ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବିଦେଶକୁ ପାଠ ପଢ଼ିବାକୁ ବା ଚାକିରି ପାଇଁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା ଦେବ BMC

ବିଦେଶକୁ ପାଠ ପଢ଼ିବାକୁ ବା ଚାକିରି ପାଇଁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା ଦେବ BMC

ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ପାଇଁ ୧୯୨୯ ହେଲ୍ପଲାଇନ୍ ନମ୍ବର୍ ଜରିଆରେ ପଞ୍ଜୀକରଣ ଆରମ୍ଭ ହୋଇଛି । ପ୍ରଥମ ଦିନ ଆବେଦନ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୬ ଜଣ ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇଛନ୍ତି ।

ବିଦେଶକୁ ପାଠ ପଢ଼ିବାକୁ ବା ଚାକିରି ପାଇଁ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା ଦେବ BMC
ବି.ଏମ୍.ସି. ପକ୍ଷରୁ କୋଭିସିଲଡ଼ ଟିକାର ବ୍ୟବସ୍ଥା ହେଉଥିବାରୁ ଛାତ୍ରଛାତ୍ରୀମାନେ ଖୁସି ପ୍ରକାଶ କରିଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଭାକ୍ସିନ୍‌ ଟିକାକୁ ନେଇ କିଛି ଦ୍ବନ୍ଦ୍ୱ ରହିଥିବାରୁ ବିଦେଶରେ ପାଠ ପଢି଼ବାକୁ ବା ଚାକିରି କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲଡ୍‌ ଟିକା ଦେବାର ସୁବିଧା ଯୋଗାଇବାକୁ ଯାଉଛି ଭୁବନେଶ୍ୱର ନଗର ନିଗମ (ବି.ଏମ୍.ସି.) । ସେଥି ପାଇଁ ସୋମବାରଠୁ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନ ୬୦ ଜଣ ପଞ୍ଜୀକରଣ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର (WHO) ଗାଇଡ଼ଲାଇନ୍‌ ଅନୁଯାୟୀ କୋଭାକ୍ସିନ ଟିକାକୁ ବିଦେଶ ଯାତ୍ରା ପାଇଁ ଅନୁମତି ନ ଥିବାରୁ ଅନେକ ଛାତ୍ରଛାତ୍ରୀ ପାଠପଢ଼ା ଓ ଚାକିରିକୁ ନେଇ ଆଶଙ୍କାରେ ରହିଛନ୍ତି । କୋଭାକ୍ସିନ୍‌ ଟିକା ନେଇଥିବା ଲୋକେ ବିଦେଶ ଯାତ୍ରା କରିପାରିବେ ନାହିଁ ବୋଲି କୁହାଯାଉଥିବାରୁ ଛାତ୍ରଛାତ୍ରୀମାନଙ୍କ ଆଶଙ୍କା ଦୂର କରିବାକୁ ବି.ଏମ୍‌.ସି. ଏହି ପଦକ୍ଷେପ ନେଇଛି । କେବଳ ବିଦେଶର କୌଣସି ଶିକ୍ଷାନୁଷ୍ଠାନ ବା ବିଶ୍ୱବିଦ୍ୟାଳୟରୁ ନାମଲେଖା ପାଇଁ କନଫର୍ମେସନ୍‌ ପାଇଥିବା ଛାତ୍ରଛାତ୍ରୀ ପଞ୍ଜୀକରଣ ପ୍ରକ୍ରିୟାରେ ସାମିଲ ହୋଇପାରିବେ । ଏହାକୁ ନେଇ ଖୁସି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୋଦି-ମମତା କଳି ବଢୁଛି: ବେଙ୍ଗଲରେ ଟିକା ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ନିଜ ଫଟୋ ଛାପିଲେ ମମତା

‘‘ବିଦେଶକୁ ପାଠ ପଢି଼ବାକୁ ବା ଚାକିରି କରିବାକୁ ଚାହୁଁଥିବା ପିଲାଙ୍କୁ ଆମେ ଏହି ସ୍ୱତନ୍ତ୍ର ଅଭିଯାନରେ ଟିକାକରଣ କରିବୁ । ପଞ୍ଜୀକରଣ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ୬୦ ଜଣ ପଞ୍ଜୀକରଣ କରି ସାରିଲେଣି । ଯେଉଁମାନେ ଆଦୌ ଭାକ୍ସିନ୍‌ ନେଇନାହାନ୍ତି ତାଙ୍କୁ କୋଭିସିଲଡ଼ ଦେବୁ । ହେଲେ ଯେଉଁମାନେ କୋଭାକ୍ସିନର ଗୋଟିଏ ଡୋଜ୍‌ ନେଇଛନ୍ତି ସେମାନଙ୍କୁ ଆମେ ସେହି କୋଭାକ୍ସିନ୍‌ ହିଁ ଦେବୁ । ଏହାକୁ ନେଇ ଅନ୍ୟ ଯାହା ଅସୁବିଧା ଅଛି ତାହା ଭାରତ ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦୂର କରିବେ,କହିଛନ୍ତି ବି.ଏମ୍.ସି. ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ ।

