କ୍ୟାପିଟାଲ ହସ୍ପିଟାଲରେ ହୋଇପାରେ ରକ୍ତ ସମସ୍ୟା; ସବୁ ୩୦ କର୍ମଚାରୀ ରହିଲେ ହୋମ୍ କ୍ୱାରେଣ୍ଟାଇନରେ

ରକ୍ତ ଭଣ୍ଡାରର ଜଣେ ଲ୍ୟାବ୍ ଟେକନିସିଆନ କରୋନା ସଂକ୍ରମିତ ହେବା ପରେ ଏଠାରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ହୋମ କ୍ଵାରେଣ୍ଟାଇନକୁ ପଠାଇ ଦିଆଯାଇଛି l ଏହି ସମସ୍ତ କର୍ମଚାରୀଙ୍କ ସ୍ଵାବ୍ ପରୀକ୍ଷା ପାଇଁ ପଠାଯାଇଛି l

କ୍ୟାପିଟାଲ ହସ୍ପିଟାଲରେ ହୋଇପାରେ ରକ୍ତ ସମସ୍ୟା; ସବୁ ୩୦ କର୍ମଚାରୀ ରହିଲେ ହୋମ୍ କ୍ୱାରେଣ୍ଟାଇନରେ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: June 20, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଏକ ମାତ୍ର ରକ୍ତ ଭଣ୍ଡାରରେ ରୋଗୀଙ୍କୁ ରକ୍ତ ମିଳିବାରେ ଏବେ ହୋଇପାରେ ସମସ୍ୟା l କାରଣ ରକ୍ତ ଭଣ୍ଡାରର ଜଣେ ଲ୍ୟାବ ଟେକନିସିଆନ କରୋନା ସଂକ୍ରମିତ ଭାବେ ଚିହ୍ନଟ ହେବା ପରେ ଏଠାରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ହୋମ କ୍ଵାରେଣ୍ଟାଇନକୁ ପଠାଇ ଦିଆଯାଇଛି l ଏହି ସମସ୍ତ ୩୦ ଜଣ କର୍ମଚାରୀଙ୍କ ସ୍ଵାବ୍‌ ପରୀକ୍ଷା ପାଇଁ ପଠାଯାଇଛି l

କର୍ମଚାରୀ ନ ଥିବାରୁ ଯଦିଓ ରକ୍ତ ଭଣ୍ଡାର ଭଳି ଜରୁରୀକାଳୀନ ସେବାକୁ ବନ୍ଦ କରାଯାଇନାହିଁ, ଗୋଟିଏ ସିଫ୍ଟରେ ମାତ୍ର ଜଣେ କର୍ମଚାରୀଙ୍କୁ ନେଇ ରକ୍ତ ଭଣ୍ଡାର ଖୋଲା ରଖା ଯାଇଛି l

କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ‘‘କେବଳ ଜରୁରୀକାଳୀନ ରୋଗୀ ଓ ଦୁର୍ଘଟଣାରେ ଗୁରୁତର ଅସୁସ୍ଥ ଥିବା ରୋଗୀଙ୍କୁ ଏବେ ରକ୍ତ ଭଣ୍ଡାରରୁ ରକ୍ତ ମିଳିବ l ରକ୍ତ ଭଣ୍ଡାରର କାର୍ଯ୍ୟ ସ୍ଵାଭାବିକ ହେବାକୁ କିଛି ଦିନ ସମୟ ଲାଗିବ l ଅନ୍ୟ ରୋଗୀମାନେ ବିଏମସି ହସ୍ପିଟାଲର ରକ୍ତ ଭଣ୍ଡାରରୁ ରକ୍ତ ସଂଗ୍ରହ କରିପାରିବେ l ’’

