌ ପଦ୍ଧତିରେ ଦୋକାନ ବସିବ । ଅର୍ଥାତ୍‌ ଦୁଇଟି ଦୋକାନ ମଧ୍ୟରେ ମଝିରେ ରହୁଥିବା ଦୋକାନଟି ବନ୍ଦ ରହିବ । ମଙ୍ଗଳବାରଠାରୁ ଲାଗୁ ହେଉଥିବା ଏହି ନିୟମ ଦ୍ୱାରା ଦୋକାନୀ ଓ ଗ୍ରାହକମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହିବ ବୋଲି କହିଛନ୍ତି ବି.ଏମ୍‌.ସି. ଡେପୁଟି କମିଶନର ଅଂଶୁମାନ ରଥ ।

ଏହା ବି ପଢ଼ନ୍ତୁ | ମମତାଙ୍କୁ ଅର୍ଥ ମନ୍ତ୍ରୀ ଉତ୍ତର ଦେଲେ: ପୂର୍ବରୁ COVID ଉପକରଣ ଉପରେ GST ଛାଡ଼ କରାଯାଇ ସାରିଛି

ଭୁବନେଶ୍ୱରରେ ଗତ ବେଶ୍‌ କିଛି ଦିନ ଧରି ପ୍ରତି ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୦୦ ଉପରେ ରହୁଛି । ଲକଡାଉନ୍‌, ସଟଡାଉନ୍‌ ଓ ନାଇଟ କର୍ଫ୍ୟୁ ଲାଗୁ କରିବା ସତ୍ତ୍ୱେ ସଂକ୍ରମଣ ରୋକିବାରେ ସଫଳ ହୋଇନି ବି.ଏମ୍‌.ସି. । ଲୋକଙ୍କୁ ବାରମ୍ବାର ସଚେତନ କରିବା ସତ୍ତ୍ୱେ ସେମାନଙ୍କ ଦୈନନ୍ଦିନ ଚାଲଚଳନରେ କରୋନା ପ୍ରତି ଯଥେଷ୍ଟ ସାବଧାନତା ପରିଲକ୍ଷିତ ହେଉନି।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ପରିବା ହାଟଗୁଡି଼କରେ ଅଧିକ ଗହଳି ଲାଗୁଥିବା ଦେଖାଯାଉଛି ।


‘‘ରାଜଧାନୀରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଆମେ ନୂଆ ନିୟମ ଆଣିଛୁ । ଆମେ ଦେଖୁଛୁ ଯେ ହାଟଗୁଡି଼କରେ ଅଧିକ ଗହଳି ଲାଗୁଛି । ସପ୍ତାହନ୍ତ ସଟଡାଉନର ପୂର୍ବ ଦିନ ଅର୍ଥାତ ଶୁକ୍ରବାର ଓ ସୋମବାର ଅଧିକ ଭିଡ଼଼ ରହୁଛି । ଯେତେ ସଚେତନ କଲେ ମଧ୍ୟ ଲୋକେ ମାନିବାକୁ ନାରାଜ । ତେଣୁ ବାଧ୍ୟ ହୋଇ ଆମେ ହାଟ ନିୟମକୁ କଠୋର କରିଛୁ,’’ କହିଛନ୍ତି ରଥ ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

ୟୁନିଟ୍‌ ୧ରେ ଥିବା ହୋଲସେଲ ମାର୍କେଟର ନିୟମରେ ବି ପରିବର୍ତ୍ତନ କରାଯାଇଛି । ଏଣିକି ପରବର୍ତ୍ତୀ ଘୋଷଣା ହେବା ପର୍ଯ୍ୟନ୍ତ କେବଳ ଭୋର୍‌ ୩ଟାରୁ ସକାଳ ସାଢ଼େ ୬ଟା ମଧ୍ୟରେ ହୋଲସେଲ ବ୍ୟବସାୟୀମାନେ ସେଠାରୁ ପରିବା ନେଇ ପାରିବେ । ସକାଳ ସାଢ଼େ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୁଚୁରା ବ୍ୟବସୟୀମାନେ କିଣିପାରିବେ ପରିବା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

‘‘ଏହି ନୂଆ ସମୟ ତାଲିକା ଦ୍ୱାରା ହାଟରେ ଆଉ ଗହଳି ଦେଖିବାକୁ ମିଳିବନି । ହାଟ ଭିତରକୁ ବାଇକ୍‌ ନେଇ ଯିବାକୁ ବି ଅନୁମତି ଦିଆଯିବ ନାହିଁ । ଏହା ପରେ ଯଦି କେହି ନିୟମ ଭାଙ୍ଗେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି ରଥ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ

ବି.ଏମ୍‌.ସି.ର ଏହି ନୂଆ ନିୟମଗୁଡ଼ିକୁ ଉଭୟ ବ୍ୟବସାୟୀମାନେ ଓ ସାଦାରଣ ଲୋକେ ସ୍ୱାଗତ କରିଛନ୍ତି । ‘‘ଏହି ନିୟମ ଦ୍ୱାରା ଗହଳି କମିବ । ମଙ୍ଗଳବାରଠାରୁ ବି.ଏମ୍‌.ସି. ଯେଉଁ ଜିଗ୍‌-ଜାଗ୍‌ ନିୟମ କରିଛି ସେହି ଅନୁସାରେ ହାଟ ବସିବ । ହାଟକୁ ଆହୁରି ସମ୍ପ୍ରସାରଣ କରାଯିବ । ତା’ ଦ୍ୱାରା ସାମାଜିକ ଦୂରତା ରଖିବା ସମ୍ଭବ ହେବ,’’ କହିଛନ୍ତି କହିଛନ୍ତି କଞ୍ଚା ପରିବା ବ୍ୟବସାୟୀ ସଙ୍ଘର ସଭାପତି କବିରାଜ ସ୍ୱାଇଁ ।



ଏକ ନମ୍ବର ହାଟର ପ୍ରବେଶ ଓ ପ୍ରସ୍ଥାନ ଗେଟ୍‌ ନିକଟରେ ଗହଳି ହେଉଥିବାରୁ ବ୍ୟବସାୟୀ ସଙ୍ଘ ପକ୍ଷରୁ ପ୍ରଶାସନକୁ ୩ ନମ୍ବର ଗେଟ୍‌ ଖୋଲିଦେବା ପାଇଁ ଅନୁରୋଧ କରାଯାଇଛି । ତାହା ହେଲେ ଗହଳି କମିବ ବୋଲି କହିଛନ୍ତି ସ୍ୱାଇଁ ।
Published by: Anand ST Das
First published: May 10, 2021, 10:54 PM IST