ଭୁବନେଶ୍ୱରରେ କରୋନା: BMCକୁ ମିଳିଲା ୧୦୦ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର୍; ଘରେ ଥିବା ଆକ୍ରାନ୍ତଙ୍କୁ ମିଳିବ

ଅକ୍ସିଜେନ କନ୍ସେଣ୍ଟ୍ରେଟର୍ ସହାୟତା ପାଇଁ ଏକ ଆପ୍ ତିଆରି କରିଛି BMC । ଏହି ଆପ୍ ମାଧ୍ୟମରେ ଲୋକେ ଆବେଦନ କରି ପାରିବେ । ୧୯୨୯ ହେଲ୍ପଲାଇନ୍ ନମ୍ବରରେ ବି ଏହି ସହାୟତା ମିଳିବ ।

ଭୁବନେଶ୍ୱରରେ କରୋନା: BMCକୁ ମିଳିଲା ୧୦୦ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର୍; ଘରେ ଥିବା ଆକ୍ରାନ୍ତଙ୍କୁ ମିଳିବ
ଭୁବନେଶ୍ଵରରେ ଗୋଟିଏ ଟିକାକରଣ କେନ୍ଦ୍ରର ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଭିକ୍ଷୁକ ଓ ନିରାଶ୍ରୟ ଲୋକଙ୍କୁ ବି.ଏମ୍‌.ସି. ପକ୍ଷରୁ ଟିକାକରଣ କରିବା ଆରମ୍ଭ ହୋଇଛି । ଏଥି ପାଇଁ ୟୁନିଟ ୩ର ମାଳି ସାହିରେ ନିରାଶ୍ରୟ ଆଶ୍ରୟ ସ୍ଥଳରେ ଓ କଳିଙ୍ଗ ବିହାରରେ ଭିକ୍ଷୁକମାନଙ୍କ ପାଇଁ ଦୁଇଟି କ୍ୟାମ୍ପ୍‌ ଖୋଲି ଟିକାକରଣ କରାଯାଉଛି ।

ଭୁବନେଶ୍ଵର ମହାନଗର ନିଗମ (ବା.ଓମ୍‌.ସି.) ଅଧିକାରୀମାନେ କହିଛନ୍ତି ଯେ ରାଜଧାନୀରେ ଯେମିତି ଟିକା ନେବାରୁ କେହି ବାଦ୍ ନ ପଡ଼ିବେ ସେ ନେଇ ଏକ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି । ଟିକା ସଙ୍କଟ ନେଇ ଚାରି ଆଡୁ ସମାଲୋଚନାର ଶିକାର ହେବା ପରେ ଏ ନେଇ ସ୍ପଷ୍ଟୀକରଣ ଦେଇଛି ବି.ଏମ୍‌.ସି. ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯାହାକୁ ରଖିବେ ଅନନ୍ତ: ଟ୍ରକ୍ ପଛ ଚକ ତଳେ ବାଇକ୍ ପଶିଗଲା, ଅଳ୍ପକେ ବଞ୍ଚିଲେ ଯୁବକ

‘‘ସୋମବାର ଠାରୁ ରାଜଧାନୀରେ ଟିକାକରଣ ତ୍ୱରାନ୍ୱିତ ହେବ । ବିଶେଷ କରି ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଦ୍ଵିତୀୟ ଡୋଜ୍ ଦିଆଯିବ । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପ୍ରଥମ ଡୋଜ୍ ବି ଶୀଘ୍ର ଆରମ୍ଭ ହେବ,’’ କହିଛନ୍ତି ବି.ଏମ୍‌.ସି. କମିଶନର ସଞ୍ଜୟ ସିଂ।

ଭୁବନେଶ୍ଵରରେ ଗୋଟିଏ ଟିକାକରଣ କେନ୍ଦ୍ରର ଦୃଶ୍ୟ


ରାଜ୍ୟ ସରକାର ବି.ଏମ୍‌.ସି.କୁ ୧୦୦ଟି ଅକ୍ସିଜେନ କନ୍ସେଣ୍ଟ୍ରେଟର୍‌ ଦେଇଛନ୍ତି । ନିଜ ଘରେ ଆଇସୋଲେସନରେ ଥାଇ ଯଦି କେହି କରୋନା ଆକ୍ରାନ୍ତଙ୍କୁ ଏହାର ଆବଶ୍ୟକତା ପଡ଼େ ତାହେଲେ ଏହା ସେମାନଙ୍କୁ ଦିଆଯିବ । ଏଥି ପାଇଁ ଏକ ଆପ୍‌ ତିଆରି ହୋଇଛି । ଏହା ସୋମବାରଠୁ କାର୍ଯ୍ୟକାରୀ ହେବ । ଏହି ଆପ୍‌ ମାଧ୍ୟମରେ ଲୋକେ ଅକ୍ସିଜେନ କନ୍ସେଣ୍ଟ୍ରେଟର୍‌ ପାଇଁ ଆବେଦନ କରି ପାରିବେ । ୧୯୨୯ ହେଲ୍ପଲାଇନ୍‌ ନମ୍ବରରେ ମଧ୍ୟ ଏହି ସହାୟତା ମିଳିବ । ସୋମବାରଠାରୁ ଏହି ସେବା ଆରମ୍ଭ ହେବାର ଯୋଜନା ରହିଛି ।

