ବାଲେଶ୍ୱରରେ ୩୦୦ ଲୋକଙ୍କ ପାଇଁ ଦଶାହ ଭୋଜି! ରୋକୁଥିବା ମହିଳା ଅଧିକାରୀଙ୍କୁ ମାଡ଼ ମାରିଲେ ଲୋକେ

କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଦଶାହରେ କଟକଣାକୁ ଅମାନ୍ୟ କରି ୩୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିଲା । ଖବର ପାଇ ଭୋଜି ରୋକିବାକୁ ଯାଇଥିଲେ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂ ।

ବାଲେଶ୍ୱରରେ ୩୦୦ ଲୋକଙ୍କ ପାଇଁ ଦଶାହ ଭୋଜି! ରୋକୁଥିବା ମହିଳା ଅଧିକାରୀଙ୍କୁ ମାଡ଼ ମାରିଲେ ଲୋକେ
ଭୋଜି ରୋକୁଥିବା ତହସିଲଦାର ଅନାମିକା ସିଂ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କିଛି ଲୋକ କରୋନା କଟକଣା ଉଲ୍ଲଙ୍ଘନ କରି ଦଶାହ ଭୋଜି କରୁଥିବା ବେଳେ ସେହି ଭୋଜି ବନ୍ଦ କରିବାକୁ ଯାଇଥିବା ମହିଳା ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣର ଶିକାର ହେବାକୁ ପଡ଼ିଛି । କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଦଶାହରେ ୩୦୦ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିବା ଖବର ପାଇ ତାହା ରୋକିବାକୁ ଯାଇଥିଲେ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂ ।

ସଦର ଥାନା ଅନ୍ତର୍ଗତ ଓଡ଼ଙ୍ଗି ପଞ୍ଚାୟତର ଇଚ୍ଛାପୁର ଗାଁର ରମେଶ ରାଉତଙ୍କ ସ୍ତ୍ରୀ ହୀରାମଣୀ ରାଉତଙ୍କର କୋଭିଡରେ ମୃତ୍ୟୁ ହେବା ପରେ ବୁଧବାର ଦିନ ତାଙ୍କର ଏକାଦଶାହ କ୍ରିୟା ଥିଲା । ଏଥିରେ ପରିବାର ଲୋକେ ଭୋଜିର ଆୟୋଜନ କରିଥିଲେ । ହେଲେ କରୋନା କଟକଣାରେ ଶୁଦ୍ଧି କ୍ରିୟାରେ ମାତ୍ର ୨୦ ଜଣଙ୍କୁ ଏକାଠି ହେବାର ଅନୁମତି ଥିବା ବେଳେ ଏହି ଭୋଜିରେ ୩୦୦ରୁ ଅଧିକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଭିଡ଼ ଜମିବାରୁ ସୂଚନା ପାଇ ସଦର ତହସିଲଦାର ଅନାମିକା ସିଂ ଘଟଣା ସ୍ଥଳରେ ପହଞ୍ଚି ଭୋଜିକୁ ବାରଣ କରିଥିଲେ ।

ଏହା ବି ପଢ଼ନ୍ତୁ | କରୋନା ପ୍ରଭାବ: ମେ ୯ରୁ ରାଜଧାନୀ, ଶତାବ୍ଦୀ ଦୂରନ୍ତୋ ଏକ୍ସପ୍ରେସ ସମେତ ୨୮ଟି ଟ୍ରେନ୍ ଚଳାଚଳ ବନ୍ଦ ହେବ

ତହସିଲଦାରଙ୍କ ସହ ଥିବା ସରକାରୀ କର୍ମଚାରୀମାନେ ଖାଦ୍ୟ ସାମଗ୍ରୀ ଜବତ କରିବାରୁ ପରିବାର ଲୋକେ ତହସିଲଦାରଙ୍କୁ ଠେଲାପେଲା କରିବା ସହିତ ତହସିଲ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏ ନେଇ ତହସିଲଦାରଙ୍କ ଅଭିଯୋଗ ଅନୁସାରେ ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS ଯୋଗୀ ଆଦିତ୍ୟନାଥଙ୍କୁ ମୃତ୍ୟୁ ଧମକ ମିଳିଲା; କହିଲା ‘‘ଆପଣଙ୍କ ଜୀବନର ଆଉ ଦିନ ବାକି ଅଛି’’

ଦଶାହ ଭୋଜିର ଏକ ଦୃଶ୍ୟ


ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଜଣେ ମହିଳା ଅଧିକାରୀଙ୍କ ଉପରେ ଏଭଳି ଆକ୍ରମଣକୁ ବିଭିନ୍ନ ମହଲରୁ ନିନ୍ଦା କରାଯିବା ସହିତ ପୋଲିସର ଭୂମିକା ଉପରେ ବି ପ୍ରଶ୍ନ ଉଠିଛି । ପାଖରେ ଥିବା ହଳଦୀପଦା ଫାଣ୍ଡି ପକ୍ଷରୁ ଭଓଜିକୁ ରୋକିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ଓ ପୋଲିସ ସହଭାଗିତାରେ ଭୋଜି ଆୟୋଜିତ ହୋଇଥିଲା ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମେଟ୍ରୋ ଟ୍ରେନ୍ ଯାଉଥିବା ବେଳେ ପୋଲ ଭୁଶୁଡ଼ିଲା; ୨ଟି ଡବା ରାସ୍ତା ଉପରେ ଝୁଲି ରହିଲେ; ୨୩ ମୃତ

