ଲକ୍‌ଡାଉନ୍: ଭୁବନେଶ୍ବର ଉପକଣ୍ଠରେ ପୋଲିସ୍‌ର ବ୍ଲକିଙ୍ଗ୍ ଓ ଚେକିଂ ଜୋର୍‌ଦାର୍ ହେଉଛି; ଅମାନିଆ ସାବଧାନ!

ଲକଡାଉନର ପ୍ରଥମ ପାଞ୍ଚ ଦିନରେ କମିଶନରେଟ ପୋଲିସ୍ ଭୁବନେଶ୍ୱରରେ ଅମାନିଆଙ୍କଠାରୁ ୨.୫୭ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛି । ଅନେକ ଗାଡ଼ି ବି ଜବତ ହୋଇଛି । ସୋମବାରଠାରୁ ଏହି ଅଭିଯାନ ଜୋରଦାର ହେବ ।

ଲକ୍‌ଡାଉନ୍: ଭୁବନେଶ୍ବର ଉପକଣ୍ଠରେ ପୋଲିସ୍‌ର ବ୍ଲକିଙ୍ଗ୍ ଓ ଚେକିଂ ଜୋର୍‌ଦାର୍ ହେଉଛି; ଅମାନିଆ ସାବଧାନ!
ଲିଙ୍ଗିପୁର ଛକ ଓ ଉତ୍ତରା ଛକରେ ରବିବାର ପୋଲିସ ଚେକିଂ କଡ଼ା ଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ, ବିଶେଷ କରି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ, କୋଭିଡ଼ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ସଂକ୍ରମଣକୁ ରୋକିବା ଲାଗି ସହରର ଉପକଣ୍ଠସ୍ଥ ଅଞ୍ଚଳରେ ଚେକିଂକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ । ବିଶେଷ କରି ସହର ଭିତରକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛି ପୋଲିସ । ବିନା କାରଣରେ ରାସ୍ତାରେ ବୁଲୁଥିବା ଆଇନ ଉଲ୍ଲଙ୍ଘନକାରୀମାନଙ୍କଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ଛି ପୋଲିସ ।

ପୂର୍ବ ନିଷ୍ପତ୍ତି ଅନୁସାରେ ରବିବାର ଦିନ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ରହିଥିବାରୁ  ଚେକିଂ ଓ ବ୍ଲକିଂକୁ ଜୋରଦାର କରାଯାଇଥିଲା । ପୋଲିସର ସୂଚନା ଅନୁସାରେ ୫ ତାରିଖରୁ ସାରା ରାଜ୍ୟରେ ଆରମ୍ଭ ହୋଇଥିବା ଲକଡାଉନ୍‌ କାଳରେ କମିଶନରେଟ ପୋଲିସ୍‌ ମୋଟ ୨,୫୧୭ ଜଣ ଲୋକଙ୍କଠାରୁ ୨.୫୭ ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଆଦାୟ କରିଛି । ଏଥି ସହିତ ଅନେକ ଗାଡ଼ି ମଧ୍ୟ ଜବତ କରିଛି ପୋଲିସ । ସୋମବାରଠାରୁ ଏହି ଅଭିଯାନ ଜୋରଦାର ହେବ ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଛକ ଓ ଉତ୍ତରା ଛକରେ ରବିବାର ପୋଲିସ ଚେକିଂ କଡ଼ା ଥିଲା । ସହର ଭିତରେ ସବୁ ମୁଖ୍ୟ ଛକ ସହିତ ପୁରୀକୁ ସଂଯୋଗ କରୁଥିବା ମୁଖ୍ୟ ଜଗନ୍ନାଥ ସଡ଼କରେ ଭୁବନେଶ୍ୱର ଭିତରକୁ ଆସୁଥିବା ଗାଡ଼ି ଓ ବାଇକ୍‌କୁ ପୋଲିସ ତନ୍ନ ତନ୍ନ କରି ଯାଞ୍ଚ କରିଥିଲା । ଚେକିଂରେ ସାମିଲ ହୋଇଥିଲେ ବିଭିନ୍ନ ଥାନାର ଅଫିସର୍‌ ଓ କର୍ମଚାରୀମାନେ । ବରିଷ୍ଠ ପୋଲିସ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | କର୍ଫ୍ୟୁ ବେଳେ ଗର୍ଲଫ୍ରେଣ୍ଡକୁ ଭେଟିବାକୁ ମୁମ୍ବାଇ ପୋଲିସକୁ ଅନୁରୋଧ କଲା ଯୁବକ; ମିଳିଲା ଏହି ଜବାବ

