ଲକଡାଉନ୍ ନିୟମ ଭାଙ୍ଗି ରାସ୍ତାକୁ ଗାଡ଼ି ବାହାର କଲେ ଆଜି ଠାରୁ ଗିରଫ କରିବ କମିଶନରେଟ୍ ପୋଲିସ୍

ଏଣିକି ଅମାନିଆ ଲୋକଙ୍କୁ ଉଚିତ ଶିକ୍ଷା ଦେବାକୁ ବାନ୍ଧିବ ପୋଲିସ । ମିଛ କହି ପୋଲିସ କୁ ଭୁଆଁ ବୁଲାଉଥିବା ବ୍ୟକ୍ତି ବି ବାଦ୍ ପଡ଼ିବେନି । ଗୋଟିଏ ଦିନରେ ୨୩୦ ଜଣ ଲୋକଙ୍କ ଗାଡ଼ି ସିଜ୍ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍ ପୋଲିସ ।

ଲକଡାଉନ୍ ନିୟମ ଭାଙ୍ଗି ରାସ୍ତାକୁ ଗାଡ଼ି ବାହାର କଲେ ଆଜି ଠାରୁ ଗିରଫ କରିବ କମିଶନରେଟ୍ ପୋଲିସ୍
ବାହାରେ ବିନା କାରଣରେ ବୁଲୁଥିବା ଜଣେ ବ୍ୟକ୍ତିକୁ ପଚରାଉଚୁରା କରୁଛନ୍ତି ପୋଲିସ୍ ଅଫିସରମାନେ ।
  • News18 Odia
  • Last Updated: April 2, 2020, 12:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ଭାଇରସ୍‌ ମହାମାରୀର ଗୋଷ୍ଠି ସଂକ୍ରମଣ ଆଶଙ୍କା ଥିବାରୁ ସଜାଗ ହୋଇଛି କମିଶନରେଟ ପୋଲିସ । କିଛି ବ୍ୟକ୍ତି ବିଶେଷ ବିନା କାରଣରେ ରାଜରାସ୍ତାକୁ ଗାଡ଼ି ବାହାର କରୁଥିବାରୁ ସେମାନଙ୍କୁ ଗିରଫ କରିବା ନିଷ୍ପତ୍ତି ନେଇଛି ପୋଲିସ । ରାଜଧାନୀର ଏ.ଜି. ଛକରେ ଡ୍ୟୁଟି କରିବା ସମୟରେ ଏହି ସୂଚନା ଦେଇଛନ୍ତି ସିକ୍ୟୁରିଟ ଡିସିପି ନିର୍ମଳ ଶତପଥୀ ।

ଏଣିକି ଅମାନିଆ ଲୋକଙ୍କୁ ଉଚିତ ଶିକ୍ଷା ଦେବାକୁ ବାନ୍ଧିବ ପୋଲିସ । ମିଛ କହି ପୋଲିସ କୁ ଭୁଆଁ ବୁଲାଉଥିବା ବ୍ୟକ୍ତି ବି ବାଦ୍‌ ପଡ଼ିବେନି । ଗୋଟିଏ ଦିନରେ ୨୩୦ ଜଣ ଲୋକଙ୍କ ଗାଡ଼ି ସିଜ୍‌ କରିବା ପରେ ଏଭଳି ନିଷ୍ପତ୍ତି ନେଇଛି କମିଶନରେଟ୍‌ ପୋଲିସ ।

ରାଜଧାନୀର ପ୍ରମୁଖ ମାର୍କେଟ ୧ ନମ୍ବର ଓ ୪ ନମ୍ବର ମାର୍କେଟର ସ୍ଥିତି ପରଖିଥିଲା ପୋଲିସ । ଶସ୍ତାରେ ପରିବା ପାଇବା ପାଇଁ ବହୁ ଦୂରରୁ ଲୋକେ ନିଜର ଛୋଟ ମାର୍କେଟ୍‌ ଛାଡ଼ି ଏକ ନମ୍ବର ହାଟକୁ ଆସୁଥିବାର ଦେଖାଯାଇଥିଲା । ଏହାକୁ ନେଇ ପୋଲିସ ପ୍ରଶାସନର ଟେନସନ ବି ବଢ଼ିଥିଲା । କିଭଳି ଲୋକେ ଘରେ ସମୟ ବିତାଇବେ ଓ ବାହାରକୁ ବହାରିବେନି ସେଥିପାଇଁ କଠୋର ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ପୋଲିସ ।

