ହୋମ୍ » ଓଡ଼ିଶା ନ୍ୟୁଜ୍ » କରୋନା ଭାଇରସ»ଦାଦା ଚାଲିଗଲେ; ବାଲେଶ୍ୱରରୁ ୫ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

ଦାଦା ଚାଲିଗଲେ; ବାଲେଶ୍ୱରରୁ ୫ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା

Balasore ex-MLA Arun Dey passes away | କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଅରୁଣ ଦେ ଆଜୀବନ ଅବିବାହିତ ଥିଲେ । ନିର୍ବାଚନୀ ରାଜନୀତି ବ୍ୟତୀତ ସେ ଜଣେ ଟାଣୁଆ ଟ୍ରେଡ୍ ୟୁନିଅନ୍ ନେତା ଥିଲେ ।

ଦାଦା ଚାଲିଗଲେ; ବାଲେଶ୍ୱରରୁ ୫ ଥର MLA ଥିବା ଲୋକପ୍ରିୟ ନେତା ଅରୁଣ ଦେଙ୍କ ପରଲୋକ ହେଲା
ଅରୁଣ ଦେ (ଫାଇଲ୍ ଫଟୋ)
  • News18 Odia
  • Last Updated: August 2, 2021, 8:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଲୋକପ୍ରିୟ ନେତା ତଥା ବାଲେଶ୍ୱରର ପୂର୍ବତନ ବିଧାୟକ ଅରୁଣ ଦେଙ୍କର ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ପରଲୋକ ହୋଇଛି । ବାଲେଶ୍ବରରୁ ପାଞ୍ଚ ଥର ବିଧାୟକ ଥିବା ଅରୁଣ ଦେଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ତାଙ୍କ ପରଲୋକରେ ସାରା ରାଜ୍ୟରେ ଓ ବିଶେଷ କରି ବାଲେଶ୍ୱରରେ ଶୋକର ଛାୟା ଖେଳିଯାଇଛି ।

ଉତ୍ତର ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ ଅରୁଣ ଦେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ସେ ଗତ ପ୍ରାୟ ମାସେ ଧରି ଭୁବନେଶ୍ୱରର ଆମ୍ରି ହସପିଟାଲରେ ଚିକିତ୍ସିତ ହେଉଥିଲେ । ସୋମବାର ସନ୍ଧ୍ୟା ୭ଟା ୨୦ ମିନିଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ବୋଲି ହସପିଟାଲ ପକ୍ଷରୁ କୁହାଯାଇଛି ।

ଏହା ବି ପଢ଼ନ୍ତୁ | ଫଟୋସୁଟ୍ ନାଁରେ ମଡେଲ୍ଙ୍କ ନଗ୍ନ ଭିଡିଓ ବନାଇଲେ; କୋଲକାତାରେ ଅଭିନେତ୍ରୀ କ୍ୟାମେରାମ୍ୟାନ୍ଗିରଫ

ଗତ ମାସ ନିଶ୍ୱାସ ପ୍ରଶ୍ୱାସ ନେବାରେ ଓ ଛାତିରେ କଷ୍ଟ ଅନୁଭବ କରିବା ଯୋଗୁଁ ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ କୋଭିଡ ଆକ୍ରାନ୍ତ ଥିବା ନିଶ୍ଚିତ ହେବା ପରେ ତାଙ୍କୁ ଜୁଲାଇ ୯ ତାରିଖରେ ଭୁବନେଶ୍ୱରର ଆମ୍ରି ହସପାଟିଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ଚିକିତ୍ସିତ ହେଉଥିଲେ ।

ଏହା ବି ପଢ଼ନ୍ତୁ | ଦେଶର କୋଟି ଚାକିରିଜୀବୀ ଲୋକଙ୍କ ପାଇଁ ଖୁସି ଖବର: PF ଖାତାକୁ ଜଲ୍ଦି ଆସିବ ସୁଧ ଟଙ୍କା

