ବାଲେଶ୍ୱରରେ କରୋନା ନିୟମକୁ ଫୁ କରି କଲେଜ୍ ପରୀକ୍ଷା ଚଳାଇଥିଲା; ଚଢ଼ାଉ ପରେ ଜରିମାନା ଦେଲା

କଲେଜ୍‌ ଭିତରେ ଶହ ଶହ ଛାତ୍ରଛାତ୍ରୀ ଏକ ସାଙ୍ଗରେ ପରୀକ୍ଷା ଦେଉଥିଲେ । ସେମାନଙ୍କ ସହିତ ଥିଲେ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ । ମ୍ୟାଟ୍ରିକ୍ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଡକାଇ ଏହି ଯୁକ୍ତ ଦୁଇ କଲେଜରେ ଚାଲିଥିଲା ଏଣ୍ଟ୍ରାନ୍ସ ପରୀକ୍ଷା ।

ବାଲେଶ୍ୱରରେ କରୋନା ନିୟମକୁ ଫୁ କରି କଲେଜ୍ ପରୀକ୍ଷା ଚଳାଇଥିଲା; ଚଢ଼ାଉ ପରେ ଜରିମାନା ଦେଲା
ଚଢ଼ାଉ ସମୟରେ ଛାତ୍ରଛାତ୍ରୀମାନେ କଲେଜରୁ ବାହାରକୁ ଆସୁଛନ୍ତି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ରାଜ୍ୟର ୧୦ଟି ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁ ନ ଥିବା ବେଳେ ସରକାର ବାରମ୍ବାର ଏ ନେଇ ଲୋକଙ୍କୁ ସଚେତନ କରାଉଥିଲେ ବି କିଛି ଅମାନିଆ ସବୁ ନିୟମକୁ ଫୁ କରୁଥିବା ଦେଖିବାକୁ ମିଳୁଛି । ଏମିତି ଏକ ଘଟଣା ଘଟିଛି ବାଲେଶ୍ୱରର ଏକ ଯୁକ୍ତ୨ କଲେଜରେ । ନିୟମ ଉଲ୍ଲଙ୍ଘନ କରିଥିବାରୁ ଏହି କଲେଜ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବାଲେଶ୍ବରର ଝାଡ଼େଶ୍ବର ଯୁକ୍ତ ଦୁଇ କଲେଜରେ କରୋନା ନିୟମ ଉଲ୍ଲଙ୍ଘନ ହେଉଥିବା ଅଭିଯୋଗରେ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଥିଲା । କଲେଜ ଭିତରେ ଶହ ଶହ ଛାତ୍ରଛାତ୍ରୀ ଏକ ସାଙ୍ଗରେ ପରୀକ୍ଷା ଦେଉଥିଲେ । ସେମାନଙ୍କ ସହିତ ଥିଲେ ଅଭିଭାବକ ଓ କଲେଜ କର୍ତ୍ତୃପକ୍ଷ । ମ୍ୟାଟ୍ରିକ୍‌ ପାସ୍‌ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଡକାଇ ଏହି ଯୁକ୍ତ ଦୁଇ କଲେଜରେ ଚାଲିଥିଲା ଏଣ୍ଟ୍ରାନ୍ସ ପରୀକ୍ଷା । କଲେଜରେ ଥିବା ଲାବୋରୋଟରୀରେ ବି ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ କ୍ଲାସ୍‌ ଚାଲିଥିଲା । କ୍ଲାସ୍‌ ସହିତ ସେମାନଙ୍କଠାରୁ ପ୍ରାକ୍ଟିକାଲ ନୋଟ୍‌ ମଧ୍ୟ ସଂଗ୍ରହ କରାଯାଉଥିଲା ।

ଏହା ବି ପଢ଼ନ୍ତୁ | କରୋନାର Delta ରୂପ ବିଷୟରେ WHO ଚେତାବନୀ ଦେଲା: ଡୋଜ୍ ଟିକା ନେଇଥିଲେ ବି ମାସ୍କ ପିନ୍ଧନ୍ତୁ

