ଭୁବନେଶ୍ୱର: ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କଲା ବିଏମସି

ନିଜର ଆବଶ୍ୟକତା, ସମସ୍ୟା ଓ ପରାମର୍ଶ ଆବଶ୍ୟକତାକୁ ଆଇସୋଲେସନରେ ଥିବା ବ୍ୟକ୍ତି ଦୁଇଟି ଫୋନ ନମ୍ବର ଯଥା ୧୮୦୦୩୪୫୦୦୬୧ ଓ ୦୬୭୪-୨୪୩୧୧୫୩ ରେ ଜଣାଇ ପାରିବେ। ଏହି ସେବା ୨୪ ଘଣ୍ଟା ଉପଲବ୍ଧ ରହିବ ।

ଭୁବନେଶ୍ୱର: ହୋମ ଆଇସୋଲେସନରେ ରହୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କଲା ବିଏମସି
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 5, 2020, 7:18 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ହୋମ ଆଇସୋଲେସନ ଓ ପେଡ଼ ଆଇସୋଲେସନ ସଂଖ୍ୟା ବଢ଼ିବାରେ ଲାଗିଛି । ତେଣୁ ଏହି ବ୍ୟକ୍ତିମାନଙ୍କୁ କିଭଳି ନଜରରେ ରଖି ହେବ ଓ ଏମାନଙ୍କ ସମସ୍ୟାର ଯଥାବିଧି ସମାଧାନ କରିହେବ ଏହାକୁ ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ ଜାରି କରିଛି ବିଏମସି । ଏହାଦ୍ୱାରା ଏକ ଆଇସୋଲେସନରେ ଥିବା ବ୍ୟକ୍ତି ୨୪ ଘଣ୍ଟିଆ ସେବା ପାଇପାରିବେ । ଫୋନ ଯୋଗେ ସମ୍ପୃକ୍ତ ବ୍ୟକ୍ତି ନିଜର ସ୍ଥିତି ଜଣାଇବା ସହ ତାଙ୍କ ପାଇଁ ଡାକ୍ତରୀ ପରାମର୍ଶ ଓ ସରକାରଙ୍କ ତରଫରୁ ଉପଲବ୍ଧ ଆବଶ୍ୟକୀୟ ଚିକିତ୍ସା ସେବା କିପରି ଯୋଗାଇ ଦିଆଯିବ ତାହାର ଏକ ସମ୍ପୂର୍ଣ୍ଣ କାର୍ଯ୍ୟ ଯୋଜନା ଏହି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ହୋଇଛି ବୋଲି କହିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

"ହୋମ ଓ ପେଡ ଆଇସୋଲେସନ ଲକ୍ଷଣବିହୀନ ଓ ଖୁବ କମ ଲକ୍ଷଣଯୁକ୍ତ କୋଭିଡ ୧୯ ପଜିଟିଭ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ, ସମୟରୁ ସମୟ ଏକ ନିୟମିତ ଢ଼ଙ୍ଗରେ ସେମାନଙ୍କ ସ୍ଥିତି ଜାଣିବା ଓ ସେମାନଙ୍କ ଅବସ୍ଥା ଅନୁଯାୟୀ ପରାମର୍ଶ ଏବଂ ସେବା ଯୋଗାଇ ପାରିଲେ ଅନେକ ପଜିଟିଭ ବ୍ୟକ୍ତି ସୁସ୍ଥ ହେବା ସହିତ ହୋମ ଆଇସୋଲେସନ ବ୍ୟବସ୍ଥା ସୁଦୃଢ଼ ହେବ," କହିଛନ୍ତି ବିଏମସି କମିଶନର ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ (ଫାଇଲ ଫଟୋ)


