ବ୍ରହ୍ମପୁରରେ ସବୁ ଭେଣ୍ଡିଂ ଜୋନ୍ ବନ୍ଦ ହେଲା; ରାସ୍ତା କଡ଼ରେ ବ୍ୟାରିକେଡ୍ ଭିତରେ ପରିବା ବିକ୍ରି ହେଉଛି
ପ୍ରବଳ ଜନସମାଗମ ଓ କରୋନା କଟକଣାରେ ଅବହେଳା ଯୋଗୁଁ ବ୍ରହ୍ମପୁରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭେଣ୍ଡି ଜୋନ୍ ବନ୍ଦ କରି ରାସ୍ତା କଡ଼ରେ ବ୍ୟାରିକେଡିଂ ମଧ୍ୟରେ ପରିବା ବିକ୍ରି ପାଇଁ ସୁବିଧା ଯୋଗାଇ ଦେଇଛି ବି.ଏମ୍.ସି. ।
ଏବେ ବ୍ୟାରିକେଡ୍ ମଧ୍ୟରେ ପରିବା କିଣାବିକା ଚାଲିଛି ।
- News18 Odia
- Last Updated: April 29, 2021, 5:38 PM IST
ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ କାୟା ବିସ୍ତାର କରୁଥିବାରୁ ବି.ଏମ୍.ସି. ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ କଟକଣା ଜାରି କରାଯାଇଛି । ବିଶେଷ କରି ସହରର ପରିବା ମାର୍କେଟଗୁଡ଼ିକରେ ଭିଡ଼ ହେଉଥିବାରୁ ସେଗୁଡ଼ିକୁ ବନ୍ଦ କରାଯାଇଛି ଓ ଦୋକାନୀମାନଙ୍କୁ ବାହାରେ ପରିବା ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାସ୍ତା କଡ଼ରେ ପରିବା ବିକ୍ରି କରିବା ସହ ଭିଡ଼ କମ୍ କରିବା ଓ ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ବ୍ୟାରିକେଡିଂର ବ୍ୟବସ୍ଥା କରାଯାଇଛି । ବି.ଏମ୍.ସି.ର ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ‘ମୁଁ ୩ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ବି.ଏମ୍.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର
ବ୍ରହ୍ମପୁର ସହରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ଯୋଗୁଁ ସ୍ଥାନୀୟ ଲୋକେ ଚିନ୍ତାରେ ରହିଥିଲେ । ବିଶେଷ କରି ସକାଳ ସମୟରେ ଭେଣ୍ଡି ଜୋନରେ ଗ୍ରାହକଙ୍କ ଭିଡ଼ ଜମୁଥିଲା । ନା ସଠିକ୍ ଭାବେ ସାମାଜିକ ଦୂରତା ରକ୍ଷା କରାଯାଥିଲା ନା କରୋନା କଟକଣାର ପାଳନ ହେଉଥିଲା ।
ଏହା ବି ପଢ଼ନ୍ତୁ | କମ୍ ହେଲା କୋଭିଶିଲ୍ଡ ଟିକାର ଦାମ୍; ଘୋଷଣା କଲେ ଆଦର ପୁନାୱାଲା; ଜାଣନ୍ତୁ ନୂଆ ଦାମ୍
