ଭୁବନେଶ୍ୱରରେ ପୋଲିସର ଚେକିଂ କଡ଼ା ହେଲା; ମାସ୍କ ନ ପିନ୍ଧି ଦୈନିକ ୭୦୦ ଲୋକ ଫାଇନ୍ ଦେଉଛନ୍ତି

ବିନା ମାସ୍କରେ ବଜାର ଆସିଥିବା ଲୋକେ ପୋଲିସ ହାବୁଡ଼ରେ ପଡି ଗଣୁଛନ୍ତି ତଣ୍ଡ । ୨୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଉଛି। ଫାଇନ ଦେବା ପରେ ପୋଲିସ କର୍ମୀ ମାସ୍କ ପିନ୍ଧେଇକି ଛାଡ଼ୁଛନ୍ତି ।

ଭୁବନେଶ୍ୱରରେ ପୋଲିସର ଚେକିଂ କଡ଼ା ହେଲା; ମାସ୍କ ନ ପିନ୍ଧି ଦୈନିକ ୭୦୦ ଲୋକ ଫାଇନ୍ ଦେଉଛନ୍ତି
ଜଣେ ଯୁବକଙ୍କ ଠାରୁ ଫାଇନ୍ ଆଦାୟ କରି ମାସ୍କ ପିନ୍ଧାଉଛନ୍ତି ଜଣେ ପୋଲିସ୍ କର୍ମୀ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲୋକେ ଆଉ ମାନୁନାହାନ୍ତି ସାମାଜିକ ଦୂରତା । ମାସ୍କ ବି ନିୟମିତ ପିନ୍ଧୁ ନାହାଁନ୍ତି । ରାଜଧାନୀରେ ପ୍ରତି ଦିନ ୫୦୦ରୁ ୭୦୦ ଲୋକଙ୍କୁ ଏଥି ପାଇଁ ଫାଇନ ହେଉଛି, ତଥାପି ଲୋକେ ସଚେତନ ହେଉନାହାନ୍ତି। ତେଣୁ ସଚେତନତା ଓ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି କମିଶନରେଟ ପୋଲିସ। ଗୁରୁବାର ବିଭିନ୍ନ ଛକରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ମାସ୍କ ପିନ୍ଧି ନ ଥିବା ଲୋକଙ୍କ ଠାରୁ ଆଦାୟ ହୋଇଛି ଫାଇନ।

‘ସାମାଜିକ ଦୂରତା ବଜାୟ ରଖ, ମାସ୍କ ବ୍ୟବହାର କର।’ ‘ଦୋକାନ ଆଗରେ ପାଣି ନହେଲେ ସାନିଟାଇଜର ରଖ ।’ ମାଇକ୍‌ ବଜାଇ ଏ କଥା କହି ଲୋକଙ୍କୁ ସଚେତନ କରିଛି ପୋଲିସ । ଦୋକାନ ଆଗରେ ଚୁନରେ ଗାର ଟାଣି ବୃତ୍ତ ପ୍ରସ୍ତୁତ କରାଯାଇଛି ପରସ୍ପର ଭିତରେ ଦୂରତା ରକ୍ଷା ପାଇଁ । ଗୋଟେ ପଟେ ଲୋକଙ୍କୁ ସଚେତନ କରାଯାଉଛି, ଅନ୍ୟ ପଟେ ଚେକିଂକୁ ଜୋରଦାର କରାଯାଇଛି ।

ବିନା ମାସ୍କରେ ବୁଲୁଥିବା ଲୋକଙ୍କୁ ଧରି ଫାଇନ ଆଦାୟ କରିଛି ପୋଲିସ।  ବିନା ମାସ୍କରେ ବଜାର ଆସିଥିବା ଲୋକେ ପୋଲିସ ହାବୁଡ଼ରେ ପଡି ଗଣିଛନ୍ତି ତଣ୍ଡ । ୨୦୦ ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯାଇଛି। ଫାଇନ ଦେବା ପରେ ପୋଲିସ କର୍ମୀ ମାସ୍କ ପିନ୍ଧେଇକି ଛାଡ଼ୁଛନ୍ତି । ମାସ୍କ ନ ପିନ୍ଧିବାର କାରଣ ପଚାରିବାରୁ କିଏ କହୁଛି ଭୁଲି ଯାଇଛି ତ ଆଉ କିଏ କହୁଛି ବ୍ୟାଗରେ ରଖିଛି ।

