ଆସିକା: ବନ୍ଦ୍ ଘରେ ମରି ଶୋଇଥିବା ମା’ ପାଖରେ ହସୁଥିଲା ୨ ମାସର ଶିଶୁ; ମା’ ଜ୍ୱରରେ ଆକ୍ରାନ୍ତ ଥିଲା

ଗାଁର ଶେଷ ମୁଣ୍ଡରେ ନିଜ ଘରେ ଏକାକୀ ରହୁଥିବା ମହିଳାଙ୍କ ମୃତ ଦେହ ତାଙ୍କ ଘରୁ ମିଳିଥିଲା । ମୃତ ଦେହ ପାଖରେ ଶୋଇ ଶିଶୁ କନ୍ୟାଟି କୁଲୁ କୁଲୁ ହୋଇ ହସୁଥିବା ଦେଖାଯାଇଥିଲା । ମହିଳାଙ୍କ ମୃତ୍ୟୁ କରୋନା ଭାଇରସ୍ ସଂକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି ।

ଆସିକା: ବନ୍ଦ୍ ଘରେ ମରି ଶୋଇଥିବା ମା’ ପାଖରେ ହସୁଥିଲା ୨ ମାସର ଶିଶୁ; ମା’ ଜ୍ୱରରେ ଆକ୍ରାନ୍ତ ଥିଲା
ଉଦ୍ଧାର ହେବା ପରେ କୁନି ଝିଅଟିକୁ କ୍ଷୀର ପିଆଉଛନ୍ତି ଜଣେ ମହିଳା ।
  • Share this:
  • Byline Facebook
  • Byline Twitter
  • Byline Linkedin
ଅଜିତ ଦାସ | News18 Odia Digital

ଆସିକା: ଏକ ବନ୍ଦ ଘରୁ ଜଣେ ମହିଳାଙ୍କ ମୃତ ଦେହ ନିକଟରେ ତାଙ୍କ ଦୁଇ ମାସର ଶିଶୁ କନ୍ୟା ମିଳିବା ପରେ ଗଞ୍ଜାମ ଜିଲ୍ଲାର ଆସିକାରେ ଚାଞ୍ଚଲ୍ୟ ଖେଳିଯାଇଛି । ମହିଳାଙ୍କୁ କିଛି ଦିନ ହେଲା ଜ୍ୱର ହୋଇଥିବାରୁ ତାଙ୍କ ମୃତ୍ୟୁ କରୋନା ଭାଇରସ୍‌ ସଂକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ଗୁଲୁଗୁଲିଆ ନିଷ୍ପାପ କୁନି ଶିଶୁଟି ଏହି ଘଟଣା ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲା ଓ ମୃତା ମା’ ପାଖରେ ଶୋଇ କୁଲୁ କୁଲୁ ହୋଇ ହସୁଥିବା ଦେଖାଯାଇଥିଲା ।

ଗୋଲାପଲ୍ଲୀ ଗାଁରେ ଶନିବାର ଦିନ ଦେଖିବାକୁ ମିଳିଥିଲା ଏହି ହୃଦୟବିଦାରକ ଦୃଶ୍ୟ । ଗାଁର ଶେଷ ମୁଣ୍ଡରେ ନିଜ ଘରେ ଏକାକୀ ରହୁଥିବା ଝିଲି ସେଠି ନାମକ ଜଣେ ୪୫ ବର୍ଷୀୟା ମହିଳାଙ୍କ ମୃତ ଦେହ ତାଙ୍କ ଘରୁ ମିଳିଥିଲା । ଘରର କବାଟ ଭିତରୁ ବନ୍ଦ ଥିଲା । ଝିଲି କିଛି ଦିନ ହେବ ଜ୍ଵରରେ ପୀଡ଼ତ ଥିବା ପୋଲିସକୁ କହିଥିଲେ ସ୍ଥାନୀୟ ଲୋକେ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

 ‘‘ମା ଘର ଭିତରେ ମରି ପଡି଼ରହିଥିଲା । ଘରର କବାଟ ଭାଙ୍ଗି ଭିତରକୁ ଯାଇ ଦେଖିବା ବେଳକୁ ମୃତ ଦେହ ପାଖରେ ଗୁଲୁଗୁଲିଆ ଦୁଇ ମାସର ଶିଶୁ କନ୍ୟାଟି ହସୁଥିଲା । ଆମେ ଭିତରକୁ ଯିବା ପୂର୍ବରୁ ଶିଶୁ କନ୍ୟାଟି ଖାଦ୍ୟ ନ ମିଳିବାରୁ କାନ୍ଦୁଥିଲା । ତା’ କାନ୍ଦ ଶବ୍ଦ ଶୁଣି ହିଁ ସାହି ପଡ଼ିଶା ଲୋକେ କବାଟ ବାଡେଇଥିଲେ ଓ ପୋଲିସକୁ ଖବର ଦେଇଥିଲେ,’’ କହିଛନ୍ତି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।

ଏହା ବି ପଢ଼ନ୍ତୁ | ଚନ୍ଦା ମୁଣ୍ଡ ଥିବା ପୁରୁଷମାନଙ୍କଠାରେ କରୋନା ସଂକ୍ରମିତ ହେବା ପରେ ମୃତ୍ୟୁ ସମ୍ଭାବନା ଅଧିକ: ରିସର୍ଚ୍ଚ

ମୃତ ଦେହକୁ ଘର ଭିତରୁ ଉଦ୍ଧାର କରାଯାଉଛି ।


ଏହି ଘଟଣା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ବରଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଶିବ ନାହାକଙ୍କ ନେତୃତ୍ଵରେ କିଛି ଯୁବକଙ୍କୁ ନେଇ ଏକ ଟିମ୍‌ ଗଠନ ଗଠନ କରିଥିଲେ ଓ ପିପିଇ କିଟ୍‌ ପିନ୍ଧି ଝିଲି ସେଠିଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ । ମୃତ ଦେହକୁ ଆସିକା ହସପିଟାଲକୁ ବ୍ୟବଛେଦ ପାଇଁ ପଠାଯାଇଥିଲା । ଥାନାଧିକାରୀ କହିଛନ୍ତି ଯେ ମୃତା ଝିଲି ସେଠିଙ୍କୁ କରୋନା ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଥିବାରୁ ଶବ ବ୍ୟବଚ୍ଛେଦରେ ସେହି ଶଙ୍କା ଦୂର କରିବାକୁ ଅନୁରୋଧ କରାଯାଇଛି ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ବର୍ଷକର ଝିଅ ସମେତ ପୂରା ପରିବାର କରୋନା ସଂକ୍ରମିତ ହେଲା

‘‘ଆମେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛୁ । କୁନି ଶିଶୁଟିକୁ ସମନ୍ଵିତ ଶିଶୁ ବିକାଶ ଅଧିକାରୀଙ୍କ ସହାୟତାରେ ପ୍ରାଥମିକ ଭାବେ ହସପିଟାଲରେ ଭର୍ତ୍ତି କରିଛୁ । ମହିଳାଙ୍କ ମୃତ୍ୟୁର ଅସଲ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡି଼ବ,’’ କହିଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Bengal Results: ‘ଦିଦି ଦିଦି…’ ଦୋହରାଇ ଟ୍ୱିଟରରେ ଲୋକେ BJPକୁ ଖୁବ୍ ପରିହାସ କରୁଛନ୍ତି

ମୃତା ମହିଳା ଝିଲି ସେଠି ନିଜ ଘରେ ଦୁଇ ମାସର ଶିଶୁ କନ୍ୟା ସହ ଏକା ରହୁଥିଲେ । ତାଙ୍କ ସ୍ୱାମୀ ସଞ୍ଜୟ ସେଠି ଗୁଜରାଟର ସୁରତରେ କାମ କରନ୍ତି । ଶିଶୁ କନ୍ୟା ଜନ୍ମ ହେବା ପରେ ସେ ସୁରତ ଯାଇଥିଲେ ବୋଲି କହିଛନ୍ତି ଗ୍ରାମବାସୀମାନେ ।



ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଛି । ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ସାଜିଛି । ୭ ତାରିଖ ରିପୋର୍ଟ ଅନୁସାରେ ଜିଲ୍ଲାରେ ଗୋଟିଏ ଦିନରେ ୩୪୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରତି ଦିନ କରୋନାରେ ହେଉଥିବା ମୃତ୍ୟୁ ଖବର ମଧ୍ଯ ଆସୁଛି । ଜିଲ୍ଲାରେ କରୋନା ସଂକ୍ରମଣରେ ଏ ପର୍ଯ୍ୟନ୍ତ ୨୬୩ ଜଣ ଲୋକଙ୍କ ମୃତ୍ଯୁ ହେଲାଣି ।
Published by: Anand ST Das
First published: May 8, 2021, 11:46 PM IST