ସପ୍ତାହାନ୍ତ ସଟଡାଉନ୍ ପରେ ଭୁବନେଶ୍ୱରକୁ ପୁଣି ଫେରିଲା କରୋନା ପ୍ରତି ବେପରୁଆ ଭାବ

ଭୁବନେଶ୍ୱରରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲଗୁଡ଼ିକରେ ବେଡ୍ ସଂଖ୍ୟା ବଢ଼ାଯାଇଛି । ସମ୍ କୋଭିଡ ହସ୍ପିଟାଲରେ ୭୭୧ଟି ବେଡ୍ ଓ ୧୨୫ଟି ଆଇ.ସି.ୟୁ ବେଡ୍ ରହିଛି । ହାଇଟେକ୍ ହସପିଟାଲରେ ୨୪୬ଟି ବେଡ୍ ଓ ୧୦୦ଟି ଆଇ.ସି.ୟୁ. ବେଡ୍ ରହିଛି ।

ସପ୍ତାହାନ୍ତ ସଟଡାଉନ୍ ପରେ ଭୁବନେଶ୍ୱରକୁ ପୁଣି ଫେରିଲା କରୋନା ପ୍ରତି ବେପରୁଆ ଭାବ
ଭୁବନେଶ୍ୱରରେ ଗୋଟିଏ ହାଟର ଦୃଶ୍ୟ
  • News18 Odia
  • Last Updated: April 26, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୁଇ-ଦିନିଆ ସଟଡାଉନ ପରେ ସ୍ୱାଭାବିକ ହୋଇଛି ରାଜଧାନୀ ଭୁବନେଶ୍ୱର । ସୋମବାର ଦିନ ସାରା ପୁଣି ଥରେ ଚଳଚଞ୍ଚଳ ରହିଥିଲା ରାଜଧାନୀ । ହେଲେ ସଟଡାଉନର ବିଶେଷ ପ୍ରଭାବ ଦେଖିବାକୁ ମିଳିନି ରାଜଧାନୀବାସୀଙ୍କ ହାବଭାବରେ । ପୂର୍ବ ଭଳି ବିନା ମାସ୍କରେ ବୁଲୁଛନ୍ତି ଲୋକେ । ଦିନକୁ ଦିନ ସଂକ୍ରମଣ ବଢ଼ିଚାଲିଥିବାରୁ ଲୋକେ ସଚେତନ ନ ହେଲେ ହସ୍ପିଟାଲରେ ବେଡ୍‌ ଅଭାବ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

କୋଭିଡ ସଂକ୍ରମଣରେ ଚେକ୍‌ ଦେବାକୁ ଆରମ୍ଭ ହୋଇଥିବା ସାପ୍ତାହିକ ସଟଡାଉନ ସମୟରେ ସୁନସାନ୍‌ ହୋଇଯାଇଥିଲା ପୂରା ସହର । ଆବଶ୍ୟକତା ନ ଥିଲେ ଲୋକେ ଘରୁ ବାହାରି ନ ଥିଲେ। କିନ୍ତୁ ସୋମବାର ସ୍ଥିତି ଥିଲା ଅଲଗା। ଚଳଚଞ୍ଚଳ ହୋଇଉଠିଥିଲା ସହର । ତା’ ସହ ପୂର୍ବ ପରି କୋଭିଡ ନିୟମର ଉଲ୍ଲଙ୍ଘନ ଦେଖିବାକୁ ମିଳିଥିଲା । କାହା ମୁଁହରେ ମାସ୍କ ନ ଥିଲା ତ ଆଉ କେଉଁଠି ନ ଥିଲା ସାମାଜିକ ଦୂରତ୍ୱ ପ୍ରତି ଜାଗରୁକତା । ଲାଗୁଥଲା ସତେ ଯେମିତି କୋଭିଡ ପ୍ରତି କାହାରି ମନରେ ଭୟ ନାହିଁ । ମାସ୍କ କାହିଁକି ବ୍ୟବହାର କରିନାହାନ୍ତି ବୋଲି ପଚାରିବା ସମୟରେ ଅନେକଙ୍କ ବାହାନା ଥିଲା, ‘‘ମାସ୍କ ପିନ୍ଧିବାକୁ ଭୁଲିଯାଇଛି ।’’ ଆଉ କାହାର ଯୁକ୍ତି ଥିଲା, ‘‘କାମ ବେଳେ ମାସ୍କ ପିନ୍ଧିବା କଷ୍ଟକର ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅନ୍ଧୁଣୀ ମାସାମନାରେ କୁନି ପୁଅ ରେଳ ଲାଇନକୁ ଖସିପଡ଼ିଲା; ଟ୍ରେନ୍ ଆଗରୁ କେମିତି ବଞ୍ଚିଲା ଦେଖନ୍ତୁ

