ଅନଲାଇନରେ ମଦ ଅର୍ଡ଼ର କରି ଲୁଟେରା ଗ୍ୟାଙ୍ଗ ହାବୁଡ଼ରେ ପଡ଼ିଲେ ବ୍ୟବସାୟୀ; ଟଙ୍କା ହରେଇଲେ

ରାମଚନ୍ଦ୍ରଙ୍କ ଗୁଗୁଲ ପେ ଆକାଉଣ୍ଟର ପାସୱlର୍ଡ ମାଗି ୧୯ ହଜାର ଟଙ୍କା ଉଠାଇ ନେବାକୁ ବି ଉଦ୍ୟମ କରିଥିଲେ ସେମାନେ l କିନ୍ତୁ ତା’ ପୂର୍ବରୁ ସେ ଆକାଉଣ୍ଟଟିକୁ ବ୍ଳକ୍ କରିଦେଇଥିବାରୁ ତାଙ୍କର ସେତକ ବାକି ଟଙ୍କା ବଞ୍ଚିଯାଇଥିଲା l

ଅନଲାଇନରେ ମଦ ଅର୍ଡ଼ର କରି ଲୁଟେରା ଗ୍ୟାଙ୍ଗ ହାବୁଡ଼ରେ ପଡ଼ିଲେ ବ୍ୟବସାୟୀ; ଟଙ୍କା ହରେଇଲେ
ହ୍ୱାଟ୍ସଆପରେ ମଦର ଅର୍ଡ଼ର ଓ (ଡାହାଣ) ବ୍ୟବସାୟୀ ରାମଚନ୍ଦ୍ର ତ୍ରିପାଠୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡାଉନ ବେଳେ ରାଜଧାନୀରେ ମାତିଛନ୍ତି ଅନଲାଇନ ଲୁଟେରା l ମଦର ହୋମ ଡେଲିଭରି ନାଁରେ ବ୍ୟବସାୟୀଙ୍କ ଠାରୁ ଲୁଟିନେଇଛନ୍ତି ଟଙ୍କା l ଲୁଟର ଶିକାର ହୋଇଛନ୍ତି ଭୁବନେଶ୍ଵରର ବ୍ୟବସାୟୀ ରାମ ଚନ୍ଦ୍ର ତ୍ରିପାଠୀ l ତାଙ୍କ ଆକାଉଣ୍ଟରୁ ୨,୪୦୦ ଟଙ୍କା ଲୁଟି ନେଇଛନ୍ତି ଲୁଟେରାମାନେ l

ରାମଚନ୍ଦ୍ର ଏକ ହ୍ଵlଟସଆପ ଗ୍ରୁପରୁ ମଦ ହୋମ ଡେଲିଭରି କରାଯାଉଥିବା ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ l ତାହା ପୁଣି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ମଦ l ଅର୍ଡ଼ର କରିବାର ଅଧ ଘଣ୍ଟା ଭିତରେ ଘରେ ମଦ ପହଞ୍ଚିବ ବୋଲି ବିଜ୍ଞାପନ ଦିଆଯାଇଥିଲା l ବିଜ୍ଞାପନ ତଳେ ଅର୍ଡ଼ର ଦେବାକୁ ଏକ ମୋବାଇଲ ନମ୍ବର ବି ଦିଆଯାଇଥିଲା  l

