ଏବେ ଭୁବନେଶ୍ୱର ରେଳ ଷ୍ଟେସନରେ ଯାତ୍ରୀଙ୍କୁ ଜଗିବ ‘ଆତ୍ମା’; ଏହି ମେସିନ୍ କରିପାରିବ ଚାରିଟି କାମ

ଏହି ମେସିନ୍ ଲାଗିଯିବା ଦ୍ୱାରା ଅଧିକୃତ ଯାତ୍ରୀମାନେ ହିଁ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଓ କୋଭିଡ-୧୯ ସଂକ୍ରମଣର ପ୍ରସାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ରେଳ ଅଧିକାରୀମାନେ ।

ଭୁବନେଶ୍ୱର ରେଳ ଷ୍ଟେସନରେ ଲାଗିଥିବା ‘ଆତ୍ମା’ ମେସିନ୍

ଭୁବନେଶ୍ୱର ରେଳ ଷ୍ଟେସନରେ ଲାଗିଥିବା ‘ଆତ୍ମା’ ମେସିନ୍

  • Share this:
News18 Odia Digital

ଭୁବନେଶ୍ୱର: କରୋନା କାଳରେ ରେଳ ଯାତ୍ରୀଙ୍କୁ ଯାଞ୍ଚ କରିବା ପାଇଁ ଏକ ନୂଆ ବ୍ୟବସ୍ଥା ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହୋଇଛି । ‘ଆତ୍ମା’ ବା ଅଟୋମେଟେଡ଼ ଟିକେଟ୍‌ ଚେକିଂ ଆଣ୍ଡ୍‌ ମ୍ୟାନେଜିଙ୍ଗ ଆକ୍ସେସ୍‌ ମେସିନ୍‌ ଦ୍ୱାରା ଏଣିକି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ହେବ। ଯେଉଁ ଯାତ୍ରୀମାନେ ଟ୍ରେନରେ ଯିବା ପାଇଁ ରେଳ ଷ୍ଟେସନକୁ ଆସୁଛନ୍ତି, ସେମାନଙ୍କୁ ଏହି ଆତ୍ମା ମେସିନ ଦ୍ୱାରା ଯାଞ୍ଚ କରାଯିବ ।

ଆତ୍ମା ସିଷ୍ଟମର ଚାରୋଟି ବୈଶିଷ୍ଟ୍ୟ ଅଛି । ଏଥିରେ ଆଇ.ଆର୍.ସି.ଟି.ସି. (IRCTC) ଆଧାରିତ ଟ୍ରେନ୍ ଟିକେଟର କ୍ୟୁ.ଆର୍. (QR) କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍ ଲାଗିଛି । ଏଥିରେ ଗୋଟିଏ ସ୍ପିକର ଅଛି ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ନିଜ ପି.ଏନ୍.ଆର୍. (PNR) ନମ୍ବର୍‌ କହିପାରିବେ । ଏଥିରେ ଗୋଟିଏ ତାପମାତ୍ରା ସ୍କାନର୍ ବି ଅଛି ଯାହା ଦ୍ଵାରା ଯାତ୍ରୀଙ୍କ ଶରୀରର ତାପମାତ୍ରା ମପାଯାଇପରିବ । ତା’ ସହ ଅଥିରେ ଏକ କ୍ୟାମେରା ବି ଲାଗିଛି ଯାହା ଯାତ୍ରୀ ମାସ୍କ୍‌ ପିନ୍ଧିଛନ୍ତି କି ନାହିଁ ତାହା ନିଶ୍ଚିତ କରିବ ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

ରେଳ ଷ୍ଟେସନରେ ଟିକେଟ୍ ଯାଞ୍ଚ କାର୍ଯ୍ୟରେ ନିୟୋଜିତ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱ ରଖି ଏହି ଚାରୋଟି ମାନଦଣ୍ଡ ଉପରେ ନଜର ରଖିବେ । ଏହି ବ୍ୟବସ୍ଥା ଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଓ କୋଭିଡ-୧୯ ସଂକ୍ରମଣର ପ୍ରସାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ରେଳ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଶେଷ VIDEO: ଟ୍ରକ୍ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ କାରରେ ଥିବା ଗୋଟିଏ ପରିବାରର ୧୦ ଜଣଙ୍କ ମୃତ୍ୟୁ