‘‘ସହରର ବିଭିନ୍ନ ଭେଣ୍ଡିଂ ଜୋନରେ ବ୍ୟବସାୟୀ ଓ ଗ୍ରାହକଙ୍କ ସମାଗମ ହେଉଥିବାରୁ କରୋନା ସଂକ୍ରମଣ ହେବା ନେଇ ଭୟ ରହୁଥିଲା । ଏହାକୁ ଦୃଷ୍ଟିରେ ରଖି ଭେଣ୍ଡି ଜୋନ୍କୁ ବନ୍ଦ କରି ବ୍ୟବସାୟୀମାନଙ୍କୁ ରାସ୍ତା କଡ଼ରେ ବିକ୍ରିବଟା କରିବା ପାଇଁ ନିର୍ଦ୍ଦେଶ ଦେଇଛି ବି.ଏମ୍.ସି. । ରାସ୍ତା କଡ଼ରେ ବ୍ୟବସାୟୀମାନେ ବିକ୍ରିବଟା କରିବା ଦ୍ବାରା ଭିଡ଼ କମ୍ ରହିବ । ବ୍ୟାରିକେଡିଂ ବ୍ୟବସ୍ଥା ଯୋଗୁଁ ବି କରୋନା ସଂକ୍ରମଣ ରୋକିହେବ,’’ କହିଛନ୍ତି ବ୍ୟବସାୟୀ ମଳୟ ରଞ୍ଜନ ଗୌଡ଼ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଗୋଲାପୀ ଡ୍ରେସ୍ ପିନ୍ଧି ସୂର୍ଯ୍ୟୋଦୟ ଉପଭୋଗ କଲେ ମୌନି ରାୟ; ଫ୍ୟାନମାନେ ନଜର ହଟାଇ ପାରୁନାହାନ୍ତି
ଭେଣ୍ଡି ଜୋନ୍ ବନ୍ଦ କରି ରାସ୍ତା କଡ଼ରେ ବ୍ୟାରିକେଡିଂ କରାଯାଇ ପରିବା ବିକ୍ରି ପାଇଁ ସୁବିଧା ଯୋଗାଇ ଦେଇଥିବାରୁ ବ୍ରହ୍ମପୁର ସହରବାସୀ ଓ ବ୍ୟବସାୟୀମାନେ ବି.ଏମ୍.ସି.କୁ ଧନ୍ୟବାଦ ଦେଇଛନ୍ତି । ‘‘ଯେଉଁ ଗ୍ରାହକମାନେ ବିନା ମାସ୍କରେ ପରିବା କିଣିବା ପାଇଁ ଆସୁଛନ୍ତି ଆମେ ସେମାନଙ୍କୁ ପରିବା ଦେଉନାହୁଁ । ଏବେ କେବଳ ବ୍ୟବସାୟୀମାନେ ହିଁ ପନିପରିବା ବାଛି ଗ୍ରାହକମାନଙ୍କୁ ଦେଉଛନ୍ତି । ଏହା ଫଳରେ ପନିପରିବାକୁ ସମସ୍ତେ ନ ଛୁଇଁ ସୁରକ୍ଷିତ ଭାବେ ବିକ୍ରିବଟା ହୋଇପାରୁଛି,’’ କହିଛନ୍ତି ଆଳୁ ବ୍ୟବସାୟୀ ବିଜୟ ଗୌଡ଼ ।
ଏହା ବି ପଢ଼ନ୍ତୁ | ମୋଦି ଓ ଜୋ ବାଇଡେନ୍ ଫୋନରେ କଥା ହେଲେ; COVID ମୁକାବିଲାରେ ଭାରତକୁ USA ସାହାଯ୍ୟ କରିବ
ବ୍ରହ୍ମପୁର ବାସିନ୍ଦା ଚିତ୍ତରଞ୍ଜନ ଦାସ କହିଛନ୍ତି ଯେ ପୂର୍ବରୁ ପନିପରିବା ପାଇଁ ବଜାରକୁ ଆସିବା ବେଳେ ଭେଣ୍ଡିଂ ଜୋନ୍ ମଧ୍ୟକୁ ଯିବାକୁ ଭୟ ଲାଗୁଥିଲା । ‘‘କାରଣ ପନିପରିବା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ସାଙ୍ଗକୁ ପେଲା ଠେଲା ହେଉଥିଲା । ଏହା ଫଳରେ କରୋନା ସଂକ୍ରମଣ ବୃଦ୍ଧି ହେବା ନେଇ ଆଶଙ୍କା ରହୁଥିଲା । କିନ୍ତୁ ବର୍ତ୍ତମାନ ବି.ଏମ୍.ସି.ର ଏହି ପଦକ୍ଷେପ ଦ୍ବାରା ଭିଡ଼ କମ୍ ହେଉଛି । ବ୍ୟବସାୟୀମାନେ ମଧ୍ୟ ସଚେତନ ହୋଇଛନ୍ତି । କେହି ମାସ୍କ ପିନ୍ଧି ନ ଥିଲା ତାକୁ ପନିପରିବା ଦେଉନାହାନ୍ତି ଓ ସାମାଜିକ ଦୂରାତା ରକ୍ଷା କରିବାକୁ ଲୋକଙ୍କୁ ବାଧ୍ୟ କରୁଛନ୍ତି । ବ୍ୟାରିକେଡିଂର ନିୟମକୁ ପାଳନ କରିବାକୁ କହୁଛନ୍ତି । ଏହା ଫଳରେ ନିଶ୍ଚିତ ଭାବେ ଭିଡ଼ କମିବ ଓ କରୋନା ସଂକ୍ରମଣ ବୃଦ୍ଧିକୁ ରୋକାଯାଇପାରିବ,’’ ସେ କହିଛନ୍ତି ।
ବ୍ରହ୍ମପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ପାଇଁ ଲୋକଙ୍କୁ ବି.ଏମ୍.ସି. ପକ୍ଷରୁ ବାରମ୍ବାର ଅନୁରୋଧ କରାଯାଉଛି ।






