ଗଞ୍ଜାମ: କୋଭିଡ୍ ଆକ୍ରାନ୍ତ ଅସହାୟ ଲୋକଙ୍କ ସାଥୀ ପାଲଟିଛନ୍ତି ବ୍ରହ୍ମପୁର MLA ବିକ୍ରମ ପଣ୍ଡା

ପ୍ରାୟ ୨୫ରୁ ଅଧିକ ଅସହାୟ ଲୋକଙ୍କୁ ଘରୁ ନେଇ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ସେମାନେ ସୁସ୍ଥ ହେବା ପରେ ସେମାନଙ୍କୁ ହସପିଟାଲରୁ ଘରୁ ଆଣିବାର ବ୍ୟବସ୍ଥା କରିଛନ୍ତି ବିଜେଡି ବିଧାୟକ ବିକ୍ରମ ପଣ୍ଡା ।

ଗଞ୍ଜାମ: କୋଭିଡ୍ ଆକ୍ରାନ୍ତ ଅସହାୟ ଲୋକଙ୍କ ସାଥୀ ପାଲଟିଛନ୍ତି ବ୍ରହ୍ମପୁର MLA ବିକ୍ରମ ପଣ୍ଡା
ଫୋନ୍ ପାଇବା ମାତ୍ରେ ବିକ୍ରମ ପଣ୍ଡା ଓ ତାଙ୍କ ଟିମର ଲୋକେ ସାହାଯ୍ୟର ହାତ ବଢ଼ାନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: କରୋନା ଭାଇରସ୍‌ ମହାମାରୀ ସମୟରେ ସାଧାରଣ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ଜଣେ ଜନ ପ୍ରତିନିଧି । ବ୍ରହ୍ମପୁରର ବିଧାୟକ ବିକ୍ରମ ପଣ୍ଡା କୋଭିଡ଼ ରୋଗୀଙ୍କୁ ଘରୁ ଆଣି ହସପିଟାଲରେ ପହଞ୍ଚାଇବାଠାରୁ ଆରମ୍ଭ କରି ଅସହାୟ ଲୋକଙ୍କ ଶବ ଦାହ କରିବା ପର୍ଯ୍ୟନ୍ତ ଅନେକ ଜନ ସେବା କାର୍ଯ୍ୟରେ ସହଯୋଗ କରୁଥିବା ଦେଖାଯାଇଛି । ତାଙ୍କ ନିଷ୍ଠାପର କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ବ୍ରହ୍ମପୁର ସହରରେ ପ୍ରାୟ ୨୫ରୁ ଅଧିକ ଅସହାୟ ଲୋକଙ୍କୁ ଘରୁ ନେଇ କୋଭିଡ଼ ହସ୍‌ପିଟାଲରେ ଚିକିତ୍ସିତ କରାଇବା ସହିତ ସେମାନେ ସୁସ୍ଥ ହେବା ପରେ ସେମାନଙ୍କୁ ହସପିଟାଲରୁ ଘରୁ ଆଣିବାର ବ୍ୟବସ୍ଥା କରିଛନ୍ତି ବିଜେଡି ବିଧାୟକ ବିକ୍ରମ ପଣ୍ଡା । ଏପରିକି ତା’ ପରେ ସେମାନଙ୍କର ସ୍ବାସ୍ଥ୍ୟବସ୍ଥାର ଦାୟିତ୍ବ ନେଇଛନ୍ତି ସେ । ଏହି ମାସ ପ୍ରାୟ ୧୦ରୁ ଅଧିକ ଲୋକଙ୍କ ମୃତ ଦେହକୁ ଶ୍ମଶାନରେ ଦାହ କରିବାର ବ୍ୟବସ୍ଥା କରାଇଛନ୍ତି । ନିଜେ ଶ୍ମଶାନକୁ ଯାଇ ଶେଷକୃତ୍ୟରେ ସାହାଯ୍ୟ କରିଛନ୍ତି । ମହାମାରୀ ସମୟରେ ଜଣେ ବିଧାୟକଙ୍କ ଜନ ସେବାରେ ଏ ଭଳି ସକ୍ରିୟତା ସମସ୍ତଙ୍କ ମନରେ ଆଣିଦେଇଛି ତାଙ୍କ ପାଇଁ ପ୍ରଶଂସା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ନିକଟରେ କୋଭିଡ଼ ପଜିଟିଭ୍‌ ହୋଇଥିବା ବ୍ରହ୍ମପୁର ସହରର ଜଣେ ମହିଳା କହିଛନ୍ତି ଯେ ତାଙ୍କ ପରିବାର ପକ୍ଷରୁ ବିଧାୟକଙ୍କୁ ଖବର ଦେବା ପରେ ବିଧାୟକ ନିଜ ଟିମକୁ ପଠାଇ ତାଙ୍କୁ ଘରୁ କୋଭିଡ଼୍ ହସପିଟାଲକୁ ଅଣାଇଥିଲେ । ସେଠାରେ ଛଅ ଦିନ ଧରି ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ । ତା’ ପରେ ବିଧାୟକଙ୍କ ଟିମ୍‌ ହସପିଟାଲରୁ ମହିଳାଙ୍କୁ ନେଇ ତାଙ୍କ ଘରେ ଛାଡ଼ିଥିଲେ ।

