ବ୍ରହ୍ମପୁରର ମାଁ ବୁଢ଼ୀ ଠାକୁରାଣୀ ଆଜି ବିଳମ୍ବିତ ରାତିରେ ଶାଶୁ ଘରକୁ ଫେରିବେ; ୧୪୪ ଧାରା ଜାରି

ପୂର୍ବ ବର୍ଷମାନଙ୍କରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ୨୧ ଦିନରୁ ୩୧ ଦିନ ପର୍ଯ୍ୟନ୍ତ ବଡ଼ ଆଡ଼ମ୍ବରରେ ପାଳନ କରୁଥିଲେ ବ୍ରହ୍ମପୁରବାସୀ । ହେଲେ ଏ ବର୍ଷ କରୋନା କଟକଣା ଯୋଗୁଁ ସବୁ ପରମ୍ପରାରେ ରୋକ ଲାଗିଥିଲା ।

ବ୍ରହ୍ମପୁରର ମାଁ ବୁଢ଼ୀ ଠାକୁରାଣୀ ଆଜି ବିଳମ୍ବିତ ରାତିରେ ଶାଶୁ ଘରକୁ ଫେରିବେ; ୧୪୪ ଧାରା ଜାରି
ମାଁ ବୁଢ଼ୀ ଠାକୁରାଣୀ; (ଡାହାଣ) ଜଣେ ଭାବବିହ୍ୱଳ ଭକ୍ତ
  • News18 Odia
  • Last Updated: April 19, 2021, 6:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
କୈଳାସ ବେହେରା | News18 Odia Digital

ବ୍ରହ୍ମପୁର: ଏବେ ମାଁ ବୁଢ଼ୀ ସାଆନ୍ତାଣୀ ଶାଶୁ ଘରକୁ ଫେରିବେ । ଦୀର୍ଘ ୧୧ ଦିନ ଧରି ମାଁ ନିଜ ବାପ ଘରେ ରହିବା ପରେ ସୋମବାର ବିଳମ୍ବିତ ରାତିରେ କରୋନା କଟକଣା ମଧ୍ୟରେ ଆୟୋଜିତ ଏକ ବିରାଟ ପଟୁଆରରେ ଶାଶୁ ଘରକୁ ଫେରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହା ସହିତ ବ୍ରହ୍ମପୁର ସହରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶେଷ ହେବ ।

ସୋମବାର ଶେଷ ଦିବସରେ ମାଁଙ୍କୁ ଅସ୍ଥାୟୀ ମଣ୍ଡପରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ସନ୍ଧ୍ୟା ସମୟରେ ମାଁଙ୍କ ଶାଶୁ ଘର ଲୋକେ ଅସ୍ଥାୟୀ ମଣ୍ଡପକୁ ଆସି ମାଁଙ୍କୁ ନେବା ନିମନ୍ତେ ଡ଼ାକରା ଦେବେ । ଶାଶୁ ଘରୁ ଡ଼ାକରା ପାଇବା ପରେ ମାଁ ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରୁ ନିଜ ଶାଶୁ ଘରୁ ଫେରିଯିବେ । ଏ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ମାଁଙ୍କ ଶାଶୁ ଘର ଓ ବାପ ଘର ପକ୍ଷରୁ କରାଯାଇଛି । କରୋନା କଟକଣା ଯୋଗୁଁ ଭକ୍ତମାନେ ମାଁଙ୍କୁ ଠିକ୍ ଭାବେ ଦର୍ଶନ କରି ପାରି ନ ଥିବାରୁ ମାଁଙ୍କ ଯାତ୍ରା ଆଜି ଶେଷ ହେଉଥିବା ଯୋଗୁଁ ଦୁଃଖ ପ୍ରକାଶ କରିଛନ୍ତି ।

ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

‘‘ଦୀର୍ଘ ୧୧ ଦିନ ଧରି ଅସ୍ଥାୟୀ ମଣ୍ଡପରେ ରହିବା ପରେ ମାଁ ବୁଢ଼ୀ ଠାକୁରାଣୀ ଫେରିବେ ନିଜ ମନ୍ଦିରକୁ । ଏଥି ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି । ଗତ ୯ ତାରିଖ ବିଳମ୍ବିତ ରାତିରେ ମାଁ ବୁଢ଼ୀ ଠାକୁରାଣୀ ବିରାଟ ପଟୁଆରରେ ଶାଶୁ ଘରୁ ବାହାରି ବାପ ଘରେ ପହଞ୍ଚିଥିଲେ । ତା’ ପରେ ଆରମ୍ଭ ହୋଇଥିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା । କରୋନା କଟକଣା ଯୋଗୁଁ ଚଳିତ ବର୍ଷ ପ୍ରଥମେ କେବଳ ସାତ ଦିନ ପାଇଁ ଯାତ୍ରାକୁ ଅନୁମତି ମିଳିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ତିନି ଦିନ ଯାତ୍ରା ଅବଧିକୁ ବୃଦ୍ଧି କରିଥିଲା ଜିଲ୍ଲା ପ୍ରଶାସନ । ଆଜି ବିଳମ୍ବିତ ରାତିରେ ମାଁ ନିଜ ବାପା ଘରୁ ବାହାରି ଶାଶୁ ଘରେ ପହଞ୍ଚିବା ସହ ଏ ବର୍ଷର ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଶେଷ ହେବ । ଯାତ୍ରାର ଶେଷ ଦିନରେ ବିଭିନ୍ନ ରୀତିନୀତି ଅନୁଯା୍ୟୀ ମାଁଙ୍କୁ ଅସ୍ଥାୟୀ ମଣ୍ଡପରେ ପୂଜାର୍ଚ୍ଚନା କରାଯାଇଥିଲା,’’ ଅସ୍ଥାୟୀ ମଣ୍ଡପର ପୂଜକ ଟୁନା ପାତ୍ର ।

ମାଁଙ୍କ ଫେରନ୍ତା ଯାତ୍ରା ପାଇଁ ଧାରା ୧୪୪ ଜାରି ହୋଇଛି ।


ମାଁ ଆଜି ମୁଖ୍ୟ ମନ୍ଦିରକୁ ଆସୁଥିବା ଯୋଗୁଁ ମନ୍ଦିରର ପୂଜକମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ସନ୍ଧ୍ୟା ସମୟରେ ମାଁଙ୍କ ଡ଼ାକିବା ପାଇଁ ମୁଖ୍ୟ ମନ୍ଦିରର ପୂଜକ ତଥା ଶାଶୁ ଘର ଲୋକେ ଅସ୍ଥାୟୀ ମଣ୍ଡପକୁ ତଥା ବାପା ଘରକୁ ଯିବେ । ଡ଼ାକରା ପାଇବା ପରେ ମାଁ ନିଜ ବାପା ଘରୁ ବିରାଟ ପଟୁଆରରେ ବାହାରି ଶାଶୁ ଘରେ ପହଞ୍ଚିବେ ।

ଏହା ବି ପଢ଼ନ୍ତୁ | ଥର CBI ଉପରେ ଭାରି ପଡ଼ିଲେ କପିଳ ସିବଲ୍, HCରୁ ଲାଲୁ ଯାଦବଙ୍କ ଜାମିନ୍ କରାଇଲେ

‘‘ପୂର୍ବ ବର୍ଷମାନଙ୍କରେ ଯାତ୍ରାର ଶେଷ ଦିନରେ ସାମୁହିକ ଘଟଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ତାହା ବନ୍ଦ ରହିଛି । ତଥାପି ମାଁ ମୁଖ୍ୟ ମନ୍ଦିରକୁ ଆସିବା ପରେ ପୂର୍ବ ରୀତିନୀତି ଅନୁସାରେ ମାଁଙ୍କୁ ପୂଜାର୍ଚ୍ଚନା କରାଯିବ,’’ କହିଛନ୍ତି ମନ୍ଦିରର ମୁଖ୍ୟ ପୂଜକ ଦୁର୍ଗା ପ୍ରସାଦ ବେହେରା ।

ଏହା ବି ପଢ଼ନ୍ତୁ | କୁମ୍ଭ ମେଳାରେ ୧୭ ଜଣ ସାଧୁ କରୋନା ପଜିଟିଭ୍ ହେଲେ; ମେଳା ଶେଷ କରିବା ନେଇ ମତାନ୍ତର ଜାରି

