ଭୁବନେଶ୍ୱର କରୋନା ହଟ୍-ସ୍ପଟ୍ ହେଲା; ବଢ଼ିବାରେ ଲାଗିଛି ସ୍ଥାନୀୟ ସଂକ୍ରମଣ; ୫ ଦିନରେ ୫ ହଜାର!

ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଶ୍ମଶାନରେ ଭିଡ଼ ଜମାଇବା, ସ୍ୱାବ୍ ଟେଷ୍ଟ ପାଇଁ ଦେବା ପରେ ଅଲଗା ହୋଇ ନ ରହି ରିପୋର୍ଟ ଆସିବା ଯାଏଁ ବୁଲିବା ଓ ଲୋକଙ୍କ ସହ ମିଶିବା ସ୍ଥାନୀୟ ସଂକ୍ରମଣର ମୁଖ୍ୟ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ।

ଭୁବନେଶ୍ୱରରେ ଗୋଟିଏ ପରିବାରର କରୋନା ପରୀକ୍ଷଣ ପାଇଁ ସ୍ୱାବ୍ ସଂଗ୍ରହ ହେଉଛି ।

ଭୁବନେଶ୍ୱରରେ ଗୋଟିଏ ପରିବାରର କରୋନା ପରୀକ୍ଷଣ ପାଇଁ ସ୍ୱାବ୍ ସଂଗ୍ରହ ହେଉଛି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ଲକଡାଉନ ଓ ସଟଡାଉନ ସତ୍ତ୍ୱେ ସ୍ଥାନୀୟ ସଂକ୍ରମଣ କମ୍‌ ହେଉ ନ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଗତ ପାଞ୍ଚ ଦିନରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ୪,୫୯୮ରେ ପହଞ୍ଚିଛି ।

କିଛି ଖାମଖିଆଲି ଓ ଅମାନିଆ ଲୋକଙ୍କ ପାଇଁ ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ବଢୁଥିବା କହିଛନ୍ତି ଉଭୟ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର ରାପିଡ୍‌ ରେସ୍ପୋନ୍ସ (ଆର୍‌.ଆର୍‌.ଟି.) ଟିମର ସଦସ୍ୟମାନେ । ସ୍ଥାନୀୟ ସଂକ୍ରମଣ ବଢ଼ିଚାଲିଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | ସିଙ୍ଗାପୁର ଷ୍ଟ୍ରେନ୍ ଭାରତରେ କରୋନାର ତୃତୀୟ ଲହର ଆଣିବ କି? ପିଲାମାନଙ୍କ ପାଇଁ ଚିନ୍ତା ବଢ଼ିଲା

ସାରା ରାଜ୍ୟ କରୋନା ଭାଇରସ୍‌ କବଳରେ ଥିବା ବେଳେ ଖୋର୍ଦ୍ଧା ଜିଲା ପାଲଟିଛି ମୁଣ୍ଡ ବ୍ୟଥାର କାରଣ । ଏହାରି ଭିତରେ ରାଜଧାନୀ ଭୁବନେଶ୍ବର ପାଲଟିଛି ହଟ୍‌-ସ୍ପଟ୍‌ । ଏଠାରେ କ୍ବାରେଣ୍ଟାଇନ୍‌ ବା ସଙ୍ଗରୋଧ ଅପେକ୍ଷା ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ସାରା ରାଜ୍ୟରେ ପ୍ରଥମେ ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ସଟଡାଉନ୍‌ ଓ ଗତ ୧୪ ଦିନ ହେବ ଲକଡାଉନ୍‌ ସତ୍ତ୍ୱେ ଖୋର୍ଦ୍ଧା ଜିଲ୍ଲା ଓ ବିଶେଷ କରି ଭୁବନେଶ୍ୱରରେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଥିବାରୁ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି ।

ଭୁବନେଶ୍ୱରରେ ସଂକ୍ରମିତ ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।


ମେ ୧୪ ତାରିଖରେ ଭୁବନେଶ୍ୱରରେ ସଙ୍ଗରୋଧରୁ ୧୬୬ ଜଣ ସଂକ୍ରମିତ ଲୋକ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଥିଲା ୮୮୨ । ମେ ୧୫ ତାରିଖରେ ସଙ୍ଗରୋଧରୁ ୧୪୪ ଜଣ ବାହାରିଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୯୭୪ ଥିଲା । ୧୬ ତାରିଖରେ ସଙ୍ଗରୋଧରୁ ୨୧୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧,୧୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ୧୭ ତାରିଖରେ ୧୩୪ ଜଣ ସଙ୍ଗରୋଧରୁ ଓ ୭୩୦ ଜଣ ସ୍ଥାନୀୟ ଲୋକ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ୧୮ ତାରିଖରେ ୧୮୪ ଜଣ ସଙ୍ଗରୋଧରୁ ଓ ୯୬୭ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍‌ VIDEO ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତ

ସ୍ୱାସ୍ଥ୍ୟ ବିଭାଗର ରାପିଡ ରେସପନ୍ସ ଟିମର କହିବା କଥା ଯେ ପଜିଟିଭ୍‌ ଚିହ୍ନଟ ହେଉଥିବା ରୋଗୀ ନିଜେ ମାର୍କେଟ୍‌ ଯାଇ ମେଡିସିନ କିଣିବା ଓ ତା’ ପରେ ଲାଇନ୍‌ ଦେଇ ରି-ଟେଷ୍ଟ୍‌ କରିବା କାଳ ସାଜିଛି । କିଛି ହାତଗଣତି ଅମାନିଆ ଲୋକଙ୍କ ପାଇଁ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଡଃ କେ.କେ. ଅଗ୍ରୱାଲ COVIDରେ ଚାଲିଗଲେ; ଟିକାର ୨ଟି ଡୋଜ୍ ନେବା ପରେ ବି କାହିଁକି ମୃତ୍ୟୁ ହେଉଛି?

