News18 Odia Digital
ଭୁବନେଶ୍ୱର: ଯେଉଁମାନଙ୍କ ପାଖରୁ କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାର ଆଶଙ୍କା ବେଶୀ ଥାଏ ଓ ଯେଉଁମାନେ ବେଳେବେଳେ ସୁପର୍ ସ୍ପ୍ରେଡର୍ ହୋଇଯିବାର ସମ୍ଭାବନା ଥାଏ, ସେମିତି ଲୋକଙ୍କ ଟିକାକରଣ ଆରମ୍ଭ କରିଛି ଭୁବନେଶ୍ୱର ନଗର ନିଗମ (ବି.ଏମ୍.ସି.) । ଶୁକ୍ରବାର ଦିନ ଖାଦ୍ୟ ଡେଲିଭରି କରୁଥିବା ଲୋକ ଓ ହୋଟେଲ୍ ଏବଂ ରେଷ୍ଟୁରାଣ୍ଟରେ କାମ କରୁଥିବା ଲୋକଙ୍କ ଟିକାକରଣ ଆରମ୍ଭ ହୋଇଛି ।
ପ୍ରତି ଦିନ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଏହି ବିଶେଷ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଭୁବନେଶ୍ୱରରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟରେ ନିୟୋଜିତ ହୋଇଥିବା ବ୍ୟକ୍ତିମାନେ ନୟାପଲ୍ଲୀ ଆଇ.ଆର୍.ସି. ଭିଲେଜରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେଇଛନ୍ତି । ଯେହେତୁ ଏମାନେ ପ୍ରତି ଦିନ ବହୁ ଲୋକଙ୍କ ସହ ମିଶୁଛନ୍ତି, ସେ ଦୃଷ୍ଟିରୁ ଏମାନଙ୍କୁ ଟିକାକରଣରେ ପ୍ରାଥମିକତା ଦିଆଯାଇଛି ।
ଏହା ବି ପଢ଼ନ୍ତୁ | ଏବେ ହଜାରେ ବର୍ଷ ବଞ୍ଚିବ ମଣିଷ! ବୈଜ୍ଞାନିକ କହିଲେ ଲ୍ୟାବରେ ତିଆରି ହେବ ଅମରତ୍ୱର ଇଞ୍ଜେକ୍ସନ୍‘‘ଭୁବନେଶ୍ବରର ରେଷ୍ଟୁରାଣ୍ଟ ଆସୋସିଏସନର ମୋ’ଟ ସଦସ୍ୟ ସଂଖ୍ୟା ୨,୦୦୦ । ଶୁକ୍ରବାର ଦିନ ସେଥିରୁ ୪୫୦ ଜଣ ଟିକା ନେଇଛନ୍ତି । ଅନ୍ୟମାନଙ୍କୁ ସୋମବାର ଟିକା ଦିଆଯିବ। ସ୍ଲଟ୍ ମିଳୁ ନ ଥିବାରୁ ବି.ଏମ୍.ସି.ର ଏହି ବିଶେଷ ବ୍ୟବସ୍ଥାକୁ ଆମେ ସ୍ବାଗତ କରୁଛୁ । ବି.ଏମ୍.ସି.କୁ ଅନୁରୋଧ କରିବା ପରେ ସେମାନେ ଆମ କଥାକୁ ଗ୍ରହଣ କରିଥିବାରୁ ମୁଁ ଧନ୍ୟବାଦ ଜଣାଉଛି,’’ କହିଛନ୍ତି ଆସୋସିଏସନର ସଭାପତି ରାଜୀବ ସ୍ୱାଇଁ ।

ବି.ଏମ୍.ସି. କମିଶନର୍ ସଞ୍ଜୟ ସିଂ
ଏହା ବି ପଢ଼ନ୍ତୁ | ଚୀନ୍ର ଚାଲ୍ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲାସ୍ୱିଗି ଓ ଜୋମାଟୋ ଫୁଡ୍ ଡେଲିଭରି ବୟମାନଙ୍କ ପାଇଁ ବି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରିଛି ବି.ଏମ୍.ସି. । ସେମାନଙ୍କ ପାଇଁ ସପ୍ତମ ବ୍ୟାଟାଲିୟନ୍ ନିକଟସ୍ଥ ହାଇ ସ୍କୁଲରେ ଆୟୋଜନ ହୋଇଛି ଏକ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ । ପ୍ରଥମ ଦିନରେ ପ୍ରାୟ ୬୦୦ ଜଣଙ୍କ ଟିକା ନେବା ବ୍ୟବସ୍ଥା କରାଯାଇଥିବା ବେଳେ ଆହୁରି ଦୁଇ ଦିନ ଧରି ଅନ୍ୟ ସବୁ ଡେଲିଭରି ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି କହିଛନ୍ତି ବି.ଏମ୍.ସି. କମିଶନର୍ ସଞ୍ଜୟ ସିଂ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | TMCର ଗର୍ଭବତୀ MP ନୁସରତ୍ ଜହାଁ କହିଲେ ସ୍ୱାମୀ ନିଖିଲ୍ ଜୈନଙ୍କ ସହ ତାହା ତାଙ୍କର ‘‘ବିବାହ ନ ଥିଲା’’‘‘ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଲୋକେ ଅତି ସମ୍ବେଦନଶୀଳ। ତାଙ୍କଠାରୁ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ସେମାନଙ୍କ ପାଇଁ ଆମେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା କରିଛୁ,’’ କହିଛନ୍ତି ବି.ଏମ୍.ସି.ର ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ ।
ଟିକାକରଣ ପାଇଁ ସାଧାରଣତଃ ସ୍ଲଟ୍ ମିଳୁନାହିଁ ବୋଲି ଆସୁଥିବା ଅଭିଯୋଗ ମଧ୍ୟରେ ଏମିତି ବିଶେଷ ବ୍ୟବସ୍ଥା ବି.ଏମ୍.ସି. କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀମାନେ । ଟିକାକରଣକୁ ବ୍ୟାପକ କରିବାକୁ ଲକ୍ଷ ରଖିଛି ଭୁବନେଶ୍ୱର ମହାନଗର ନିଗମ । ପୂର୍ବରୁ ଭିକ୍ଷୁକ, ରାସ୍ତା କଡ଼ରେ ବସିଥିବା ବ୍ୟକ୍ତି ଓ ଉଠା ଦୋକାନୀମାନଙ୍କୁ ଟିକା ଦିଆଯାଇଥିଲା । ଦିବ୍ୟାଙ୍ଗମାନେ ମଧ୍ୟ ଟିକା ନେଇଥିଲେ । ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଭ୍ୟାନ୍ ଯୋଗେ ଟିକାକରଣ ସେବା ଯୋଗାଉଛି ବି.ଏମ୍.ସି.।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।