ବାତ୍ୟା ଆଶଙ୍କାରେ ଭୁବନେଶ୍ୱରର ବଜାରରେ ଗହଳି ହେଲା; କଟକଣାରେ ମିଳିଲା ୨ ଘଣ୍ଟାର କୋହଳତା

ଭୁବନେଶ୍ୱରରେ ଲକଡାଉନ କଟକଣାରେ ମିଳିଥିବା ସାମୟିକ କୋହଳତାକୁ ଅନେକ ସ୍ୱାଗତ କରିଥିବା ବେଳେ ଅତର୍କିତ ଭାବେ ପ୍ରଶାସନର ଏହି ନିଷ୍ପତ୍ତି ଠିକ୍ ନ ଥିଲା ଅନେକ କହିଥିଲେ । ବାତ୍ୟା ଚାଲିଯିବା ଯାଏଁ ଏହି କୋହଳତା ରହିବା ଉଚିତ ବୋଲି ଆଉ କେତେକ କହିଥିଲେ ।

ବାତ୍ୟା ଆଶଙ୍କାରେ ଭୁବନେଶ୍ୱରର ବଜାରରେ ଗହଳି ହେଲା; କଟକଣାରେ ମିଳିଲା ୨ ଘଣ୍ଟାର କୋହଳତା
ସୋମବାର ସକାଳେ ପୋଲିସ ଜଣେ ବ୍ୟକ୍ତିଙ୍କ ଠାରୁ ଫାଇନ୍ ଆଦାୟ କରୁଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାତ୍ୟା 'ୟାସ୍‌’‌କୁ ନେଇ ପୂରା ପ୍ରଶାସନ ତତ୍ପର ଥିବା ବେଳେ ଏହାର ପ୍ରଭାବ ଭୁବନେଶ୍ୱରର ହାଟ ବଜାରରେ ପରିଲକ୍ଷିତ ହୋଇଛି । ଦୁଇ ଦିନର ସପ୍ତାହାନ୍ତ ସଟଡାଉନ୍‌ ପରେ ସୋମବାର ଦିନ ସକାଳେ ପୂରା ଭୁବନେଶ୍ୱରର ବିଭିନ୍ନ ବଜାର ଓ ହାଟ ଚଳଚଞ୍ଚଳ ହୋଇ ଉଠିଥିଲା । ଲୋକ ଗହଳି ଏତେ ବଢି଼ଥିଲା ଯେ ବିଭିନ୍ନ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ପରିଲକ୍ଷିତ ହୋଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ବି.ଏମ୍‌.ସି. ପକ୍ଷରୁ ହାଟ, ବଜାର ଓ ଦୋକାନ ଖୋଲିବା ପାଇଁ ଅଧିକ ଦୁଇ ଘଣ୍ଟାର ମହଲତ ଦିଆଯାଇଥିଲା ।

ଭୁବନେଶ୍ୱରର ୪ ନମ୍ବର ହାଟଠାରୁ ଆରମ୍ଭ କରି ୧ ନମ୍ବର ହାଟ, ପଳାଶୁଣି ହାଟ, ବରଗଡ଼ ହାଟ ଓ ଭି.ଏସ୍‌.ଏସ୍. ନଗର ହାଟ ସୋମବାର ସକାଳେ ଥିଲା ବେଶ୍ ଚଳଚଞ୍ଚଳ ରହିଥିଲା । ଦୁଇ ଦିନର ସପ୍ତାହାନ୍ତ ସଟଡାଉନ୍‌ ପରେ ବଜାର ଖୋଲିବା କ୍ଷଣି ଗହଳି ଦେଖିବାକୁ ମିଳିଥିଲା । ବାତ୍ୟା ଆଶଙ୍କାରେ ଅନେକ ଗରାଖ ବଜାରକୁ ଆସିଥିବା ଦେଖିବାକୁ ମିଳିଥିଲା । ପରବର୍ଦ୍ଧିତ ଲକଡାଉନର ନିୟମ ଅନୁସାରେ ସକାଳ ୭ଟାରୁ ହାଟ ବଜାର ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟାରେ ବନ୍ଦ ହେବା କଥା । କିନ୍ତୁ ବାତ୍ୟାକୁ ଦୃଷ୍ଟିରେ ରଖି ଅଧିକ ଦୁଇ ଘଣ୍ଟା ପର୍ଯ୍ୟନ୍ତ କଟକଣାକୁ କୋହଳ କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବାତ୍ୟା ପରେ ମୁମ୍ବାଇ କାନ୍ଦୁଛି, ହେଲେ ଏହି ଅଭିନେତ୍ରୀ ବର୍ଷାରେ ନାଚୁଛନ୍ତି! VIDEO ଦେଖି ଲୋକେ ଖପା

ପ୍ରଶାସନିକ ସ୍ତରରେ ଏହି ନିଷ୍ପତ୍ତିକୁ ନେଇ ପ୍ରକାଶ ପାଇଥିଲା ମିଶ୍ରିତ ପ୍ରତିକ୍ରିୟା । ଅନେକ ଏହାକୁ ସ୍ୱାଗତ କରିଥିବା ବେଳେ ଅତର୍କିତ ଭାବେ ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ଠିକ୍‌ ନ ଥିଲା ବୋଲି ଆଉ କିଛି ମତ ରଖିଥିଲେ । ଏହି ନିଷ୍ପତ୍ତି ବାତ୍ୟା ପରବର୍ତ୍ତୀ ସମୟରେ ମଧ୍ୟ କାର୍ଯ୍ୟକାରୀ ହେବା ଉଚିତ୍ ବୋଲି ଆଉ କେତେକ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | PM ମୋଦିଙ୍କ ଆଖିରେ ଲୁହ ଆସିଲା; ‘‘ଭାଇରସ୍ ଆମର ଅନେକ ପ୍ରିୟଜନଙ୍କୁ ଆମଠାରୁ ଦୂରେଇ ନେଇଛି’’

