News18 Odia Digital
ବଲାଙ୍ଗିର: ଭୀମ ଭୋଇ ମେଡିକାଲ୍ କଲେଜର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ କାର୍ଯ୍ୟ କରୁଥିବା କୋଭିଡ୍ ଷ୍ଟାଫ୍ ନର୍ସ ପ୍ରଗତି ପୁଟେଲଙ୍କ ସକ୍ରିୟତା ଦେଖିଲେ ଲାଗିବ ନାହିଁ ଯେ ସାତ ମାସର ଗର୍ଭବତୀ ଥିବାରୁ ତାଙ୍କର କରୋନା ସଂକ୍ରମଣ ପ୍ରତି ଭୟ ଅଛି । ଏହି ମହାମାରୀ କବଳରେ ଏବେ ଓଡ଼ିଶା ସମେତ ସାରା ଦେଶ ଥିବା ବେଳେ ତାଙ୍କ ପରି ଆଗ ଧାଡି଼ର କୋଭିଡ୍ ଯୋଦ୍ଧାମାନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବ ଓ ଅକ୍ଳାନ୍ତ ଶ୍ରମ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ରକ୍ଷା ହୋଇପାରୁଛି ।
ବଲାଙ୍ଗିର ଜିଲ୍ଲାରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗୁ ନ ଥିବା ବେଳେ ଓ ଅନେକ ସ୍ୱାସ୍ଥ୍ୟ କର୍ମୀ ସଂକ୍ରମିତ ହେଉଥିବା ବେଳେ ନିଜ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ସଙ୍କଟରେ ପଡ଼ିବ ବୋଲି ଭାବି ଡରି ଯାଇ ନାହାନ୍ତି ୨୩-ବର୍ଷୀୟା ପ୍ରଗତି । ହସପିଟାଲର ନବଜାତ ଶିଶୁ ୱାର୍ଡ଼ର ତୃତୀୟ ମହଲାକୁ ଲିଫ୍ଟରେ ଯାଇ ସେଠାରେ ଥିବା ସାଧାରଣ ରୋଗୀଙ୍କ ସହ କରୋନା ସଂକ୍ରମିତ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ସେ । ସବୁ ସତର୍କତା ସହିତ ନିଜ ଡ୍ୟୁଟି କରି କରୋନାକୁ ହରାଇବା ପାଇଁ ସତେ ଯେମିତି ସେ ପଣ କରିଛନ୍ତି ।
ଏହା ବି ପଢ଼ନ୍ତୁ | English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…୫୫ କିଲୋମିଟର ଦୂରରେ ଥିବା ନିଜ ଘରୁ ଆସି ଭୀମ ଭୋଇ ମେଡିକାଲ୍ କଲେଜରେ ପ୍ରତି ଦିନ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଡ୍ୟୁଟି କରୁଛନ୍ତି ପ୍ରଗତି ପୁଟେଲ । ସେ ଜଣେ ଚୁକ୍ତିଭିତ୍ତିକ ନର୍ସ । ଗତ ବର୍ଷ କରୋନା ସଂକ୍ରମଣର ପ୍ରଥମ ଲହର ସମୟରେ ମଧ୍ୟ ସେ ଡ୍ୟୁଟି କରିଥିଲେ, ହେଲେ କରୋନାର ପ୍ରକୋପ କମିଯିବା ପରେ ତାଙ୍କ ଚୁକ୍ତି ବାତିଲ୍ କରି ଦେଇଥିଲା ଜିଲ୍ଲା ପ୍ରଶାସନ । ଏବେ ପୁଣି ବହୁ ଷ୍ଟାଫ୍ ନର୍ସ କରୋନା ସଂକ୍ରମିତ ହୋଇ ଡ୍ୟୁଟିରୁ ବାଦ୍ ପଡ଼ିବା ଯୋଗୁଁ ପ୍ରଶାସନ ପକ୍ଷରୁ ତାଙ୍କୁ ଡକାଯାଇ ଚୁକ୍ତି କରାଯାଇଥିଲା । ସାତ ମାସର ଗର୍ଭବତୀ ହୋଇଥିଲେ ବି ମେ ୬ ତାରିଖ ଠାରୁ ଭୟ ନ କରି ସେ ନିୟମିତ ଡ୍ୟୁଟି କରିଚାଲିଛନ୍ତି ।
ଏହା ବି ପଢ଼ନ୍ତୁ | ସ୍ତ୍ରୀ ଓ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସ
ହସପିଟାଲ୍ ଭିତରକୁ ଯାଉଛନ୍ତି ପ୍ରଗତି ପୁଟେଲ ।
ଏହା ବି ପଢ଼ନ୍ତୁ | ଆସିଲା କରୋନା ପଛରେ ଥିବା ସାଙ୍ଘାତିକ ସତ୍ୟ: ଚୀନ୍ ଏହାକୁ ଜୈବିକ ଅସ୍ତ୍ର ଭାବେ ପରୀକ୍ଷା କରୁଥିଲା!‘‘ଗତ ବର୍ଷ କୋଭିଡ୍ ଡ୍ୟୁଟି କରିବା ବେଳେ ମୁଁ ନିଜ ସ୍ବାସ୍ଥ୍ୟର ଠିକ୍ ଭାବେ ଯତ୍ନ ନେଇପାରି ନ ଥିଲି ବୋଲି ସେହି ସମୟରେ ମୋ’ ପେଟରେ ଥିବା ଛୁଆଟି ନଷ୍ଟ ହୋଇଯାଇଥିଲା । ହେଲେ ଏ ଥର ମୁଁ ଅଧିକ ସତର୍କ ରହୁଛି । ହସପିଟାଲରେ ରୋଗୀ ସେବା ପାଇଁ ନର୍ସମାନଙ୍କର ଭୀଷଣ ଆବଶ୍ୟକତା ରହିଛି । ତେଣୁ ନର୍ସିଂ କାମ ଜାଣିଥାଇ ବି ମୁଁ ଘରେ ବସିପାରିବି କେମିତି?’’ କହିଛନ୍ତି ପ୍ରଗତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁତାଙ୍କ ଘର ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ୍ ରେଙ୍ଗାଲଜୁରି ଗାଁରେ । ପ୍ରତି ଦିନ ତାଙ୍କୁ ତାଙ୍କ ସ୍ୱାମୀ ରାଜୀବ କୁମାର ପୁଟେଲ ନେବା ଆଣିବା କରନ୍ତି । ଏ ଥର ନର୍ସ ଭାବେ ନିଯୁକ୍ତି ପାଇବା ପୂର୍ବରୁ ସେ ଗାଁରେ ରହି ଅନେକ ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସେବା ଓ ପରାମର୍ଶ ଯୋଗାଇ ଦେଇଥିବାରୁ ସେମାନେ ଏବେ ସୁସ୍ଥ ଅଛନ୍ତି । ନିଜ ପରିବାରରେ ମା, ବାପା, ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ ସେ ଉତ୍ତମ ଚିକିତ୍ସା କରିଥିବାରୁ ସେମାନେ ଆଜି ସୁସ୍ଥ ଅଛନ୍ତି ।
ଏହା ବି ପଢ଼ନ୍ତୁ | Jio Phone ବ୍ୟବହାରକାରୀଙ୍କୁ ମିଳିବ ମାଗଣା ୩୦୦ ମିନିଟ୍ ଆଉଟଗୋଇଂ କଲ୍ ଓ ମାଗଣା ରିଚାର୍ଜ୍‘‘ମାନବ ସେବା ହିଁ ମାଧବ ସେବା । ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ପରି ସ୍ୱାସ୍ଥ୍ୟ କର୍ମୀମାନଙ୍କ ଆବଶ୍ୟକତା ପଡୁଥିବାରୁ ସେ ଘରୁ ଗୋଡ଼ କାଢି଼ଛନ୍ତି । ମୁଁ ତାଙ୍କର ଏହି ସେବା ମନୋଭାବରେ ଯଥା ସମ୍ଭବ ସହଯୋଗ କରୁଛି,’’ କହିଛନ୍ତି ପ୍ରଗତିଙ୍କ ସ୍ୱାମୀ ରାଜୀବ କୁମାର ପୁଟେଲ ।
ବର୍ତ୍ତମାନର କଠିନ ସମୟରେ ସେବାବ୍ରତୀ ହୋଇ ପ୍ରଗତି କାର୍ଯ୍ୟ କରୁଥିବାରୁ ତାଙ୍କ ସହକର୍ମୀମାନେ ଗର୍ବିତ ଅନୁଭବ କରୁଛନ୍ତି । ‘‘ଭୟ ଲାଗୁଥିଲେ ମଧ୍ୟ ସେ ନିଜ କର୍ତ୍ତବ୍ୟ ନିଷ୍ଠା ଓ ସାହସର ସହ କରିଚାଲିଛନ୍ତି । ତାଙ୍କୁ ନେଇ ଆମେ ଗର୍ବିତ,’’ କହିଛନ୍ତି ଭୀମ ଭୋଇ ମେଡିକାଲ କଲେଜର ଡେପୁଟି ନର୍ସିଂ ସୁପରିନଟେଣ୍ଡଣ୍ଟ୍ ରୀନା ରାଣୀ ଦେହୁରୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।