ଟିକ୍ ମି: ଗ୍ରୋସେରୀ, ପରିବା, ଔଷଧ, ଖାଦ୍ୟ… ଘରେ ସବୁ ମିଳିବ BMCର ଏହି ଆପ୍‌ ମାଧ୍ୟମରେ

ଏହି ଆପ ଜରିଆରେ ଗୋଟିଏ ପ୍ଲାଟଫର୍ମରେ ସବୁ ସାମଗ୍ରୀ ଅର୍ଡର କରିହେବ । ଅର୍ଡର କରୁଥିବା ବ୍ୟକ୍ତି କେଉଁ ଦିନ ଡେଲିଭରି ପାଇବେ ଏହି ଆପରେ ସେ ସୂଚନା ପାଇପାରିବେ ।

ଟିକ୍ ମି: ଗ୍ରୋସେରୀ, ପରିବା, ଔଷଧ, ଖାଦ୍ୟ… ଘରେ ସବୁ ମିଳିବ BMCର ଏହି ଆପ୍‌ ମାଧ୍ୟମରେ
ଟିକ୍ ମି ଆପ୍
  • News18 Odia
  • Last Updated: April 17, 2020, 8:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଗ୍ରୋସେରୀ, ପନିପରିବା, ମେଡ଼ିସିନ ହେଉ ବା ରେସ୍ତୋରାଁରୁ ଖାଇବା ଅର୍ଡର୍‌ । ଲକଡ଼ାଉନରେ ଘରେ ବସି ଏ ସବୁ କିଛି ପାଇପାରିବେ ଆପଣ । ଗୋଟିଏ କଲରେ ଏ ସବୁ ଆସି ପହଞ୍ଚିଯିବ ଆପଣଙ୍କ ଘରେ । ବିଏମସି ସହଯୋଗରେ ଏଥି ପାଇଁ ରାଜଧାନୀରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଟିକ୍‌ ମି (tickme) ମୋବାଇଲ ଆପ ।

ଏହି ଆପ ଜରିଆରେ ଗୋଟିଏ ପ୍ଲାଟଫର୍ମରେ ସବୁ ସାମଗ୍ରୀ ଅର୍ଡର କରିହେବ । ଅର୍ଡର କରୁଥିବା ବ୍ୟକ୍ତି କେଉଁ ଦିନ ଡେଲିଭରି ପାଇବେ ଏହି ଆପରେ ସେ ସୂଚନା ପାଇପାରିବେ । ବଡ କଥା ହେଲା କେବଳ ବଡ଼ ମଲ କି ଷ୍ଟୋର ନୁହେଁ, ଛୋଟ ଛୋଟ ଗ୍ରୋସରୀ ଓ ପରିବା ଦୋକାନୀଙ୍କ ସହ ରେସ୍ତୋରାଁ ଓ ସମସ୍ତ ମେଡ଼ିସିନ ଦୋକାନୀ ଏହି ଆପ୍ ମାଧ୍ୟମରେ ନିଜ ସାମଗ୍ରୀ ବିକ୍ରି କରିପାରିବେ। ଏଥିପାଇଁ ଆପ୍ସ ରେ ଦୋକାନୀଙ୍କୁ ପଞ୍ଜିକରଣ କରିବାକୁ ପଡିବ। ପଞ୍ଜିକରଣ କରିବାର ପାଞ୍ଚ ମିନିଟ ଭିତରେ ସେମାନଙ୍କ ଦୋକାନରୁ ଅନଲାଇନରେ ବିକ୍ରି ପାଇଁ ଜିନିଷ ଉପଲବ୍ଧ ହୋଇଯିବ।