‘‘ଏକ ବଡ଼ ଭୋଜିର ଆୟୋଜନ ହେଉଥିବା ଖବର ପାଇ ଆମେ ସଙ୍ଗେ ସଙ୍ଗେ ଗୋଟିଏ ଟିମ୍‌ ନେଇ ସେଠାରେ ପହଞ୍ଚିବାକୁ ନିକଟସ୍ଥ ଥାନାକୁ କହିଥିଲୁ । ହେଲେ ଥାନା କର୍ମଚାରୀ ନ ପହଞ୍ଚିବାରୁ ଆମର ତିନି-ଜଣିଆ ଟିମ୍‌ ଭିତରକୁ ଯାଇ ଚେକିଂ ଆରମ୍ଭ କରିବା ବେଳେ ଆକ୍ରମଣର ଶିକାର ହୋଇଥିଲା । ୩୦୦ରୁ ଅଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ ହୋଇଥିବା ଦେଖି ତାକୁ ବନ୍ଦ କରିବାକୁ ଚେଷ୍ଟା କରିବା ବେଳେ ମୋତେ ଓ ମୋ’ ଟିମ୍‌ ଉପରେ ଆକ୍ରମଣ ହୋଇଥିଲା । ଏ ନେଇ ମୁଁ ସଦର ଥାନାରେ ଏକ ମାମଲା ଦାୟର କରିଛି,’’ କହିଛନ୍ତି ତହସିଲଦାର ଅନାମିକା ସିଂ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | କଂଗ୍ରେସ୍ ସୋସିଆଲ୍ ମିଡି଼ଆ ଟିମ୍ ମୁଖ୍ୟ ତଥା ଅଭିନେତ୍ରୀ ରମ୍ୟା ରାଜନୀତି ଫିଲ୍ମରୁ ବିଦାୟ ନେଲେ

ତହସିଲଦାରଙ୍କୁ ମାଡ଼ ମାରିବା ସହିତ ଅଟକ ରଖିଥିଲେ ଭୋଜିର ଆୟୋଜକମାନେ । ଏହି ଆକ୍ରମଣର ଖବର ପାଇବା ପରେ ସଦର ଥାନା ପୋଲିସ ସହିତ ଉପଜିଲ୍ଲାପାଳ ଘଟଣା ସ୍ଥଳରେ ପହଞ୍ଚି ଭୋଜି ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟକୁ ଜବତ କରିଥିଲେ । କରୋନା କଟକଣା ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | Bengal Polls: ରାହୁଳ ଗାନ୍ଧି ଯେଉଁ ଯେଉଁ ଆସନ ପାଇଁ ପ୍ରଚାର କରିଥିଲେ ସେଠି କଂଗ୍ରେସ ଜମାନତ ହରାଇଛି

‘‘କୋଭିଡ ନିୟମ ଉଲ୍ଲଙ୍ଘନ ଓ କାର୍ଯ୍ୟରେ ଥିବା ଅଫିସରଙ୍କୁ ଆକ୍ରମଣ କରିଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏବେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛୁ,’’ କହିଛନ୍ତି ବାଲେଶ୍ୱର ଜିଲ୍ଲା ଏସ୍‌.ପି. ସୁଧାଂଶୁ ଶେଖର ମିଶ୍ର ।



ହଳଦୀପଦା ଫାଣ୍ଡି ଘଟଣା ସ୍ଥଳର ବହୁତ ନିକଟରେ ଥିବା ସତ୍ତ୍ୱେ ପୋଲିସ ଏତେ ବଡ଼ ଭୋଜିର ଆୟୋଜନ ସମ୍ପର୍କରେ କେମିତି ଜାଣି ପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି । ‘‘ତହସିଲଦାର ପୋଲିସକୁ ଡାକିବା ପରେ ମଧ୍ୟ ଦୀର୍ଘ ସମୟ ଧରି ପୋଲିସ ପହଞ୍ଚି ନ ଥିଲା । ଏ ସବୁ ଲକ୍ଷ୍ୟ କଲେ ପୋଲିସର ସହଭାଗିତାରେ ଗ୍ରାମଞ୍ଚଳମାନଙ୍କରେ ଭୋଜି ହେଉଥିବା ଜଣା ପଡୁଛି,’’ କହିଛନ୍ତି ସ୍ଥାନୀୟ ବାସିନ୍ଦା ଗିରିଜା ଶଙ୍କର ଦାସ ।
Published by: Anand ST Das
First published: May 6, 2021, 11:55 PM IST