ଏହା ବି ପଢ଼ନ୍ତୁ | ଛୋଟ ପିଲାଙ୍କୁ କରୋନାର ତୃତୀୟ ଲହରରେ ବେଶୀ ବିପଦ; ତାଙ୍କ ପାଇଁ ଭ୍ୟାକ୍ସିନ୍ ଆଶା ଉଜ୍ଜ୍ୱଳ ହେଲା

ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ପାଇଁ ବି.ଏମ୍.ସି.ର ଏକ ବିଜ୍ଞାପନ


ଏହା ବି ପଢ଼ନ୍ତୁ | ପାକିସ୍ତାନରେ ୨ଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେଲା; ସଙ୍ଗେ ସଙ୍ଗେ ୪୫ ଜଣ ମୃତ, ୬୦ ଜଣ ଆହତ ହେଲେ

ଏହି ସ୍ୱତନ୍ତ୍ର ଟିକାକରଣ ଅଭିଯାନ ପାଇଁ ୧୯୨୯ ହେଲ୍ପଲାଇନ୍‌ ନମ୍ବର୍‌ ଜରିଆରେ ପଞ୍ଜୀକରଣ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଆବେଦନ କରିଥିବା ୬୦ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୧୬ ଜଣ ନିଜର ସବୁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେଇଛନ୍ତି । ରୁଷିଆର ରାଜଧାନୀ ମସ୍କୋକୁ ପଢି଼ବାକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା କେତେକ ଛାତ୍ରୀ ନିଜର ଟିକାକରଣକୁ ନେଇ ଚିନ୍ତାରେ ଥିବା ବେଳେ ବି.ଏମ୍.ସି. ପକ୍ଷରୁ କୋଭିସିଲଡ଼ ଟିକାର ବ୍ୟବସ୍ଥା ହେଉଥିବାରୁ ଖୁସି ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ | ଫୁଟବଲରେ ଆଗକୁ ବଢ଼ିଲା ଭାରତ, ହରାଇଲା ବାଂଲାଦେଶକୁ; ସୁନୀଲ୍ ଛେତ୍ରୀ ୨ଟି ଗୋଲ୍ କଲେ

‘‘ରୁଷିଆର ମସ୍କୋ ୟୁନିଭରସିଟିରେ ମୋ’ର ଆଡ଼ମିଶନ ହେଇଯାଇଛି। ହେଲେ ଭାକ୍ସିନକୁ ନେଇ ମୁଁ ବହୁତ ଚିନ୍ତାରେ ଥିଲି । ଏବେ କୋଭିସିଲଡ୍‌ ଟିକା ଦେବା ନେଇ ବି.ଏମ୍.ସି.ର ସ୍ପେଶାଲ୍‌ ଡ୍ରାଇଭ୍‌ ଯୋଗୁଁ ବହୁତ ଖୁସି ଲାଗୁଛି,’’ କହିଛନ୍ତି ଭୁବନେଶ୍ବରର ଛାତ୍ରୀ ଆଦ୍ୟଶା ସାହୁ ।

ଏହା ବି ପଢ଼ନ୍ତୁ | ପୁଣେରେ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ; ୧୫ ଜଣ କର୍ମଚାରୀ ଜଳି ମଲେ; ୧୭ ଜଣ ନିଖୋଜ

ଭୁବନେଶ୍ୱରରେ (ବି.ଏମ୍.ସି. ଅଞ୍ଚଳରେ) କୋଭାକ୍ସିନ୍‌ ଟିକା ଦିଆଯାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ନିୟମକୁ ନେଇ ଅନେକ ଛାତ୍ରଛାତ୍ରୀ ଚିନ୍ତାରେ ଅଛନ୍ତି । ‘‘ଯାହା ହେଉ ପିଲାମାନଙ୍କ ପାଇଁ ସରକାର ଚିନ୍ତା କଲେ ଓ ଏହି ସ୍ୱତନ୍ତ୍ର ଭାକ୍ସିନ୍‌ ବ୍ୟବସ୍ଥା କଲେ । ସ୍ୱତନ୍ତ୍ର ସ୍ଲଟ୍‌ ଯୋଗେ ବ୍ୟବସ୍ଥା କରିଥିବାରୁ ଅନେକ ଧନ୍ୟବାଦ ଦେଉଛି,’’ କହିଛନ୍ତି ଅଭିଭାବକ କାର୍ତ୍ତିକ ସାହୁ ।



ଏହି ସ୍ୱତନ୍ତ୍ର ଅଭିଯାନ ପରେ ଯେଉଁ ଛାତ୍ରଛାତ୍ରୀମାନେ କୋଭାକ୍ସିନ ଟିକାର ଗୋଟିଏ ଡୋଜ୍‌ ନେଇସାରିଛନ୍ତି ଓ ବିଦେଶ ଯିବାର ଯୋଜନା କରୁଛନ୍ତି ସେମାନଙ୍କ ଚିନ୍ତା ଦୂର ହୋଇନି । ଟିକା ବଦଳା ଯାଇପାରିବ ନାହିଁ ନିୟମ ଥିବାରୁ ସେମାନେ କୋଭିସିଲ୍ଡ ଟିକା ନେଇପାରିବେ ନାହିଁ । ଏମିତି ଛାତ୍ରଛାତ୍ରୀମାନେ କେମିତି ବିଦେଶ ଯିବେ ଏ ଯାଏଁ ସ୍ପଷ୍ଟ ହୋଇନି ।
Published by: Anand ST Das
First published: June 7, 2021, 11:55 PM IST