ଲକଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସୁବିଧା ପାଇଁ ହ୍ଵାଟସ୍ଆପ ଗୃପ୍ ବନେଇଲା ପୋଲିସ

ଏହି ଗୃପରେ ଅଛନ୍ତି ରାଜ୍ୟର ୧୯୪ଟି ଭିନ୍ନ ଭିନ୍ନ ବ୍ୟବସାୟୀ ମହାସଙ୍ଘର କର୍ମକର୍ତ୍ତା l ଗୃପର ଆଡ଼ମିନିଷ୍ଟ୍ରେଟର୍ ଅଛନ୍ତି ଭୁବନେଶ୍ଵର ଜୋନ୍ ୧ର ଏସିପି ମାନସ ଗଡନାୟକ l

ଲକଡାଉନରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ସୁବିଧା ପାଇଁ ହ୍ଵାଟସ୍ଆପ ଗୃପ୍ ବନେଇଲା ପୋଲିସ
ପୋଲିସ୍ ଦ୍ୱାରା ତିଆରି ହୋଇଥିବା ହ୍ୱାଟସଆପ୍ ଗୃପର ପ୍ରୋଫାଇଲ୍ ଛବି
  • News18 Odia
  • Last Updated: April 13, 2020, 10:16 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ବେଳେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ହ୍ଵାଟସ୍‌ଆପର ସହାୟତା ନେଇଛି କମିଶନରେଟ୍‌ ପୋଲିସ l ରାଜ୍ୟର ସମସ୍ତ ବ୍ୟବସାୟୀ ମହାସଙ୍ଘ, କଞ୍ଚା ପନିପରିବା ମହାସଙ୍ଘ, ଏଲପିଜି ଡିଷ୍ଟ୍ରିବ୍ୟୁଟର ଓ ପେଟ୍ରୋଲିୟମ ଡିଲର ମହାସଙ୍ଘକୁ ଏକାଠି କରି ପୋଲିସ ତିଆରି କରିଛି ଏକ ହ୍ଵାଟସଆପ୍‌ ଗୃପ l

ଏହି ଗୃପରେ ଅଛନ୍ତି ରାଜ୍ୟର ୧୯୪ଟି ଭିନ୍ନ ଭିନ୍ନ ବ୍ୟବସାୟୀ ମହାସଙ୍ଘର କର୍ମକର୍ତ୍ତା l ଗୃପର ଆଡ଼ମିନିଷ୍ଟ୍ରେଟର୍‌ ଅଛନ୍ତି ଭୁବନେଶ୍ଵର ଜୋନ ୧ର ଏସିପି ମାନସ ଗଡନାୟକ l ଉଦ୍ଦେଶ୍ୟ କେବଳ ଲକଡାଉନ ସମୟରେ ଲୋକଙ୍କ ପାଖରେ କିଭଳି ଅତ୍ୟାବଶ୍ୟକ ସାମଗ୍ରି ପହଞ୍ଚିପାରିବ ତା’ର ସୁବିଧା କରାଇବା l

ଲକଡାଉନ ବେଳେ ଟୁଇନ ସିଟି ବାସିନ୍ଦାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ସୁବିଧାରେ ମିଳିବ ସେଥି ପାଇଁ ତିଆରି ହୋଇଥିବା ଏହି ଗୃପର ନାଆଁ ରହିଛି ‘କମଡିଟି ଫେସିଲେଟର ଗୃପ୍‌’ l

ଲକଡାଉନ ଲାଗୁ ହେବା ପରେ ପନିପରିବା ଦୋକାନଗୁଡ଼ିକ ଖୋଲିବା ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା l ସାମାଜିକ ଦୂରତା ପାଇଁ ପନିପରିବା ଓ ମାଛ  ଦୋକାନଗୁଡ଼ିକ ବାରମ୍ଵାର ଉଠାଯାଉଥିଲା l ପୋଲିସର ନାକାବନ୍ଦି ପାଇଁ ଆଳୁ, ପିଆଜ ଓ ତେଜରାତି ସାମଗ୍ରୀ ବୋଝେଇ ଟ୍ରକ ଗୁଡ଼ିକର ଯିବା ଆସିବାରେ ଅସୁବିଧା ହେଉଥିଲା  l ଏହାର ପ୍ରଭାବ ଖାଉଟିଙ୍କ ଉପରେ ସିଧା ସଳଖ ପଡ଼ିଥିଲା l

ଟ୍ରକମାନଙ୍କର ଆସିବା ଓ ଯିବା ପାଇଁ ବାରମ୍ଵାର ପୋଲିସ ପାଖକୁ ଧାଇଁବାକୁ ପଡ଼ୁଥିଲା l ଉଚ୍ଚପଦସ୍ଥ ଅଧୀକାରିଙ୍କ ପାଖରେ ଗୁହାରି କରିବାକୁ ପଡ଼ୁଥିଲା l ହେଲେ ଏବେ ଏହି ଗୃପ ତିଆରି ପରେ ଅତ୍ୟାବଶ୍ୟକ ସାମଗ୍ରୀର ଗାଡ଼ିଗୁଡ଼ିକ ସହରର ଭିତରକୁ ବିନା ଅସୁବିଧାରେ ଆସିପାରୁଛି l କେଉଁଠି ଅସୁବିଧl ହେଲେ ଗୃପରେ ତାହା ଜଣାଇଲେ ଏସିପି  ସଙ୍ଗେସଙ୍ଗେ ତାର ସମାଧାନ କରୁଛନ୍ତି l କେବଳ କେନ୍ଦ୍ରାପଡ଼ା ଏବଂ ବୌଦ୍ଧକୁ ଛାଡ଼ିଦେଲେ ଅନ୍ୟ ସବୁଠି ଅତ୍ୟାବଶ୍ୟକ ସାମଗ୍ରୀ ସୁବିଧାରେ ପହଞ୍ଚୁଥିବା କହିଛନ୍ତି ଓଡିଶା ବ୍ୟବସାୟୀ ମହାସଙ୍ଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା l

ଏସିପି ମାନସ ଗଡନାୟକ କହିଛନ୍ତି ଯେ ଏବେ କଞ୍ଚା ପନିପରିବା, ତେଜରାତି ସାମଗ୍ରୀ ଓ ଗ୍ୟାସ୍‌ ମିଳିବାରେ କୌଣସି ଅସୁବିଧା ନାହିଁ l ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ଏହି ହ୍ଵାଟସଆପ୍‌ ଗୃପ ତିଆରି ହୋଇଛି l

‘‘କରୋନା ସଂକ୍ରମଣର ଭୟ ଥାଇ ମଧ୍ୟ ଆମ ଡିଷ୍ଟ୍ରିବ୍ୟୁଟରମାନେ ଖାଉଟିଙ୍କୁ ଡୋର ଟୁ ଡୋର ଗ୍ୟାସ ଯୋଗାଇ ଦେଉଛନ୍ତି l ସେମାନେ ମୁହଁରେ ମାସ୍କ ଓ ହାତରେ ସାନିଟାଇଜର ଲଗାଇ ଗ୍ୟାସ ଯୋଗାଇ ଦେଉଛନ୍ତି,’’ କହିଛନ୍ତି ଏଲପିଜି ଡିଷ୍ଟ୍ରିବ୍ୟୁଟର ମହାସଙ୍ଘର ସଭାପତି ଶ୍ୟାମାବଲ୍ଲଭ ମହାପାତ୍ର ।
First published: April 13, 2020, 10:15 PM IST
corona virus btn
corona virus btn
Loading