ମୋବାଇଲ ଫୋନ ନମ୍ବର ପାଇ ମଦ ପାଇଁ ତୁରନ୍ତ ଅର୍ଡ଼ର କରିଥିଲେ ରାମଚନ୍ଦ୍ର l ସେ ଯେଉଁ ମଦ ପାଇଁ ଅର୍ଡ଼ର ଦେଇଥିଲେ ତାହାର ମୂଲ୍ୟ ଥିଲା ୪,୮୦୦ ଟଙ୍କା l କିନ୍ତୁ ପ୍ରଥମେ ୨,୪୦୦ ଟଙ୍କା ଅଗ୍ରୀମ ଦେବାକୁ ପଡ଼ିବ ବୋଲି ଲୁଟେରା ଜଣକ ରାମଚନ୍ଦ୍ରଙ୍କୁ କହିଥିଲା  l ଲୁଟେରାର ଲୋଭନୀୟ କଥାରେ ପଡ଼ି ରାମଚନ୍ଦ୍ର ତୁରନ୍ତ ୨,୪୦୦ ଟଙ୍କା ପଠାଇଥିଲେ । ଏହା ପରେ ଲୁଟେରା ପୁଣି ମଦ ପାଇଁ ଏକ ରେଜିଷ୍ଚ୍ରେଶନ କରିବାକୁ ବାଧ୍ଯତାମୂଳକ କହି ଆଉ ୧,୯୦୦ ଟଙ୍କା ମାଗୁଥିଲା l  ହେଲେ ଏଥିରେ ରାମଚନ୍ଦ୍ରଙ୍କର ସନ୍ଦେହ ବଢ଼ିଥିଲା l ତେଣୁ ଆଉ ଟଙ୍କା ନ ଦେଇ ରାମଚନ୍ଦ୍ର ୨,୪୦୦ ଟଙ୍କା ଫେରସ୍ତ ମାଗିଥିଲେ l କିନ୍ତୁ ଲୁଟେରା ନା ଆଉ ଟଙ୍କା ଫେରାଉଛି ନା ମଦ ଦେଉଛି ।

ହ୍ୱାଟ୍ସଆପରେ ମଦର ଏମିତି ବିଜ୍ଞାପନ ମିଳିଥିଲା ତ୍ରିପାଠୀଙ୍କୁ ।


କେବଳ ଏତିକିରେ ସରି ନ ଥିଲା ଅନଲାଇନ ଲୁଟେରାଙ୍କ କାରନାମା l ରାମଚନ୍ଦ୍ରଙ୍କ ଗୁଗୁଲ ପେ ଆକାଉଣ୍ଟର ପାସୱlର୍ଡ ମାଗି ୧୯ ହଜାର ଟଙ୍କା ଉଠାଇ ନେବାକୁ ଉଦ୍ୟମ କରିଥିଲେ ସେମାନେ l କିନ୍ତୁ ତା’ ପୂର୍ବରୁ ରାମଚନ୍ଦ୍ର ଠକଙ୍କ କାରନାମା ସମ୍ପର୍କରେ ଜାଣି ସାରିଥିବାରୁ ଆକାଉଣ୍ଟଟିକୁ ବ୍ଳକ୍‌ କରିଦେଇଥିଲେ l ଫଳରେ ତାଙ୍କର ବାକି ୧୯ ହଜାର ଟଙ୍କା ବଞ୍ଚିଯାଇଥିଲା l

ଲୁଟର ଶିକାର ହେବା ପରେ ଏ ନେଇ ରାମଚନ୍ଦ୍ର କ୍ୟାପିଟାଲ ଥାନାରେ ଅଭିଯୋଗ କରିବେ ବୋଲି କହିଛନ୍ତି l ବଡ଼ କଥା ହେଲା ଲୁଟେରାମାନେ ଗ୍ରାହକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବାକୁ ଭୁବନେଶ୍ଵରରେ ଥିବା କିଛି ମଦ ଦୋକାନର ନାଁ ନିଜ ବିଜ୍ଞାପନରେ ଦେଉଛନ୍ତି l ଫଳରେ ଲୋକେ ସହଜରେ ବିଶ୍ୱାସ କରି ନେଉଛନ୍ତି l ତେଣୁ ଏଭଳି ଅନଲାଇନ ଠକଙ୍କ ମିଥ୍ୟା ପ୍ରତିଶୃତି ଠାରୁ ଦୁରେଇ ରହିବାକୁ କହିଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ l  ପୂର୍ବରୁ ଠିକ୍‌ ଏ ଭଳି ଉପାୟରେ ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷlଧିକ ଟଙ୍କା ଅନଲାଇନ ଲୁଟେରାମାନେ ଠକି ନେଇଥିବା ଥାନାରେ ରିପୋର୍ଟ ହୋଇଛି l

