ଭୁବନେଶ୍ୱର: ସିରୋ ସର୍ଭେଇଲାନ୍ସରେ ବରିଷ୍ଠ ନାଗରିକଙ୍କ ଉପରେ ଗୁରୁତ୍ୱ; ଲକ୍ଷଣ ନ ଥିଲେ ଘରେ ଚିକିତ୍ସା

ଏଣିକି ଭୁବନେଶ୍ୱରରେ ଲକ୍ଷଣ ନ ଥିବା ବା ଅଳ୍ପ ଲକ୍ଷଣ ଥିବା କରୋନା ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହୋଇପାରିବେ । ଏଥି ପାଇଁ ଆକାନ୍ତଙ୍କ ପରିବାର ପକ୍ଷରୁ ବିଏମସି ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିବାକୁ ହେବ ।

ଭୁବନେଶ୍ୱର: ସିରୋ ସର୍ଭେଇଲାନ୍ସରେ ବରିଷ୍ଠ ନାଗରିକଙ୍କ ଉପରେ ଗୁରୁତ୍ୱ; ଲକ୍ଷଣ ନ ଥିଲେ ଘରେ ଚିକିତ୍ସା
ସିରୋ ସର୍ଭେଇଲାନ୍ସର ପ୍ରଥମ ଦିନରେ ୫୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।
  • News18 Odia
  • Last Updated: July 12, 2020, 11:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ହୁ ହୁ ହେଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ବିଶେଷ କରି ବରିଷ୍ଠ ନାଗରିକଙ୍କ ପାଇଁ ଚିନ୍ତା ବଢୁଛି କାରଣ ବରିଷ୍ଠ ନାଗରିକ ତଥା ଅନ୍ୟ ରୋଗାକ୍ରାନ୍ତ ବ୍ୟକ୍ତି କୋଭିଡ-୧୯ର ଅଧିକ ଶିକାର ହେଉଛନ୍ତି। ରାଜଧାନୀରେ ସଂକ୍ରମଣ କେତେ ବ୍ୟାପିଛି ତାହା ଜାଣିବା ପାଇଁ ଶନିବାର ଠାରୁ ଆରମ୍ଭ ହୋଇଛି ସିରୋ ସର୍ଭେଇଲାନ୍ସ। ପ୍ରଥମ ଦିନରେ ୫୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିବା ବେଳେ ରବିବାର ଅର୍ଥାତ ଦ୍ଵିତୀୟ ଦିନରେ ୪୦୦ରୁ ଅଧିକ ନମୁନା ସଂଗ୍ରହ ହୋଇଛି।

ଦ୍ଵିତୀୟ ଦିନରେ ବିଶେଷ କରି ବରିଷ୍ଠ ନାଗରିକଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେମାନଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଛି। ବରିଷ୍ଠ ନାଗରିକଙ୍କ ସହ ଅନ୍ୟ ବୟସ ବର୍ଗର ଲୋକଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଛି । କରୋନାରେ ମୃତ୍ୟୁବରଣ କରିଥିବା ଅଧିକାଂଶ ବ୍ୟକ୍ତି ବରିଷ୍ଠ ନାଗରିକ ବା ଭିନ୍ନ ଭିନ୍ନ ରୋଗରେ ପୀଡ଼ିତ। ତେଣୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଜାଣିବା ଜରୁରୀ ବୋଲି ବିଏମସି ପକ୍ଷରୁ କୁହାଯାଇଛି। ବିଏମସିର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବରିଷ୍ଠ ନାଗରିକମାନେ ।

‘‘ପ୍ରତି ଅଞ୍ଚଳରେ ଏଭଳି ଟେଷ୍ଟିଙ୍ଗର ଆବଶ୍ୟକତା ରହିଛି। ଜଣଙ୍କ ରିପୋର୍ଟ ଜଣା ପଡ଼ିଲେ ପୂରା ପରିବାର ସଂକ୍ରମିତ କି ନାହିଁ ସେ ବାବଦରେ ଜଣାପଡ଼ିଯିବ। କିନ୍ତୁ ସିରୋ ସର୍ଭେଇଲାନ୍ସରେ କୌଣସି ଲିମିଟେସନ ରହିବା କଥା ନୁହେଁ। ୫,୦୦୦ ଲୋକଙ୍କ ନମୁନା ସଂଗ୍ରହ କରାଯିବ କୁହାଯାଉଛି । ତାହା ନ କରି ସମସ୍ତଙ୍କ ପାଇଁ ଏହାକୁ ଉପଲବ୍ଧ କଲେ ଭଲ ହେବ,’’ କହିଛନ୍ତି ସୌଭାଗ୍ୟ ନଗର ବାସିନ୍ଦା ରମେଶ ଚନ୍ଦ୍ର ମହାପାତ୍ର।

