ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା: ପ୍ରତିନିଧି ମଣ୍ଡଳ ନେଇ MP ଭର୍ତ୍ତୃହରି ମହତାବ CM ନବୀନଙ୍କୁ ଭେଟିବେ

କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା: ପ୍ରତିନିଧି ମଣ୍ଡଳ ନେଇ MP ଭର୍ତ୍ତୃହରି ମହତାବ CM ନବୀନଙ୍କୁ ଭେଟିବେ

କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟିର ବୈଠକରେ BJD ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରାଜ୍ୟ ସରକାରଙ୍କ ପକ୍ଷ ନେବାରୁ ଏହାକୁ ନେଇ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ୧୩ ତାରିଖରେ କଟକ ବନ୍ଦ ପାଇଁ BJP ସଜବାଜ ହେଉଛି ।

କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା: ପ୍ରତିନିଧି ମଣ୍ଡଳ ନେଇ MP ଭର୍ତ୍ତୃହରି ମହତାବ CM ନବୀନଙ୍କୁ ଭେଟିବେ
ଓ.ସି.ଏ. ହଲ୍ ବାହାରେ ସାମାଜିକ ସଙ୍ଗଠନଗୁଡ଼ିକର ମାନବ ଶୃଙ୍ଖଳ
  • News18 Odia
  • Last Updated: September 11, 2021, 11:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କଟକ: କଟକ ସହରରେ ଦୁର୍ଗା ପୂଜାରେ ପାରମ୍ପରିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ସ୍ଥାପନ କରି ପୂଜା କରିବାକୁ ଅନୁମତି ମିଳୁ ବୋଲି ହୋଇଆସୁଥିବା ଦାବି ତୀବ୍ରତର ହେବାରେ ଲାଗିଛି । ରାଜ୍ୟ ସରକାର ମୂର୍ତ୍ତିଗୁଡ଼ିକର ଉଚ୍ଚତା ବୃଦ୍ଧି ପ୍ରସ୍ତାବକୁ ଖାରଜ କରିବା ପରେ ଏଥିରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସିଧା ହସ୍ତକ୍ଷେପ ଲୋଡ଼ିବା ପାଇଁ ସ୍ଥିର କରିଛନ୍ତି କଟକର ବିଭିନ୍ନ ସଙ୍ଗଠନମାନେ ।

ଶନିବାର ଦିନ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ଦାବିକୁ ନେଇ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବ ବୋଲି ସ୍ଥିର ହୋଇଛି । ଓ.ସି.ଏ. କନଫେରେନ୍ସ ହଲରେ ପ୍ରାୟ ସାଢ଼େ ତିନି ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଦଳମତ ନିର୍ବିଶେଷରେ ସବୁ ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଡ୍ରଗ୍ସ ସେବନ କରୁଥିଲେ କନ୍ନଡ଼ ଅଭିନେତ୍ରୀ ଅନୁଶ୍ରୀ? ତାଙ୍କ ବିରୋଧରେ ଚାଞ୍ଚଲ୍ୟକର ଅଭିଯୋଗ

ଏହି ବୈଠକରେ ଦୁର୍ଗା ପୂଜା ସମ୍ପର୍କରେ ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନ୍‌ ବାବଦରେ ସବିଶେଷ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ଚାରି ଫୁଟର ମୂର୍ତ୍ତି ପରମ୍ପରା-ବିରୋଧୀ ବୋଲି ଦର୍ଶାଇ ଏହି ବୈଠକରେ ସର୍ବସମ୍ପତ୍ତି କ୍ରମେ ନିଷ୍ପତି ହୋଇଥିଲା ଯେ ସରକାର ନିଜ ନିଷ୍ପତ୍ତିର ପୂର୍ନବିଚାର କରନ୍ତୁ ବୋଲି ମୁଖ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ।

ବୈଠକରେ ଭାଗ ନେଉଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ


ଆସନ୍ତା ୧୬ ତାରିଖ ଦିନ ପ୍ରତିନିଧି ମଣ୍ଡଳ ମୁଖ୍ୟ ମନ୍ତ୍ରୀଙ୍କୁ ଭେଟିବା ପରେ ସେ ଦିନର ଫଳାଫଳକ ନେଇ ୧୭ ତାରିଖ ଦିନ ପୂଜା କମିଟି ଓ ଶାନ୍ତି କମିଟିର ଏକ ବୈଠକ ବସିବ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହା ବି ପଢ଼ନ୍ତୁ | Taliban Rule: ଆଫଗାନିସ୍ତାନରେ ମହିଳାମାନେ ବିରୋଧ କରିପାରିବେନି, କୌଣସି ଖେଳ ଖେଳିପାରିବେନି