କେଉଁ ବ୍ୟକ୍ତି କେତେ ଦିନ ଆଇସୋଲେସନରେ ରହିଲେଣି, ସେମାନଙ୍କର ଅବସ୍ଥା ଅନୁଯାୟୀ ତାଙ୍କର କଣ ଆବଶ୍ୟକ ଓ ସରକାରୀ ସେବା ବ୍ୟବସ୍ଥାରେ ତାଙ୍କୁ କିପରି ଆବଶ୍ୟକୀୟ ସେବା ଯୋଗାଇ ଦିଆଯାଇପାରିବ ତାହାର ଏକ ନିୟମିତ ସମୀକ୍ଷା ଓ ପରାମର୍ଶ ସେବା ଏହି ଏସଓପି ର ଅନ୍ତର୍ଗତ। ନିଜର ଆବଶ୍ୟକତା, ସମସ୍ୟା ଓ ପରାମର୍ଶ ଆବଶ୍ୟକତାକୁ ଆଇସୋଲେସନରେ ଥିବା ବ୍ୟକ୍ତି ଦୁଇଟି ଫୋନ ନମ୍ବର ୧୮୦୦୩୪୫୦୦୬୧ ଓ ୦୬୭୪-୨୪୩୧୧୫୩ ରେ ଜଣାଇ ପାରିବେ। ତେବେ ଏହି ସେବା ୨୪ ଘଣ୍ଟା ପାଇଁ ଉପଲବ୍ଧ ହେବ । ଫୋନର ଉତ୍ତର ଦେବା ପାଇଁ ଜଣେ ଆୟୁଷ ଡାକ୍ତର ଓ ସହାୟକଙ୍କୁ ମହଜୁଦ ରଖାଯାଇଛି । ସମୁଦାୟ ୩ଟି ସିଫ୍ଟରେ ଏହି ସେବା ଯୋଗାଇଦେବାକୁ ସମ୍ପୃକ୍ତ ଆୟୁସ ଡାକ୍ତର ଓ ତାଙ୍କର ସହାୟକ ଡାଟା ଏଣ୍ଟ୍ରି ଅପରେଟର ସଜାଗ ରହିବାକୁ କୁହାଯାଇଥିବା ବେଳେ, ସମ୍ପୃକ୍ତ କୋଭିଡ ପଜିଟିଭ ବ୍ୟକ୍ତିଙ୍କୁ କେଉଁ ହସ୍ପିଟାଲ ବା ସେବା ବ୍ୟବସ୍ଥାକୁ ନେବାକୁ ହେବ, ତାଙ୍କ ପରିବାର ସହ ଆଲୋଚନା କରି ଦାୟିତ୍ୱରେ ଥିବା ଡାକ୍ତର ତାହାର ସୂଚନା ସିଫ୍ଟିଙ୍ଗ ଦାୟିତ୍ୱରେ ଥିବା ଓ ହସ୍ପିଟାଲ ଓ ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କୁ ଜଣାଇବେ । ଫଳରେ ଜଟିଳ ଅବସ୍ଥାକୁ ଯାଉଥିବା ବ୍ୟକ୍ତିଙ୍କୁ ଉଚିତ ସମୟରେ ଆବଶ୍ୟକୀୟ ସରକାରୀ ସେବା ବ୍ୟବସ୍ଥାକୁ ପଠାଯାଇପାରିବ।

ଆଇସୋଲେସନ ରୋଗୀଙ୍କ ଜଟିଳତା ଅନୁଯାୟୀ ତାଙ୍କୁ କୌଣସି ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେବା ପାଇଁ ପ୍ରତ୍ୟେକ ଜୋନରେ ଗୋଟିଏ ଲେଖାଏଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ମହଜୁଦ ରଖିବା ପାଇଁ ନିର୍ଦେଶାବଳୀରେ ଉଲ୍ଲେଖ ରହିଛି। ଏହାର ପୁଙ୍ଖାନୁପୁଙ୍ଖ ପଞ୍ଜିକରଣ କରାଯିବା, କେଉଁ ବ୍ୟକ୍ତିଙ୍କୁ କେଉଁଠିକୁ ସିଫ୍ଟ କରାଗଲା ତାହାର ସବିଶେଷ ବିବରଣୀ ରଖିବା ଓ ସର୍ବଶେଷରେ ହୋମ ଆଇସୋଲେସନରେ ଥିବା ଅଧିକାରୀ ଏହି ବ୍ୟବସ୍ଥାକୁ ପରିଚାଳନା କରିବେ। କିଛି ଦିନ ମଧ୍ୟରେ ହୋମ ଆଇସୋଲେସନ ଅଧିକ ହୋଇ ନିୟମିତ ସମୀକ୍ଷା ଏବଂ ଆର ଆର ଟି ଟିମଙ୍କ ସହଯୋଗରେ ଏହା ସୁଦୃଢ଼ ହେବରେ ଲାଗିଛି। ଏଥିପାଇଁ ମଧ୍ୟ ନିକଟରେ ପ୍ରତି ଜୋନକୁ ଅଧିକ ୭ଟି ଲେଖାଏଁ ଆରଆରଟି ଟିମ ର ବ୍ୟବସ୍ଥା କରାଯାଇଛି। ହୋମ ଏବଂ ପେଡ ଆଇସୋଲେସନ ସୁଦୃଢ଼ ହେଲେ ରୋଗଭାର ହ୍ରାସ ପାଇବ ବୋଲି ଆଶା କରିଛି ବିଏମସି।
Published by: Jagdish Barik
First published: September 5, 2020, 7:18 PM IST
corona virus btn
corona virus btn
Loading