ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ବାଃ ଭୁବନେଶ୍ୱର! ସହରର ଶତ ପ୍ରତିଶତ ଲୋକ ଟିକା ନେଲେ; ଏବେ ବାହାର ଲୋକଙ୍କ ପାଇଁ କେନ୍ଦ୍ର ଖୋଲା

ବାଃ ଭୁବନେଶ୍ୱର! ସହରର ଶତ ପ୍ରତିଶତ ଲୋକ ଟିକା ନେଲେ; ଏବେ ବାହାର ଲୋକଙ୍କ ପାଇଁ କେନ୍ଦ୍ର ଖୋଲା

ରାଜ୍ୟ ରାଜଧାନୀରେ ମୋ’ଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଥିଲା । ୧୦ଟି ଯାକ ଡ୍ରାଇଭ୍-ଇନ୍ ଟିକାଦାନ କେନ୍ଦ୍ର ବନ୍ଦ ହେବା ପରେ ସୋମବାର ଠାରୁ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ ।

ବାଃ ଭୁବନେଶ୍ୱର! ସହରର ଶତ ପ୍ରତିଶତ ଲୋକ ଟିକା ନେଲେ; ଏବେ ବାହାର ଲୋକଙ୍କ ପାଇଁ କେନ୍ଦ୍ର ଖୋଲା
ଭୁବନେଶ୍ୱରରେ ଗୋଟିଏ ଟିକାକରଣ କେନ୍ଦ୍ରରେ ଚାଲିଛି ଟିକାକରଣ ।
  • News18 Odia
  • Last Updated: July 31, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ କରୋନା ଟିକାକରଣ ଶତ ପ୍ରତିଶତ ସରିଛି ବୋଲି କହିଛି ଭୁବନେଶ୍ୱର ମହାନଗର ନିଗମ । ଜୁଲାଇ ଶେଷ ସୁଦ୍ଧା ଥିବା ଟାର୍ଗେଟ ପୂରଣ ହୋଇଛି ଓ ବିଭିନ୍ନ ବର୍ଗରେ ମୋ’ଟ ୯.୦୭ ଲକ୍ଷ ଲୋକଙ୍କୁ ଦୁଇଟି ଡୋଜ୍‌ ହିସାବରେ ଦିଆଯିବାକୁ ଥିବା ୧୮.୧୪ ଲକ୍ଷ ଡୋଜ୍‌ ମଧ୍ୟରୁ ଜୁଲାଇ ୩୧ ତାପିଖ ସୁଦ୍ଧା ୧୮,୩୫,୯୦୩ ଡୋଜ୍‌ ଟିକା ଦିଆଯାଇଛି ।

୧୦,୫୯,୭୫୩ ଜଣ ବ୍ୟକ୍ତି ପ୍ରଥମ ଡୋଜ୍‌ ନେଇସାରିଥିବା ବେଳେ ୭,୭୬,୧୫୦ ଜଣ ଉଭୟ ଡୋଜ୍‌ ଟିକା ନେଇ ସାରିଛନ୍ତି । ଭୁବନେଶ୍ୱରରେ କୋଭକ୍ସିନ ଟିକା ଦିଆଯାଉଥିବା ବେଳେ ଏଠାରେ ଟିକାର ଅଭାବ ନାହିଁ । ବର୍ତ୍ତମାନ ମଧ୍ୟ ସବୁ ଟିକା କେନ୍ଦ୍ର ଖୋଲା ରହିଛି । ଭୁବନେଶ୍ୱର ରାଜଧାନୀ ହୋଇଥିବାରୁ ଏଠାକୁ ଦୈନିକ ବାହାରୁ ଅନେକ ଲୋକ ଆସନ୍ତି । ଟିକା ପାଇଁ କାହାକୁ ମନା କରାଯାଇ ନାହିଁ ବୋଲି କହିଛନ୍ତି ଅଦିକାରୀମାନେ, ହେଲେ ଭୁବନେଶ୍ୱରବାସୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯାଇଛି ବୋଲି ସେମାନେ ଦୃଢୋକ୍ତି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଅଡ଼ି କାର୍ ଏତେ ଜୋରରେ ପିଟିଲା ଅଟୋକୁଯାତ୍ରୀର ମୃତ୍ୟୁ; CCTV VIDEOରେ ଦିଶିଲା ବେଗର ପରିଣତି

