ଭାରତ ବାୟୋଟେକ୍ର ନାଜାଲ ଭାକ୍ସିନ୍
- News18 Odia
- Last Updated :
- New Delhi, India
News 18 Odia Digital
ନୂଆଦିଲ୍ଳୀ: କରୋନା ବିରୋଧୀ ଲଢ଼େଇରେ ଭାରତକୁ ଆଉ ଏକ ହତିଆାର ମିଳିଛି। ଦେଶକୁ ବୁଷ୍ଟର ଡୋଜ୍ ଭାବରେ ତୃତୀୟ ଭାକ୍ସିନ ମିଳିଛି। ଡିସିଜିଆଇ ଭାରତ ବାୟୋଟେକ୍ର ନାଜାଲ କୋଭିଡ୍ ଭାକ୍ସିନକୁ ପୂର୍ବରୁ ହିଁ ଅନୁମତି ଦେଇସାରିଛି। ଯାହାପରେ କମ୍ପାନୀ ଭାକ୍ସିନକୁ କୋ ଓ୍ବିନ୍ ପୋର୍ଟାଲ୍ରେ ସାମିଲ୍ କରିବାକୁ ଅନୁମତି ମାଗିଥିଲା। ଆଉ ଏବେ ଏହାକୁ ଅନ୍ତିମ ଅନୁମତି ମିଳିଛି।
ଭାରତ ବାୟୋଟେକ୍ର ନାଜାଲ ଭାକ୍ସିନ୍କୁ ଆସନ୍ତା ସପ୍ତାହର ଆରମ୍ଭରେ କୋଓ୍ବିନ୍ ପ୍ଲାଟଫର୍ମରେ ସାମିଲ କରାଯିବ। ଏହି ଭାକ୍ସିନ ନାକ ଦ୍ବାରା ସ୍ପେ୍ର ଭାବରେ ଦିଆଯିବ। ଅର୍ଥାତ୍ ଭାକ୍ସିନ ନେଉଥିବା ବ୍ୟକ୍ତିଙ୍କ ବାହୁରେ ଟିକା ଲଗାଯିବ ନାହିଁ। ଏହାର ଦୁଇଟି ଡୋଜ୍ ଦିଆଯାଏ। ଏହି ଭାକ୍ସିନ ବୈଶ୍ବିକ ସ୍ତରରେ ନିର୍ମାଣ ଏବଂ ବିତରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ କଥାବାର୍ତ୍ତା ଚାଲିଥିବା ନେଇ ମଧ୍ୟ କୁହାଯାଉଛି।
ବର୍ତ୍ତମାନ ଭାରତ ବାୟୋଟେକ୍ର କୋଭାକ୍ସିନ, ସିରମ ଇନଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଏବଂ କୋଭୋଭାକ୍ସ, ଋଷର ସ୍ପୁଟନିକ୍ ଭି ଏବଂ ବାୟୋଲଜିକାଲ ଇ ଲିମିଟେଡର କର୍ବେଭାକ୍ସ ଭାକ୍ସିନ କୋଓ୍ବିନ୍ ପୋର୍ଟାଲରେ ତାଲିକାଭୁକ୍ତ ରହିଛି। ଭାରତ ବାୟୋଟେକ୍ ଗତ ୬ ସେପ୍ଟେମ୍ବରରେ ଘୋଷଣା କରିଥିଲା ଯେ ଏହା ଦୁନିଆର ପ୍ରଥମ ଇଣ୍ଟ୍ରାନାଜାଲ କୋଭିଡ-୧୯ ଭାକ୍ସିନ iNCOVACC (BBV154) କୁ ଡଜିସିଆଇ ତରଫରୁ ୧୮ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ଉପରେ ଜରୁରୀ ବ୍ୟବହାରକୁ ଅନୁମତି ମିଳିଛି। ଭାକ୍ସିନକୁ ଓ୍ବାଶିଂଟନ୍ ବିଶ୍ବବିଦ୍ୟାଳୟ, ସେଣ୍ଟ ଲୁଇସ୍ ସହଭାଗିତାରେ ପ୍ରସ୍ତୁତ କରାଯାଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।