କରୋନା ଭାଇରସ୍ ସଂକ୍ରମଣର ଭୟ ଏତେ ଅଧିକ ଯେ ଏବେ ଭୁବନେଶ୍ୱରିଆଙ୍କୁ ଗାଁ ବାରଣ

ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୯୪ ଜଣ ସଂକ୍ରମିତ ଲୋକଙ୍କ ଭିତରୁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କ ସଂଖ୍ୟ ୪୬ । ରାଜ୍ୟରେ ଏକ ମାତ୍ର ମୃତ୍ୟୁ ବରଣ କରିଥିବା କରୋନା ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱର ବାସିନ୍ଦା ।

କରୋନା ଭାଇରସ୍ ସଂକ୍ରମଣର ଭୟ ଏତେ ଅଧିକ ଯେ ଏବେ ଭୁବନେଶ୍ୱରିଆଙ୍କୁ ଗାଁ ବାରଣ
ନିଜ ଘରକୁ ଯାଇ ନ ପାରି ଭୁବନେଶ୍ୱରର ଏଠିସେଠି ସମୟ କାଟୁଛନ୍ତି ସନ୍ତୋଷ ସ୍ୱାଇଁ ।
  • News18 Odia
  • Last Updated: April 24, 2020, 8:00 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ରାଜ୍ୟର ସବୁ ଠାରୁ ଅଧିକ ସଂଖ୍ୟକ କରୋନା ଭାଇରସ୍‌ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଏଠି ରହୁଥିବା ଲୋକଙ୍କ ପାଇଁ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ନିଜ ଗାଆଁକୁ ଫେରିବା ଏକ ପ୍ରକାର କଷ୍ଟସାଧ୍ୟ କାର୍ଯ୍ୟରେ ପରିଣତ ହୋଇଛି । ବାସ୍ତବରେ ଏମିତି ରୋକ ଲାଗିଛି ଭୁବନେଶ୍ୱରରେ ରହୁଥିବା ଅନେକ ଲୋକଙ୍କ ଉପରେ । ଘରେ ଅତ୍ୟାବଶ୍ୟକ କାମ ଥିଲେ ବି କରୋନା ସଂକ୍ରମଣ ଭୟରେ ନିଜ ଗାଁକୁ ଯିବାକୁ ସେମାନଙ୍କୁ ବାରଣ ।

ଭୁବନେଶ୍ୱରିଆଙ୍କୁ ଗାଁ ବାରଣ ହେବା ପଛରେ କାରଣ ବି ଅଛି । ଏବେ ସୁଦ୍ଧା ରାଜ୍ୟରେ ଚିହ୍ନଟ ହୋଇଥିବା ୯୪ ଜଣ ସଂକ୍ରମିତ ଲୋକଙ୍କ ଭିତରୁ କେବଳ ଭୁବନେଶ୍ୱର ବାସିନ୍ଦାଙ୍କ ସଂଖ୍ୟ ୪୬ । ରାଜ୍ୟରେ ଏକ ମାତ୍ର ମୃତ୍ୟୁ ବରଣ କରିଥିବା କରୋନା ଆକ୍ରାନ୍ତ ମଧ୍ୟ ଭୁବନେଶ୍ୱର ବାସିନ୍ଦା । ଏହି କାରଣରୁ ହୁଏତ ଆଗରୁ ଭୁବନେଶ୍ୱର ବାସିନ୍ଦା କହିଲେ ସମ୍ମାନ ମିଳୁଥିବା ବେଳେ ଏବେ ମିଳୁଛି ହତାଦର । ଭୁବନେଶ୍ୱର ଆସିବାକୁ ତ ଲୋକେ ଡରୁଛନ୍ତି । ତା’ ସହିତ କୌଣସି ଭୁବନେଶ୍ୱର ଲୋକ ନିଜ ଗାଁକୁ ଫେରିବା ଉପରେ ଅଘୋଷିତ କଟକଣା ଉନୁଭବ କରୁଛନ୍ତି ।