ସେହି ପରି ଆପ୍ସ ବ୍ୟବହାର କରିବାକୁ ଚାହୁଁଥିବା ବ୍ୟକ୍ତି ଏହାକୁ ମାଗଣାରେ ଡାଉନଲୋଡ଼ କରିପାରିବେ। ନିଜ ଇ-ମେଲ ଆଇଡି ଦେଇ ପଞ୍ଜିକରଣ କରି ଅନଲାଇନରୁ ସାମଗ୍ରୀ ଅର୍ଡର କରିପାରିବେ। ପଞ୍ଜିକରଣ ସମୟରେ ଓଟିପି ଆବଶ୍ୟକ କରିବନି। ଛଅ ମାସ ଯାଏ ସମସ୍ତ ବ୍ୟବହାରକାରୀ ଓ ଦୋକାନୀ ମାଗଣାରେ ଏହି ଆପ୍ ବ୍ୟବହାର କରିପାରିବେ। ବର୍ତ୍ତମାନ ଜିନିଷ ଡେଲିଭରି ପରେ ପେମେଣ୍ଟ କରିବେ। ଆଗକୁ ଅନଲାଇନ ପେମେଣ୍ଟ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ଏହି ଆପରେ ଅନେକ ସ୍ଥାନୀୟ ଓ ଆଖପାଖ ଦୋକାନକୁ ସାମିଲ କରିବାର ବ୍ୟବସ୍ଥା ରହିଛି। ଏବେ ଆରମ୍ଭ ହୋଇଛି ନିତ୍ୟଵ୍ୟଵହାର୍ଯ୍ୟ ଦୋକାନର ତାଲିକା ପ୍ରସ୍ତୁତି। ପ୍ରସ୍ତୁତି ଶେଷ ହେବା ପରେ ଗ୍ରାହକଙ୍କ ପାଇଁ ଏହି ଆପ୍ସ ଉପଲବ୍ଧ ହେବ। ଥରେ ଆପ୍ସ ଚାଲୁ ହେବା ପରେ ଲଗ ଇନ କରି ଗ୍ରାହକମାନେ ପାଖ ବ୍ୟବସାୟ ପ୍ରତିଷ୍ଠାନଗୁଡିକର ତାଲିକା ଜାଣି ସେଠାରୁ ନିଜ ଆବଶ୍ୟକ ସଉଦା, ମେଡ଼ିସିନ ଓ ଖାଦ୍ୟ ସାମଗ୍ରୀ ମଗାଇ ପାରିବେ। ମତାମତ ମଧ୍ୟ ଦେଇ ପାରିବେ। ଏଥିସହ କୌଣସି ବାବଦରେ ବୁଝିବା ପାଇଁ ଗ୍ରାହକ ଦୋକାନୀଙ୍କୁ କଲ ମଧ୍ୟ କରିପାରିବେ।

ଲକଡ଼ାଉନରେ ନିଜକୁ ସୁରକ୍ଷିତ ରଖିବା ସହ ସାମାଜିକ ଦୂରତା ନିୟମ ଯେଭଳି ପାଳନ କରାଯିବ ଓ ଲୋକମାନେ ଘରେ ବସି ନିଜ ପସନ୍ଦର ଜିନିଷ କିଭଳି ପାଇପାରିବେ ସେଥିପାଇଁ ବିଏମସି ପକ୍ଷରୁ ଏହି ଆପ୍ ପ୍ରସ୍ତୁତ କରାଯାଇଛି। ଦିବ୍ୟାଙ୍ଗମାନେ ମଧ୍ୟ ଯେଭଳି ଏହି ଆପ୍ସ ବ୍ୟବହାର କରିବେ ସେଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ପ୍ରୟାସ ଚାଲିଛି। ଅନଲାଇନ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ଉଦେଶ୍ୟରେ ଏହି ଆପ୍ସ ପ୍ରସ୍ତୁତ କରାଯାଇଛି।

ପୂର୍ବରୁ ମୋବାଇଲ ଭ୍ୟାନ ଜରିଆରେ ଲୋକଙ୍କୁ ଘରେ ଘରେ ପରିବା ପହଞ୍ଚାଇବାର ବ୍ୟବସ୍ଥା କରିଥିଲା ବିଏମ୍ସି। ଭୁବନେଶ୍ୱର ଉତ୍ତର ଜୋନରୁ ଏହି ମୋବାଇଲ ଭ୍ୟାନ ଶୁଭାରମ୍ଭ ହୋଇଥିଲା। ତେବେ ଏହା କେବଳ ପରିବା ଲୋକଙ୍କ ପାଖରେ ପରିବା ପହଂଚାଉଥିଲା। କିନ୍ତୁ ବର୍ତ୍ତମାନର ଏହି ଟିକ ମି ଆପ୍ସ ଜରିଆରେ ପରିବା ସଉଦା ଠାରୁ ଆରମ୍ଭ କରି ସବୁ କିଛି ଆବଶ୍ୟକୀୟ ସାମଗ୍ରୀ ମଗାଇହେବ। ଖୁବଶୀଘ୍ର ଏହି ଆପ୍ସ କାର୍ଯ୍ୟକ୍ଷମ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
First published: April 17, 2020, 8:01 PM IST
corona virus btn
corona virus btn
Loading