ଲକଡାଉନରେ ଘରେ ରହି ଆଉ ଆପଣ ବୋର୍ ହେବେନି; BDA ଆରମ୍ଭ କଲା କାର୍ଯ୍ୟକ୍ରମ

ଆର୍ଟ, ମ୍ୟୁଜିଜ, ଡ୍ୟାନ୍ସ, କୁକିଙ୍ଗ ଓ ଫିଟନେସ… ବିଭିନ୍ନ ଆକ୍ଟିଭିଟି ସହ ଅନଲାଇନରେ ଯୋଡ଼ି ହୋଇପାରିବେ ଭୁବନେଶ୍ୱରବାସୀ । ଫେସବୁକ ଓ ଇନଷ୍ଟାଗ୍ରାମରେ ଲାଇଭ ସୋ ବି ଦେଖିପାରିବେ ।

ଲକଡାଉନରେ ଘରେ ରହି ଆଉ ଆପଣ ବୋର୍ ହେବେନି; BDA ଆରମ୍ଭ କଲା କାର୍ଯ୍ୟକ୍ରମ
ଏପ୍ରିଲ ୧୬ରୁ ୩୦ ତାରିଖ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ ।
  • News18 Odia
  • Last Updated: April 16, 2020, 9:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲକଡ଼ାଉନ ବେଳେ ରାଜଧାନୀର ଲୋକଙ୍କୁ ମନୋରଞ୍ଜନ ଓ ଶିକ୍ଷଣୀୟ ସାମଗ୍ରୀ ଯୋଗାଇବ ବିଡିଏ । ଘରେ ବସି ଅନଲାଇନରେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ଉଠାଇ ପାରିବେ ରାଜଧାନୀବାସୀ । ଏ ନେଇ ଗୁରୁବାରଠାରୁ ବିଡିଏ ପକ୍ଷରୁ ଆରମ୍ଭ ହୋଇଛି ଅନଲାଇନ ଲାଇଭ ସେସନ ।

ଏଣିକି ଆର୍ଟ, ମ୍ୟୁଜିଜ, ଡ୍ୟାନ୍ସ, କୁକିଙ୍ଗ ଓ ଫିଟନେସ ଭଳି ବିଭିନ୍ନ ଆକ୍ଟିଭିଟି ସହ ଯୋଡ଼ି ହୋଇପାରିବେ ରାଜଧାନିବାସୀ । ଅନଲାଇନରେ ଏକ୍ସପର୍ଟମାନେ ଦେବେ ଟ୍ରେନିଂ । ଆଉ ଆପଣ ଘରେ ବସି ସେସବୁକରେ ଏ ସବୁ ଫଲୋ କରିପାରିବେ ।

‘‘ଲକଡ଼ାଉନ ପାଇଁ ସମସ୍ତେ ନିଜ ନିଜ ଘରେ ଅଛନ୍ତି। ଖେଳିବା ବୁଲିବା ସବୁ କିଛି ଏବେ ଘରର ଚାରି କାନ୍ଥ ଭିତରେ। ସାରା ଦିନ ଘରେ ବସି ବସି ଅନେକ ଲୋକ ବୋର ହେଇ ଗଲେଣି । ତଥାପି କଟକଣା ଥିବାରୁ ବାହାରକୁ ବାହାରିବା ବି ଅସମ୍ଭବ । ତେଣୁ ଏହି ସମୟରେ ଲୋକଙ୍କୁ ଟିକେ ମନୋରଞ୍ଜନ ଯୋଗାଇବା ପାଇଁ ଆମେ ଏହି ପ୍ରୟାସ ଆରମ୍ଭ କରିଛୁ,’’ କହିଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧୁରୀ ।

ଏପ୍ରିଲ ୧୬ରୁ ୩୦ ତାରିଖ ଯାଏ ଚାଲିବ ଏହି କାର୍ଯ୍ୟକ୍ରମ । bhubaneswar.me ରେ ଜନସାଧାରଣ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇପାରିବେ। bhubaneswar.me ପେଜକୁ ଯାଇ ଲାଇଭ ସୋ ଦେଖିପାରିବେ ରାଜଧାନୀବାସୀ । ସେହି ପରି ଫେସବୁକରେ @me.bhubaneswar ଓ ଇନଷ୍ଟାଗ୍ରାମରେ me_hubaneswar ରେ ଲାଇଭ ସୋ ବି ଦେଖିପାରିବେ।