ଲ୍ୟାବ ଟେକନିସିଆନଙ୍କୁ କରୋନା ସଂକ୍ରମଣ ହେବା କଥା ସ୍ପଷ୍ଟ ହେବା ପରେ ଶନିବାର ରକ୍ତ ଭଣ୍ଡାରକୁ ସାନିଟାଇଜ କରାଯାଇଥିଲା  l ରକ୍ତ ଭଣ୍ଡାରର ପ୍ରତ୍ୟେକ ବିଭାଗ,  ସମସ୍ତ ଟେବୁଲ, ଚେୟାର ଓ ଲ୍ୟାବ୍‌ ଇନଷ୍ଟ୍ରୁମେଣ୍ଟକୁ ଭଲଭାବରେ ସାନିଟାଇଜ କରାଯାଇଥିଲା l ସାନିଟାଇଜେସନ୍‌ ପରେ ରକ୍ତ ଭଣ୍ଡାରକୁ ପୁଣି ଖୋଲିଦିଆଯାଇଛି, କିନ୍ତୁ ପ୍ରତ୍ୟେକ ସିଫ୍ଟରେ ଜଣେ ମାତ୍ର କର୍ମଚାରୀ ଡ୍ୟୁଟି କରୁଛନ୍ତି l

ପ୍ରଥମ ଦିନରେ ଘରୋଇ ହସ୍ପିଟାଲରୁ ରକ୍ତ ନେବାକୁ ଆସୁଥିବା ରୋଗୀଙ୍କୁ ଏଠାରୁ ଫେରାଇ ଦିଆଯାଇଥିଲା l ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଡ୍ୟୁଟିକୁ ଫେରିବା ପର୍ଯ୍ୟନ୍ତ ରକ୍ତ ପାଇଁ ଲୋକଙ୍କୁ ଏଭଳି ହଇରାଣ ହେବାକୁ ପଡ଼ିବ l

କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରରେ ୫୦୦ ଥାଲାସେମିଆ ରୋଗୀଙ୍କ ନାମ ପଞ୍ଜିକୃତ ହୋଇଛି l ସେଥି ମଧ୍ୟରୁ ପ୍ରତି ଦିନ ୨୦ରୁ ୨୫ ୟୁନିଟ ରକ୍ତ ଥାଲାସେମିଆ ରୋଗୀଙ୍କୁ ଦିଆଯାଇଥାଏ l ଏହାକୁ ଛାଡ଼ିଦେଲେ ଆଉ ୫୦ରୁ ୬୦ ୟୁନିଟ ରକ୍ତ ବିଭିନ୍ନ ଘରୋଇ ହସ୍ପିଟାଲରୁ ରୋଗୀ ଆସି ନେଇଥାନ୍ତି l  ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କ ଦେହରେ ଓ ଡେଲିଭରି ମହିଳାଙ୍କ ପାଇଁ ବ୍ୟବହାର ହୋଇଥାଏ l

ରାଜ୍ୟ ରାଜଧୀନୀରେ କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାରକୁ ଛାଡ଼ିଦେଲେ ଭୁବନେଶ୍ୱର ମ୍ୟୁନିସିପାଲଟି ହସ୍ପିଟାଲରେ ଏକ ରକ୍ତ ଭଣ୍ଡାର ରହିଛି l ରୋଗୀ ସେଠାରୁ ମଧ୍ୟ ରକ୍ତ ନେଇ ପାରିବେ l ସେ ନେଇ କୌଣସି ପ୍ରତିବନ୍ଧକ ନାହିଁ l ପ୍ରାୟ ସମସ୍ତ ଘରୋଇ ହସ୍ପିଟାଲଗୁଡ଼ିକରେ ମଧ୍ୟ ରକ୍ତ ଭଣ୍ଡାର ରହିଛି l ତେଣୁ ରକ୍ତ ପାଇଁ ରୋଗୀଙ୍କୁ କୌଣସି ସମସ୍ୟା ହେବା ଉଚିତ ନୁହେଁ ବୋଲି କହିଛନ୍ତି ଡାକ୍ତରମାନେ ।

ଶନିବାର କ୍ୟାପିଟାଲ ହସ୍ପିଟାଲର ରକ୍ତ ଭଣ୍ଡାର କିଛି ସମୟ ପାଇଁ ବନ୍ଦ ଥିବାରୁ ରକ୍ତ ନ ପାଇ ହଇରାଣ ହୋଇଥିଲେ କିଛି ଲୋକ l ଥାଲାସେମିଆ ରୋଗୀ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 20, 2020, 11:42 PM IST
corona virus btn
corona virus btn
Loading