‘‘ମଶାଣି ଧୂଆଁରେ କେମିତି ବଞ୍ଚିବୁ?’’ ଅତିଷ୍ଠ ହେଲେଣି ଭୁବନେଶ୍ୱର ସତ୍ୟ ନଗରର ବାସିନ୍ଦାମାନେ

ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବଗୁଡ଼ିକୁ ଦାହ କରିବା ନିଷେଧ ହୋଇଥିବାରୁ ସତ୍ୟ ନଗର ଶ୍ମଶାନ ଉପରେ ଚାପ ବଢ଼ିଛି । ବି.ଏମ୍.ସି. ନିଜ ପ୍ରତିଶୃତି ସତ୍ତ୍ୱେ ଗଲା ବର୍ଷେ ହେଲା ଦୁଇଟି ନୂଆ ମଶାଣି କାର୍ଯ୍ୟକ୍ଷମ କରିପାରି ନାହିଁ ।

‘‘ମଶାଣି ଧୂଆଁରେ କେମିତି ବଞ୍ଚିବୁ?’’ ଅତିଷ୍ଠ ହେଲେଣି ଭୁବନେଶ୍ୱର ସତ୍ୟ ନଗରର ବାସିନ୍ଦାମାନେ
ସତ୍ୟ ନଗର ମଶାଣିରେ ପ୍ରତି ଦିନ ପାଖାପାଖି ୪୦ଟି ଶବ ଦାହ ହେଉଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଓ ଆଖପାଖ ଅଞ୍ଚଳରେ କୋଭିଡ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ସତ୍ୟ ନଗର ମଶାଣିରେ ଅଧିକାଂଶ ସମୟରେ ଶବ ସତ୍କାର ପାଇଁ ଗହଳି ଲାଗିରହିଛି । ପ୍ରତି ଦିନ ପାଖାପାଖି ୪୦ଟି ଶବ ଦାହ ହେଉଛି ଏଠାରେ । ଗତ ବର୍ଷ ଏମିତି ସ୍ଥିତିକୁ ବିରୋଧ କରି ଅନେକ ଅଭିଯୋଗ କରାଯାଇଥିଲେ ମଧ୍ୟ ଏ ବର୍ଷ ତା’ର ପୁନରାବୃତ୍ତି ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଗଲା ବର୍ଷେ ହେଲା ପଟିଆ ଓ ଖଣ୍ଡଗିରିରେ ମଶାଣି କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ବି ଲୋକେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ରାଜ୍ୟରେ ଗତ ପାଞ୍ଚ ଦିନରେ କୋଭିଡ ୯୩ ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି । ଲକଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ଏକ ପ୍ରକାର ଶୁନଶାନ ହୋଇଯାଇଛି । ତା’ରି ଭିତରେ କିନ୍ତୁ ଚଳଚଞ୍ଚଳ ହୋଇ ଉଠିଛି ସତ୍ୟ ନଗର ମଶାଣି । ଏଠାରେ ଦିନ ରାତି ଜଳୁଛି ଶବ । ଆଉ ବାହାରେ ବସି କାନ୍ଦୁଛନ୍ତି ପରିବାର ଲୋକେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ସତ୍ୟ ନଗର ବାସିନ୍ଦାଙ୍କ କହିବା ଅନୁଯାୟୀ ପ୍ରତି ଦିନ ପ୍ରାୟ ୩୦ରୁ ୪୦ଟି ଶବ ଏଠି ଦାହ କରାଯାଉଥିବାରୁ ଧୂଆଁ ଓ ଗନ୍ଧରେ ଲୋକେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ଗତ ବର୍ଷ ଏହି ସମାନ ସ୍ଥିତି ଉପୁଜିବା ପରେ ବି.ଏମ୍.ସି. କମିଶନର ଏହାର ସମାଧାନ ସ୍ୱରୂପ ପଟିଆ ଓ ଡୁମଡୁମାରେ ଦୁଇଟି ମଶାଣି ତିଆରି ହେଉଥିବା କହିଥିଲେ ବି ସେଗୁଡ଼ିକ ଏବେ ସୁଦ୍ଧା ତିଆରି ହୋଇପାରି ନାହିଁ । ସେଇଥି ପାଇଁ ସତ୍ୟ ନଗରରେ ଗହଳି କମ୍‌ ହେଉ ନାହିଁ । ଇଲେକ୍ଟ୍ରିକ୍‌ କ୍ରିମାଟୋରିୟମ୍‌ ଅଚଳ ପଡ଼ିଥିବାରୁ ଶବ ଦାହରେ ସମୟ ଅଧିକ ଲାଗୁଥିବା ଓ ଅଧିକ ପ୍ରଦୂଷଣ ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସେମାନେ ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

