ବାଲେଶ୍ୱର ସହରରେ କୋଭିଡ୍ ସଂକ୍ରମିତ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି କିଛି ଯୁବକ
‘ବନ୍ଦେ ମା’ତରମ୍’ ନାମକ ଏକ ଯୁବ ସଙ୍ଗଠନର ସଦସ୍ୟମାନେ ଏହି ସମାଜ ସେବା କାର୍ଯ୍ୟରେ ଖର୍ଚ୍ଚ ହେଉଥିବା ଟଙ୍କା ନିଜ ପକେଟରୁ ପୈଠ କରୁଛନ୍ତି । ଗତ ବର୍ଷ ସେମାନେ ଫେରୁଥିବା ପ୍ରବାସୀମାନଙ୍କୁ ଖାଦ୍ୟ ଯୋଗାଇଥିଲେ ।
‘ବନ୍ଦେ ମା’ତରମ୍’ ଯୁବ ସଙ୍ଗଠନର ଦୁଇ ଜଣ ସଦସ୍ୟ ଖାଦ୍ୟ ନେଇ ବାହାରୁଛନ୍ତି ।
- News18 Odia
- Last Updated: May 4, 2021, 11:55 PM IST
ବାଲେଶ୍ୱର: ଦିନକୁ ଦିନ କରୋନା ପଜିଟିଭ୍ ଲୋକଙ୍କ ସଂଖ୍ୟା ବଢୁଥିବା ବେଳେ ବାଲେଶ୍ୱରରେ ଏକା ରହୁଥିବା ଲୋକ ଓ ଆଇସଲେସନରେ ରହୁଥିବା ପୂରା ପରିବାରଙ୍କ ଆଗରେ ଥିବା ଖାଦ୍ୟ ସାମଗ୍ରୀ ସମସ୍ୟା କେତେକାଂଶରେ ଦୂର ହୋଇଛି । ଗୋଟିଏ କଲ୍ କଲେ ସେମାନଙ୍କୁ ମାଗଣାରେ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି କିଛି ସ୍ୱେଚ୍ଛାସେବୀ ।
‘ବନ୍ଦେ ମା’ତରମ୍’ ନାମକ ଏକ ଯୁବ ସଙ୍ଗଠନ ଆଇସଲେସନରେ ଥିବା ପରିବାର ଓ ଏକା ରହୁଥିବା ସଂକ୍ରମିତ ଲୋକଙ୍କ ନିକଟରେ ପହଞ୍ଚାଇ ଦେଉଛି ମାଗଣା ଖାଦ୍ୟ । ଫଳରେ ଅନେକ ପରିବାରଙ୍କୁ ଆଉ ଖାଦ୍ୟ ସମସ୍ୟା ଯୋଗୁଁ ହଇରାଣ ହେବାକୁ ପଡୁନାହିଁ । ଏହି ସେବା ପାଇଁ ସଙ୍ଗଠନ ପକ୍ଷରୁ ଏକ ଫୋନ୍ ନମ୍ବର ଜାରି କରାଯାଇଛି । ଲୋକେ ସେହି ନମ୍ବରରେ ଗୋଟିଏ କଲ୍ କଲେ ସେମାନଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉଛି ।
ଏହା ବି ପଢ଼ନ୍ତୁ | ସୋସିଆଲ୍ ମିଡ଼ିଆରେ Oxygen ଓ ବେଡ୍ ବିଷୟରେ ଲେଖିଲେ କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ, କହିଲେ ସୁପ୍ରିମ୍ କୋର୍ଟ୍
ଏହା ବି ପଢ଼ନ୍ତୁ | Reliance Foundation ଜାମ୍ନଗରରେ ୧,୦୦୦ ବେଡ୍ର COVID ହସପିଟାଲ୍ ଖୋଲିବ; ମାଗଣା ଚିକିତ୍ସା

‘ବନ୍ଦେ ମା’ତରମ୍’ ଯୁବ ସଙ୍ଗଠନର ପୋଷ୍ଟରରେ ତାଙ୍କ ଫୋନ୍ ନମ୍ବର ରହିଛି ।
