News18 Odia Digital
ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଟାର୍ଗେଟ୍ ଗୃପକୁ ଫୋକସ୍ କରି ଚାଲିଥିବା କରୋନା ଟିକାକରଣରେ ଏବେ ଜରୁରୀ ସେବାରେ ନିୟୋଜିତ ଲୋକ, ହୋଟେଲ୍ କର୍ମଚାରୀ ଓ ଘରେ ଶଯ୍ୟାଶାୟୀ ଅବସ୍ଥାରେ ଥିବା ଲୋକଙ୍କୁ ଟିକା ଦେବା ଆରମ୍ଭ ହୋଇଛି । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଟିକାରୁ ବଞ୍ଚିତ ରହିବେନି ସେଥି ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସକ୍ରିୟତା ଦେଖାୟାଇଛି ।
ହୋଟେଲ କର୍ମଚାରୀମାନଙ୍କ ପାଇଁ ବୁଧବାର ଦିନ ଆୟୋଜିତ ସ୍ବତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ବି.ଏମ୍.ସି. ଓ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡି଼ଶାର (ହାରୋ) ମିଳିତ ଉଦ୍ୟମରେ ହୋଇଥିଲା । ପୂର୍ବରୁ ଏ ନେଇ ହାରୋ ପକ୍ଷରୁ ହୋଟେଲ୍ କର୍ମଚାରୀମାନଙ୍କ ତାଲିକା ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ହୋଟେଲର ୫୦୦ କର୍ମଚାରୀଙ୍କ ପାଇଁ ଟିକା ବ୍ୟବସ୍ଥା କରାଯାଇଛି । ବିନା ସ୍ଲଟ୍ ବୁକିଂରେ ସ୍ୱତନ୍ତ୍ର ସେସନ୍ ଜରିଆରେ ସପ୍ତମ ବାଟାଲିଆନ ନିକଟସ୍ଥ ହାଇ ସ୍କୁଲରେ ଟିକାକରଣ କରାଯାଇଥିଲା ।
ଏହା ବି ପଢ଼ନ୍ତୁ | SBIର ଆଲର୍ଟ! ଏବେ ATMରୁ ଟଙ୍କା ଉଠାଇବା ମହଙ୍ଗା ହେବ, ଚେକ୍ ବୁକ୍ ନିୟମ ବି ବଦଳିବଆଗାମୀ ଦିନରେ ଯେହେତୁ ହୋଟେଲଗୁଡ଼ିକୁ ରାଜ୍ୟ ଓ ଦେଶ ଭିତରୁ ଓ ବାହାରୁ ଆସିବାକୁ ଥିବା ପର୍ଯ୍ୟଟକ ଓ ଗ୍ରାହକମାନଙ୍କ ସହ ହୋଟେଲ୍ କର୍ମଚାରୀମାନେ ସିଧାସଳଖ ସଂପୃକ୍ତ ରହିବେ, ସେମାନଙ୍କ ପାଇଁ ଟିକାଦାନର ଆବଶ୍ୟକତା ଥିଲା ବୋଲି କହିଛନ୍ତି ହାରୋର କର୍ମକର୍ତ୍ତାମାନେ । ହାରୋ ସଭାପତି ଜେ.କେ ମହାନ୍ତି କହିଛନ୍ତି ଯେ ହୋଟେଲ କର୍ମଚାରୀମାନେ ବି ‘‘ଫ୍ରଣ୍ଟଲାଇନ୍ କର୍ମଚାରୀ’’ ।
ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ
ଜଣେ ହୋଟେଲ୍ କର୍ମଚାରୀଙ୍କୁ ଟିକା ଦିଆଯାଉଛି ।
‘‘ବି.ଏମ୍.ସି. ଅଞ୍ଚଳରେ ରହୁଥିବା କେହି ଜଣେ ବି ବ୍ୟକ୍ତି ଯେମିତି ବିନା ଭାକ୍ସିନେସନରେ ରହି ନ ଯାଆନ୍ତି ତାହା ହିଁ ଆମର ଲକ୍ଷ । କମିଶନର ମଧ୍ୟ ସେ କଥା ବାରମ୍ବାର କହିଛନ୍ତି । ଆଗକୁ କିନ୍ନରମାନଙ୍କର ମଧ୍ୟ ଏକ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରେଇବୁ । ଯାହା ଯାହା ନଜରକୁ ଆସିବ ଆଉ ହୋଇପାରିବ ସବୁ ବ୍ୟବସ୍ଥା ବି.ଏମ୍.ସି. ବୁଝିବ,’’ କହିଛନ୍ତି ବି.ଏମ୍.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।