‘‘ଗତ ବର୍ଷ ଯେମିତି ସ୍ଥିତି ଥିଲେ ଆଜି ବି ସେମତି ଅଛି । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଧୂଆଁ ଆଉ ଗନ୍ଧରେ ଆମେ ହନ୍ତସନ୍ତ ହେଉଛୁଁ । ଗଲା ବର୍ଷ ଏ ନେଇ ବି.ଏମ୍.ସି. ଓ ମାନବାଧିକାର କମିଶନଙ୍କ ନିକଟରେ ବାରମ୍ବାର ଆମେ ଅଭିଯୋଗ କରିଥିଲୁ, ହେଲେ କିଛି ଫଳ ମିଳିଲା ନାହିଁ । ଏବେ ଆଉ ଥରେ ଅନୁରୋଧ କରୁଛୁ ଏହାର ସମାଧାନ କରାଯାଉ । ପଟିଆ ଓ ଖଣ୍ଡଗିରି ଶ୍ମଶାନକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯାଉ,’’ କହିଛନ୍ତି ସତ୍ୟ ନଗର ବାସିନ୍ଦା ଅନୁରାଧା ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ବି.ଏମ୍.ସି. ବି ସ୍ୱୀକାର କରିଛି ଯେ ଖଣ୍ଡଗିରିର ଆଇଗିଣିଆରେ ହେବାକୁ ଥିବା ମଶାଣି ନେଇ ସମସ୍ୟା ରହିଥିବାରୁ ତାହା ଏ ପର୍ଯ୍ୟନ୍ତ ତିଆରି ହୋଇପାରିନି । ପଟିଆ ମଶାଣି କାମ ପ୍ରାୟ ଶେଷ ହୋଇଛି ଓ ଏହା ଖୁବ୍‌ ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ । ପୁରୀ ସ୍ୱର୍ଗଦ୍ୱାରରେ ପୁରୀ ଜିଲ୍ଲା ବାହାରୁ ଆସୁଥିବା ଶବଗୁଡ଼ିକୁ ଦାହ କରିବା ନିଷେଧ ହୋଇଥିବାରୁ ସତ୍ୟ ନଗର ଶ୍ମଶାନ ଉପରେ ଚାପ ବଢ଼ିଛି । ସେଠାରେ କ୍ୟାପାସିଟି ଠାରୁ ଅଧିକ ଶବ ଦାହ ହେଉଛି ।



‘‘କୋଭିଡ ପ୍ରୋଟୋକଲ୍‌ ମାନି ଆମେ ଶବ ଦାହ କରୁଥିବାରୁ ସ୍ଥାନୀୟ ଲୋକଙ୍କ ପାଇଁ କୌଣସି ବିପଦ ନାହିଁ । ଆମେ ପଟିଆ ମଶାଣିକୁ ଖୁବ୍‌ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଚେଷ୍ଟା କରୁଛୁ । ପୁରୀ ସ୍ୱର୍ଗଦ୍ୱାର ପରେ ଏବେ ସତ୍ୟ ନଗର ଉପରେ ଲୋକେ ଭରସା କରିଛନ୍ତି । ତେଣୁ ସ୍ୱାଭାବିକଠାରୁ ଅଧିକ ଭିଡ଼ ହେଉଛି । ପଟିଆ ଶ୍ମଶାନକୁ ଶୀଘ୍ର କାର୍ଯ୍ୟକ୍ଷମ କରି ସତ୍ୟ ନଗର ଶ୍ମଶାନ ଉପରୁ ଭିଡ଼ କମାଇବାକୁ ଆମେ ଚେଷ୍ଟା କରୁଛୁ,’’ କହିଛନ୍ତି ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।
Published by: Anand ST Das
First published: May 10, 2021, 11:42 PM IST