ଏହା ବି ପଢ଼ନ୍ତୁ | ଟିକା ନେଇ ଗର୍ଭବତୀଙ୍କ ମୃତ୍ୟୁ ହେବାରୁ ସବୁ ଗର୍ଭବତୀ ମହିଳାମାନଙ୍କ ଟିକାକରଣ ବନ୍ଦ କଲା ବ୍ରାଜିଲ୍

ଜନ ସେବାରେ ସକ୍ରିୟତା ଯୋଗୁଁ ୪୯ ବର୍ଷୀୟ ବିଧାୟକ ବିକ୍ରମ ପଣ୍ଡା ଅନେକ ପ୍ରଶଂସା ପାଉଛନ୍ତି ।


‘‘ସେ (ବିଧାୟକ ବିକ୍ରମ ପଣ୍ଡା) ଆହୁରି ଅନେକ ରୋଗୀଙ୍କୁ ଏମିତି ଜରୁରୀ ସହାୟତା ଦେଇଛନ୍ତି । ସୁସ୍ଥ ହେବା ପରେ ମଧ୍ୟ ସେ ଓ ତାଙ୍କ ଟିମର ସଦସ୍ୟମାନେ ବାରମ୍ବାର ସ୍ବାସ୍ଥ୍ୟ ବିଷୟରେ ପଚାରି ବୁଝୁଛନ୍ତି ଓ ସହାୟତା ଯୋଗାଇ ଦେଉଛନ୍ତି । ବିଧାୟକଙ୍କ ଏହି ମହତ କାର୍ଯ୍ୟ ବାସ୍ତବରେ ପ୍ରଶଂସନୀୟ,’’ କହିଛନ୍ତି କରୋନାରୁ ସୁସ୍ଥ ହୋଇଥିବା ମହିଳା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ VIDEOରେ ଜାରି

କରୋନା ମହାମାରୀ ଯୋଗୁଁ ଅସହାୟ ଲୋକଙ୍କ ମୃତ୍ୟୁ ହେଲେ କେହି ମୃତ ଦେହକୁ କାନ୍ଧେଇବା ପାଇଁ ଆଗକୁ ଆସୁ ନ ଥିବା ବେଳେ ବିଧାୟକ ବିକ୍ରମ ପଣ୍ଡା ସର୍ବଦା ଆଗକୁ ଆସୁଥିବା ଦେଖାଯାଉଛି । କରୋନା ମହାମାରୀର ଦ୍ବିତୀୟ ଲହରୀ ପୂର୍ବ ଅପେକ୍ଷା ଅଧିକ ବିପଦଜନକ ହୋଇଥିବା ଯୋଗୁଁ ଜନ ସେବା ପାଇଁ ନିଜେ ଆଗେଇ ଆସିବା ଉଚିତ ମନେ କଲେ ବୋଲି ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!