ପୂର୍ବ ବର୍ଷମାନଙ୍କରେ ମାଁ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ବହୁ ଆଡ଼ମ୍ବର ସହକାରେ ପାଳନ କରୁଥିଲେ ବ୍ରହ୍ମପୁରବାସୀ । ମାଁଙ୍କ ଯାତ୍ରା ୨୧ ଦିନରୁ ଆରମ୍ଭ କରି ୩୧ ଦିନ ପର୍ଯ୍ୟନ୍ତ ଆୟୋଜିତ ହେଉଥିଲା । ରଥ, କଳାକୁଞ୍ଜ ଓ ମାନସିକଧାରୀଙ୍କ ବେଶ ସହ ଅନେକ ପରମ୍ପରାରେ ବ୍ରହ୍ମପୁର ସହର କମ୍ପି ଉଠୁଥିଲା । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ସବୁ ପରମ୍ପରାରେ ରୋକ ଲାଗିଥିଲା । ଏପରିକି ଭକ୍ତମାନେ ମାଁଙ୍କୁ ଠିକ୍‌ ଭାବେ ଦର୍ଶନ କରି ପାରି ନ ଥିଲେ ଏବଂ ମାଁଙ୍କ ନିକଟକରେ ଭୋଗ ଲାଗି ମଧ୍ୟ ହୋଇପାରି ନ ଥିଲା । ଏହାକୁ ନେଇ ବେଶ ଦୁଃଖ ପ୍ରକାଶ କରିଛନ୍ତ ଭକ୍ତମାନେ ।

ଏହା ବି ପଢ଼ନ୍ତୁ | ଶାହିଦ କପୁର୍ଙ୍କ ମାନୀଳିମା ଅଜିମ୍କାହିଁକି ନିଜ ପତି ପଙ୍କଜ କପୁର୍ଙ୍କ ଠାରୁ ଅଲଗା ହୋଇଥିଲେ?

ଚଳିତ ବର୍ଷ ଯାତ୍ରା ଆରମ୍ଭ ହେବାର କିଛି ଦିନ ପର୍ଯ୍ୟନ୍ତ ମାଁଙ୍କୁ ଦର୍ଶନ କରିବା ପାଇଁ କୋଭିଡ଼ କଟକଣା ମଧ୍ୟରେ ସବୁ ଠିକ୍‌ ଚାଲିଥିଲା । କିନ୍ତୁ ଯାତ୍ରାର କିଛି ଦିନ ପରେ ଅସ୍ଥାୟୀ ମଣ୍ଡପରେ ମାଁଙ୍କ ସେବାରେ ଲାଗିଥିବା ଦୁଇ ଜଣ ପୂଜକ କରୋନା ରୋଗରେ ସଂକ୍ରମିତ ହୋଇଥିଲେ । ତା’ ପରେ ଭକ୍ତଙ୍କ ଦର୍ଶନ ବନ୍ଦ ହୋଇଥିଲା ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

‘‘ଦୀର୍ଘ ସମୟ ଧରି ମାଁଙ୍କ ଅସ୍ଥାୟୀ ମଣ୍ଡପରେ ୧୪୪ ଧାରା ଲାଗିଥିବା ଯୋଗୁଁ ଭକ୍ତମାନେ ଠିକ୍‌ ଭାବେ ମାଁଙ୍କୁ ଦର୍ଶନ କରିପାରିନାହାନ୍ତି । ଏବେ ମାଁ ଫେରୁଥିବା ବେଳେ ଆସନ୍ତା ବର୍ଷରେ କରୋନାର ପ୍ରକୋପ କମିଯାଉ ବୋଲି ଆମେ ପ୍ରାର୍ଥନା କରୁଛୁଁ ଯାହା ଫଳରେ ମାଁଙ୍କୁ ଠିକ୍‌ ଭାବେ ଦର୍ଶନ କରିପାରିବୁ,’’ କହିଛନ୍ତି ଭକ୍ତ ରାମନାଥ ସାହୁ ।



ମାଁ ବୁଢ଼ୀ ସାଆନ୍ତାଣୀ ବିଳମ୍ବିତ ରାତିରେ ନିଜ ବାପା ଘରୁ ଶାଶୁ ଘରକୁ ଯାଉଥିବା ବେଳେ ଭକ୍ତଙ୍କ ଭିଡ଼ ଯେମିତି ନ ହେବ ସେ ନେଇ ମାଁଙ୍କ ଅସ୍ଥାୟୀ ପୀଠରୁ ଆରମ୍ଭ କରି ମାଁଙ୍କ ମୁଖ୍ୟ ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିବା ସହିତ ବ୍ୟାପକ ପୋଲିସ ମୁତୟନ ହେଉଛି ।
Published by: Anand ST Das
First published: April 19, 2021, 6:37 PM IST