ଅରୁଣ ଦେ ଆଜୀବନ ଅବିବାହିତ ଥିଲେ । ବାଲେଶ୍ୱରରେ ସେ ନିଜ ଅତି ସାଧାରଣ ଘରେ ରହୁଥିଲେ । ତାଙ୍କ ସହ ତାଙ୍କ ବଡ଼ ଭଉଣୀ ମଧ୍ୟ ରହୁଥିଲେ । ହେଲେ ସେ ଏବେ ଓଡ଼ିଶା ବାହାରେ ଅଛନ୍ତି । ଅରୁଣ ଦେଙ୍କ ମର ଶରୀରକୁ ବାଲେଶ୍ୱର ଅଣାଯାଇ ଶେଷ କୃତ୍ୟ କରାଯିବ କି ତାହା ଭୁବନେଶ୍ୱରରେ କରାଯିବ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହା ବି ପଢ଼ନ୍ତୁ | ବାବୁଲ୍ସୁପ୍ରିୟୋ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ; ୨୪ ଦିନ ତଳେ କେନ୍ଦ୍ର ମନ୍ତ୍ରୀ ପଦ ଯାଇଥିଲା

ନିଜ ପ୍ରଶଂସକମାନଙ୍କ ମଧ୍ୟରେ ‘ଦାଦା’ ନାମରେ ପ୍ରସିଦ୍ଧ ଅରୁଣ ଦେ ନିର୍ବାଚନୀ ରାଜନୀତି ବ୍ୟତୀତ ଜଣେ ବଡ଼ ଟ୍ରେଡ୍‌ ୟୁନିଅନ୍‌ ନେତା ଥିଲେ । ଜଣେ ନିଷ୍ପକ୍ଷ ଓ ଟାଣୁଆ ଶ୍ରମିକ ନେତା ହିସାବରେ ତାଙ୍କର ଖୁବ୍‌ ନାଁ ଥିଲା । ୧୯୭୪ ମସିହାରେ ପ୍ରଥମ ଥର ସେ ସି.ପି.ଆଇ.ରୁ ବାଲେଶ୍ବରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୪ ମସିହାରେ ଓଡ଼ିଶା ଗଣ ପରିଷଦ ପକ୍ଷରୁ ଶେଷ ଥର ପାଇଁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେ

୨୦୧୪ ମସିହାରେ ବାଲେଶ୍ୱରରୁ କଂଗ୍ରେସ ଟିକେଟରେ ସେ ବିଧାନ ସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ହେଲେ ବିଜୁ ଜନତା ଦଳର ଜିବନ ପ୍ରଦୀପ ଦାସଙ୍କଠାରୁ ବିପୁଳ ଭୋଟ୍‌ ବ୍ୟବଧାନରେ ସେ ହାରିଯାଇଥିଲେ । ଏହା ପୂର୍ବରୁ ଦେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଏନ୍‌.ସି.ପି. ଟିକେଟରେ ୨୦୦୯ ଲୋକ ସଭା ନିର୍ବାଚନ ଲଢ଼ିଥିଲେ ଓ ହାରିଯାଇଥିଲେ । ସେତେବେଳେ ଏନ୍‌.ସି.ପି. ସହ ବିଜେଡିର ସିଟ୍ ଭାଗିଦାରୀ ଚୁକ୍ତି ଥିଲା ।



ବାରମ୍ବାର ଦଳ ପରିବର୍ତ୍ତନ କରିଥିବାରୁ ଅରୁଣ ଦେଙ୍କ ଉପରେ ‘ଦଳ ବଦଳୁ ନେତା’ର ଆଖ୍ୟା ବି ଲାଗିଥିଲା । ସେ ପାଞ୍ଚ ଥର ବିଧାୟକ ରହିଥିଲେ – ତିନି ଥର ସି.ପି.ଆଇ.ରୁ, ଥରେ ସ୍ୱାଧୀନ ପ୍ରାର୍ଥୀ ରୂପେ ଓ ଥରେ ଓଡ଼ିଶା ଗଣ ପରିଷଦର ସଦସ୍ୟ ଭାବେ ।
Published by: Anand ST Das
First published: August 2, 2021, 8:43 PM IST