ବାଲେଶ୍ୱର: କରୋନା ଯୋଗୁଁ ମିଳିପାରୁନି କଞ୍ଚା ମାଲ; ବୁଡ଼ିଯିବାରେ ଲାଗିଛି ଲୋକଙ୍କ କୌଳିକ ବୃତ୍ତି

ଏହି ପରିବାର କୂଳ ବେଉସା ହେଉଛି ବେତରେ ବିଭିନ୍ନ ସମାଗ୍ରୀ ପ୍ରସ୍ତୁତ କରି ତାକୁ ବିକ୍ରୀ କରିବା । ବର୍ତ୍ତମାନ ଦେଖାଦେଇଥିବା କରୋନା ମହାମାରୀ ଯୋଗୁଁ ଏମାନଙ୍କ ପାଖରେ କଞ୍ଚାମାଲ ନ ଥିବାରୁ ପାରିବାରର ଜୀବିକା ଏକ ପ୍ରକାର ବନ୍ଦ ହେବାକୁ ବସିଛି ।

ବାଲେଶ୍ୱର: କରୋନା ଯୋଗୁଁ ମିଳିପାରୁନି କଞ୍ଚା ମାଲ; ବୁଡ଼ିଯିବାରେ ଲାଗିଛି ଲୋକଙ୍କ କୌଳିକ ବୃତ୍ତି
କରୋନା ଯୋଗୁଁ ବୁଡ଼ିଯିବାରେ ଲାଗିଛି ଲୋକଙ୍କ କୌଳିକ ବୃତ୍ତି
  • News18 Odia
  • Last Updated: August 31, 2020, 9:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ବୈଷୟିକ ମହାମାରୀ କରୋନା ଯୋଗୁଁ ସବୁଆଡ଼େ ଲୋକ ମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଢ଼ିଛି। କରୋନା ଯୋଗୁଁ ଲକଡ଼ାଉନ୍ ଓ ସଟଡ଼ାଉନ୍ ଲାଗି ରହିଥିବା ବେଳେ ବିଭିନ୍ନ ସାମଗ୍ରୀ ଅଭାବରୁ କେତେକ ପରିବାର ନିଜ ଜୀବିକା ହରାଇଛନ୍ତି । କେତେକ ଲୋକ ମଧ୍ୟ ନିଜ କୌଳିକ ବୃତ୍ତି ଛାଡ଼ି ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି।

ଏହାର ଏକ ବଡ଼ ଉଦାହରଣ ହେଉଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକର ଶ୍ୟାମରାଇପୁର ଗ୍ରାମରେ ଗୋଟିଏ ପରିବାର। ସେମାନେ ବେତରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ବିକ୍ରୀ କରୁଥିଲେ ଓ ସେଥିରେ ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ କରୋନା ମହାମାରୀ ପାଇଁ ସେଇ ବେପାର ବନ୍ଦ ହେବାକୁ ବସିଛି । ଏପରିକି ଘରେ ଗଚ୍ଛିତ ଥିବା ବେତ ଏବେ ସରିବାକୁ ବସିଥିବା ବେଳେ ଆଗକୁ ବ୍ୟବସାୟ କରିବା ନେଇ ଚିନ୍ତାରେ ରହିଛି ପରିବାର ।

ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଅର୍ନ୍ତଗତ ଶ୍ୟାମରାଇପୁର ଗ୍ରାମରେ ଅମୂଲ୍ୟ ଜେନାଙ୍କ ପରିବାର । ପରିବାରରେ ମୋଟ ୧୦ଜଣ ସଦସ୍ୟ ରହିଛନ୍ତି । ସେମାନଙ୍କ କୂଳ ବେଉସା ହେଉଛି ବେତରେ ବିଭିନ୍ନ ସମାଗ୍ରୀ ପ୍ରସ୍ତୁତ କରି ତାହାକୁ ବିକ୍ରୀ କରିବା । ସେଥିରୁ ଯେଉଁ ଅର୍ଥ ଉପାର୍ଜନ ହୋଇଥାଏ ସେଥିରୁ ତାଙ୍କ ପରିବାରର ଗୁଜୁରାଣ ମେଣ୍ଟି ଥାଏ । ଏହି ବେଉସା ଆଜକୁ ଦୀର୍ଘ ୨୨ ରୁ ୨୩ବର୍ଷ ଧରି କରୁଛନ୍ତି । ବର୍ତ୍ତମାନ ଦେଖାଦେଇଥିବା କରୋନା ମହାମାରୀ ପାଇଁ ସେମାନଙ୍କର କୌଳିକ ବୃତ୍ତି ଏକ ପ୍ରକାର ବନ୍ଦ ହେବାକୁ ବସିଛି ।