‘‘ଗୋଷ୍ଠି ସଂକ୍ରମଣ ଯଦି ଆରମ୍ଭ ହୋଇଯାଏ, ତେବେ ପରିସ୍ଥିତି ଭୟଙ୍କର ହେବ। ସେତେବେଳେ ଆଉ କରୋନାକୁ ନିୟନ୍ତ୍ରଣ କରିହେବନି। ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କୁ ସାବାଡ଼ କରିବାକୁ ପଡ଼ିବ,’’ କହିଛନ୍ତି ସିକ୍ୟୁରିଟି ଡିସିପି ନିର୍ମଳ ଶତପଥୀ ।

ଆଡିସିନାଲ ଡିସିପି (ସିକ୍ୟୁରିଟି) ପ୍ରଫୁଲ୍ଲ ସିଂ କହିଛନ୍ତି: ‘‘ଲୋକଙ୍କୁ ସଚେତନ କରାଯାଉଛି । ଗହଳି କମାଇବାକୁ ଉଦ୍ୟମ କରାଯାଉଛି । ଯଦି ତଥାପି ଲୋକେ ନ ମାନିବେ, ତେବେ ପୋଲିସ ସେମାନଙ୍କୁ ବାନ୍ଧିବ।’’

ଲକଡାଉନ୍‌ ଉଲ୍ଲଙ୍ଘନ କରିଥିବା ସହରର ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ପାନେ ଦେଇଛି । ଜଣେ ହେଉଛନ୍ତି ଓଡ଼ିଶା ରୋଲର ସ୍କେଟିଂ ଅସୋସିଏସର ସମ୍ପାଦକ ପାର୍ଥସାରଥୀ ଓ ଅନ୍ୟ ଜଣଖ ଘରୋଇ ହସପିଟାଲର ଡାକ୍ତର ଶିବାଙ୍ଗି ସାହୁ। ରାମ ମନ୍ଦିର ଟ୍ରାଫିକ୍‌ ଛକରେ ଶିବାଙ୍ଗି ନିଜ ଡ୍ରାଇଭରଙ୍କ ପାଇଁ ଓକିଲାତି କରି ପୋଲିସକୁ ୫୦୦ ଟଙ୍କା ତଣ୍ଡ ଗଣିଛନ୍ତି । ପାର୍ଥସାରଥୀ ନିଜ ହୋଣ୍ଡା ସିଟିରେ ପ୍ରେସ୍‌ ଓ ଆଡ଼ଭୋକେଟ ଲେଖି ଫରେଷ୍ଟ ପାର୍କର ଏକ ବ୍ୟାଙ୍କ ଏଟିଏମକୁ ଯାଇଥିଲେ । ଏୟାରପୋର୍ଟ ଥାନା ଆଇ.ଆଇ.ସି. ଉମାକାନ୍ତ ପ୍ରଧାନଙ୍କ ହାବୁଡ଼ରେ ପଡ଼ିଥିଲେ ସେ । ନିଜର ଓକିଲାତି ଓ ପ୍ରେସ୍‌ ଆଇ କାର୍ଡ଼ ଦେଖାଇ ନ ପାରିବାରୁ ତାଙ୍କୁ ଥାନାକୁ ନିଆଯାଇଥିଲା । ତାଙ୍କର ମୂଲ୍ୟବାନ ଗାଡ଼ି ହୋଣ୍ଡା ସିଟିକୁ ସିଜ୍‌ କରିଥିଲା ପୋଲିସ ।

‘‘ପୋଲିସ ଉଦେଶ୍ୟମୂଳକ ଭାବରେ ମୋତେ ଥାନାକୁ ଆଣିଛି । ମୋ’ର କିଛି ଭୁଲ ନାହିଁ । ମୁଁ ବ୍ୟାଙ୍କ୍‌ କାମରେ ଆସିଥିଲି । ଅଯଥାରେ ପୋଲିସ ମୋତେ ଜେରା କରୁଛି,’’ କହିଥିଲେ ପାର୍ଥ ।
First published: April 2, 2020, 12:01 AM IST
corona virus btn
corona virus btn
Loading