ରାମଚନ୍ଦ୍ରଙ୍କ ଆକାଉଣ୍ଟରୁ ମାତ୍ର ୨,୪୦୦ ଟଙ୍କା ଲୁଟିଛନ୍ତି ଲୁଟେରା l ଆମାଉଣ୍ଟ ଛୋଟ କିନ୍ତୁ ଏହି ଗ୍ୟାଙ୍ଗ ଆହୁରି ଅନେକ ଲୋକଙ୍କୁ ଚୁନା ଲଗେଇଥିବ ଏଥିରେ ସନ୍ଦେହ ନାହିଁ  l ଏହି ଅନଲାଇନ ଲୁଟେରା ଗ୍ୟାଙ୍ଗ ରାଜ୍ୟ ବାହାରର ବୋଲି କୁହାଯାଉଛି l

‘‘ଲକଡାଉନ ଯୋଗୁଁ ସାରା ରାଜ୍ୟରେ ମଦ କାଉଣ୍ଟର ବନ୍ଦ ରହିଛି l ମଦ ନ ପାଇ ଲୋକେ ଚୋରାରେ ଅଧିକ ଦରରେ ମଦ କିଣୁଛନ୍ତି l ଏଭଳି ସ୍ଥିତିରେ ଏହି ଅନଲାଇନ ଠକମାନେ ଶସ୍ତାରେ ଓ ହୋମ ଡେଲିଭରି କରିବା ନାଁରେ ସାଧାରଣ ଲୋକଙ୍କୁ ଲୁଟୁଛନ୍ତି l ତେଣୁ ଏହି ଗ୍ୟାଙ୍ଗକୁ ଟ୍ରାକ କରି କ୍ରାଇମବ୍ରାଞ୍ଚ ତୁରନ୍ତ ଧରିବାର ଆବଶ୍ୟକତା ରହିଛି,’’ କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ l

ଏହା ବି ପଢ଼ନ୍ତୁ: ଚାକିରିଜୀବୀଙ୍କ ପାଇଁ ବଡ଼ ଖବର: ଗ୍ରାଚ୍ୟୁଇଟି ପାଇଁ ୫ ବର୍ଷର ଅପେକ୍ଷାର ଏବେ ଅନ୍ତ ହେବ

ଏହା ବି ପଢ଼ନ୍ତୁ: କୋଇଲା ଖନନରେ ସରକାରଙ୍କ ଏକଚାଟିଆ ଅଧିକାର ଶେଷ; ପ୍ରତିରକ୍ଷା ଉତ୍ପାଦନରେ FDI ବଢ଼ିଲା

ଏହା ବି ପଢ଼ନ୍ତୁ: ଆସୁଛି ବାତ୍ୟା ଆମ୍ଫାନ୍: ଏବେ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି; ରାଜ୍ୟ ପ୍ରସ୍ତୁତ ହେଉଛି

ଏହା ବି ପଢ଼ନ୍ତୁ: ରାଜ୍ୟରେ ଆହୁରି ୬୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହେଲେ; ଏବେ ମୋଟ ୭୩୭ ହେଲେ

ଏହା ବି ପଢ଼ନ୍ତୁ: କୃଷି କ୍ଷେତ୍ରର ବିକାଶ ଓ ଚାଷୀଙ୍କ ଆୟ ବଢ଼େଇବାକୁ ଅର୍ଥ ମନ୍ତ୍ରୀ ଏହି ୧୧ଟି ବଡ଼ ଘୋଷଣା କରିଛନ୍ତି

ଏହା ବି ପଢ଼ନ୍ତୁ: କରୋନା ସନ୍ଦେହରେ ହସପିଟାଲରେ ଥିବା ନିଜ ୫ ବର୍ଷର ପୁଅକୁ ହତ୍ୟା କଲେ ଫୁଟବଲ୍ ଖେଳାଳି
First published: May 16, 2020, 10:13 PM IST
corona virus btn
corona virus btn
Loading