ଏହା ବି ପଢ଼ନ୍ତୁ | ଜୁନ୍ ୨୧ରୁ ଦେଶର ସବୁ ନାଗରିକଙ୍କୁ ମାଗଣା ଟିକା, ଦୀପାବଳୀ ଯାଏଁ ଗରିବଙ୍କୁ ମାଗଣା ଚାଉଳ: କହିଲେ PM ମୋଦିହାରୋ ସଭାପତି ଜେ.କେ ମହାନ୍ତି କହିଛନ୍ତି, ‘‘ହୋଟେଲ କର୍ମଚାରୀମାନେ ବି ଫ୍ରଣ୍ଟଲାଇନ କର୍ମଚାରୀ । ସବୁ ଦିନ ଅନେକ ଲୋକଙ୍କୁ ସେମାନେ ସେବା ଯୋଗାଉଛନ୍ତି । ବାହାରୁ ଆସୁଥିବା ଲୋକଙ୍କ କଥା ବୁଝୁଛନ୍ତି । ତେଣୁ ସେମାନଙ୍କ ଟିକାକରଣ ପାଇଁ ବି.ଏମ୍.ସି. କମିଶନରଙ୍କୁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ । ତାଙ୍କ ସହାୟତାରେ ଆମର ୫୦୦ ଷ୍ଟାଫ୍ ଟିକା ପାଇପାରିଲେ । ତାହା ଏକ ଖୁସିର କଥା । ସବୁ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବା ପାଇଁ ଆମେ ଅନୁରୋଧ କରିଛୁ ।’’
ଏହା ବି ପଢ଼ନ୍ତୁ | ଛୋଟ ପିଲାଙ୍କୁ କରୋନାର ତୃତୀୟ ଲହରରେ ବେଶୀ ବିପଦ; ତାଙ୍କ ପାଇଁ ଭ୍ୟାକ୍ସିନ୍ ଆଶା ଉଜ୍ଜ୍ୱଳ ହେଲାବୁଧବାରଠାରୁ ଭୁବନେଶ୍ୱରରେ ଘରକୁ ଘର ଯାଇ କେବଳ ଶଯ୍ୟାଶାୟୀ ଓ ଶାରୀରିକ ଭାବେ ଅଚଳ ହିତାଧିକାରୀମାନଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ବି.ଏମ୍.ସି.ର ସୂଚନା ପରେ ସେମାନେ ୧୯୨୯ ହେଲ୍ପଲାଇନ୍ ନମ୍ବର ଜରିଆରେ ପଞ୍ଜୀକରଣ କରିଥିଲେ । ତା’ ପରେ ବି.ଏମ୍.ସି. ପକ୍ଷରୁ ଆର୍.ଆର୍.ଟି. ଟିମ୍ ସହ ଭ୍ୟାକ୍ସିନେଟରମାନେ ମିଳିତ ଭାବେ ପଞ୍ଜୀକୃତ ହିତାଧିକାରୀଙ୍କ ଘରକୁ ଆସି ଟିକା ଦେଇଛନ୍ତି । ସମ୍ପୂର୍ଣ୍ଣ ଶଯ୍ୟାଶୟୀ କିମ୍ବା କୌଣସି କାରଣ ବଶତଃ ଅଙ୍ଗପ୍ରତ୍ୟଙ୍ଗ ଅଚଳ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି ।
ଏହା ବି ପଢ଼ନ୍ତୁ | ‘‘ଅଙ୍କଲ୍ ପୂରା ପରିବାର ଓ ଗାଁ ରାଜ ଭବନକୁ ନେଇଆସିଛନ୍ତି,’’ ବେଙ୍ଗଲ୍ ରାଜ୍ୟପାଳଙ୍କୁ ପ୍ରମାଣ ସହ କହିଲେ TMC MP ମହୁଆ ମୋଇତ୍ରା‘‘ମୋ’ ଗୋଡ଼ ଭାଙ୍ଗିଯିବା ପରେ ଅପରେସନ୍ ହୋଇଛି । ବି.ଏମ୍.ସି. ଏଭଳି ଏକ ବ୍ୟବସ୍ଥା କରୁଛି ବୋଲି ମୁଁ ଶୁଣିବା ପରେ ସଙ୍ଗେ ସଙ୍ଗେ ୧୯୨୯ରେ ରେଜିଷ୍ଟ୍ରେସନ୍ କଲି ଓ ଆଜି ଟିକା ବି ପାଇଲି । ବହୁତ ଖୁସି ଲାଗୁଛି,’’ କହିଛନ୍ତି ସତୀଶ ଶୋଭନ ମିଶ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯେବେ ନେହା କକ୍କଡ଼ଙ୍କୁ ଜଣେ ଯୁବକ ଜବରଦସ୍ତ୍ KISS କରିଥିଲେ, ବିବାଦରେ ଥିଲେ ଗାୟିକାପୂର୍ବରୁ ଏହି ଡୋରଷ୍ଟେପ୍ ଭାକ୍ସିନେସନ ପାଇଁ ଆରମ୍ଭ ହୋଇଥିଲା ପଞ୍ଜିକରଣ । ବୁଧବାର ପ୍ରଥମ ଦିନ ଥିଲା । ‘‘ନିଶ୍ଚିତ ଭାବେ ଯେମିତି ପଞ୍ଜୀକରଣ କରିଥିବା ପ୍ରତ୍ୟେକ ବ୍ୟକ୍ତି ଠିକ୍ ଭାବେ ଟିକା ପାଇବେ ତାହା ଆମେ ସୁନିଶ୍ଚିତ କରୁଛୁ । ପ୍ରତି ହିତାଧିକାରୀ ଆମ ପାଇଁ ଗୁରୁତ୍ୱ ବହନ କରନ୍ତି,’’ କହିଛନ୍ତି ବି.ଏମ୍.ସି. ଉତ୍ତର ମଣ୍ଡଳର ଜୋନାଲ ଡେପୁଟି କମିଶନର ପୁରନ୍ଦର ନନ୍ଦ ।
ଆଗକୁ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ଥିବାରୁ ତା’ ପୂର୍ବରୁ ରାଜ୍ୟ ରାଜଧାନୀରେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଟିକାକରଣ କରିବାକୁ ବି.ଏମ୍.ସି. ଟାର୍ଗେଟ ରଖିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।