ସାବଧାନ! କରୋନା ଭାଇରସ୍ ସଙ୍କଟ ସମୟରେ ସାଇବର୍ ଅପରାଧୀ ଲୋକଙ୍କୁ ଠକୁଛନ୍ତି

ସାଇବର ଅପରାଧୀମାନଙ୍କ କଳା କାରନାମା ସାମନାକୁ ଆସିବା ପରେ ଦେଶର ସମସ୍ତ ରାଜ୍ୟ ପୋଲିସକୁ ସତର୍କ କରାଇଛି ସି.ବି.ଆଇ. l ଏ ନେଇ ରାଜ୍ୟ କ୍ରାଇମ୍ ବ୍ରାଞ୍ଚ ସାତ ପ୍ରକାର ସାଇବର ଅପରାଧ ଉପରେ ଅଧିକ ସତର୍କ ରହିବାକୁ ଜାରି କରିଛି ଆଡଭାଇଜରି l

ସାବଧାନ! କରୋନା ଭାଇରସ୍ ସଙ୍କଟ ସମୟରେ ସାଇବର୍ ଅପରାଧୀ ଲୋକଙ୍କୁ ଠକୁଛନ୍ତି
ସାଇବର ଠକଙ୍କ ଟାର୍ଗେଟରେ ଏବେ କୋଭିଡ-୧୯ ହସ୍ପିଟାଲଗୁଡ଼ିକ ରହିଛି ବୋଲି ଜଣାଯାଇଛି l
  • News18 Odia
  • Last Updated: April 10, 2020, 11:42 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋରୋନା ସଂକ୍ରମଣ ନେଇ ସାରା ବିଶ୍ଵରେ ଲୋକେ ଚିନ୍ତିତ ଥିବା ବେଳେ ଲୋକଙ୍କୁ ଲୁଟିବାକୁ ନୂଆ ଫର୍ମୁଲା ଆପଣାଇଛନ୍ତି ସାଇବର ଅପରାଧୀମାନେ l ଫେକ୍‌ ୱେବସାଇଟ, ଫେକ୍‌ ଇମେଲ ଓ ଫେକ୍‌ ହ୍ଵାଟ୍ସ ଆପ ଆକାଉଣ୍ଟ୍‌ ଖୋଲି ଲୋକଙ୍କୁ ନିଜ ଜାଲରେ ଛନ୍ଦି ଆଖି ପିଛୁଳାକେ ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଟଙ୍କା l

ସାଇବର ଅପରାଧୀମାନଙ୍କ କଳା କାରନାମା ସାମନାକୁ ଆସିବା ପରେ ଦେଶର ସମସ୍ତ ରାଜ୍ୟ ପୋଲିସକୁ ସତର୍କ କରାଇଛି ସି.ବି.ଆଇ. l ଏ ନେଇ ରାଜ୍ୟ କ୍ରାଇମ୍‌ ବ୍ରାଞ୍ଚ ସାତ ପ୍ରକାର ସାଇବର ଅପରାଧ ଉପରେ ଅଧିକ ସତର୍କ ଓ ସଚେତନ ରହିବାକୁ ଜାରି କରିଛି ଆଡଭାଇଜରି  l

ସାଇବର ଅପରାଧୀମାନେ ଏବେ ନୂଆ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି l କରୋନା ଭାଇରସ୍‌ ମହାମାରୀ ପାଇଁ ନୂଆ ମେଡିସିନ ବାହାରିଛି ଓ ଟେଷ୍ଟ ପାଇଁ କିଟ୍‌ ବାହାରିଛି ବୋଲି କହି ସାରବର ଠକମାନେ ନିଜ ଫେକ୍‌ ୱେବସାଇଟରେ ଲୋକଙ୍କୁ ଲୋଭନୀୟ ଅଫର୍‌ ଦେଇ ଠକିବାର ସମ୍ଭାବନା ରହିଛି l

କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡେlନେସନ (ଦାନ) ଦେବାକୁ କହି ଫେକ୍‌ ୱେବସାଇଟ, ହାଟସ ଆପ, ଇ ମେଲ ଓ ଏସ୍‌.ଏମ୍‌.ଏସ୍‌. ପଠାଇ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦେବାକୁ ସାଇବର୍‌ ଅପରାଧୀମାନେ ନିବେଦନ କରୁଥିବାର ସୂଚନା ମିଳିବା ଆରମ୍ଭ ହୋଇଛି । କରୋନା ସମ୍ପର୍କିତ ଫେକ୍‌ ୱେବସାଇଟ ବନାଇ ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ବି ଦେଉଛନ୍ତି ସେମାନେ l

ସାଇବର ଠକଙ୍କ ଟାର୍ଗେଟରେ ଏବେ କୋଭିଡ-୧୯ ହସ୍ପିଟାଲଗୁଡ଼ିକ ରହିଛି ବୋଲି ଜଣାଯାଇଛି l  ଏ ସବୁ ହସ୍ପିଟାଲଗୁଡ଼ିକର ଡାଟାବେସ ଗୁଡିକୁ ହ୍ୟାକ କରୁଛନ୍ତି ସେମାନେ l ପରେ ଡାଟା ରିକଭରି ପାଇଁ ହସ୍ପିଟାଲଗୁଡ଼ିକୁ ମୋଟା ଅଙ୍କର ଟଙ୍କା ବି ମାଗୁଥିବା ଜଣାପଡ଼ିଛି ।

କରୋନା ଭାଇରସର ଚିକିତ୍ସା ପାଇଁ ସ୍ପେଶାଲ ଅଫର ରହିଛି ବୋଲି କହି ଲୋକଙ୍କୁ ଠକୁଛନ୍ତି ସେମାନେ l ପୂର୍ବରୁ ଏଭଳି ଅବିଶ୍ୱନୀୟ ଅଫର ଦେଇ ମୂଲ୍ୟବାନ ଜିନିଷ ପତ୍ର ବିକ୍ରି ପାଇଁ ଲୋକଙ୍କୁ ଆକୃଷ୍ଟ କରୁଛନ୍ତି ସାଇବର ଅପରାଧୀମାନେ l ଆଉ ଏଥିରେ ଯିଏ ଆକୃଷ୍ଟ ହେଉଛି ସିଏ ଫସୁଛି l

‘‘କୌଣସି ପରିସ୍ଥିତିରେ ଏଭଳି ସାଇବର ଠକେଇ ମାମଲାଗୁଡିକୁ ପୋଲିସ ହାଲୁକା ଭାବେ ଆଦୌ ନେବା କଥା ନୁହେଁ l ଯଦିଓ ଓଡ଼ିଶାରେ ଏ ଭଳି ଠକେଇ ଏ ପର୍ଯ୍ୟନ୍ତ କୌଣସି ଥାନାରେ ରୁଜୁ ହୋଇ ନାହିଁ, ଏଥି ପ୍ରତି ପୋଲିସ ସଚେତନ ରହିବାର ଆବଶ୍ୟକତା ରହିଛି,’’ କହିଛନ୍ତି ପୂର୍ବତନ ଡିଜିପି ସଞ୍ଜିବ ମାରିକ ।

ସାଇବର ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି: ‘‘ଏହl ପଛରେ ଏକ ରାକେଟ କାମ କରୁଛି l ବର୍ତ୍ତମାନ କରୋନା ଭଳି ସାଙ୍ଘାତିକ ମହାମାରୀକୁ ନେଇ ଦେଶବାସୀ ଚିନ୍ତାରେ ସମୟ କାଟୁଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ସାଇବର ଅପରାଧୀମାନେ l’’

ଓଡ଼ିଶାରେ ଏବେ ଲକଡାଉନ ସ୍ଥିତି ଜାରି ରହିଥିବା ବେଳେ ସାଇବର ଅପରାଧର ଏକ ମାତ୍ର ମାମଲା ଥାନାରେ ରୁଜୁ ହୋଇଛି l ଏହି ମାମଲା ଅନଲାଇନରେ ମଦ ସପ୍ଲାଇ କରିବାକୁ କହି ଜଣେ ବ୍ୟବସାୟୀଙ୍କ ଠାରୁ ସାଇବର ଅପରାଧୀ ଲୁଟି ନେଇଥିବା କିଛି ହଜାର ଟଙ୍କା ଉଫରେ ଆଧାରିତ l
First published: April 10, 2020, 11:42 PM IST
corona virus btn
corona virus btn
Loading