ଏବେ ଭୁବନେଶ୍ୱରରେ ଥିବା ବାହାରର ଲୋକଙ୍କୁ ମଧ୍ୟ ଟିକା ଦିଆ ଯାଉଛି । ଯେଉଁମାନେ ଚାହିଁବେ ଆଧାର କାର୍ଡ଼ ଦେଖାଇ ଟିକା ନେଇପାରିବେ ବୋଲି ସୂଚନା ଦେଇଛନ୍ତି ବି.ଏମ.ସି. ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ । ବି.ଏମ.ସି. ଏରିଆ ବାହାର ଲୋକଙ୍କୁ ସୁବିଧାରେ କୋଭିସିଲଡ଼ ଟିକା ମିଳୁ ନ ଥିବା ବେଳେ ବି.ଏମ.ସି. ଏରିଆରେ ସୁବିଧାରେ କୋଭାକ୍ସିନ ମିଳୁଛି । ଏହାକୁ ନେଇ ଏବେ ବାହାର ଲୋକଙ୍କ ଗହଳି ବଢୁଛି ଟିକା କେନ୍ଦ୍ରଗୁଡ଼ିକରେ।

ବିଭିନ୍ନ ମଲ୍ ଓ ଘରୋଇ ଅନୁଷ୍ଠାନରେ ଡ୍ରାଇଭ୍-ଇନ୍ ଟିକାକରଣ କେନ୍ଦ୍ର ଚାଲିଥିଲା ।


‘‘ଜୁଲାଇ ୧ ସୁଦ୍ଧା ସବୁ ଲୋକଙ୍କୁ ପ୍ରଥମ ଡୋଜ୍‌ ଓ ଜୁଲାଇ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ୍‌ ଟିକା ଦେବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିଲା । ଆମେ ସେହି ହିସାବରେ ଟିକାକରଣ ଶେଷ କରିଛୁ । ବର୍ତ୍ତମାନ ସମୟରେ ଫ୍ଲୋଟିଂ ପପ୍ୟୁଲେସନ୍‌ ଭୁବନେଶ୍ୱର ଆସି ଟିକା ନେଉଛନ୍ତି। କାହାକୁ ଟିକା ନେବା ପାଇଁ ମନା ନାହିଁ। ଟିକାକରଣ ଆଗକୁ ବି ଜାରି ରହିବ,’’ କହିଛନ୍ତି ସେଠୀ ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ବନମାଳୀପୁରରୁ ଖାସ୍‌ କରୋନା ଟିକା ନେବାକୁ ଶନିବାର ଦିନ ଭୁବନେଶ୍ୱର ଆସିଥିବା ବର୍ଷା ବନାନୀ ସେନାପତି କହିଛନ୍ତି ଯେ ବନମାଳୀପୁରରେ କୋଭିସିଲଡ଼ ଟିକା ମିଳୁ ନ ଥିଲା । ‘‘ଆମର ସେଠି ଟିକା କେନ୍ଦ୍ର ବି ବନ୍ଦ ରହୁଛି । ଭୁବନେଶ୍ୱରରେ ସୁବିଧାରେ, ବିନା ଗହଳିରେ ଓ ବିନା ବୁକିଂରେ ଟିକା ସହଜରେ ମିଳୁଛି ଶୁଣି ଆସିଥିଲି । ଟିକା ନେଲି,’’ ଖୁସିରେ କହିଛନ୍ତି ସେନାପତି ।

ଏହା ବି ପଢ଼ନ୍ତୁ | ଆତଙ୍କବାଦୀମାନେ ହତ୍ୟା କରି ଚାଲିଯିବା ପରେ ଯାଇ ମୁଁ କାନ୍ଦିପାରିଲି’: ପୁଲୱାମା ପୋଲିସ ଅଫିସରଙ୍କ ବୋହୁ

