ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଭୁବନେଶ୍ୱରରେ ରଜ ଖୁସିରେ ଲୋକେ କରୋନା ନିୟମକୁ ଫୁ କଲେ; ସଂକ୍ରମଣ ସମ୍ଭାବନା ଆହୁରି ବଢ଼ିଲା

ଭୁବନେଶ୍ୱରରେ ରଜ ଖୁସିରେ ଲୋକେ କରୋନା ନିୟମକୁ ଫୁ କଲେ; ସଂକ୍ରମଣ ସମ୍ଭାବନା ଆହୁରି ବଢ଼ିଲା

ରାଜଧାନୀର ହାଟ ବଜାରରେ ଭିଡ଼ ଏତେ ଥିଲା ଯେ ଦେଖିଲେ ଲାଗୁଥିଲା ଯେମିତି କରୋନା ସଂକ୍ରମଣର ଭୟ ଆଉ ନାହିଁ । ହାଟ ଭିତରେ ନ ଥିଲା ସାମଜିକ ଦୂରତା । ଅଧିକାଂଶ ଲୋକ ମାସ୍କ ବି ପିନ୍ଧି ନ ଥିଲେ ।

ଭୁବନେଶ୍ୱରରେ ରଜ ଖୁସିରେ ଲୋକେ କରୋନା ନିୟମକୁ ଫୁ କଲେ; ସଂକ୍ରମଣ ସମ୍ଭାବନା ଆହୁରି ବଢ଼ିଲା
ହାଟଗୁଡ଼ିକରେ ପୋଲିସ ମୁତୟନ ପ୍ରାୟ ନ ଥିଲା ।
  • News18 Odia
  • Last Updated: June 14, 2021, 11:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରଜ ପର୍ବରେ ବଜାରରେ ଭିଡ଼ ନ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ଲୋକଙ୍କୁ ନିବେଦନ କରାଯାଇଥିଲେ ବି ପ୍ରଥମ ରଜ ଦିନ ଭୁବନେଶ୍ୱରର ବିଭିନ୍ନ ହାଟ ବଜାରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ କରି ପରିବା ବଜାରରେ ଲୋକଙ୍କର ଅଧିକ ଭିଡ଼ ଥିଲା ।

ପୋଲିସ ଓ ପ୍ରଶାସନର ଶତ ନିବେଦନ ସତ୍ତ୍ୱେ ଦୁଇ ଦିନର ସାପ୍ତାହିକ ସଟଡାଉନ୍‌ ପରେ ବଜାର ଖୋଲିବା ମାତ୍ରେ ଲୋକଙ୍କ ଭିଡ଼ ଜମିଥିଲା । ହାଟ ବଜାରରେ ଭିଡ଼ ଏତେ ଥିଲା ଯେ ଦେଖିଲେ ଲାଗୁଥିଲା ଯେମିତି କରୋନା ସଂକ୍ରମଣର ଭୟ ଆଉ ନାହିଁ । ହାଟ ଭିତରେ ନ ଥିଲା ସାମଜିକ ଦୂରତା । ଅଧିକାଂଶ ଲୋକ ମାସ୍କ ବି ପିନ୍ଧି ନ ଥିଲେ । ଯେଉଁମାନେ ବି ପିନ୍ଧିଥିଲେ ସେମାନେ ନାକ ତଳେ ପିନ୍ଧିଥିଲେ । ବାରମ୍ବାର ସଚେତନ କରିବା ସତ୍ତ୍ୱେ ଲୋକଙ୍କର ଏଭଳି ଆଚରଣ ଦେଖି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ମୋଅକ୍ସିଜେନ୍ ସ୍ତର କମୁଛିଅକ୍ସିଜେନ୍ ବେଡ୍ ମିଳିବ କି? ମୁଁ ପୁଣି ଜନ୍ମ ନେବି:’’ ମୃତ୍ୟୁ ପୂର୍ବରୁ କହିଲେ ଅଭିନେତା ରାହୁଲ

