News18 Odia Digital
ଭୁବନେଶ୍ୱର: ପୁଣି ଆକ୍ସନ୍ ମୁଡରେ ଦିଶୁଛି କମିଶନରେଟ୍ ପୋଲିସ । ଲୋକଙ୍କୁ ସଚେତନ କରାଇବାର ଦିନକ ପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ପୋଲିସ । ଭୁବନେଶ୍ୱରର ଭିଭିନ୍ନ ହାଟ ଓ ବଜାରଗୁଡି଼କରେ ଅତର୍କିତ ଚଢ଼ାଉ କରି ନିୟମ ଖିଲାପ କରି ଖୋଲାଥିବା ଦୋକାନଗୁଡି଼କ ସିଲ୍ କରିବା ସହ ମାସ୍କ ନ ପିନ୍ଧି ବାହାରକୁ ବାହାରିଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରିଛି ପୋଲିସ ।
ରାଜ୍ୟ ରାଜଧାନୀରେ ସଂକ୍ରମଣ ତଳକୁ ଖସୁ ନ ଥିବାରୁ ସୋମବାର ସକାଳୁ ସକାଳୁ ଅମାନିଆ ରାଜଧାନୀ ବାସିନ୍ଦାକୁ ସାବାଡ଼ କରିଥିଲା ପୋଲିସ । ପ୍ରଥମେ ବାପୁଜି ନଗର ଚଢ଼ାଉ କରିଥିଲା । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନକୁ ଛାଡି଼ ମୋବାଇଲ୍ ଫୋନ୍ ଦୋକାନ ପରି ଖୋଲାଥିବା ଅନ୍ୟ ଦୋକାନଗୁଡି଼କୁ ସିଲ୍ କରିଥିଲା । ତା’ ପରେ ଅଶୋକ ନଗରରେ ଖୋଲାଥିବା ମଧୁମତି ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ସିଲ୍ କରିଥିଲା ପୋଲିସ । କାଉଣ୍ଟରରେ ଅନଲାଇନ୍ ବଦଳରେ ଅଫଲାଇନରେ ବିକ୍ରି ହେଉଥିଲା ମଦ ।
ଏହା ବି ପଢ଼ନ୍ତୁ | କରୋନା ରିଲିଫ୍ ପ୍ୟାକେଜ୍ ଘୋଷଣା କଲେ ଅର୍ଥ ମନ୍ତ୍ରୀ; ₹୭,୫୦୦ କୋଟିର ଗ୍ୟାରେଣ୍ଟେଡ୍ ଋଣ ମିଳିବପଛ ପଟେ ସଟର୍ ଖୋଲି ବ୍ୟବସାୟ କରିବା ମହଙ୍ଗା ପଡି଼ଥିଲା ତାରିଣୀ ବସ୍ତ୍ରାଳୟକୁ । ଆଗ ପଟେ ତାଲା ପକାଇ ଦୋକାନର ପଛ ପଟ ଖୋଲା ରଖି ଚାଲିଥିଲା କାରବାର । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଏହି ଦୋକାନ ଉପରେ ବି.ଏମ.ସି.ର ସେଣ୍ଟ୍ରାଲ୍ ଏନଫୋର୍ସମେଣ୍ଟ୍ ସ୍କ୍ବାର୍ଡ଼ ଚଢ଼ାଉ କରିଥିଲା। ଚଢ଼ାଉ ପରେ ଦୋକାନକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିଲ୍ କରିଥିଲା ବି.ଏମ୍.ସି. ।

ଗୋଟିଏ ଦୋକାନକୁ ବନ୍ଦ କରାଯାଉଛି ।
ନିୟମ ନ ମାନି ଏହି ଦୋକାନକୁ ଆସିଥିବା ଗ୍ରାହକ ପିଛା ୫୦୦ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରାଯାଇଥିଲା । ନିୟମ ଉଲ୍ଲଙ୍ଘନ ମାମଲାରେ ତାରିଣୀ ବସ୍ତ୍ରାଳୟ ଠାରୁ ୭୫ ହଜାର ଟଙ୍କାର ଫାଇନ୍ ବି ଆଦାୟ କରାଯାଇଥିଲା । ପୂର୍ବରୁ ୟୁନିଟ୍-୧ ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ବନ୍ଦ କରାଯାଇଥିବା ବେଳେ ୟୁନିଟ-୪ ମାର୍କେଟ୍ ଓ ବାପୁଜୀ ନଗର ମାର୍କେଟକୁ ମଧ୍ୟ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ‘‘ଆମେ ରାଜଧାନୀର ସବୁ ହାଟ ଉପରେ କଡ଼ା ନଜର ରଖିଛୁ । ଯେଉଁମାନେ କୋଭିଡ ନିୟମ ଉଲ୍ଲଙ୍ଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆୟାଉଛି । ବାରମ୍ବାର ସଚେତନ କରିବା ପରେ ବି ଲୋକେ ମାନୁନାହାନ୍ତି । ବର୍ତ୍ତମାନ କୋଭିଡ ସମ୍ପୂର୍ଣ୍ଣ କମିନାହିଁ । ତେଣୁ ସତର୍କ ରହିବା ଜରୁରୀ । କିନ୍ତୁ ଲୋକେ ଅମାନିଆ ହେଉଥିବାରୁ ଆମେ ଚେକିଂ ଜୋରଦାର୍ କରିଛୁ,’’ କହିଛନ୍ତି ଭୁବନେଶ୍ୱର ଜୋନ୍-୧ ଏ.ସି.ପି. ମାନସ ଗଡ଼ନାୟକ ।
ଏହା ବି ପଢ଼ନ୍ତୁ | ଓଃ, କି ମର୍ମନ୍ତୁଦ ଦୁର୍ଘଟଣା! କିଆ ସେଲ୍ଟୋସ୍ କାର୍ ମଝିରୁ ୨ ଖଣ୍ଡ ହୋଇଗଲା; ୩ ଜଣଙ୍କ ମୃତ୍ୟୁ ହେଲାସପ୍ତାହାନ୍ତ ସଟଡାଉନ୍ ଶେଷ ହେବା ପରେ ସୋମବାର ଦିନ ଭୁବନେଶ୍ୱରର ବିଭିନ୍ନ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । କୋଭିଡ କଟକଣାକୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗରେ ବି.ଏମ୍.ସି. ଓ କମିଶନରେଟ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରାଯାଇଥିଲା । ବି.ଏମ୍.ସି.ର ତିନିଟି ଯାକ ଜୋନରେ ପୋଲିସ ସହାୟତାରେ ଚଢ଼ାଉ ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପୃଥକ ଭାବେ କଡ଼ାକଡି଼ ଯାଞ୍ଚ କରାଯାଇଥିଲା । କଟକ-ପୁରୀ ରୋଡ଼ରେ ୨୦ରୁ ଅଧିକ ଦୋକାନକୁ ସିଲ୍ କରାଯିବା ସହ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ୨ ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ‘‘ରାଜ୍ୟରେ ସଂକ୍ରମଣ ହାର ତଳ ଉପର ହେଉଥିବା ବେଳେ ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସୁନି । ତେଣୁ ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଏବେ ବି.ଏମ୍.ସି. ଓ ପୋଲିସ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ଼ ସଂଖ୍ୟାକୁ ଦ୍ବିଗୁଣିତ କରାଯାଇଛି। ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରାଯାଉଛି,’’ କହିଛନ୍ତି ବି.ଏମ୍.ସି.ର ସହକାରୀ ଆୟୁକ୍ତ ଲିଲନ ପ୍ରସାଦ ସାହୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।