‘‘ମୁଁ ଭାବୁଛି କଟକର ଏହି ଭାବାବେଗକୁ ମୁଖ୍ୟ ମନ୍ତ୍ରୀ ସମ୍ମାନ ଦେବେ ଓ ସେହି ଅନୁସାରେ ସରକାରଙ୍କ ନିଷ୍ପତ୍ତିର ପୂର୍ନବିଚାର କରିବେ । ବଡ଼ ଛୋଟ କଥା ନାହିଁ । ଯେଉଁ ମୂର୍ତ୍ତି ମଣ୍ଡପଗୁଡ଼ିକରେ ହେଉଥିଲା ସେହି ମୂର୍ତ୍ତି ହେବା ଦରକାର । ଛୋଟ ମୂର୍ତ୍ତି ହେଲେ ମା'ଙ୍କର ପାରମ୍ପରିକ ଅଳଙ୍କାର ପିନ୍ଧାଯାଇପାରିବ ନାହିଁ । ତେଣୁ ଅସୁବିଧା ହେଉଛି,’’ କହିଛନ୍ତି ବୈଠକରେ ଯୋଗ ଦେଇଥିବା କଟକର ସାଂସଦ ଭର୍ତ୍ତୃହରି ମହତାବ ।

ଏହା ବି ପଢ଼ନ୍ତୁ | ଅଭିନେତା ରଜତ ବେଦୀଙ୍କ କାର୍ ଧକ୍କାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ ହେଲା; ପୋଲିସ FIR ରୁଜୁ କଲା

କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି, ‘‘୧୬ ତାରିଖ ଦିନ ସାଂସଦ ଭର୍ତ୍ତୁହରି ମହତାବଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳି ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ପାରମ୍ପରିକ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିବ । ସେହି ଆଲୋଚନାର ନିର୍ଯ୍ୟାସକୁ ୧୭ ତାରିଖ ଦିନ ହେବାକୁ ଥିବା ବୈଠକରେ ଆଲୋଚନା କରାଯିବ ।’’ ସେ କହିଛନ୍ତି ଯେ ବିଜେପିର ୧୩ ତାରିଖରେ ଆହୂତ କଟକ ବନ୍ଦ ଡାକରାରେ ଶାନ୍ତି କମିଟି ସାମିଲ ହେବ ନାହିଁ, କିନ୍ତୁ ପୂଜା କମିଟିଗୁଡ଼ିକ ଉପରେ କୌଣସି ଅଙ୍କୁଶ ନାହିଁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୁବରାଜ ସିଂଙ୍କ Ex-ଗର୍ଲଫ୍ରେଣ୍ଡ୍‌ କିମ୍‌ ଶର୍ମାଙ୍କ ସହ ଏବେ ଟେନିସ୍‌ ଖେଳାଳି ଲିଆଣ୍ଡର୍ ପେସଙ୍କ ପ୍ରେମ ଚାଲିଛି

ଦୁଇ ଦିନ ତଳେ ରାଜ୍ୟ ସରକାର କଟକ ସହରର ପୂଜା କମିଟି ଓ ଶାନ୍ତି କମିଟିର ମୂର୍ତ୍ତି ଉଚ୍ଚତା ପ୍ରସ୍ତାବକୁ ଖାରଜ କରିବା ପରେ ଏହାକୁ ନେଇ ସହରରେ ଏକ ବଡ଼ ଧରଣର ଜନ ବିରୋଧ ମୁଣ୍ଡ ଟେକିଛି । ଚାରି ଦିନ ତଳେ ମୁଖ୍ୟ ଶାସନ ସଚିବଙ୍କ ସହ ହୋଇଥିବା ବୈଠକ ପରେ ମୂର୍ତ୍ତି ଉଚ୍ଚତା ବୃଦ୍ଧି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ମତି ପ୍ରଦାନ କରିଥିବା ବେଳେ କେଉଁ ପରିସ୍ଥିତିରେ ସରକାର ନିଜର ମତ ବଦଳାଇଲେ ସେ ନେଇ ଶନିବାରର ବୈଠକରେ ସରଗରମ ଆଲୋଚନା ହୋଇଥିଲା । ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରାଜ୍ୟ ସରକାରଙ୍କ ସପକ୍ଷରେ ମତ ରଖିବାରୁ ଏହାକୁ ନେଇ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା ।



ଓ.ସି.ଏ. କନଫେରେନ୍ସ ହଲରେ ଏହି ବୈଠକଟି ଆୟୋଜିତ ହେଉଥିବା ବେଳେ ବୈଠକ ସ୍ଥଳ ବାହାରେ ଏକ ବିଶାଳ ମାନବ ଶୃଙ୍ଖଳ ଦେଖାଯାଇଥିଲା । ଦଶହରାରେ ପାରମ୍ପରିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା କରିବା ଦାବି କରିଆସୁଥବା ସହରର ବିଭିନ୍ନ ସାମାଜିକ ସଙ୍ଗଠନଗୁଡ଼ିକ ପକ୍ଷରୁ ଏହି ମାନବ ଶୃଙ୍ଖଳ ଆୟୋଜିତ କରାଯାଇଥିଲା । ସଙ୍ଗଠନଗୁଡ଼ିକର କର୍ମକର୍ତ୍ତାମାନେ ହାତରେ ପ୍ଲାକାର୍ଡ଼ ଧରି ନିଜ ଦାବିକୁ ଦୋହରାଇବା ସହ ସ୍ଲୋଗାନବାଜି କରିଥିଲେ ।
Published by: Anand S.T. Das
First published: September 11, 2021, 11:54 PM IST