‘‘ମୁଁ ସୋସିଆଲ୍ ମିଡି଼ଆରୁ ‘ବନ୍ଦେ ମା’ତରମ’ ବିଷୟରେ ଜାଣିବା ପରେ ସେମାନଙ୍କୁ କଲ୍ କଲି । ଏବେ ପ୍ରତ୍ୟେକ ଦିନ ମୋ’ ପାଖରେ ଏହି ସଙ୍ଗଠନର ଯୁବକମାନେ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି । ମୋତେ ଚିନ୍ତାଶୂନ୍ୟ ରହିବାରେ ଓ ସୁସ୍ଥ ହେବାରେ ଏହା ବହୁତ ସାହାଯ୍ୟ କରୁଛି । ସେମାନଙ୍କ ଋଣ ମୁଁ କେମିତି ସୁଝିବି ଭାବୁଛି,’’ କହିଛନ୍ତି ମନୋଜ ସାହୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | Bengal Results: ‘ଦିଦି… ଓ ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି
‘ବନ୍ଦେ ମା’ତରମ୍’ ସଙ୍ଗଠନର ଯୁବକମାନେ ଗତ ବର୍ଷ ପ୍ରବାସୀମାନଙ୍କୁ ମାଗଣା ଖାଦ୍ୟ ପ୍ରଦାନ କରୁଥିଲେ । ଏ ବର୍ଷ ସେମାନେ କରୋନା ରୋଗୀଙ୍କ ପାଇଁ ଖାଦ୍ୟ ସେବା ଯୋଗାଇ ଦେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନେ ପାଖାପାଖି ୩୦ ଜଣ ଲୋକଙ୍କୁ ପ୍ରତ୍ୟେକ ଦିନ ଖାଦ୍ୟ ଦେଉଛନ୍ତି । ଆଇସଲେସନ ସମୟ ଶେଷ ହେବା ପର୍ଯ୍ୟନ୍ତ ପ୍ରତି ଦିନ ଦୁଇ ଓଳି ଖାଦ୍ୟ ଯୋଗାଉଛନ୍ତି ସେମାନେ ।
ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି
‘‘ଗତ ବର୍ଷ ପ୍ରବାସୀମାନେ ଘରକୁ ଫେରୁଥିବା ବେଳେ ସେମାନଙ୍କ ଆଗରେ ରାସ୍ତାରେ ଖାଦ୍ୟ ପାଇବା ଏକ ବଡ଼ ସମସ୍ୟା ଥିଲା । ଆମେ ସେତେବେଳେ ସେମାନଙ୍କ ପାଇଁ ମାଗଣା ଖାଦ୍ୟ ଯୋଗାଣ ବ୍ୟବସ୍ଥା କରୁଥିଲୁ । ଚଳିତ ବର୍ଷ ଅଧିକାଂଶ କୋଭିଡ ଆକ୍ରାନ୍ତ ଘରେ ଆଇସଲେସନରେ ରହୁଥିବାରୁ ସେମାନଙ୍କ ଖାଦ୍ୟ ସମସ୍ୟା ଦୂର କରିବା ପାଇଁ ଆମେ ବ୍ୟବସ୍ଥା କରିଛୁ,’’ କହିଛନ୍ତି ‘ବନ୍ଦେ ମା’ତରମ’ର ସଦସ୍ୟ ସମ୍ବିତ ବିଶ୍ୱାଳ ।
ଏହି ସମାଜ ସେବା କାର୍ଯ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ସଙ୍ଗଠନର ସଦସ୍ୟମାନେ ନିଜ ପକେଟରୁ ପୈଠ କରୁଛନ୍ତି । କୋଭିଡ ମହାମାରୀର ସଙ୍କଟରେ ଏହି ଯୁବକମାନଙ୍କ ପ୍ରୟାସ ସବୁ ମହଲରୁ ପ୍ରଶଂସା ପାଉଛି ।