‘‘ଆମ ପାଖକୁ ପଜିଟିଭ ଲୋକଙ୍କ ନାଁ ଆସିବା ପରେ ଆମେ ତାଙ୍କ ଘର ନିକଟସ୍ଥ ସ୍ଥାନକୁ ଯାଇ ଲୋକଙ୍କୁ ସଚେତନ କରୁଛୁ। ହେଲେ ଅନେକ ସମୟରେ ଲକ୍ଷ କରିଛୁ ଯେ ରୋଗୀ ଘରେ ରହୁନାହିଁ । ମେଡିସିନ୍‌ ଆଣିବାକୁ ହେଉ ବା ରି-ଟେଷ୍ଟ କରିବା ଆଳରେ ବାହାରେ ବୁଲୁଛି । ଅନ୍ୟମାନଙ୍କ ସହ ମିଶୁଛି । ଏହା ହିଁ ସ୍ଥାନୀୟ ସଂକ୍ରମଣ ବଢ଼ିବାର ଏକ ବଡ଼ କାରଣ,’’ କହିଛନ୍ତି ରାପିଡ ରେସପନ୍ସ ଟିମର ସଦସ୍ୟ ରେଣୁବାଳା ମହନ୍ତ । ଡାକ୍ତରମାନେ ଚେତାବନୀ ଦେଇଛନ୍ତି ଯେ ଯେ ଏବେ ସ୍ଥିତି ସୁଧୁରିବା ଆରମ୍ଭ ନ କଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩୪ ବର୍ଷର ହେଲେଣି ‘ଜନ୍ନତ୍ ଗର୍ଲ’ ସୋନାଲ୍ ଚୌହାନ; ସେ ମିସ୍ ୱାର୍ଲ୍ଡ ଟୁରିଜିମ୍ ହୋଇଥିଲେ

କିଛି ସମୟ ହାଟ ବଜାର ଖୋଲିଲେ ଲୋକଙ୍କ ଅସମ୍ଭାଳ ଗହଳି ସଂକ୍ରମଣ ବଢ଼ିବାର ମୁଖ୍ୟ କାରଣ ବୋଲି ସେମାନେ କହିଛନ୍ତି । ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ଶ୍ମଶାନରେ ଭିଡ଼ ଜମାଇବା, ସ୍ୱାବ୍‌ ଟେଷ୍ଟ ପାଇଁ ଦେବା ପରେ ଆଇସୋଲେସନରେ ନ ରହି ରିପୋର୍ଟ ଆସିବା ପର୍ଯ୍ୟନ୍ତ ବୁଲିବା ଓ ଲୋକଙ୍କ ସହ ମିଶିବା ସ୍ଥାନୀୟ ସଂକ୍ରମଣର ମୁଖ୍ୟ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ କର୍ମୀମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

କୋଭିଡ ଟେଷ୍ଟିଂକୁ ଡିସେଣ୍ଟ୍ରାଲାଇଜ୍‌ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏହା ଦ୍ୱାରା ଅଧିକ ସ୍ଥାନରେ ଟେଷ୍ଟିଂ ସୁବିଧା ମିଳିବ ଓ ଲୋକେ ଟେଷ୍ଟ କରି ଘରେ ଆଇସଲେଟ୍‌ ହୋଇ ରହିପାରିବେ । ସରକାର ସେହି ବ୍ୟବସ୍ଥା ଶୀଘ୍ର କରିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି ।



‘‘ଲୋକମାନଙ୍କ ଖାମଖିଆଲି ମନୋଭାବ ନ ଯିବା ପର୍ଯ୍ୟନ୍ତ କରୋନା ସଂକ୍ରମଣ କମିବ ନାହିଁ । ଅଯଥା ଭିଡ଼ ଜମାଇବା, ଲୋକଙ୍କ ସାଙ୍ଗରେ ମିଶିବା, ହାଟ ବଜାରରେ ଗହଳି କରିବା ଓ ରୋଗକୁ ହାଲୁକା ଭାବେ ନେବା ହିଁ ସ୍ଥାନୀୟ ସଂକ୍ରମଣର ବଡ଼ କାରଣ । ସରକାର ଆହୁରି କଠୋର ହେଲେ ଓ ଟେଷ୍ଟିଂ ସୁବିଧା ବଢ଼ାଇଲେ ସଂକ୍ରମଣ କମିବ ବୋଲି ଆଶା କରାଯାଇପାରିବ,’’ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସେବା ମହାପାତ୍ର ।
Published by:Anand ST Das
First published: