ଏ ବର୍ଷ ଆୟୋଜିତ ହେବ ନାହିଁ କଟକର ପ୍ରସିଦ୍ଧ ବାଲିଯାତ୍ରା; ସାମୁହିକ ବୋଇତ ବନ୍ଦାଣ ବି ନିଷିଦ୍ଧ
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ଯାଇ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ କଟକର ଐତିହାସିକ ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣକୁ ବି ପ୍ରଶାସନ ଅନୁମତି ଦେଇ ନାହିଁ । କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଏ ସବୁ ପଦକ୍ଷେପ ନିଆଯାଉଛି ।

ବାଲିଯାତ୍ରା ପଡ଼ିଆ ଏ ଥର ଏମିତି ଶୁନ୍ ଶାନ୍ ରହିବ ।
- News18 Odia
- Last Updated: October 30, 2020, 7:06 PM IST
କଟକ: କୋଭିଡ କଟକଣା ମଧ୍ୟରେ କଟକରେ ଦଶହରା ପାଳିତ ହୋଇଥିବା ବେଳେ ଐତିହାସିକ ବାଲିଯାତ୍ରାକୁ ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି କଟକ ଜିଲ୍ଲା ପ୍ରଶାସନ । କଟକ ତଥା ରାଜ୍ୟରେ କୋଭିଡ ସ୍ଥିତିକୁ ଦେଖି ଚଳିତ ବର୍ଷ ବାଲିଯାତ୍ରାକୁ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । କୋଭିଡ ସଂକ୍ରମଣ ଭୟ ଭିତରେ ବାଲିଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।
ଏହା ବି ପଢ଼ନ୍ତୁ | Jioର ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଓ ଅନେକ ସୁବିଧା ପାଆନ୍ତୁ
ଓଡ଼ିଶାର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇବାକୁ ଯାଇ ପ୍ରତି ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ କଟକର ଐତିହାସିକ ଗଡ଼ଗଡ଼ିଆ ଘାଟରେ ବୋଇତ ବନ୍ଦାଣକୁ ମଧ୍ୟ ପ୍ରଶାସନର ଅନୁମତି ଦେବ ନାହିଁ । ବୋଇତ ବନ୍ଦାଣ ସମୟରେ ହଜାର ହାଜର ଲୋକ ସେଠାରେ ଏକତ୍ରିତ ହେଉଥିବାରୁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା କରି ଚଳିତ ବର୍ଷ ସାମୁହିକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଛି । ଲୋକେ ବ୍ୟକ୍ତିଗତ ସ୍ତରରେ ବୋଇତ ବନ୍ଦାଣ କାର୍ଯ୍ୟ କରିପାରିବେ ବୋଲି କହିଛନ୍ତି କଟକ ଜିଲ୍ଲପାଳ ଭବାନୀ ଶଙ୍କର ଚୟନୀ । ଜିଲ୍ଲା ପ୍ରଶାସନର ଏହି ନିଷ୍ପତିକୁ ସ୍ବାଗତ କରିଛି ବାଲିଯାତ୍ରା ବ୍ୟବସାୟୀ ସଙ୍ଘ ।

ଝୁଲା ପୋଲ ଏବେ ଏମିତି ଖାଁ ଖାଁ ଦିଶୁଛି ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ ବା ପ୍ରେମିକା ଠାରୁ ଧୋକା ମିଳେ
‘‘ଏବେ କୋଭିଡର ସ୍ଥିତି ଯେମିତି ଅଛି ତାକୁ ଦେଖି ଏ ବର୍ଷ ବାଲିଯାତ୍ରା ଆୟୋଜନ କରିବା ସମ୍ଭବ ନୁହେଁ । ବାଲିଯାତ୍ରାରେ ଲକ୍ଷାଧିକ ଲୋକ ଏକାଠି ହୁଅନ୍ତି । ଏହି ଭଳି ପରିସ୍ଥିତିର କୌଣସି ପରିସ୍ଥିତିରେ ଜନଗହଳିକୁ ଅନୁମତି ଦିଆଯାଇ ପାରିବ ନାହିଁ । ବୋଇତ ବନ୍ଦାଣ ସହିତ ଧବଳେଶ୍ବରରେ ହେବାକୁ ଥିବା ବଡ଼ ଓଷା ବ୍ରତ ଦିନ ମଧ୍ୟ ଲୋକ ଗହଳିକୁ ଅନୁମତି ଦିଆଯିବ ନାହିଁ,’’ କହିଛନ୍ତି କଟକ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ।
ବାଲିଯାତ୍ରାକୁ ପ୍ରତି ବର୍ଷ ପାଖାପାଖି ଅଢେଇ ହଜାର ବ୍ୟବସାୟୀ ଆସନ୍ତି । ଆଠ ଦିନର ଏହି ଯାତ୍ରାରେ ଅତି କମରେ ୫୦ କୋଟି ଟଙ୍କାର ବ୍ୟବସାୟ ହୁଏ । ‘‘କର୍ପୋରେଟ ହାଉସ କଥା ଛାଡ଼ନ୍ତୁ ଅନେକ ଛୋଟ ବ୍ୟବସାୟୀମାନେ ମଧ୍ୟ ବାଲିଯାତ୍ରାର ବ୍ୟବସାୟ ଉପରେ ନିର୍ଭର କରି ଚଳିଥାନ୍ତି । କିନ୍ତୁ ଆମେ ବଞ୍ଚିଲେ ସିନା ବ୍ୟବସାୟ କରିବୁ! ସେଥି ପାଇଁ ବାଲିଯାତ୍ରା ବନ୍ଦ ପାଇଁ ପ୍ରଶାସନର ନିଷ୍ପତ୍ତିକୁ ଆମେ ସ୍ବାଗତ କରୁଛି । କରୋନା ପରିସ୍ଥିତି ସୁଧୁରିଲେ ଆର ବର୍ଷ ବାଲିଯାତ୍ରା ହେବ । ସେଥିରେ କିଛି ଅସୁବିଧା ନାହିଁ,’’ କହିଛନ୍ତି ବାଲିଯାତ୍ରା ବ୍ୟବସାୟୀ ସଙ୍ଘର ସଭାପତି ଦେବୀ ପ୍ରସାଦ ଦାସ ।

ବାଲିଯାତ୍ରା ବ୍ୟବସାୟୀ ସଙ୍ଗର ସଭାପତି ଦେବୀ ପ୍ରସାଦ ଦାସ ଓ (ଡାହାଣ) ଧବଳେଶ୍ବରଙ୍କ ସେବାୟତ ଅଜୟ ପତ୍ରୀ
ଏହା ବି ପଢ଼ନ୍ତୁ | LPG ସିଲିଣ୍ଡର ଉପରେ ୧ ନଭେମ୍ବରରୁ ଲାଗୁ ହେବାକୁ ଯାଉଛି ଏହି ନୂଆ ନିୟମ; ଜାଣନ୍ତୁ କିଏ ପାଇବେ ଛାଡ଼
କାର୍ତ୍ତିକ ମାସ ଆରମ୍ଭ ହେଉଥିଲେ ମଧ୍ୟ ପ୍ରତି ବର୍ଷ ଭଳି ଧବଳେଶ୍ବରରେ ପରିଲକ୍ଷିତ ହେଉଥିବା ଭକ୍ତଙ୍କ ଭିଡ଼ ଏ ବର୍ଷ ନାହିଁ । ମନ୍ଦିରକୁ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ବେଳେ ଝୁଲା ପୋଲର ପ୍ରବେଶ ପଥରେ ତାଲା ପକାଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ଅନୁଷ୍ଠିତ ବଡ଼ ଓଷା ଅବସରରେ ବାବା ଧବଳେଶ୍ବରଙ୍କୁ ଦର୍ଶନ କରିବା ସହିତ ଗଜ ଭୋଗ ପାଇବା ପାଇଁ ସେଠାରେ ପ୍ରବଳ ଭକ୍ତ ସମାଗମ ହୋଇଥାଏ । କିନ୍ତୁ ମନ୍ଦିର ଭକ୍ତଙ୍କ ପାଇଁ ଖୋଲିବ ନାହିଁ ବୋଲି ପ୍ରଶାସନ ସ୍ପଷ୍ଟ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଧବଳେଶ୍ବର ମନ୍ଦିରର ସେବକମାନେ ।
‘‘ପାଖାପାଖି ଆଠ ମାସ ହେବ ମନ୍ଦିର ସହିତ ଆମ ରୋଜଗାର ବି ବନ୍ଦ ଅଛି । ଭାବିଥିଲୁ ବଡ଼ ଓଷାରେ ଭକ୍ତ ଆସିଲେ ଦୁଇ ପଇସା ପାଇବୁ । ହେଲେ ଏବେ ସେ ଆଶା ବି ମଉଳିଗଲା । ସରକାର ତ ବାର୍ ଖୋଲିଲେ ଓ ସପିଙ୍ଗ୍ ମଲ୍ ଖୋଲିଲେ; ନିର୍ବାଚନ ପ୍ରଚାର ବି ହେଉଛି । ସାମାଜିକ ଦୂରତା ରକ୍ଷା କରି ମନ୍ଦିର ଖୋଲିଲେ ଅସୁବିଧା କ’ଣ? ଆମେ ୨୩୦ ଜଣ ସେବାୟତ ବଞ୍ଚିବୁ କେମିତି?’’ ପଚାରିଛନ୍ତି ଧବଳେଶ୍ବରଙ୍କ ସେବାୟତ ଅଜୟ ପତ୍ରୀ ।