ବିଶେଷ କରି ସେମାନେ ଏହି ବେତକୁ ପ୍ରଥମେ ପାଣିରେ ବୁଡାଇ ରଖିଥାନ୍ତି ଓ ତାକୁ ଗଣ୍ଠି ମାରିବା ପରେ ଗ୍ୟାସରେ ସେଗୁଡିକୁ ବଙ୍କା କରି ସେଥିରୁ ବିଭିନ୍ନ ପ୍ରକାର ସାମଗ୍ରୀ ଯଥା ଚାଙ୍ଗୁଡି, ଝୁଲଣା, ଚେୟାର, ଡାଇନିଂ ସେଟ, ରପିଂ, ସଫାସେଟ, ସ୍ଟୁଲ ଆଦି ୧୫ପ୍ରକାର ସାଗ୍ରୀ ପ୍ରସ୍ତୁତ କରିଥାଆନ୍ତି । ପରେ ସେଥିରେ ରଙ୍ଗ ଦେଇ ତାହାକୁ ବଜାରରରେ ବିକ୍ରୀ କରି ଥଆନ୍ତି । ସେମାନେ ପ୍ରସ୍ତୁତ କରୁଥିବା ସାମଗ୍ରୀ ୨୫୦ଟଙ୍କାରୁ ଆରମ୍ଭ ହୋଇ ୨୫ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ । ବିଶେଷ କରି ସେମାନେ ଆସାମରୁ ଏହି ବେତ ଏକାଥରେ ୩ରୁ ୪ମାସ ପାଇଁ ମଗାଇଥାଆନ୍ତି । ବର୍ତ୍ତମାନ ସ୍ଥିତିରେ ଆସାମରୁ କଞ୍ଚାମାଲ ଆସିପାରୁ ନଥିବା ବେଳେ ଘରେ ଯେତିକି କଞ୍ଚା ମାଲ ରହିଥିଲା ତାହା ଏବେ ସରିବାକୁ ବସିଛି ।

ବର୍ତ୍ତମାନ ସ୍ଥିତିରେ ଘରେ ମାତ୍ର ୭୦ରୁ ୭୫ହଜାର ଟଙ୍କର କଞ୍ଚା ମାଲ ରହିଛି । ଯାହାକି ଆଗାମୀ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ଯିବ । ସେଥିରୁ ଯାହା ସାମଗ୍ରୀ ତିଆରି ହେବ ତାହା ହିଁ ବଜାରରେ ବିକ୍ରୀ କରାଯିବ । ଏହି କଞ୍ଚାମାଲ ସରିବା ପରେ ଆସାମରୁ ବର୍ତ୍ତମାନ ସ୍ଥିତିରେ ବେତ ମଗାଇବା ସମ୍ଭବ ନୁହେଁ । ତେବେ ସେମାନଙ୍କ ରୋଜଗାର ଏବେ ବନ୍ଦ ହେବାକୁ ବସିଛି । ବିଶେଷ କରି ଗୋଟେ ସଫା ସେଟ ତିଆରି କରିବାକୁ ୧୨ଦିନ ଲାଗୁଥିବା ବେଳେ ଦୁଇଟି ଚାଙ୍ଗୁଡି ପ୍ରସ୍ତୁତ କରିବା ଦୁଇ ଦିନ ଲାଗୁଛି ବୋଲି କହିଛନ୍ତି । ଗୋଟେ ସଫା ସେଟ ତିଆରି କରିବା ପାଇଁ ୪ହଜାର ୫ଶହ ଟଙ୍କା ଲାଗୁ ଥିବା ବେଳେ ଗୋଟିଏ ଚାଙ୍ଗୁଡି ତିଆରି କରିବା ପାଇଁ ୫୦ଟଙ୍କା ଖର୍ଚ୍ଚ ହେଉଛି ।

ପରିବାରର ଉମାକାନ୍ତ ଜେନା କହିବା ଅନୁସାରେ, ସେମାନେ ଦୀର୍ଘ ୨୩ ବର୍ଷ ଧରି ଏହି ବେପାରରେ ଲିପ୍ତ ରହିଛନ୍ତି । ସେମାନେ ମାସିକ ଦେଢ଼ ଲକ୍ଷ ଟଙ୍କା ବ୍ୟୟରେ ଆସାମରୁ ବେତ ଆଣି ଏଠାରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବଜାରରେ ବିକ୍ରୀ କରିଥାଆନ୍ତି । ତେବେ ଏହି ବେତ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସେମାନେ ୬ଜଣ ଶ୍ରିମକଙ୍କୁ ମଧ୍ୟ ନିୟୋଜିତ କରିଛନ୍ତି । ବର୍ତ୍ତମାନ ଲକଡାଉନ ସଟ ଡାଉନ ପାଇଁ ବିଗାଡ଼ି ଯାଇଛି ସ୍ଥିତି । ଲୋକେ ବର୍ତ୍ତମାନ ଜିନିଷ କିଣିବାକୁ ଆସୁନଥିବା ବେଳେ କର୍ମଚାରୀ ଙ୍କୁ ଦରମା ଦେବା କଷ୍ଟକର ହୋଇପଡିଛି ।
Published by: Jagdish Barik
First published: August 31, 2020, 9:38 AM IST
corona virus btn
corona virus btn
Loading