ଶନିବାରଠାରୁ ଭୁବନେଶ୍ୱରର ଥିବା ସବୁ ୧୦ଟି ଯାକ ଡ୍ରାଇଭ୍‌-ଇନ୍‌ ଭେକ୍ସିନେସନ୍‌ ସେଣ୍ଟର୍‌ ବନ୍ଦ କରାଯାଇଛି । ଭୁବନେଶ୍ୱରର ବିଭିନ୍ନ ମଲ୍‌ ଓ ଘରୋଇ ଅନୁଷ୍ଠାନରେ ଖୋଲା ଯାଇଥିବା ଏହି କେନ୍ଦ୍ରଗୁଡିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବି.ଏମ.ସି.। ଭୁବନେଶ୍ୱରରେ ମୋ’ଟ ୫୫ଟି ଟିକା କେନ୍ଦ୍ରରେ ଟିକାଦାନ ବ୍ୟବସ୍ଥା କରାଯାଇଥିବା ବେଳେ ୩୦ଟି ସରକାରୀ ହସ୍ପିଟାଲରେ ୧୫ଟି ମୋବିଲାଇଜେସନ ସେଣ୍ଟର୍‌ ଓ ୧୦ଟି ଡ୍ରାଇଭ୍‌-ଇନ୍‌ ଭେକ୍ସିନେସନ୍‌ କେନ୍ଦ୍ର ରହିଥିଲା । ସୋମବାର ଠାରୁ ଡ୍ରାଇଭ୍‌-ଇନ୍‌ ଭାକ୍ସିନେସନ ବନ୍ଦ ହେବା ସହ ୪୫ଟି କେନ୍ଦ୍ରରେ ଜାରି ରହିବ ଟିକାକରଣ ।

ଏହା ବି ପଢ଼ନ୍ତୁ | ଏକା ଥରକେ ୧୦ଟି ଶିଶୁ ଜନ୍ମ ଦେଲେ? ହେଲେ ସେ ଗର୍ଭବତୀ ଥିଲେ! ରେକର୍ଡ଼ ଅନ୍ୟ ମହିଳାଙ୍କର

ହାଇ ସ୍କୁଲ ଖୋଲି ଯାଇଥିବାରୁ ଭୁବନେଶ୍ୱରର ହାଇ ସ୍କୁଲଗୁଡି଼କରେ ଥିବା ଟିକା କେନ୍ଦ୍ରଗୁଡ଼ିକୁ ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଶତ ପ୍ରତିଶତ ଟିକାକରଣ ସହିତ ଅନଲକ୍‌ ଆଡ଼କୁ ରାଜ୍ୟ ଯାଉଥିବାରୁ ତଥା ଟିକା ନେଇ ନ ଥିବା ଲୋକଙ୍କ ସଂଖ୍ୟା କମ୍‌ ଥିବାରୁ ଏଭଳି ବ୍ୟବସ୍ଥା କରାଯାଇଥିବା ବି.ଏମ.ସି. ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ବେଙ୍ଗଲ୍ରେ ନିର୍ବାଚନ ପରେ ଖୁବ୍ ହିଂସାକାଣ୍ଡ, ରେପ୍ ହତ୍ୟା ହୋଇଥିଲା: କେନ୍ଦ୍ରକୁ କମିଟିର ରିପୋର୍ଟ

‘‘ଆମ ଟାର୍ଗେଟ୍‌ ପୂରଣ ହୋଇଛି । ରାଜଧାନବାସୀ ଟିକା ନେଇସାରିଲେଣି । ଧୀରେ ଧୀରେ ରାଜ୍ୟ ଅନଲକ୍‌ ଆଡ଼କୁ ଗତି କରୁଛି। ତେଣୁ ଡ୍ରାଇଭ୍‌-ଇନ୍‌ ଭାକ୍ସିନେସନ କେନ୍ଦ୍ରଗୁଡି଼କୁ ଆମେ ବନ୍ଦ କରୁଛୁ । ବାକି ଯେଉଁ ସବୁ ଜାଗାରେ ଟିକା ଦିଆଯାଉଥିଲା ଏବେ ବିନା ସ୍ଲଟ ବୁକିଂରେ ସେଠି ଟିକା ମିଳିବ,’’ କହିଛନ୍ତି ବି.ଏମ୍‌.ସି. ସାଉଥ୍‌ ଜୋନର ଜୋନାଲ୍‌ ଡେପୁଟି କମିଶନର ଅଂଶୁମାନ ରଥ ।



ଟିକାକରଣକୁ ବି.ଏମ.ସି. ଆରମ୍ଭରୁ ଜୋରଦାର କରିଥିବା ବେଳେ ସ୍ୱତନ୍ତ୍ର ଡ୍ରାଇଭ୍‌ ଜରିଆରେ ବିଭିନ୍ନ ବର୍ଗର ଲୋକଙ୍କୁ ଟିକା ଦିଆଯାଇଥିଲା । ଫଳରେ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ସହର ଭାବେ ଏବେ ଦେଶରେ ନମ୍ବର ୧ ସହର ହୋଇଛି ରାଜଧାନୀ ଭୁବନେଶ୍ବର ।
Published by: Anand ST Das
First published: July 31, 2021, 11:54 PM IST