ପୁରୀ ପାଇଁ ବିପଦ ସାଜୁଛନ୍ତି ଅନେକ ବଙ୍ଗୀୟ ପର୍ଯ୍ୟଟକ, କ୍ୱାରେଣ୍ଟାଇନ୍ ନିୟମ ମାନୁ ନାହାନ୍ତି

ଅନେକ ବଙ୍ଗୀୟ ପର୍ଯ୍ୟଟକ କ୍ୱାରେଣ୍ଟାଇନ୍ ନିୟମ ନ ମାନି ବଜାରରେ ବୁଲିବା ସହ ସମୁଦ୍ରରେ ସ୍ନାନ କରୁଥିବା ଅଭିଯୋଗ ହୋଇଛି । ପଶ୍ଚିମ ବଙ୍ଗରୁ ପୁରୀ ଆସିଥିବା ୧୦ ଜଣ ପର୍ଯ୍ୟଟକ କାଗଜପତ୍ର ଦେଖାଇ ନ ପାରିବାରୁ ସେମାନଙ୍କୁ ଫେରାଇ ଦିଆଯାଇଛି ।

ପୁରୀ ପାଇଁ ବିପଦ ସାଜୁଛନ୍ତି ଅନେକ ବଙ୍ଗୀୟ ପର୍ଯ୍ୟଟକ, କ୍ୱାରେଣ୍ଟାଇନ୍ ନିୟମ ମାନୁ ନାହାନ୍ତି
ପଶ୍ଚିମ ବଙ୍ଗରୁ ପୁରୀ ଆସିଥିବା କେତେକ ପର୍ଯ୍ୟଟକ
  • News18 Odia
  • Last Updated: April 27, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: କୋଭିଡ୍ ପଜିଟିଭ୍ ହୋଇଥାନ୍ତୁ ବା ନେଗେଟିଭ୍, ପଶ୍ଚିମ ବଙ୍ଗରୁ ପୁରୀ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କୁ ୧୪-ଦିନିଆ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି । ରେଳ ଷ୍ଟେସନରେ ପୁରୀ ପୌର ସଂସ୍ଥା ପକ୍ଷରୁ କ୍ୟାମ୍ପ୍‌ କରାଯାଇ ପ୍ରଶାସନର ଏହି ଆଦେଶକୁ ବ୍ୟବସ୍ଥିତ କରାଯାଉଛି । ଟିକେଟରୁ ପଶ୍ଚିମ ବଙ୍ଗରୁ ଆସିଥିବା ପର୍ଯ୍ୟଟକ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ମାଗଣା କିମ୍ବା ପେଡ୍ କ୍ୱାରେଣ୍ଟାଇନକୁ ପଠାଇ ଦିଆଯାଉଛି ।

ପଶ୍ଚିମ ବଙ୍ଗରୁ ଆସି ପୁରୀ ପହଞ୍ଚିଥିବା ୧୦ ଜଣ ପର୍ଯ୍ୟଟକ କୌଣସି କାଗଜପତ୍ର ଦେଖାଇ ନ ପାରିବାରୁ ଜିଲ୍ଲା ପ୍ରଶାସନ ସେମାନଙ୍କୁ ପଶ୍ଚିମ ବଙ୍ଗ ଫେରାଇ ଦେଇଛି । ଏହି ୧୫ ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ କୋଭିଡ୍‌ ପଜିଟିଭ୍ ଥିବାରୁ ସେମାନଙ୍କୁ ପେଡ୍ କ୍ୱାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଯାତ୍ରୀମାନେ ମଧ୍ୟ ପଜିଟିଭ୍ ହେବା ଆଶଙ୍କା କରାଯାଉଛି । ଯଦିଓ ଅନ୍ୟମାନେ ନେଗେଟିଭ୍ ବୋଲି ରିପୋର୍ଟ ଆସିଛି ତଥାପି ସେମାନେ ଭୟଭୀତ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | IPL 2021: KKR ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନୀତିଶ ରାଣାଙ୍କ ସ୍ତ୍ରୀ ଇଣ୍ଟେରିୟର ଡିଜାଇନର୍; କୋହଲିଙ୍କ ଫ୍ୟାନ୍