ବିଏମସିର ମୁଖ୍ୟାଳୟ


ଭୁବନେଶ୍ୱର ପାଇଁ ଏବେ ବିପଦ ପାଲଟିଛି ହସପିଟାଲ୍‌ ଓ ମାର୍କେଟ। ଲୋକେ ସାମାଜିକ ଦୂରତ୍ୱ ମାନୁନାହାନ୍ତି । ମନ ଇଛା ବାହାରେ ବୁଲୁଛନ୍ତି । ଛକ ବଜାରରେ ଗହଳି କରୁଛନ୍ତି । ଏହା ଫଳରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । କୋଭିଡ ଯୋଦ୍ଧାମାନେ ବି ଆକ୍ରାନ୍ତ ହେଉଛନ୍ତି । ରୋଗୀଙ୍କ ସଂସ୍ପର୍ଶରେ ଆସି ଡାକ୍ତର ଓ ପାରା ମେଡିକାଲ ଷ୍ଟାଫ ସଂକ୍ରମିତ ହେଉଛନ୍ତି। ପ୍ରତି ଦିନ ବିଭିନ୍ନ ଘରୋଇ ଓ ସରକାରୀ ହସପିଟାଲରୁ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି। ଫଳରେ ବିଭିନ୍ନ ହସ୍ପିଟାଲର ଓପିଡ଼ି ବନ୍ଦ କରିଛି ପ୍ରଶାସନ। ବିଶେଷ କରି ହଟସ୍ପଟ ଅଞ୍ଚଳରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସଂକ୍ରମଣ ବଢୁଛି। ତେଣୁ ବାହାର ଜିଲ୍ଲାରୁ ଭୁବନେଶ୍ୱର ଆସୁଥିବା ଲୋକଙ୍କ ଉପରେ ରୋକ ଲଗାଇଛି ବିଏମସି।

ଏଣିକି ଭୁବନେଶ୍ୱରରେ ଘରେ ରହି କରୋନା ଆକ୍ରାନ୍ତ ଚିକିତ୍ସିତ ହୋଇପାରିବେ। ଯେଉଁ ଆକ୍ରାନ୍ତଙ୍କ ଲକ୍ଷଣ ନ ଥିବ କିମ୍ବା ଅଳ୍ପ ଲକ୍ଷଣ ଥିବ ସେମାନେ ନିଜ ଘରେ ସଙ୍ଗରୋଧରେ ରହି ଚିକିତ୍ସିତ ହୋଇପାରିବେ। ଏ ନେଇ ବିଏମସି ପକ୍ଷରୁ ଏକ ସ୍ୱତନ୍ତ୍ର ନିର୍ଦେଶନାମା ଜାରି ହୋଇଛି । ଏଥି ପାଇଁ ଆକାନ୍ତଙ୍କ ପରିବାର ପକ୍ଷରୁ ବିଏମସି ସହ ଏକ ଚୁକ୍ତିନାମା ସ୍ବାକ୍ଷର କରିବାକୁ ହେବ । ଆକ୍ରାନ୍ତ ଚାହିଁଲେ ଘରେ ରହି ଚିକିତ୍ସିତ ହୋଇପାରିବେ। ହେଲେ ବସ୍ତି ଅଞ୍ଚଳରେ ଏହା ଲାଗୁ ହେବନି।

ଏହା ବି ପଢ଼ନ୍ତୁ: ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍ ହେଲେ; ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି

ଏହା ବି ପଢ଼ନ୍ତୁ: ପ୍ରେମରେ ଭଲ ସମ୍ପର୍କ ଓ ଖରାପ ସମ୍ପର୍କ ଭିତରେ କ’ଣ କ’ଣ ପାର୍ଥକ୍ୟ ରହିଛି? ଜାଣନ୍ତୁ

ଏହା ବି ପଢ଼ନ୍ତୁ: ‘‘ମୋ’ ଧନ ଆଉ ନାହିଁ, ମୁଁ ତାଙ୍କ ସାଙ୍ଗରେ ଯାଉଛି’’: ଜଗତସିଂହପୁର କରୋନା ୱାର୍ଡ଼ରେ ପତ୍ନୀର ଶେଷ କଥା

୬୦ ବର୍ଷରୁ ଅଧିକ ବ୍ୟକ୍ତି ଓ ଏକାଧିକ ରୋଗରେ ପୀଡ଼ିତଙ୍କ କ୍ଷେତ୍ରରେ ଏହି ନୂଆ ବ୍ୟବସ୍ଥା ଲାଗୁ ହେବନି। ଡାକ୍ତରଙ୍କ ପରାମର୍ଶ ନେଇ ସେମାନେ ଚିକିତ୍ସା କରାଇପାରିବେ। ବିଏମସି ନୋଡାଲ ଅଧିକାରୀଙ୍କ ସହାୟତାରେ ଉକ୍ତ ଆକ୍ରାନ୍ତଙ୍କ ଦୈନନ୍ଦିନ ସ୍ୱାସ୍ଥ୍ୟ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ବିଏମସିର ନିର୍ଦ୍ଦେଶନାମାରେ ଉଲ୍ଲେଖ ଅଛି ।
Published by: Anand Shankar Thankur Das
First published: July 12, 2020, 11:39 PM IST
corona virus btn
corona virus btn
Loading