ଭୁବନେଶ୍ୱର ଉପକଣ୍ଠ ପାହାଳରେ ଏକ ଘରୋଇ ତେଲ ଟାଙ୍କିରେ କାମ କରନ୍ତି ଜଗତସିଂହପୁର ଜିଲ୍ଲାର ବାସିନ୍ଦା ସନ୍ତୋଷ ସ୍ୱାଇଁ। ଘରେ ପତ୍ନୀ, ଗୋଟିଏ ପୁଅ ଓ ଗୋଟିଏ ଝିଅ । ଗତ ମାର୍ଚ୍ଚ ମାସ ୧୩ ତାରିଖରେ ସେ ଘରୁ ଭୁବନେଶ୍ୱର ଆସିଥିଲେ । ହେଲେ ତା’ର ପ୍ରାୟ ଗୋଟିଏ ସପ୍ତାହ ଭିତରେ ଭୁବନେଶ୍ବରରେ ଲକଡାଉନ ଘୋଷଣା ହେଲା । ଆଉ ସେବେ ଠାରୁ ସନ୍ତୋଷଙ୍କ ଘରକୁ ଯିବା ବନ୍ଦ । ଗାଡ଼ି ଚଳାଚଳ ବନ୍ଦ କାରଣରୁ ନୁହେଁ, ଗାଁ ଭିତରକୁ ତାଙ୍କୁ ପଶିବାକୁ ବାରଣ ।

‘‘ମୁଁ ଅନେକ ଚେଷ୍ଟା କରି ମଧ୍ୟ ଗାଁକୁ ଯାଇ ପାରୁନି । କାରଣ ମୋ’ ପଛରେ ଟ୍ୟାଗ ଲାଗିଯାଇଛି ଯେ ମୁଁ ଭୁବନେଶ୍ୱର ବାସିନ୍ଦା । ଗାଁ ଭିତରକୁ ଗଲେ କରୋନା ବ୍ୟାପିବ। ସେଥି ପାଇଁ ମତେ ଗାଁକୁ ପୂରାଇ ଦିଆଗଲା ନାହିଁ । ଘରେ ମୋ’ ସ୍ତ୍ରୀ ଓ ଛୁଆପିଲାମାନେ ଅସୁବିଧା ଭୋଗୁଛନ୍ତି, ହେଲେ ମୁଁ ସେମାନଙ୍କ ପାଖକୁ ଟିକେ ଯାଇପାରୁନି । ମୋ’ ପୁଅର ଆଖି ରୋଗ ଅଛି । ଦିନକୁ ଦିନ ତା’ ଆଖି ଅଧିକ ଖରାପ ହେଉଛି, ହେଲେ ମୁଁ କିଛି କରିପାରୁନି,’’ କହିଛନ୍ତି ସ୍ୱାଇଁ ।

ସମାନ ଅବସ୍ଥା ଭୁବନେଶ୍ୱର ଝାରପଡ଼ା ବାସିନ୍ଦା ଶୁକଦେବ ନାୟକଙ୍କର।  ଶୁକଦେବଙ୍କ ଘର ନିଶ୍ଚିନ୍ତକୋଇଲି। ଭୁବନେଶ୍ୱରରେ ଏକ ଘରୋଇ ବିଲଡର କମ୍ପାନୀରେ କାମ କରନ୍ତି । ଝାରପଡାରେ ରହୁଥିବାରୁ ତାଙ୍କୁ ବି ଗାଁ ଯିବା ମନା ।

‘‘ଏଠି ମୋ’ ପାଖରେ ଖାଇବାକୁ ଟଙ୍କା ନାହିଁ । ସେପଟେ ଗାଁକୁ ଯିବା ବାରଣ । ଗାଁ ଭିତରେ ମୋତେ ପୂରେଇ ଦିଆଯାଉନାହିଁ । ମୁଁ କଣ କରିବି? ପାଗଳ ପ୍ରାୟ ହୋଇ ଗଲିଣି,’’ କହିଛନ୍ତି ନାୟକ ।
First published: April 24, 2020, 8:00 PM IST
corona virus btn
corona virus btn
Loading