ପ୍ରଥମ ଦିନ କଳାକାର ଶ୍ୟାମ କୁମାରଙ୍କ ପେଣ୍ଟିଂରୁ ଆରମ୍ଭ ହୋଇଛି କାର୍ଯ୍ୟକ୍ରମ। ପ୍ରତିଦିନ ଗୋଟିଏ ଲେଖାଏଁ ସୋ ରହିବ। ଏନେଇ ଏବେ ଯାଏ ୨୦ରୁ ଅଧିକ ଏକ୍ସପର୍ଟ ନିଜ ସହମତି ପ୍ରକାଶ କରିସାରିଛନ୍ତି।

‘‘ସର୍ବସାଧାରଣରେ ଆହ୍ୱାନ କରାଯାଇଛି । ଇଚ୍ଛୁକ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିବେ। କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରର ଏକ୍ସପର୍ଟ ମଧ୍ୟ ଏଥିରେ ସାମିଲ ହୋଇ ପାରିବେ। ଭିନ୍ନ ଭିନ୍ନ ବିଭାଗରେ ଲୋକଙ୍କୁ ମନୋରଞ୍ଜନ ଯୋଗାଇ ପାରିବେ,’’ ବୋଲି କହିଛନ୍ତି ଚୌଧୁରୀ।

ଲାଇଭ୍‌ ସେସନ, କର୍ମଶାଳା ଓ ମନୋରଞ୍ଜନ ଭଳି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିବ। ସକାଳ ସମୟରେ ଯୋଗ ଶିଖାଇବେ ଜଣେ ଏକ୍ସପର୍ଟ । ସେହିପରି ଅପରାହ୍ଣରେ ଚାଲିବ ନୃତ୍ୟ ଓ ସଙ୍ଗୀତ ପ୍ରଶିକ୍ଷଣ । ପୁଣି ନୂଆ ନୂଆ ରୋଷେଇ ଶିଖିବାର ମିଳିବ ସୁଯୋଗ । ସୋ ଆରମ୍ଭର ଢେର୍‌ ପୂର୍ବରୁ ସୋ’ର ସମୟ ଜଣେଇ ଦିଆଯିବ । ଏ ନେଇ ନିୟମିତ ଭାବେ ଭୁବନେଶ୍ୱର ଡଟ୍‌ ମି କୁ ଫଲୋ କରିବାକୁ ବିଡିଏ ପକ୍ଷରୁ କୁହାଯାଇଛି।

ଗୁରୁବାର ପେଣ୍ଟିଂ କର୍ମଶାଳା ଥିବା ବେଳେ ଶୁକ୍ରବାର ଅପରାହ୍ଣରେ ଇନଷ୍ଟାଗ୍ରାମରେ କୁକିଂ ଓ ଶନିବାର ଦିନ ୧୧ଟାରେ bhubaneswar.me ରେ ଫିଟନେସର ଭିଡିଓ ସିରିଜ ଦେଖିପାରିବେ । ରବିବାର ନିଳିମା ମିଶ୍ରଙ୍କ ସହ ‘Worldwide Waste’ ଉପରେ ଫେସବୁକ ଲାଇଭ ସହ ଯୋଡି ହୋଇପାରିବେ ରାଜଧାନୀବାସୀ ।

ସୋମବାର ଦିନ ୧୧ଟାରେ ଇନଷ୍ଟାଗ୍ରାମରେ ଏକାମ୍ର ଐତିହ୍ୟ ଓ ପରମ୍ପରା ଉପରେ ନିଜର ମତ ଉପସ୍ଥାପନ କରିବେ ସୋଫିଆ ସିମୋନ୍‌ । ସେହି ଦିନ ସନ୍ଧ୍ୟା ୭ଟା ରେ ସମର ନାୟକଙ୍କ ସହ ସଙ୍ଗୀତର ମଜା ଉଠାଇପାରିବେ ଲୋକେ । ମଙ୍ଗଳବାର ମିଳିବ କୁକିଂ ପ୍ରଶିକ୍ଷଣ । ଏହି ଭଳି ଏପ୍ରିଲ ୩୦ ତାରିଖ ଯାଏ ବିଭିନ୍ନ କର୍ମଶାଳାର ମଜା ଉଠାଇପାରିବେ ରାଜଧାନୀବାସୀ । ତେଣୁ ଘରେ ଆଉ ବୋର ନ ହେଇ ସୋସିଆଲ ମିଡିଆରେ ଏହି ସୋକୁ ଫଲୋ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ବିଡିଏ ।
First published: April 16, 2020, 9:04 PM IST
corona virus btn
corona virus btn
Loading