‘‘ଯେଉଁମାନଙ୍କ ଆଧାର କାର୍ଡରେ ପଶ୍ଚିମ ବଙ୍ଗ ବୋଲି ଉଲ୍ଲେଖ ଅଛି ସେମାନଙ୍କୁ ଗୁରୁତ୍ୱର ସହ ନିଆଯାଉଛି । ହେଲେ ଯେଉଁମାନେ ବାହାର ରାଜ୍ୟର ହୋଇଥିଲେ ମଧ୍ୟ ପଶ୍ଚିମ ବଙ୍ଗରେ ଦୀର୍ଘ ଦିନ ଧରି ରହୁଛନ୍ତି ସେମାନଙ୍କୁ ଗୁରୁତ୍ୱର ସହ ନିଆଯାଉ ନାହିଁ କିମ୍ବା ପ୍ରଶାସନ ଜାଣିବାର ମଧ୍ୟ ବ୍ୟବସ୍ଥା ନାହିଁ। ବଡ଼ କଥା ହେଉଛି ଏମାନଙ୍କ ମଧ୍ୟରୁ କେତେକ ଅନ୍ୟ ହୋଟେଲରେ ରହୁଥିବାରୁ ସେଠାରୁ ଏହି ବେଙ୍ଗଲ୍ ଷ୍ଟ୍ରେନ୍ (ବି୧.୬୧୮) ବ୍ୟାପିବା ଆଶଙ୍କା ରହିଛି । ପୂର୍ବ ଭଳି ଘର ସାମ୍ନାରେ ଟିକେଟ୍ ଲଗାଇ ଚିହ୍ନଟିକରଣ ବ୍ୟବସ୍ଥା ଏ ଥର ନଥିବାରୁ ଲୋକେ ଭୟଭୀତ ହେଉଛନ୍ତି,’’ କହିଛନ୍ତି ଫରେନ୍ ଟୁର୍‌ ଅପରେଟର ୫୨ ବର୍ଷୀୟ ଯୁଗବ୍ରତ କର ।

ଏହା ବି ପଢ଼ନ୍ତୁ | ପ୍ରିୟଙ୍କା ଚୋପ୍ରା ନିଜ ‘‘ଝିଅ’’ ସହ ଫଟୋ ଶେୟାର୍ କଲେ; ଫ୍ୟାନ୍ମାନେ କହିଲେ ‘‘ପରଫେକ୍ଟ ମମ୍ମି!’’

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଗର୍ଭରେ ଥିବା ଶିଶୁ ପାଇଁ କରୋନା ଭାଇରସ୍ କେତେ ବିପଦଜନକ ହୋଇପାରେ? ଜାଣନ୍ତୁ

ସେ ଅଭିଯୋଗ କରିଛନ୍ତି ଯେ ଅନେକ ବଙ୍ଗୀୟ ପର୍ଯ୍ୟଟକ ରେଳ ଷ୍ଟେସନରୁ ଆସିବା ପରେ କ୍ୱାରେଣ୍ଟାଇନ୍ ନିୟମ ମାନୁ ନ ଥିବା ଦେଖାଯାଉଛି । କେତେକ ନିର୍ଦ୍ଧାରିତ ପେଡ୍ କ୍ୱାରେଣ୍ଟାଇନକୁ ନ ଯାଇ ଅନ୍ୟ ଛୋଟଛୋଟ ହୋଟେଲରେ ରହୁଛନ୍ତି । ବଜାରରେ ବୁଲିବା ସହ ସମୁଦ୍ରରେ ସ୍ନାନ ମଧ୍ୟ କରୁଥିବା ଅଭିଯୋଗ ହେଉଛି । ପୁରୀ ପୌରାଞ୍ଚଳରେ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ଉଦବେଗଜନକ ଭାବରେ ବଢ଼ି ଚାଲିଥିବା ବେଳେ ଏହି ବଙ୍ଗୀୟ ପର୍ଯ୍ୟଟକମାନେ ଏବେ ବିପଦ ସାଜୁଥିବା ଆଶଙ୍କା କରାଯାଉଛି ।

ଏହା ବି ପଢ଼ନ୍ତୁ | କଶ୍ମୀରରେ ୧୪ ବର୍ଷର ବାଳକ ଆତଙ୍କବାଦୀ ହେଲା; ଆତ୍ମସମର୍ପଣ କଲାନି; ସେନାର ଗୁଳିରେ ପ୍ରାଣ ଗଲା

