କରୋନା: ଓଡିଶା-ପଶ୍ଚିମ ବଙ୍ଗ ସୀମା ସିଲ୍ କଲା ବାଲେଶ୍ୱର ପ୍ରଶାସନ; ପୋଲିସର ତୀକ୍ଷ୍ଣ ନଜର

ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଓ ପଶ୍ଚିମ ବଙ୍ଗର ପଶ୍ଚିମ ମେଦିନିପୁର ଜିଲ୍ଲା ମଧ୍ୟରେ ଥିବା ଏକାଧିକ ରାସ୍ତା ଉପରେ ବାଉଁଶ ପୋତି ଗମନାଗମନ ବନ୍ଦ କରାଯାଇଛି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଗାଡ଼ିକୁ ଏ ପାଖରୁ ସେ ପାଖକୁ ଛଡ଼ାଯାଉଛି ।

କରୋନା: ଓଡିଶା-ପଶ୍ଚିମ ବଙ୍ଗ ସୀମା ସିଲ୍ କଲା ବାଲେଶ୍ୱର ପ୍ରଶାସନ; ପୋଲିସର ତୀକ୍ଷ୍ଣ ନଜର
ସୀମାରେ ଥିବା ରାସ୍ତାରେ ବାଉଁଶ ପୋତି ଏମିତି ବ୍ୟାରିକେଡ୍ ବନେଇଛି ପୋଲିସ୍ ।
  • News18 Odia
  • Last Updated: April 2, 2020, 12:37 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ଓଡ଼ିଶା-ପଶ୍ଚିମ ବଙ୍ଗର ସବୁ ସୀମାକୁ ସିଲ୍‌ କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ । ଲକ୍ଷ୍ମଣନାଥ ଓ ଦୀଘାରେ ସୀମା ଉପରେ ଥିବା ରାସ୍ତାକୁ ସିଲ କରି ସେଠାରେ ପୋଲିସ ମୁତୟନ କରାଯାଇଛି । ଦୀଘା ଓ ବାଲେଶ୍ଵର ମଧ୍ୟରେ ଥିବା ଭୋଗରାଇ ବ୍ଲକ୍‌ ଉଦୟପୁର ଠାରେ ମଧ୍ୟ ସୀମାକୁ ସିଲ୍‌ କରଯାଇଛି ଓ କଡ଼ା ପହରା ଦିଆଯାଉଛି ।

ସେହି ପରି ବେଙ୍ଗଲ୍‌-ଓଡ଼ିଶା ମଧ୍ୟରେ ଗ୍ରାମାଞ୍ଚଳ ଦେଇ ଯେଉଁ କେତେକ ରାସ୍ତା ରହିଛି ସେଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି । ଭୋଗରାଇ ବ୍ଲକର ଦକ୍ଷିଣ ସୋରିଷ, ସାହାବାଜିପୁର, ବାଜିତପୁର, ମୁଣ୍ଡାବଣିଆ ଓ ହାଡ଼ି ବାଡ଼ି ଛକ ଆଦି ଅଞ୍ଚଳକୁ ସିଲ କରିଦିଆଯାଇଛି । ଓଡିଶା ଓ ବେଙ୍ଗଲ୍‌ ମଧ୍ୟରେ ଗାଁ ଗାଁ ମିଶି ଥିବାରୁ ଓ ଏହି ରାସ୍ତାଗୁଡ଼ିକ ଦୁଇଟି ରାଜ୍ୟକୁ ଯୋଡ଼ୁଥିବାରୁ ରାସ୍ତା ଉପରେ ବାଉଁଶ ପୋତି ଦୁଇ ରାଜ୍ୟ ମଧ୍ୟରେ ଗମନା ଗମନ ବନ୍ଦ କରିଛି ପୋଲିସ ।

ସ୍ଥାନୀୟ ଲୋକେ ଲୋକ ପ୍ରତିନିଧିମାନଙ୍କୁ ସେ ପାଖରୁ କେହି ନ ଆସିବା ପ୍ରତି ନଜର ରଖିବାକୁ ପୋଲିସ ଓ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଜଳେଶ୍ବର ବ୍ଲକ୍‌ ଲକ୍ଷ୍ମଣନାଥ ତନଖି ଫାଟକ ଠାରେ ମଧ୍ୟ କଡ଼ା ଚେକିଂ ଆରମ୍ଭ କରିଛି ପୋଲିସ । ଜାତୀୟ ରାଜପଥ ଦେଇ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଆସିବାକୁ ଅନୁମତି ଦିଆଯାଇଥିବା ବେଳେ ଅନ୍ୟ କୌଣସି ଗାଡ଼ିକୁ ଓଡିଶା ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ ।

କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଥିବା ଗାଡ଼ିକୁ ଏ ପାଖରୁ ସେ ପାଖକୁ ଛଡ଼ାଯାଉଛି ।


‘‘ଦୀଘା ଓ ଉଦୟପୁର ଏବଂ ଏହାର ନିକଟସ୍ଥ ସ୍ଥାନରେ ଦୁଇ ରାଜ୍ୟ ମଧ୍ୟରେ ସୀମା ବନ୍ଦ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି, ହେଲେ ଏ ନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି କରିବା ସହିତ ଲୋକ ପ୍ରତିନିଧିମାନଙ୍କୁ ମଧ୍ୟ ସୀମା ଜଗିବା ଓ ବାହାର ରାଜ୍ୟରୁ ଯେପରି କେହି ପ୍ରବେଶ କରିବେ ନାହିଁ ତା’ ଉପରେ ନଜର ରଖିବା ପାଇଁ କୁହାଯାଇଛି,’’ କହିଛନ୍ତି ତାଳସାରୀ ମେରାଇନ ଥାନା ଅଧିକାରୀ ହେମନ୍ତ କୁମାର ମାଝୀ ।

ବାଲେଶ୍ୱର ଜିଲ୍ଲା ଉପଜିଲ୍ଲାପାଳ ନିଲୁ ମହାପାତ୍ର ସୂଚନା ଦେଇଛନ୍ତି ଯେ ଜିଲ୍ଲାର ସବୁ ସୀମା ସିଲ କରିବା ସହିତ ପୋଲିସ ଓ ପ୍ରାଶାସନିକ ଅଧିକାରୀଙ୍କୁ ଅନ୍ୟ ରାଜ୍ୟରୁ ପ୍ରବେଶ କରୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି ।
First published: April 2, 2020, 12:37 PM IST
corona virus btn
corona virus btn
Loading