ବିନା କାରଣରେ ବହୁ ଲୋକ ରାସ୍ତାରେ ବୁଲୁଥିବା ପୋଲିସ ଚେକିଂରୁ ସ୍ପଷ୍ଟ ହୋଇଥିଲା ।


ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

ବିଶେଷ କରି ଯେଉଁମାନେ ବିନା କାରଣରେ ରାସ୍ତାରେ ଯାତାୟତ କରୁଛନ୍ତି ଓ କୋଭିଡ଼ ସଂକ୍ରମଣକୁ ବ୍ୟାପିବାରେ ବାହକ ସାଜୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବା ପାଇଁ ଏଭଳି ଚେକିଂ ଜୋରଦାର କରାଯାଇଥିବା କୁହାଯାଇଥିଲା ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

‘‘ସହର ଭିତରେ ଏକାଧିକ ସ୍ଥାନରେ ଚେକିଂ ହେଉଥିବାରୁ ଲୋକେ ଅନେକ ମାତ୍ରାରେ ସଚେତନ ହେଲେଣି । କିନ୍ତୁ ସହର ବାହାରେ ଲୋକେ ଏବେ ବି ଅମାନିଆ ହୋଇ ରହିଛନ୍ତି । ପ୍ରଶାସନର କଟକଣାକୁ ସେମାନେ ବେଖାତିର କରୁଛନ୍ତି । ତେଣୁ ରବିବାର ଟିକାକରଣ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ସହର ଉପକଣ୍ଠ ଚେକିଂ ଉପରେ ଗୁରୁତ୍ୱ ଦିଆଯାଉଥିଲା,’’ କହିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ଦୟାନିଧି ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

ମେ ୫ ତାରିଖରୁ ସାରା ରାଜ୍ୟରେ ଲକଡାଉନ୍‌ ସହିତ ସପ୍ତାହନ୍ତ ସଟଡାଉନ୍‌ ଲାଗୁ ହୋଇଛି । ସଟଡାଉନ ସମୟରେ ବି ବିନା କାରଣରେ ବହୁ ସଂଖ୍ୟକ ଲୋକ ରାସ୍ତାରେ ବୁଲୁଥିବା ପୋଲିସ ଚେକିଂରୁ ସ୍ପଷ୍ଟ ହୋଇଥିଲା । ତେଣୁ ପୋଲିସ ଏମିତି ଲୋକଙ୍କଠାରୁ ଫାଇନ ଆଦାୟ କରୁଥିବା ବେଳେ ଅନେକଙ୍କୁ ଚେତାବନୀ ଦେଇ ଛାଡ଼ୁଥିବା ଦେଖିବାକୁ ମିଳିଥିଲା । କୋଭିଡ଼ ସଂକ୍ରମଣର ଚେନ୍‌କୁ ରୋକିବା ପାଇଁ ପୋଲିସ ଚେକିଂକୁ ଅନେକ ପସନ୍ଦ କରୁଛନ୍ତି ।



‘‘ମୁଁ ନିୟମ ଭାଙ୍ଗିଥିବାରୁ ଫାଇନ୍‌ ଦେଲି । କିନ୍ତୁ ପୋଲିସର କାର୍ଯ୍ୟ ପ୍ରଶଂସନୀୟ,’’ କହିଛନ୍ତି ଭୁବନେଶ୍ୱରରେ ଆଇନ ଉଲ୍ଲଙ୍ଘନ କରି ଜରିମାନା ଭରିଥିବା ଯୋଗେଶ ଦାସ ।
Published by: Anand ST Das
First published: May 9, 2021, 10:15 PM IST