‘‘ଦୁଇ ଘଣ୍ଟାର କୋହଳତା ମିଳିବାରୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ଆଶ୍ୱସ୍ଥ ହୋଇଥିଲେ । ଅନ୍ତତଃ ବାତ୍ୟା ପରବର୍ତ୍ତୀ ସମୟ ପର୍ଯ୍ୟନ୍ତ କିମ୍ବା ଲକଡାଉନ ଶେଷ ହେବା ପର୍ଯ୍ୟନ୍ତ ଏହି କୋହଳତା ଜାରି ରହିବା ଆବଶ୍ୟକ । ଏହା ଦ୍ୱାରା ହାଟ ବଜାରରେ ସମ୍ଭାବ୍ୟ ସଂକ୍ରମଣର ଆଶଙ୍କା କମ୍ ରହିବ,’’ କହିଛନ୍ତି ବ୍ୟବସାୟୀ ସୁରେଶ ବେହେରା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଆସିଗଲା Coviself; ଏବେ ଘରେ ବସି ନିଜ COVID ପରୀକ୍ଷା କରିପାରିବେ; ଜାଣନ୍ତୁ କେମିତି କରିବେ

ଅନୁରୂପ ମତ ରଖି ଗ୍ରାହକ ବ୍ରଜବିହାରି କର କହିଛନ୍ତି ଯେ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ଗ୍ରାହକଙ୍କୁ ଏମିତି କିଛି ଅଧିକ ସମୟ ମିଳିବା ଦରକାର। ଏହାଦ୍ବାରା ବଜାରରେ ଭିଡ଼ କମିବ ।

ପ୍ରଶାସନର ଏହି ନିଷ୍ପତ୍ତିକୁ ବିଭିନ୍ନ ବ୍ୟାବସାୟୀକ ସଙ୍ଘ ସ୍ୱାଗତ କରିଛନ୍ତି । ଗଡ଼େଶ୍ୱର ହାଟ ବଣିକ ସଙ୍ଘର ସଭାପତି ଲକ୍ଷ୍ମଣ ସାହୁ କହିଛନ୍ତି, ‘‘ପୂର୍ବରୁ ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ହାଟବଜାର ଖୋଲା ରହୁଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ଏହାକୁ ଚାରି ଘଣ୍ଟା ଭିତରେ ସୀମିତ ରଖାଯାଇଥିଲା । ବାତ୍ୟାକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରିବାକୁ ବିଭିନ୍ନ ବ୍ୟବସାୟୀଙ୍କ ସଙ୍ଘ ବି.ଏମ୍‌.ସି.କୁ ଅନୁରୋଧ କରିଥିଲେ । ଦୁଇ ଘଣ୍ଟା ପାଇଁ ହେଲେ ବି ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୁମ୍ଭୀରକୁ ଜିଅନ୍ତା ଗିଳିବାକୁ ଚେଷ୍ଟା କରୁଥିଲା ଅଜଗର; VIDEOରେ ଦେଖନ୍ତୁ ଆଗକୁ ହେଲା

କଟକଣା କୋହଳ ହୋଇଥିବାରୁ ବିଭିନ୍ନ ହାଟ ବଜାର ଓ ଛକଗୁଡ଼ିକରେ ହଠାତ୍ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା । ପୋଲିସ ଅଧିକାରୀ ୟୁ.ସି. ରାଉତ କହିଥିଲେ, ‘‘ପୂର୍ବ ଅପେକ୍ଷା ଲୋକଙ୍କ ଭିତରେ କୋଭିଡକୁ ନେଇ ସଚେତନତା ବଢି଼ଛି । ବାତ୍ୟା ଆଶଙ୍କା କାରଣରୁ ହଠାତ୍ ଏଭଳି ଟ୍ରାଫିକ୍ ଜାମ୍‌ ସ୍ଥିତି ଉପୁଜିଥିଲା । ଏହା ସାମୟିକ ।’’



ପରିବା ହାଟଠାରୁ ଆରମ୍ଭ କରି ଗ୍ରୋସେରୀ ଓ ଅନ୍ୟାନ୍ୟ ଅତ୍ୟାବଶକୀୟ ସାମଗ୍ରୀ କିଣାବିକାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଥିଲା । କେତେକ ଅସ୍ଥାୟୀ ହାଟ ଆଖପାଖରେ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ପୋଲିସ ଫାଇନ୍ ଆଦାୟ କରୁଥିବା ଦେଖିବାକୁ ମିଳିଥିଲା । ପନିପରିବା ଓ ଗ୍ରୋସେରୀ ସାମଗ୍ରୀର ଦର ନିୟମିତ ଥିବା ଦେଖିବାକୁ ମିଳିଥିଲା ।
Published by: Anand ST Das
First published: May 24, 2021, 11:20 PM IST