ପୁରୀ ପୌର ସଂସ୍ଥାର ଅତିରିକ୍ତ ପୌରାଧିକାରୀ ସରୋଜ ସ୍ୱାଇଁ ଅନେକ ଆଶଙ୍କାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ‘‘ଏପ୍ରିଲ୍‌ ୨୫ରୁ ପଶ୍ଚିମ ବଙ୍ଗର ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି କରାଯାଇଛି । ପୌର ସଂସ୍ଥାର ଏକ ସ୍ୱତନ୍ତ୍ର ଟିମ୍ ରେଳ ଷ୍ଟେସନରେ ଯାତ୍ରୀମାନଙ୍କର ଟିକେଟ୍ ଯାଞ୍ଚ କରିବା ସହ କୋଭିଡ୍ ସ୍ଥିତି ଯାଞ୍ଚ କରୁଛି । ସେଠାରୁ ସେମାନଙ୍କୁ ପେଡ୍ ଓ ମାଗଣା କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦିଆଯାଉଛି । ପଶ୍ଚିମ ବଙ୍ଗରୁ ପୁରୀକୁ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ହାତଗଣତି ରହିଛି । ତେଣୁ ସମସ୍ୟା ହେଉ ନାହଁ । ସେଠାରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରକୁ ଯିବା ପରେ ସେମାନଙ୍କ ସ୍ଥିତି ଜାଣିବା ପାଇଁ ୩୨ ଜଣ ୱାର୍ଡ଼ ନୋଡାଲ୍‌ ଅଫିସର୍‌ ଅଛନ୍ତି । ସେମାନେ ସଙ୍ଗରୋଧ ନିୟମର ଅନୁପାଳନ ତଦାରଖ କରୁଛନ୍ତି ।’’

ଏହା ବି ପଢ଼ନ୍ତୁ | ୬୦ ବର୍ଷୀୟ ଶିକ୍ଷକ ୧୯ ବର୍ଷୀୟା ଛାତ୍ରୀଙ୍କୁ ବର୍ଷ ଧରି ରେପ୍ କରୁଥିଲେ, ଗିରଫ ହେଲେ

‘‘ଏବେ ପୁରୀରେ ପର୍ଯ୍ୟଟକ ନାହାନ୍ତି କହିଲେ ଚଳେ । ସମୁଦାୟ ପୁରୀରେ ଏବେ ମାତ୍ର ୨୦୦ରୁ ୩୦୦ ରୁମ୍ ଭଡ଼ାରେ ଲାଗିଥିବ । ପଶ୍ଚିମ ବଙ୍ଗ ଷ୍ଟ୍ରେନ୍ ମାରାତ୍ମକ ହୋଇଥିବାରୁ ଆମେ ହୋଟେଲ ମାଲିକମାନେ ମଧ୍ୟ ସଚେତନ ହୋଇଛୁଁ । କେହି କେହି ପର୍ଯ୍ୟଟକ ଖସି ଆସିଲେ ବି କେହି ଆମେ ସେମାନଙ୍କୁ ହୋଟେଲରେ ରଖୁନାହୁଁ,’’ କହିଛନ୍ତି ପୁରୀ ହୋଟେଲ ସଙ୍ଘର ସମ୍ପାଦକ ରାଜକିଶୋର ପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଏହା ମୋଜୀବନର ସବୁଠାରୁ ଖୁସିର ଦିନ’: ନକ୍ସଲଙ୍କ କବଳରୁ ରାକେଶ୍ୱର ମୁକୁଳିବା ପରେ ପତ୍ନୀ କହିଲେ

ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ‘‘ପଶ୍ଚିମ ବଙ୍ଗରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ନେଇ ସଜାଗ ରହିଛି ପ୍ରଶାସନ । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡିଶା ବର୍ଡ଼ରରେ ଯାଞ୍ଚ କରାଯାଉଥିବା ବେଳେ ବିମାନ ବନ୍ଦରରେ ମଧ୍ୟ କଡ଼ା ପଦକ୍ଷେପ ନିଆଯାଉଛି । ରେଳ ଷ୍ଟେସନମାନଙ୍କରେ ମଧ୍ୟ ନଜର ରଖାଯାଉଛି । ପୌର ସଂସ୍ଥା, ରେଲୱେ ଓ ମେଡିକାଲ ଟିମ୍‌ ଦ୍ୱାରା ସବୁ ପର୍ଯ୍ୟଟକଙ୍କ ଯାଞ୍ଚ କରାଯାଉଛି ।’’



ପୁରୀରେ ଏଯାବତ୍‌ ୨,୦୦୦ ଲୋକ କୋଭିଡ ସଂକ୍ରମିତ ହେଲେଣି । ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଲାଣି । ଆଗକୁ ରଥ ଯାତ୍ରା ଥିବାରୁ ଏବେ ଠାରୁ ସ୍ୱତନ୍ତ୍ର କୋଭିଡ ପରିଚାଳନା ବ୍ୟବସ୍ଥା କରା ନ ଗଲେ ଆଗକୁ ସ୍ଥିତି ଭୟାବହ ହେବ ବୋଲି ଆଶଙ୍କା କରାଯାଉଛି ।
Published by: Anand ST Das
First published: April 27, 2021, 11:55 PM IST