ରାଜଧାନୀ ଭୁବନେଶ୍ୱରରେ ଗତ ଛଅ ଦିନରେ ୩,୫୦୦ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲଗୁଡ଼ିକରେ ବେଡ୍‌ ସଂଖ୍ୟା ବଢ଼ାଯାଇଛି । ସମ୍‌ କୋଭିଡ ହସ୍ପିଟାଲରେ ୭୭୧ଟି ବେଡ୍‌ ଓ ୧୨୫ଟି ଆଇ.ସି.ୟୁ ବେଡ୍‌ ରହିଛି । ହାଇଟେକ୍‌ ହସପିଟାଲରେ ୨୪୬ଟି ବେଡ୍‌ ଓ ୧୦୦ଟି ଆଇ.ସି.ୟୁ. ବେଡ୍‌ ରହିଛି । କିମ୍ସ ହସପିଟାଲରେ ୫୦୦ଟି ବେଡ୍‌, ଆଦିତ୍ୟ ଅଶ୍ୱିନୀ ହସପିଟାଲରେ ୨୦୦ଟି ବେଡ୍‌, ନୀଳଚଳ ହସପିଟାଲରେ ୧୬୦ଟି ବେଡ୍‌, ବ୍ଲୁ ହ୍ୱିଲ ହସପିଟାଲରେ ୫୦ଟି ବେଡ୍‌ ସହ ପାଞ୍ଚଟି ଆଇ.ସି.ୟୁ. ବେଡ଼ ରହିଛି ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

‘‘ବର୍ତ୍ତମାନ ସୁଦ୍ଧା ବେଡର କୌଣସି ସମସ୍ୟା ନାହିଁ । କୋଭିଡ ରୋଗୀଙ୍କ ତୁଳନାରେ ଯଥେଷ୍ଟ ଅଧିକ ବେଡ୍‌ ରହିଛି କୋଭିଡ ହସ୍ପିଟାଲରେ । ଆବଶ୍ୟକତା ଅନୁସାରେ ପର୍ଯ୍ୟାୟ କ୍ରମେ ସାଧାରଣ ବେଡ୍‌ ଓ ଆଇ.ସି.ୟୁ. ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଉଛି । ଦିନକୁ ଦିନ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ୁଛି,’’ କହିଛନ୍ତି ବି.ଏମ.ସି. କମିଶନର ପ୍ରେମଚନ୍ଦ୍ର ଚୌଧରୀ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: BECILରେ ୫୬୭ ପଦ ପାଇଁ ଆବେଦନର ଶେଷ ତାରିଖ ଏପ୍ରିଲ୍ ୩୦; ବୟସ ୪୫ରୁ ୬୦ ବର୍ଷ

କୋଭିଡ ସଚେତକ ନବକିଶୋର ବେହେରା କହିଛନ୍ତି, ‘‘ଲଗାତର ଭାବେ ସହରରେ ସଂକ୍ରମଣ ବଢି଼ଚାଲିଛି । ଏ ଭଳି ସ୍ଥିତିରେ ଲୋକେ ସଚେତନ ହେବା ନିହାତି ଜରୁରୀ । ପ୍ରଶାସନ ତା’ କାମ କରିବ । ହେଲେ ଲୋକେ ସଚେତନ ଓ ସତର୍କ ରହି କାମ ନ କଲେ ସ୍ଥିତି ଭୟଙ୍କର ହେବ ।’’



ଏପ୍ରିଲ୍‌ ୨୨ ତାରିଖରେ ଭୁବନେଶ୍ୱରରେ ୫୯୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩ ତାରିଖରେ ୬୯୮ ଜଣ, ୨୪ ତାରିଖରେ ୭୪୫ ଜଣ ଓ ୨୫ ତାରିଖରେ ୬୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫,୦୦୦ ଉପରେ ରହିଛି ଆକ୍ଟିଭ୍‌ କେସ୍‌ । ବସ୍ତି ଅଞ୍ଚଳରେ ଆରମ୍ଭ ହୋଇଛି ଆକ୍ଟିଭ ସର୍ଭେଇଲାନ୍ସ । ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝୁଛନ୍ତି ଅଙ୍ଗନବାଡି଼ କର୍ମୀମାନେ।
Published by: Anand ST Das
First published: April 26, 2021, 11:57 PM IST