ଲୋକେ କାହିଁକି ନିୟମ ମାନି ମାସ୍କ ପିନ୍ଧୁନାହାନ୍ତି? ପଚାରିଲେ ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ

ମାସ୍କ ପିନ୍ଧୁ ନ ଥିବା ଓ ସାମାଜିକ ଦୂରତା ପାଳନ କରୁ ନ ଥିବା କାରଣରୁ ହଜାର ହଜାର ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସକୁ ଖୁସି ମିଳୁ ନାହିଁ ବୋଲି କମିଶନରେଟ୍ ପୋଲିସ୍ ଏକ ଟ୍ୱିଟରେ କହିଛି ।

ଲୋକେ କାହିଁକି ନିୟମ ମାନି ମାସ୍କ ପିନ୍ଧୁନାହାନ୍ତି? ପଚାରିଲେ ପୋଲିସ୍ କମିଶନର୍ ସୁଧାଂଶୁ ଷଡ଼ଙ୍ଗୀ
ଟ୍ୱିନ୍ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ (ଡାହାଣ) ତାଙ୍କ କାର୍ଯ୍ୟାଳୟରୁ ଆସିଥିବା ଟ୍ୱିଟ୍
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଲୋକେ ମାସ୍କ ପିନ୍ଧୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଟ୍ୱିନ୍‌ ସିଟି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ l କରୋନା ସଂକ୍ରମଣ ରୋକିବାକୁ ସାମାଜିକ ଦୂରତା ପାଳନ କରିବା ଓ ମାସ୍କ ପିନ୍ଧିବାକୁ କଟକ-ଭୁବନେଶ୍ୱର କମିଶନରେଟ୍‌ ପୋଲିସ ବାରମ୍ଵାର ଲୋକଙ୍କୁ ସଚେତନ କରୁଛି l କିନ୍ତୁ ଏହା ପରେ ବି ଲୋକେ ମାସ୍କ ପିନ୍ଧୁ ନାହଁlନ୍ତି କି ସାମାଜିକ ଦୂରତା ପାଳନ କରୁନାହଁlନ୍ତି l ସେଇଥି ପାଇଁ ଶତାଧିକ ନିୟମ ଖିଲାପକାରୀଙ୍କ ବିରୋଧରେ ପ୍ରତି ଦିନ ନିଆଯାଉଛି ଆଇନଗତ କାର୍ଯ୍ୟାନୁଷ୍ଠାନ l

ଲୋକଙ୍କ ଏମିତି ଆମାନିଆପଣ ବିଷୟରେ ଟ୍ୱିଟ୍‌ କରି ବିରକ୍ତି ପ୍ରକାଶ କରିଛି କମିଶନରେଟ୍‌ ପୋଲିସ l ଟ୍ୱିଟ୍‌ କରି ଲୋକଙ୍କୁ ପ୍ରଶ୍ନ କରିଛନ୍ତି ଷଡ଼ଙ୍ଗୀ l ବାରମ୍ଵାର ସଚେତନ କରିବା ପରେ ବି ଲୋକେ କାହିଁକି ସୁଧୁରୁନାହଁlନ୍ତି? କାହିଁକି ନିୟମ କାନୁନକୁ ମାନୁନାହଁlନ୍ତି ଲୋକେ? କମିଶନରେଟ୍‌ ପୋଲିସର ଏହି ଟ୍ୱିଟ୍‌ ପରେ ଲୋକେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି l

ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଜୁନ ୧୦ ତାରିଖରୁ ୧୬ ତାରିଖ ଛଅ ଦିନ ମଧ୍ୟରେ ମାସ୍କ ପିନ୍ଧି ନ ଥିବା କାରଣରୁ ଭୁବନେଶ୍ଵରରେ ୧,୮୭୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ l ସେହିପରି କଟକରେ ୧,୭୩୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ସାମାଜିକ ଦୂରତା ପାଳନ କରି ନ ଥିବାରୁ ଭୁବନେଶ୍ୱରରେ ୩,୬୫୭ ଜଣ ଏବଂ କଟକରେ ୧,୪୧୪ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି l ଏହା ପରେ ବି ଲୋକେ ସୁଧୁରୁ ନାହାଁନ୍ତି l

କମିଶନରେଟ୍ ପୋଲିସ୍ ଏମିତି ଛବି ଓ ଲେଖା ଟ୍ୱିଟ୍ କରି ଜନ ସଚେତନତା ବଢ଼ାଉଛି ।


‘‘ଆଜି ଗୋଟିଏ ଦିନରେ ମାସ୍କ ପିନ୍ଧି ନ ଥିବା ଓ ସାମାଜିକ ଦୂରତା ପାଳନ କରୁ ନ ଥିବା କାରଣରୁ ୧,୭୯୦ ଜଣ ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି କହି ଆମକୁ ଖୁସି ମିଳୁ ନାହିଁ । ଆମକୁ କାହିଁକି ନିଜ ନାଗରିକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ୁଛି ଆଉ ଲୋକେ ନିଜେ କାହିଁକି ନିୟମ ମାନୁ ନାହାନ୍ତି? ମୁଁ ଆଶା କରୁଛି ଯେ ଏହି ସ୍ଥିତିରେ ସୁଧାର ଆସିବ ଓ ଲୋକେ ନିୟମ ମାନିବେ,’’ ନିଜ ଟ୍ୱିଟରେ ଲେଖିଛନ୍ତି ଷଡ଼ଙ୍ଗୀ ।

ସାମାଜିକ ଦୂରତା ପାଳନ କରିବା ଓ ମାସ୍କ ପିନ୍ଧିବା ପ୍ରତି ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପୋଲିସ କମିଶନରଙ୍କ ଏହି ନୂଆ ପ୍ରକାରର ମେସେଜ୍‌ ବେଶ୍‌ ଲୋକପ୍ରିୟ ହୋଇଛି  l

ଏହି ଟ୍ୱିଟ୍‌ ପରେ ଏକ ସ୍ୱଳ୍ପ ବାର୍ତ୍ତାଳାପରେ ସେ କହିଛନ୍ତି: ‘‘ପ୍ରତି ଦିନ ପୋଲିସ ଦୋକାନ ବଜାର ବୁଲି ଅମାନିଆ ଲୋକଙ୍କୁ ଧରୁଛି l କିନ୍ତୁ ଲୋକେ ତଥାପି ମାନୁନାହଁlନ୍ତି l ଏହା ପୋଲିସ ପାଇଁ ଚିନ୍ତା ବଢ଼ାଉଛି ।’’

ପୋଲିସ କମିଶନରଙ୍କ ଏଭଳି ଟ୍ୱିଟରୁ ଏବେ ଆଭାସ ମିଳୁଛି ଯେ ଆଗକୁ ଅମାନିଆଙ୍କ ବିରୋଧରେ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଯାଉଛି  l

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 18, 2020, 8:56 PM IST
corona virus btn
corona virus btn
Loading