‘‘ହାଟକୁ ଆସିବାକୁ ଏବେ ଡର ମାଡୁଛି । ବିଶେଷ କରି ସୋମବାର ଭିଡ଼ ବହୁତ ରହୁଛି । ଯଦି ସକାଳୁ ସକାଳୁ ହାଟକୁ ଆସି ନ ଥିବ, ତେବେ ସମୟ ବଢି଼ବା ସହ ଲୋକଙ୍କ ଭିଡ଼ ବଢୁଛି । ଏତେ ବଡ଼ ହାଟକୁ ଜଣେ କି ଦୁଇ ଜଣ ପୋଲିସ କର୍ମଚାରୀ ଜଗୁଛନ୍ତି । ତେଣୁ ତାହା ସମୁଦ୍ରକୁ ଶଙ୍ଖେ । ସରକାର ନିୟମ କରିଛନ୍ତି, ହେଲେ ନିୟମ ପାଳିବା ଦାୟିତ୍ୱ ଆମର । ଲୋକେ ଯଦି ଅମାନିଆ ହେବେ କହିବା କାହାକୁ?’’ ପଚାରିଛନ୍ତି ୟୁନିଟ-୪ ଅଞ୍ଚଳର ମାୟାଧର ବିଶୋୟୀ ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

ପୁରୁଣା ଭୁବନେଶ୍ୱର ଅଞ୍ଚଳର ବରିଷ୍ଠ ନାଗରିକ ରାମଚନ୍ଦ୍ର ମହାନ୍ତି କହିଛନ୍ତି, ‘‘ପରିବାର ପାଇଁ ପାରିବା କିଣିବାକୁ ପୁରୁଣା ଭୁବନେଶ୍ୱର ହାଟକୁ ଆସିଥିଲି । ହେଲେ ଏଠି ଯେଉଁ ଭିଡ଼ ଅଛି ତାକୁ ଦେଖିଲେ ଭୟ ଲାଗୁଛି । ହାଟ ଭିତରକୁ ଯିବାକୁ ସାହସ ହେଉନି । ଟିକେ ଅଧିକା ଦର ହେଉ ପଛେ ରାସ୍ତା କଡ଼ରୁ କିଣିନେଇ ଫେରୁଛି ମୁଁ । ସରକାର ଏବେ ନିୟମକୁ ଆଉ ଟିକେ କଡ଼ାକଡି଼ କଲେ ହୁଏତ ଲୋକେ ସୁଧୁରିବେ ।’’

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ସୋମବାର ଦିନ ପହିଲି ରଜ ଥିବାରୁ ଲୋକେ ହାଟକୁ ଆସି ପନି ପରିବା କିଣୁଥିଲେ । ହେଲେ ବଜାରରେଗୁଡ଼ିକରେ ସାମାଜିକ ଦୂରତା ପାଳନ ହେଉ ନ ଥିବା ଯୋଗୁଁ ସଚେତନ ଲୋକେ ଛାନିଆ ହୋଇପଡ଼ିଥିଲେ । ରାଜ୍ୟରେ କରୋନା ସଂକ୍ରମଣ ହାର କମିଥିବାରୁ ଲୋକେ ସଚେତନତା ଦେଖାଇଲେ ସରକାରଙ୍କୁ ପର୍ଯ୍ୟାୟକ୍ରମେ ଲକଡାଉନ୍‌ ଖୋଲିବାକୁ ସହଜ ହେବ । କିନ୍ତୁ ଲୋକେ ଅମାନିଆ ହେଲେ ପୁଣି ଲକଡାଉନ ବୃଦ୍ଧି ପାଇବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।



‘‘ଆମେ ବାରମ୍ବାର ଲୋକଙ୍କୁ ସଚେତନ କରୁଛୁ । ଫାଇନ୍‌ ମଧ୍ୟ ଆଦାୟ କରୁଛୁ । ତଥାପି ଲୋକେ ସୁଧୁରିବା ନାଁ ଧରୁ ନାହାନ୍ତି । ପୋଲିସ ଲୋକଙ୍କୁ ସଚେତନ କରାଇବା ସହ କଟକଣାକୁ କଡ଼ାକଡି଼ କରିଛି । ଏଥି ପାଇଁ ସ୍ପେଶାଲ୍‌ ଡ୍ରାଇଭ୍‌ କରି କରୋନା ନିୟମ ପାଳନକୁ ଅଧିକ କଡ଼ାକଡି଼ କରାଯାଇଛି । ପାଟ୍ରୋଲିଂ ବି ଅଧିକ କରାଯାଉଛି । ଯେ ପର୍ଯ୍ୟନ୍ତ ଲୋକେ ନିଜକୁ ସୁଧାରିବା ସ୍ଥିତିକୁ ନ ଆସିବେ, ପୋଲିସ କେତେ ବା କାର୍ଯ୍ୟାନୁଷ୍ଠାନ ନେବ?’’ ପଚାରିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।
Published by: Anand ST Das
First published: June 14, 2021, 11:18 PM IST