ଏହା ବି ପଢ଼ନ୍ତୁ | ବାନ୍ଧବୀ ସହ ମଦ ପିଇବା ବେଳେ କଳି ହେଲା, ଆତ୍ମହତ୍ୟା କଲେ ବଙ୍ଗାଳୀ ସିରିଏଲ୍ ନିର୍ଦ୍ଦେଶିକା ପୂଜା ଗାୟେନ୍

‘‘ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଆଶ୍ରୟ ସ୍ଥଳୀଗୁଡି଼କରେ ଟିକା ଦିଆ ଯାଉଛି । ଲୋକଙ୍କ ସହାୟତା ପାଇଁ ହେଲ୍ପ ଡେସ୍କଗୁଡ଼ିକ କାର୍ଯ୍ୟ କରୁଛି । ଏହା ଦ୍ବାରା ରୋଗୀଙ୍କ ସମ୍ପର୍କୀୟମାନେ ନିଜ ରୋଗୀଙ୍କ ସମ୍ପର୍କରେ ଖବର ପାଉଛନ୍ତି । ଆଗକୁ ବିଭିନ୍ନ ମାର୍କେଟରେ ଲୋକଙ୍କ ଟେଷ୍ଟିଂ ଜୋରଦାର ହେବ,’’ କହିଛନ୍ତି ବି.ଏମ୍‌.ସି. କମିଶନର୍‌ ।

ଏହା ବି ପଢ଼ନ୍ତୁ | EPFOରୁ ଖୁସି ଖବର! ଆସନ୍ତା ମାସ ଚାକିରି କରୁଥିବା ଲୋକଙ୍କ PF ଖାତାକୁ ଅଧିକ ଟଙ୍କା ଆସିବ

ଭୁବନେଶ୍ୱରରେ ଏପ୍ରିଲ୍‌ ୨୮ ତାରିଖରେ ପଜିଟିଭ୍ ଲୋକଙ୍କ ସଂଖ୍ୟା ଥିଲା ୧,୦୪୪ । ଜୁନ୍‌ ପ୍ରଥମରେ ଏହି ସଂଖ୍ୟା ଥିଲା ୯୧୮ । କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା କମୁ ନ ଥିବାରୁ ଚିନ୍ତା ବଢୁଛି । ହେଲେ ଆସନ୍ତା ଦଶ ଦିନ ଭିତରେ ପଜିଭିଟ୍‌ ହାର କମିବ ବୋଲି ଆଶା କରାଯାଉଛି । ଟ୍ରେଣ୍ଡ୍‌ ଦେଖି ଜଣାପଡ଼ୁଛି ବେଶୀ ଗତିରେ କମିବ ସଂକ୍ରମଣ । ଲହର କମିବା ଆଗରୁ ପ୍ଲାଟୋ ଷ୍ଟେଜରେ ରହୁଛି ଓ ତା’ ପରେ କମିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ମାମଲା ? ରାହୁଳ ଗାନ୍ଧୀ ଟ୍ୱିଟର୍ରେ ୫୫ ଜଣ ସହଯୋଗୀ, ସାମ୍ବାଦିକ ନାମୀ ବ୍ୟକ୍ତିଙ୍କୁ ଅନ୍ଫଲୋ କଲେ

କିଛି ଦିନ ହେବ ସଂକ୍ରମଣ କମୁଥିବାରୁ ହସପିଟାଲଗୁଡ଼ିକରେ ବେଡ୍‌ ଉପରେ ଚାପ ମଧ୍ୟ କମିଛି । ଭୁବନେଶ୍ୱରରେ ବର୍ତ୍ତମାନ ୧,୫୦୦ରୁ ଅଧିକ ଅକ୍ସିଜେନ୍ ବେଡ ଖାଲି ରହିଛି । ଆଇସିୟୁ ବେଡ୍‌ ବି ଖାଲି ରହିଛି । ଜେନେରାଲ୍‌ ଅକ୍ସିଜେନ୍‌ ବେଡ୍‌ ଯଥେଷ୍ଟ ମହଜୁଦ ରହିଛି ।



ହାଟ ବଜାରରେ ଗହଳି କମୁ ନ ଥିବାରୁ ପୋଲିସ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରୁଛି । ଯଦି ଲୋକେ ଅଧିକ ଅମାନିଆ ହୁଅନ୍ତି ତେବେ ଆଗକୁ ପୋଲିସ ଓ ନଗର ନିଗମ ଅଧିକ କଠୋର ହେବେ ଓ ମିଳିତ ଭାବରେ କାମ କରି ନିୟର ଅନୁପାଳନ ଆହୁରି କଡ଼ାକଡ଼ି କରାଇବେ ବୋଲି କହିଛନ୍ତି ଅଧିକାରୀମାନେ।
Published by: Anand ST Das
First published: June 5, 2021, 11:32 PM IST