ଏହି କଲେଜରେ ଏଣ୍ଟ୍ରାନ୍ସ ପରୀକ୍ଷା ଓ କ୍ଲାସ୍‌ ଚାଲିଥିବା ସୂଚନା ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ରେମୁଣା ଅତିରିକ୍ତ ତହସିଲଦାର ମାଜିଷ୍ଟ୍ରେଟ୍‌ ଭାବେ ପୋଲିସ ସହିତ କଲେଜ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ କଲେଜରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ଓ କ୍ଲାସ୍‌ କରୁଥିବା ଜଣାପଡ଼ିଥିଲା । ମାଜିଷ୍ଟ୍ରେଟ୍‌ ସବୁ ଛାତ୍ରଛାତ୍ରୀଙ୍କୁ କଲେଜ ପରିସରରୁ ବାହାର କରିଦେଇଥିଲେ ।

କଲେଜ୍ ଭିତରେ ଲ୍ୟାବରେଟରୀରେ ପ୍ରାକ୍ଟିକାଲ୍ ଚାଲିଥିଲା ।


‘‘ଆମର ପ୍ରାକ୍ଟିକାଲ୍‌ ପରୀକ୍ଷା ଥିଲା । କଲେଜ ପକ୍ଷରୁ ଆମକୁ ଖବର ଦିଆଯାଇଥିଲା ବୋଲି ଆମେ ଆସିଥିଲୁ,’’ କହିଥିଲେ କଲେଜରୁ ବାହାରକୁ ଆସୁଥିବା ଛାତ୍ରୀ ମଧୁସ୍ମିତା ପରିଡ଼ା ।

ଏହା ବି ପଢ଼ନ୍ତୁ | ଭଲ ଖବର: ଜୁଲାଇ ଶେଷ ବା ଅଗଷ୍ଟରେ ଆରମ୍ଭ ହୋଇପାରେ ପିଲାମାନଙ୍କ COVID ଟିକାକରଣ

ଅତିରିକ୍ତ ତହସିଲଦାର ମନୋଜ ସେନାପତି କହିଛନ୍ତି, ‘‘ଆମେ ସବୁ ଛାତ୍ରଛାତ୍ରୀଙ୍କୁ ତୁରନ୍ତ କଲେଜରୁ ବାହାର କରିଦେଇଥିଲୁ । ଏଥି ସହିତ କରୋନା କଟକଣା ନିୟମର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ କଲେଜ ଉପରେ ୨୦,୦୦୦ ଟଙ୍କା ଜରିମାନା ମଧ୍ୟ କରିଥିଲୁ । ଏହି ଭୁଲର ପୁନରାବୃତ୍ତି ହେଲେ କଲେଜକୁ ସିଲ୍‌ କରିଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।’’



କରୋନା ନିୟମ ଉଲ୍ଲଙ୍ଘଘନକୁ ସ୍ବୀକାର କରିଛନ୍ତି କଲେଜ କର୍ତ୍ତୃପକ୍ଷ । କରୋନା କଟକଣା ଯୋଗୁଁ ସବୁ ସ୍କୁଲ୍‌ ଓ କଲେଜ ବନ୍ଦ ରହିଥିବା ବେଳେ ସଂକ୍ରମଣର ଅଧିକ ସମ୍ଭାବନା ଥିବାରୁ ଟ୍ୟୁସନ୍‌, କୋଚିଂ କ୍ଲାସ୍‌ ଓ ପରୀକ୍ଷାକୁ ବି ସରକାର ବନ୍ଦ କରିଛନ୍ତି । ହେଲେ ବାଲେଶ୍ବର ଜିଲ୍ଲାରେ ଏମିତି କିଛି ଅମାନିଆଙ୍କ ପାଇଁ ଛାତ୍ରଛାତ୍ରୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇଛି । କୁହାଯାଉଛି ଯେ ଏମିତି ଅମାନିଆଙ୍କ ଯୋଗୁଁ ବାଲେଶ୍ବର ଜିଲ୍ଲା ଏବେ ବି ରେଡ୍‌ ଜୋନରେ ରହିଛି ।
Published by: Anand ST Das
First published: June 30, 2021, 11:58 PM IST