ଜଣେ ମହିଳାଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି ।


ବିନା ମାସ୍କରେ ପରିବା କିଣିବାକୁ ଆସିଥିଲେ ଶୈଳଶ୍ରୀବିହାରର ଦିବାକର । ପୋଲିସ ହାବୁଡ଼ରେ ପଡି ତଣ୍ଡ ଗଣିଲେ। ‘‘ମାସ୍କ ଆଣିବାକୁ ବୁଲି ଯାଇଥିଲି । ଏବେ ଜୋରିମାନା ଦେଲି । ହେଲେ ଆଉ ଭୁଲ ହେବନି । ଆଉ କେବେ ମାସ୍କ ପିନ୍ଧିବାକୁ ଭୁଲିବିନି,’’ କହିଛନ୍ତି ଦିବାକର । ସେହି ପରି ଅନ୍ୟ ଜଣେ ବ୍ୟକ୍ତି ସୁଶାନ୍ତ କହିଛନ୍ତି, ‘‘ଘର ପାଖରେ ବଜାର। ସେଥି ପାଇଁ ବିନା ମାସ୍କରେ ବଜାର ପଳେଇ ଆସିଲି । ବେଳ ଖରାପ । ଏଠି ଜୋରିମାନା ଦେଲି । ଆଉ କେବେ ଏମିତି ଭୁଲ ହେବନି ।’’

କିଟ୍‌ ଛକ, ବାଣୀବିହାର, ଶିଶୁଭବନ ଛକ, ଏଜି ଛକ ଆଦି ସହରର ସମସ୍ତ ବ୍ୟସ୍ତବହୁଳ ଛକରେ ଶହ ଶହ ଲୋକ ଯାତାୟତ କରୁଛନ୍ତି । କିଏ ଗାଡ଼ିରେ ତ କିଏ ଚାଲିକି । ଅଧିକାଂଶ ସଚେତନ ହୋଇଥିବା ବେଳେ ସେମାନଙ୍କ ଭିତରୁ ଅନେକ ଅଛନ୍ତି ଯେଉଁମାନେ ବିନା ମାସ୍କରେ ବାହାରକୁ ଆସୁଛନ୍ତି । ସେଇମାନଙ୍କୁ ଧରି ଫାଇନ ଆଦାୟ କରିଛି ପୋଲିସ । କେବଳ ସେତିକି ନୁହେଁ, ଯାହା ପାଖରେ ମାସ୍କ ନାହିଁ ତାଙ୍କୁ ମାସ୍କ ବଣ୍ଟନ କରାଯାଇଛି ।

‘‘ଫାଇନ ଆଦାୟ କରିବା ଆମ ଉଦେଶ୍ୟ ନୁହେଁ। ଲୋକଙ୍କୁ ସଚେତନ କରିବା ଆମ ଲକ୍ଷ୍ୟ। ତେଣୁ ବାରମ୍ବାର ଆମେ ମାସ୍କ ବ୍ୟବହାର ପାଇଁ ଲୋକଙ୍କୁ ସଚେତନ କରୁଛୁ। ଗାଡ଼ିରେ ବୁଲି ମାଇକ ଯୋଗେ ପ୍ରଚାର କରୁଛୁ। ଜଣଙ୍କ ଭୁଲ ପାଇଁ ସମସ୍ତେ ସମସ୍ୟା ଭୋଗିବେ। ତେଣୁ ସଚେତନତା ନିହାତି ଜରୁରୀ,’’ କହିଛନ୍ତି ଏସିପି ପ୍ରକାଶ ଚନ୍ଦ୍ର ପାଲ୍‌ ।

ଲକଡାଉନ କୋହଳ ହେଲା ବୋଲି କରୋନା ଭୁତାଣୁ ନାହିଁ ବୋଲି ଭାବିବା ଭୁଲ । ସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ରହିଛି । ଘରେ ଓ ଆବଦ୍ଧ ପରିବେଶରେ ରହିଲେ ଓ କାର କିମ୍ବା ଗାଡ଼ିରେ ଗଲେ ମାସ୍କ ପିନ୍ଧିବା ଜରୁରୀ ନୁହେଁ ଓ କରୋନା ଭୂତାଣୁ ଆକ୍ରମଣ କରିବ ନାହିଁ ବୋଲି ଭାବିବା ଭୁଲ। ଏହି ସବୁ ସ୍ଥାନରେ ସଂକ୍ରମଣର ଆଶଙ୍କା ଅଧିକ। ତେଣୁ ସଚେତନତା ହିଁ ସୁରକ୍ଷାର ଏକ ମାତ୍ର ବାଟ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି।

ଏହା ବି ପଢ଼ନ୍ତୁ: 

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: May 29, 2020, 11:25 PM IST
corona virus btn
corona virus btn
Loading