କରୋନା ମୁକାବିଲା: କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ମାସିକ ୪୫ ଲକ୍ଷ ଟଙ୍କାର ଇନ୍ଧନ

କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା l ଆପରାଧିକ ଘଟଣାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ VIP ସୁରକ୍ଷା ଭଳି ରୁଟିନ କାର୍ଯ୍ୟକୁ ଛାଡ଼ିଦେଲେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ପୋଲିସର ରହୁଛି ଏକ ବଡ଼ ଭୂମିକା l

କରୋନା ମୁକାବିଲା: କେବଳ ପାଟ୍ରୋଲିଂରେ ଭୁବନେଶ୍ୱର ପୋଲିସ ଖର୍ଚ୍ଚ କରୁଛି ମାସିକ ୪୫ ଲକ୍ଷ ଟଙ୍କାର ଇନ୍ଧନ
ରାଜଧାନୀର ୨୨ଟି ଥାନାରେ ରହିଛି ୩୫ଟି ପିସିଆର l
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ଓ ସଟଡାଉନ ବେଳେ ପାଟ୍ରୋଲିଂ ପାଇଁ କମିଶନରେଟ ପୋଲିସକୁ ମିଳିଛି ଅତିରିକ୍ତ ଗାଡ଼ି ଓ ଖର୍ଚ୍ଚ ହେଉଛି ଅତିରିକ୍ତ ଇନ୍ଧନ l ସହରକୁ ସୁରକ୍ଷା ଦେବାକୁ ମୁତୟନ ହୋଇଛନ୍ତି ପ୍ଲାଟୁନ ପ୍ଲାଟୁନ ପୋଲିସ୍‌ ଫୋର୍ସ l ଥାନାର ରୁଟିନ୍‌ କାମକୁ ଛାଡ଼ିଦେଲେ ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବା ପୋଲିସ ପାଇଁ ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି l

କରୋନା ମହାମାରୀ ସମୟରେ ବଢ଼ିଛି ପୋଲିସର କାର୍ଯ୍ୟ ସୀମା l ଆପରାଧିକ ଘଟଣାର ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ଭିଆଇପି ସୁରକ୍ଷା ଭଳି ରୁଟିନ କାର୍ଯ୍ୟକୁ ଛାଡ଼ିଦେଲେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ପୋଲିସର ରହୁଛି ଏକ ବଡ଼ ଭୂମିକା l ମହାମାରୀ ଆଇନକୁ କାର୍ଯ୍ୟକାରୀ କରିବାକୁ ପୋଲିସକୁ ମଧ୍ଯ ମିଳିଛି ଅଧିକ କ୍ଷମତା l ପୋଲିସକୁ ଯୋଗାଇ ଦିଆଯାଇଛି ଅଧିକ ଫୋର୍ସ, ଗାଡ଼ି ଏବଂ ଇନ୍ଧନ l ପାଟ୍ରୋଲିଂ ପାଇଁ ଭୁବନେଶ୍ଵର ପୋଲିସକୁ ମିଳିଛି ଅତିରିକ୍ତ ୪୫ଟି ଗାଡ଼ି l ଲକଡାଉନ ବେଳେ କେବଳ ଏପ୍ରିଲ ମାସରେ ଖର୍ଚ୍ଚ ହୋଇଛି ପ୍ରାୟ ୫୫,୦୦୦ ଲିଟର ଇନ୍ଧନ l

ଲକଡାଉନ ଓ ସଟଡାଉନ ବେଳେ ସହରରେ ଅଧିକ ପାଟ୍ରୋଲିଂ ହେଉଛି l ଗଳି କନ୍ଦିରେ ବୁଲୁଛି ପିସିଆର l  ସହରର ପ୍ରବେଶ ଓ ପ୍ରସ୍ଥାନ ପଥଗୁଡ଼ିକରେ କ୍ୟାମ୍ପ ଲଗାଇ ଚେକିଂ କରୁଛି ପୋଲିସ l ମୋବାଇଲ ପାଟ୍ରୋଲିଂ ଓ ଇକୋ ପାଟ୍ରୋଲିଂ ପାଇଁ  ପିସିଆର ଭ୍ୟାନକୁ ଛାଡ଼ିଦେଲେ ପୋଲିସକୁ ମିଳିଛି  ଅତିରିକ୍ତ ୪୫ଟି ଗାଡ଼ି l ପ୍ରତି ଥାନାକୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ୨୨ଟି ଟ୍ରାଭେରା l

ରାଜଧାନୀର ପ୍ରାୟ ପ୍ରତି ଥାନାରେ ଖାଲି ପଡିଛି ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ପଦବୀ l


କେବଳ ଏପ୍ରିଲ ମାସରେ ପୋଲିସର ପାଟ୍ରୋଲିଂ ବାବଦରେ ଖର୍ଚ୍ଚ ହୋଇଛି ପ୍ରାୟ ୪୫ ଲକ୍ଷ ଟଙ୍କାର ଇନ୍ଧନ l ମାର୍ଚ୍ଚ ଓ ଏପ୍ରିଲରେ ୭୨ଟି ସ୍ଥାନରେ ପୋଲିସ ବାରିକେଡ଼ ଲଗାଇ ଚେକିଂ କରିଥିଲା l ଚେକିଂ ଡ୍ୟୁଟିରେ ଲାଗିଥିଲେ ୩୫ ପ୍ଲାଟୁନ ଫୋର୍ସ l ଫୋର୍ସଙ୍କ ନେବା ଆଣିବା ଓ କ୍ୟାମ୍ପ ଲଗାଇବାରେ ଖର୍ଚ୍ଚ ହୋଇଛି ପ୍ରାୟ ୨୦ ଲକ୍ଷ ଟଙ୍କାର ଇନ୍ଧନ l

ରାଜଧାନୀର ୨୨ଟି ଥାନାରେ ରହିଛି ୩୫ଟି ପିସିଆର l ରୁଟିନ୍‌ ପାଟ୍ରୋଲିଂ ପାଇଁ ପ୍ରତି ଥାନାକୁ ୩୦୦ରୁ ୪୦୦ ଲିଟର ଇନ୍ଧନ ଯୋଗାଇ ଦିଆଯାଉଛି l

‘‘କରୋନା ମହାମାରୀ ଯୋଗୁଁ ରାଜ୍ୟରେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସ୍ଥିତି l କେବେ ସ୍ଥିତିରେ ସୁଧାର ଆସିବ ତାହା କହିବା ମୁସ୍କିଲ l ଏଭଳି ସ୍ଥିତିରେ ପୋଲିସକୁ କେବଳ ପିସିଆର ଭ୍ୟାନ ଓ ଇନ୍ଧନ ଯୋଗାଇ ଦେଲେ ହେବ ନାହିଁ । ଥାନାରେ ଖାଲି ଥିବା ମାନବ ସମ୍ବଳ ପୂରଣ କରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ ।

ଏହା ବି ପଢ଼ନ୍ତୁ: ରିଲାଏନ୍ସ ଲଞ୍ଚ୍ କଲା Jio Glass; ଏହା ଆପଣଙ୍କୁ ଦେବ ସର୍ବୋତ୍ତମ ମିକ୍ସଡ଼ ରିଆଲିଟି ସେବା

ଏହା ବି ପଢ଼ନ୍ତୁ: ପତି ଓ ପତ୍ନୀଙ୍କ ସହ ତାଙ୍କର ୧୨ ଓ ୮ ବର୍ଷର ପୁଅ ଝିଅ ବି ଦଉଡ଼ି ଲଗେଇ ଆତ୍ମହତ୍ୟା କଲେ

ରାଜଧାନୀର ପ୍ରାୟ ପ୍ରତି ଥାନାରେ ଖାଲି ପଡିଛି ୫୦ ପ୍ରତିଶତରୁ ଅଧିକ କର୍ମଚାରୀ ପଦବୀ l କମ୍‌ କର୍ମଚାରୀଙ୍କୁ ନେଇ ତଦନ୍ତ, ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ଭିଆଇପି ସୁରକ୍ଷା କଷ୍ଟକର ହେଉଛି ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ l
Published by: Anand Shankar Thankur Das
First published: July 15, 2020, 9:42 PM IST
corona virus btn
corona virus btn
Loading