‘‘କୋଭିଡ ସମୟରେ ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ପ୍ରତି ଦିନ ଶହ ଶହ ଯାତ୍ରୀ ଟ୍ରେନରେ ଯିବାଆସିବା କରୁଛନ୍ତି । ସେମାନଙ୍କ ଉପରେ ନଜର ରଖୁଛନ୍ତି ଟି.ଟି.ଆଇ.ମାନେ । ହେଲେ ଏଭଳି ସମୟରେ ସେମାନେ ଯାତ୍ରୀଙ୍କ ମଧ୍ୟରେ ରହିବା ସଙ୍କଟପୂର୍ଣ୍ଣ ହୋଇପଡ଼ିଥିବାରୁ ଏଣିକି ଯେଉଁ ସବୁ କାମ ଟି.ଟି.ଆଇ.ମାନେ କରୁଥିଲେ ସେସବୁକୁ ଏହି ଆତ୍ମା ମେସିନ୍‌ କରିବ । ବିଶେଷ କରି ଯାତ୍ରୀମାନଙ୍କ ଟିକେଟ ଯାଞ୍ଚ କରିବା ଓ ସେମାନଙ୍କ ଦେହର ତାପମାତ୍ରା ମାପିବା ଆଦି କାମଗୁଡି଼କ ସହଜ ହେବ,’’ କହିଛନ୍ତି ଭୁବନେଶ୍ୱର ରେଳ ଷ୍ଟେସନର ନିର୍ଦ୍ଦେଶକ  ଚିତ୍ତରଞ୍ଜନ ନାୟକ ।

ଏହା ବି ପଢ଼ନ୍ତୁ | SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍ ରିୟା

ଆହି ଆତ୍ମା ମେସିନକୁ ପାରାଦୀପ ଫସପେଟ୍ସ ଲିମିଟେଡ୍ (ପିପିଏଲ୍) ଦ୍ଵାରା ନିଜ କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସି.ଏସ୍.ଆର୍‌.) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ରେଳ ଷ୍ଟେସନକୁ ଯୋଗାଇ ଦିଆଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ

‘‘ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ଏହି ମେସିନକୁ କିଣାଯାଇଛି । ଶୀଘ୍ର ଆଉ ଏକ ଆତ୍ମା ସିଷ୍ଟମ୍‌ ମେସିନ୍‌ ଆମେ ପୁରୀ ରେଳ ଷ୍ଟେସନରେ ଲଗାଇବୁ । ଭିସା ଷ୍ଟିଲ୍‌ ଲିମିଟେଡ, କଳିଙ୍ଗ ନଗର, ଯାଜପୁର, ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ୍‌ ରେଳ ଷ୍ଟେସନରେ ବି ଏମିତି ଏକ ମେସିନ୍‌ ସ୍ଥାପନ କରାଯିବ । ପରୀକ୍ଷାମୂଳକ ଭାବେ ଏବେ ଏହା କାମ କରିବ । ସଫଳ ହେଲେ ଆଗକୁ ଏମିତି ଅଧିକ ମେସିନ୍‌ ଲଗାଯିବ,’’ କହିଛନ୍ତି ପାରାଦ୍ୱୀପ ଫସଫେଟ୍ସ ଲିମିଟେଡ଼ର କର୍ପୋରେଟ ବ୍ୟାପାର ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର ।

ଏହା ବି ପଢ଼ନ୍ତୁ | ଜୁ୍ନ୍ ୩୦ ପୂର୍ବରୁ ଆଧାର PAN କାର୍ଡ଼ ଲିଙ୍କ୍ କଲେ ଜୋରିମାନା ହେବ; କେମିତି କରିବେ ଜାଣନ୍ତୁ

ଏ ପର୍ଯ୍ୟନ୍ତ ଅଧିକାଂଶ ସମୟରେ  କୋଭିଡ ବାହାନା ଦେଖେଇ ଯାତ୍ରୀମାନେ ଟି.ଟି.ଆଇ.ଙ୍କ ଠାରୁ ଖସି ଯାଉଥିବା ଦେଖାଯାଉଥିଲା । ଏବେ ସେମିତି ଯାତ୍ରୀମାନଙ୍କ ପାଇଁ ଏହି ମେସିନ ପାଲଟିବ ସତର୍କ ଘଣ୍ଟି ।



‘‘ଏହା ଦ୍ୱାରା କୋଭିଡ ସମୟରେ ସାମାଜିକ ଦୂରତା ରହିବ । ଆମେ ବିନା କୌଣସି ଛୁଆଁରେ ନିଜ ଟିକେଟ୍‌ ଚେକିଂ କରାଇପାରିବୁ । ଏହା ଫଳରେ ଆମେ ନିଜକୁ ଟି.ଟି.ଆଇ.ଙ୍କଠାରୁ ବି ଦୁରେଇ ରଖିପାରିବୁ । ତେଣୁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ,’’ କହିଛନ୍ତି ଜଣେ ଯାତ୍ରୀ ।
Published by:Anand S.T. Das
First published: