ଭୁବନେଶ୍ୱରରେ ବାର୍ ଉପରେ ପୋଲିସର ଚଢ଼ାଉ; ଜବତ ହେଲା ୨୦୦ ଲିଟର ବିଦେଶୀ ମଦ

ନିଜେ ପୋଲିସ ଗ୍ରାହକ ସାଜି ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏହି ବାରକୁ ଗୋଟିଏ ପେଟି ମଦ କିଣିବାକୁ ପହଞ୍ଚିଥିଲା l ତା’ ପରେ ହୋଇଥିଲା ଚଢ଼ାଉ । ବାରର କିଛି କର୍ମଚାରୀ ଫେରାର ହୋଇଯାଇଥିଲେ ।

ଭୁବନେଶ୍ୱରରେ ବାର୍ ଉପରେ ପୋଲିସର ଚଢ଼ାଉ; ଜବତ ହେଲା ୨୦୦ ଲିଟର ବିଦେଶୀ ମଦ
‘ରେନ ଦ କ୍ଲବ୍’ ବାର ଉପରେ ଚଢ଼ାଉ ସମୟର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀର କେନ୍ଦ୍ର ସ୍ଥଳ ଲକ୍ଷ୍ମୀସାଗରରେ ଥିବା ‘ରେନ ଦ କ୍ଲବ୍‌’ ବାର ଉପରେ ଚଢ଼ାଉ ବେଳେ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ମଦ l ସାରା ଦେଶ ଲକଡାଉନରେ ଥିବା ବେଳେ ରାଜ୍ୟର ସମସ୍ତ ମଦ ଦୋକାନ ବି ବନ୍ଦ ରହିଛି l ହେଲେଏଭଳି ସ୍ଥିତିରେ ଏହି ବାର୍‌ ଭିତରୁ ଏତେ ପରିମାଣର ମଦ କେଉଁଠୁ ଆସିଲା ତାକୁ ନେଇ ଉଠିଛି ଏବେ ପ୍ରଶ୍ନ ।

ବାହାରେ ତାଲା ପଡିଛି l ସମସ୍ତେ ଜାଣିଛନ୍ତି ବାର ବନ୍ଦ ରହିଛି l ହେଲେ ଭିତରେ ଚାଲିଥିଲା ଖୁଲମ ଖୁଲା ମଦ କାରବାର l ଗାଡ଼ିରେ ବୋହା ହୋଇ ଗ୍ରାହକଙ୍କ ପାଖରେ ପହଞ୍ଚୁଥିଲା ପେଟି ପେଟି ମଦ l ଲକ୍ଷ୍ମୀସାଗର ରାସ୍ତାରେ ଥିବା ଏହି ବାର ଉପରେ ଶନିବାର ଚଢlଉ ବେଳେ ଜବତ ହୋଇଛି ପ୍ରାୟ ୨୦୦ ଲିଟର ବିଦେଶୀ ମଦ l ରେଡ ବେଳେ ବାରର କିଛି କର୍ମଚାରୀ ଫେରାର ହୋଇଥିବା କହିଛି ପୋଲିସ l

ଲକଡାଉନ ଯୋଗୁଁ ପ୍ରାୟ ଦୁଇ ମାସରୁ ଅଧିକ ଦିନ ହେଲାଣି ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ ରହିଛି l କେବଳ ମଦ କାଉଣ୍ଟର ନୁହଁ, ସହରର ସମସ୍ତ ବାରରେ ବି ତାଲା ପଡିଛି l ମଦ ମିଳୁ ନ ଥିବାରୁ ଲୋକ ଚୋରାରେ ଚଢା ଦରରେ ମଦ କିଣୁଛନ୍ତି l

ପାଖାପାଖି ୨୦୦ ଲିଟର ବିଦେଶୀ ମଦ ଜବତ ହୋଇଛି ଏହି ବାରରୁ ।


‘‘କିଛି ଦିନ ହେଲା ‘ରେନ ଦ ବାର’ ଉପରେ ନଜର ରଖିଥିଲା କ୍ୟୁଏଟି l ଆଜି ନିଜେ ପୋଲିସ ଗ୍ରାହକ ସାଜି ‘ରେନ ଦ ବାର୍‌’କୁ ଯାଇ ଗୋଟିଏ ପେଟି ମଦ ନେବାକୁ ପହଞ୍ଚିଥିଲା l ବାରର ଜଣେ କର୍ମଚାରୀ ମଦ ପେଟି ନେଇ ଛଦ୍ମବେଶୀ ପୋଲିସ ଗାଡ଼ି ଭିତରେ ପହଞ୍ଚିଥିଲା l ଏତିକି ବେଳେ କ୍ୟୁଏଟି ଟିମ ବାର୍‌ ଉପରେ ଚଢାଉ କରିଥିଲା l ଚଢାଉ ବେଳେ କିଛି କର୍ମଚାରୀ ପାରେରୀ ଡେଇଁ ଫେରାର ହୋଇଯାଇଥିଲେ,’’ କହିଛନ୍ତି ରେଡ୍‌ ଟିମରେ ଥିବା ଜଣେ ପୋଲିସ ଅଧିକାରୀ ।

ବାରର ଲକର ରୁମରେ ଥିଲା ସମସ୍ତ ମଦ l ଏ କଥା ପ୍ରଥମେ ପୋଲିସ ଜାଣି ପାରି ନଥିଲା l ଡ୍ୟାନ୍ସ ରୁମ ଭିତରେ ଖାନତଲାସି କରିବା ପରେ ପୋଲିସ ଲକର ରୁମର ସନ୍ଧାନ ପାଇଥିଲା l ଲକର ରୁମ ଖୋଲିବା ବେଳେ ମଦ ପେଟି ଦେଖି କ୍ୟୁଏଟିର ହୋସ ଉଡ଼ିଯାଇଥିଲା l

ଲକ୍ଷ୍ମୀସାଗରରେ ଥିବା ‘ରେନ ଦ କ୍ଲବ୍’ ବାର୍


ପ୍ରଶ୍ନ ଉଠୁଛି ଯେ ଲକଡାଉନ ବେଳେ ୨୦୦ ଲିଟର ମଦ ବାର ଭିତରକୁ ଆସିଲା କେମିତି? ନିୟମ ରହିଛି ଲକଡାଉନ ସମୟରେ ଅବକାରୀ ବିଭାଗ ସହରର ସମସ୍ତ ମଦ କାଉଣ୍ଟର ଓ ବାରରେ ଗଚ୍ଛିତ ଥିବା ସବୁ ମଦ ସିଲ୍‌ କରିବା କଥା l ହେଲେ ‘ରେନ ଦ କ୍ଲବ୍‌’ର ଏ ସବୁ ମଦ ଅବକାରୀ ବିଭାଗ ପକ୍ଷରୁ ସିଲ ହୋଇଥିଲା କି ନାହିଁ ? ଯଦି ମଦ ସିଲ କରାଯାଇଥିଲା ତେବେ କେମିତି ସିଲ ମଦକୁ ବାର କର୍ମଚାରୀ ଚଢ଼ା ଦରରେ ବିକ୍ରି କରୁଥିଲେ? ଲକଡାଉନ ବେଳେ ମଦର ଡିମାଣ୍ଡ ବଢିଯାଇଥିବାରୁ ବାର ମାଲିକ ଚୋରାରେ ମଦ ଆଣି ବିକ୍ରି କରୁଥିଲେ କି? ଏ ସବୁ ପ୍ରଶ୍ନର ଉତ୍ତର ତଦନ୍ତ ପରେ ମିଳିବ ।

ଅବକାରୀ ବିଭାଗ ପହଞ୍ଚି ମଦ ଜବତ କରିଛି ଓ ମଦ ସମ୍ପକରେ ତଦନ୍ତ ଚଳାଇଛି ବୋଲି କହିଛନ୍ତି ଜଣେ ପୋଲିସ୍‌ ଅଧିକାରୀ ।

ଦୟାକରି ଦୁଇ ମିନିଟ୍‌ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ: କରୋନା ଲକଡାଉନ୍‌ ସର୍ଭେ

ଏହା ବି ପଢ଼ନ୍ତୁ: କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

ଏହା ବି ପଢ଼ନ୍ତୁ: ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଏହା ବି ପଢ଼ନ୍ତୁ: ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଏହା ବି ପଢ଼ନ୍ତୁ: ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଏହା ବି ପଢ଼ନ୍ତୁ: ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ଏହା ବି ପଢ଼ନ୍ତୁ: କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

ଏହା ବି ପଢ଼ନ୍ତୁ: ୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 23, 2020, 2:49 PM IST
corona virus btn
corona virus btn
Loading