ବାରାକ ଓବାମା ନିଜ ପୁସ୍ତକରେ ଲେଖିଛନ୍ତି - ପିଲାଦିନେ ଶୁଣୁଥିଲେ ରାମାୟଣ ଓ ମହାଭାରତ
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (Barack obama) 'ଏ ପ୍ରୋମିଜଡ୍ ଲ୍ୟାଣ୍ଡ' ନାମକ ନିଜ ପୁସ୍ତକରେ ଭାରତ ପ୍ରତି ତାଙ୍କର ଆକର୍ଷିତତା ବିଷୟରେ ଲେଖିଛନ୍ତି ।

ପିଲାଦିନେ ମହାଭାରତ ଶୁଣୁଥିଲେ ବାରାକ ଓବାମା
- News18 Odia
- Last Updated: November 17, 2020, 12:39 PM IST
ୱାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା (Barack Obama) କହିଛନ୍ତି ଯେ ଇଣ୍ଡୋନେସିଆରେ ସେ ପିଲାଦିନେ ହିନ୍ଦୁ ଉପନ୍ୟାସ ରାମାୟଣ ଓ ମହାଭାରତର କାହାଣୀ ଶୁଣୁଥିଲେ । ଏଥିପାଇଁ ତାଙ୍କ ମନରେ ଭାରତ ପାଇଁ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଓବାମା ଭାରତ ପ୍ରତି ଥିବା ଆକର୍ଷଣ ବିଷୟରେ ତାଙ୍କ ପୁସ୍ତକ 'ଏ ପ୍ରୋମିଜଡ୍ ଲ୍ୟାଣ୍ଡ' ଶୀର୍ଷକ ଲେଖିଛନ୍ତି । ସେ କହିଥିଲେ, 'ହୋଇପାରେ ଏହା ତାଙ୍କର (ଭାରତ) ଆକାର (ଯାହା ଆକର୍ଷିତ କରିଥାଏ), ଯେଉଁଠାରେ ବିଶ୍ୱ ଜନସଂଖ୍ୟାର ଏକ ଷଷ୍ଠାଂଶ ବାସ କରନ୍ତି । ଯେଉଁଠାରେ ପ୍ରାୟ ଦୁଇ ହଜାର ବିଭିନ୍ନ ଜାତି ସମ୍ପ୍ରଦାୟ ବାସ କରନ୍ତି ଓ ଯେଉଁଠାରେ ସାତ ଶହରୁ ଅଧିକ ଭାଷା କଥାବାର୍ତ୍ତା କରାଯାଏ ।' ଓବାମା କହିଛନ୍ତି ଯେ ସେ ୨୦୧୦ ରେ ରାଷ୍ଟ୍ରପତି ଭାବରେ ଭାରତ ଗସ୍ତ କରିଥିଲେ ଓ ସେ ପୂର୍ବରୁ ଭାରତ ଗସ୍ତ କରିନାହାଁନ୍ତି । ସେ କହିଥିଲେ, 'କିନ୍ତୁ ମୋ କଳ୍ପନାରେ ଏହି ଦେଶ ସର୍ବଦା ଏକ ସ୍ୱତନ୍ତ୍ର ସ୍ଥାନ ପାଇଥାଏ'।
'ଏ ପ୍ରୋମିଜଡ୍ ଲ୍ୟାଣ୍ଡ'ରେ ଓବାମା ରାଷ୍ଟ୍ରପତି ପଦର ପ୍ରଥମ କାର୍ଯ୍ୟକାଳ ଶେଷ ହେବା ପରେ ଆବୋଟାବାଦ (ପାକିସ୍ଥାନ) ରେ ଅଲ କାଏଦା ମୁଖ୍ୟ ଓସାମା ବିନ୍ ଲାଦେନଙ୍କୁ ହତ୍ୟା କରିବା ଅଭିଯାନ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକର ଦ୍ୱିତୀୟ ଭାଗ ମଧ୍ୟ ଆସିବ ।'
ବାରାକ ଓବାମା ଏହା ମଧ୍ୟ କହିଛନ୍ତି ଯେ ଭାରତ ପ୍ରତି ତାଙ୍କର ଆକର୍ଷିତ ହେବାର ମୁଖ୍ୟ କାରଣ ହେଉଛି ମହାତ୍ମା ଗାନ୍ଧୀଙ୍କ 'ବ୍ରିଟିଶ ଶାସନ ବିରୁଦ୍ଧରେ ସଫଳ ଅହିଂସା ଆନ୍ଦୋଳନ, ଅନ୍ୟ ଘୃଣିତ ଓ ଦଳିତ ଗୋଷ୍ଠୀ ପାଇଁ ଆଶାର ଆଲୋକ ହୋଇଥିଲେ' । ଆମେରିକାର ରାଷ୍ଟ୍ରପତି ଭାବରେ ଦୁଇଥର ଭାରତ ଆସିଥିବା ଓବାମା କହିଛନ୍ତି, 'ଭାରତ ପ୍ରତି ମୋର ଆକର୍ଷଣର ସବୁଠାରୁ ବଡ କାରଣ ହେଉଛି ମହାତ୍ମା ଗାନ୍ଧୀ । (ଅବ୍ରହାମ) ଲିଙ୍କନ୍, (ମାର୍ଟିନ୍ ଲୁଥର୍) କିଙ୍ଗ ଓ (ନେଲସନ) ମଣ୍ଡେଲାଙ୍କ ସହ ଗାନ୍ଧୀ ମୋର ଚିନ୍ତାଧାରାକୁ ବହୁତ ପ୍ରଭାବିତ କରିଥିଲେ । '