‘‘ମହାମାରୀର ଏହି ଘଡ଼ିସନ୍ଧି ପର୍ଯ୍ୟାୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ମୋ’ର ବଡ଼ କର୍ତ୍ତବ୍ୟ ବୋଲି ମୋତେ ଲାଗିଲା । ମୁଁ ଓ ମୋ’ ଟିମ୍‌ ସମସ୍ତଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବାକୁ ଚେଷ୍ଟା କରୁଛୁ । ମୁଁ ଆଶା କରୁଛି ଏହି ମହାମାରୀ କବଳରୁ ଆମ ରାଜ୍ୟ ଓ ଦେଶ ଜଲଦି ମୁକ୍ତି ପାଇବ,’’ କହିଛନ୍ତି ୪୯ ବର୍ଷୀୟ ବିଧାୟକ ବିକ୍ରମ ପଣ୍ଡା ।

ଏହା ବି ପଢ଼ନ୍ତୁ | ମମତାଙ୍କୁ ଅର୍ଥ ମନ୍ତ୍ରୀ ଉତ୍ତର ଦେଲେ: ପୂର୍ବରୁ COVID ଉପକରଣ ଉପରେ GST ଛାଡ଼ କରାଯାଇ ସାରିଛି

ତାଙ୍କ ଟିମ୍‌ର ସଦସ୍ୟ ଗିରିଜା ଶଙ୍କର ଶତପଥୀ କହିଛନ୍ତି ଯେ ବର୍ତ୍ତମାନର କରୋନା ସମୟରେ ଯେପରି ସହରର କୌଣସି ଲୋକ ଅସୁବିଧାରେ ନ ପଡ଼ନ୍ତି ଓ ମୃତ ଦେହକୁ ଯଥା ବିଧି ସମ୍ମାନ ମିଳେ ତାହା ସୁନିଶ୍ଚିତ କରିବା ପାଇଁ ବିଧାୟକ ଟିମକୁ କହିଛନ୍ତି । ‘‘ବିଧାୟକଙ୍କ ଫୋନ୍‌ କଲ୍ ଆସିବା ମାତ୍ରେ ଆମ ଟିମର ସଦସ୍ୟମାନେ ଅସହାୟ ଲୋକଙ୍କ ନିକଟରେ ପହଞ୍ଚି ଯାଉ । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଅସହାୟ ଲୋକଙ୍କୁ ତାଙ୍କ ଘରୁ କୋଭିଡ଼ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରିଛୁ । ସେମାନେ ସୁସ୍ଥ ହେବା ପରେ ତାଙ୍କୁ ହସପିଟାଲରୁ ଘରୁ ତାଙ୍କ ଘରକୁ ବି ନେଇ ଛାଡ଼ିଛୁ । ଅସହାୟ ଲୋକଙ୍କ ମୃତ୍ୟୁ ହେଲେ ସେମାନଙ୍କ ଶବ ଦାହରେ ବି ଆମେ ସହାୟତା ବି କରୁଛୁ,’’ କହିଛନ୍ତି ଶତପଥୀ ।

ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍କୋର୍ଟ୍

‘‘କରୋନା ମହାମାରୀ ସମୟରେ ଘରୁ ବାହାରକୁ ବାହାରିବାକୁ ଲୋକେ ଭୟ କରୁଥିବା ବେଳେ ବିଧାୟକ ନିଜେ ରୋଗୀଙ୍କ ନିକଟରେ ପହଞ୍ଚି ତାଙ୍କୁ ସେବା ଦେବା ଠାରୁ ଆରମ୍ଭ କରି ମଶାଣିରେ ମୃତ ଦେହକୁ ଶେଷକୃତ୍ୟ କରାଇବା ଭଳି ସବୁ କାର୍ଯ୍ୟ କରିବା ବେଶ୍‌ ପ୍ରଶଂସନୀୟ,’’ କହିଛନ୍ତି ବ୍ରହ୍ମପୁର ବାସିନ୍ଦା ତୁମ୍ବନାଥ ପଣ୍ଡା ।



ବିଧାୟକ ବିକ୍ରମ ପଣ୍ଡାଙ୍କ ଜନ ସେବାରେ ସକ୍ରିୟ ସହଯୋଗ ସମାଜରେ ଏକ ଉଦାହରଣ ସୃଷ୍ଟି କରିଛି । ବ୍ରହ୍ମପୁରର ନୀଳକଣ୍ଠେଶ୍ବର ଶ୍ମଶାନରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଏକ ହେଲ୍ପ ଡେସ୍କ ଖୋଲାଯାଇଛି ।
Published by: Anand ST Das
First published: May 12, 2021, 11:59 PM IST